ମାନସ ସ୍ୱାଇଁ ହତ୍ୟାକାଣ୍ଡ ଉପରୁ ହଟିବ ପରଦା, ଆଜି ଭୁବନେଶ୍ବର ଦୟାଲ ଆଶ୍ରମରେ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ

1 min read

ଭୁବନେଶ୍ୱର: କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମାଲରେ ଆଜି ଆହୁରି ମିଳିପାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଆଜି ଭୁବନେଶ୍ୱର ଦୟାଲ ଆଶ୍ରମରେ ଛାନବିନ୍ କରୁଛି କ୍ରାଇମବ୍ରାଞ୍ଚ । କେମତି ରଚା ଯାଇଥିଲା ମର୍ଡର ପ୍ଲଟ? କିଭଳି କରାଯାଇଥିଲା ମାନସ ସ୍ବାଇଁଙ୍କୁ ହତ୍ୟା? ସେନେଇ ଖିଅ ଖୋଜିବ ଟିମ୍ । ଭୁବନେଶ୍ୱରରେ ଯାଞ୍ଚ କରିବା ପରେ ରଣପୁର ବଧିପାଟଣାରେ ବି ଯାଞ୍ଚ କରାଯିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଫୋକସରେ ଆଶ୍ରମର ଲେଡି କେୟାର ଟେକର, ଦିଲ୍ଲୀପ ଖଟେଇ, ସ୍କାଏ ଟାଓ୍ବାର ସିକ୍ୟୁରିଟି ଗାର୍ଡ ଓ ମାନସର ନାବାଳକ ସହଯୋଗୀ । ଆଶ୍ରମର ଲେଡି କେୟାର ଟେକର କ୍ରାଇମବ୍ରାଞ୍ଚ ପାଇଁ ବଡ଼ ସାକ୍ଷୀ ।

ସେପଟେ ୬ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଜେରା କରିବ ଟିମ । ପ୍ରାଇମ ଫୋକସରେ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ । ମାନସଙ୍କୁ ଅପହରଣଠାରୁ ହତ୍ୟା ଓ ପ୍ରମାଣ ନଷ୍ଟ ପର୍ଯ୍ୟନ୍ତ ନିରଞ୍ଜନ ପ୍ରତି ସମୟରେ ମୁଣ୍ଡ ଖେଳାଉଥିବା ସିଡିଆର ରିପୋର୍ଟରୁ ଜଣାପଡ଼ିଛି । ଚିପ୍‌ରେ କଣ ରହିଛି? ସର୍ଟ ଫିଲ୍ମ ଓ ପୁରୀ ସି-ବିଚ ସୁଟିଂର ସତ କଣ? ସେକଥା ନିରଞ୍ଜନ ହିଁ ଜାଣିଛନ୍ତି । ଏସବୁ ସତ ଖୋଜିବାକୁ ନିରଞ୍ଜନଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଜେରା କରିପାରେ କ୍ରାଇମବ୍ରାଞ୍ଚ । ସେପଟେ ହତ୍ୟାକାଣ୍ଡରେ ପ୍ରଥମ ଦଫାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ପରେ ମୁଖ୍ୟ ଖଳନାୟିକା ଶର୍ମିଷ୍ଠା ରାଉତ ଓ ଝୁନା ଭୋଇର ଟେର୍ ପାଉନି ପୋଲିସ ।