ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସିର ନବନିର୍ବାଚିତ ମେୟର ସୁବାସ ସିଂ ଓ ବିଜୟୀ କର୍ପୋରେଟର

Changes In Author Manoj Das International Award Norms

ଭୁବନେଶ୍ୱର: ପୌର ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୟୀ ପ୍ରାର୍ଥୀ । ନିର୍ବାଚନରେ ବିଜୟ ପରେ କଟକର ବିଜୟୀ କର୍ପୋରେଟର ଓ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ଥିବା ସିଏମସିର ବିଜୟୀ ବିଜେଡି କର୍ପୋରେଟରମାନେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ଦଳର ସଫଳତା ନେଇ ଦେବାଶିଷ ସାମନ୍ତରାୟ ସନ୍ତୋଷ ପ୍ରକାଶ କରିଛନ୍ତି ।

ପୌର ନିର୍ବାଚନରେ ଐତିହାସକ ବିଜୟ ପରେ ଗତକାଲି ଭୁବନେଶ୍ବର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ ଓ କର୍ପୋରେଟରଙ୍କୁ ନେଇ ବିଜେଡି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ବିରାଟ ପଟୁଆରରେ ଦଳୀୟ କାର୍ଯ୍ୟାଳୟରୁ ନବୀନ ନିବାସ ଯାଇଥିଲେ ବିଜୟୀ ମେୟର ଓ କର୍ପୋରେଟର । ସେଠାରେ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଏକ ନମ୍ବର ସ୍ମାର୍ଟସିଟି ଭୁବନେଶ୍ବରକୁ ଆହୁରି ସବୁଜ, ସୁନ୍ଦର ଓ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ସୂଚନା ଅନୁସାରେ ପଞ୍ଚାୟତ ନିର୍ବାଚନରେ ସଫଳତା ପରେ ପୌରରେ ମଧ୍ୟ ଐତିହାସିକ ବିଜୟ ଲାଭ କରିଛି ବିଜୁ ଜନତା ଦଳ । ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବିଜେପି ୧୬ଟି, କଂଗ୍ରେସ ୭ଟି ଓ ସ୍ବାଧୀନ ପ୍ରାର୍ଥୀ ୯ଟି ଆସନ କବଜା କରିଛନ୍ତି । ତେବେ ୯୫ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି । ସେହିପରି ବିଜେଡି ହାତକୁ ଯାଇଛି ରାଜ୍ୟର ୩ ମହାନଗର ନିଗମ ।