ବୀରଭୂମ ହିଂସା ଘଟଣାରେ ୨୧ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲା CBI

1 min read

କୋଲକତା: ଗତ ସପ୍ତାହ ୨୧ ମାର୍ଚ୍ଚରେ କିଛି ଦୁର୍ବୃତ୍ତ ବୀରଭୂମୀ ଜିଲ୍ଲାରେ ୧୦ଟି ଘରେ ନିଆ ଲଗାଇଦେଇଥିଲେ । ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ । ଘଟଣାରେ କୋଲକତା ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ । ଏବଂ ଏହି ଘଟଣାର ତଦନ୍ତ ପାଇଁ ସିବିଆଇର ୩୦ ଜଣିଆ ଟିମ୍ ଗଠନ କରାଯାଇଥିଲା ।

ସୂଚନା ଅନୁସାରେ, ଆଜି ସକାଳୁ ସିବିଆଇର ଏକ ଟିମ୍ ରାମପୁର ହାଟ ପୋଲିସ ଷ୍ଟେସନରେ ପହଞ୍ଚିଛି । ବୀରଭୂମ ହିଂସା ଘଟଣାର ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିବା ସହ ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡ କରିଛି । ଏବଂ ୮ଜଣଙ୍କୁ ଜାଳି ହତ୍ୟା ଘଟଣାରେ ସିବିଆଇ ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ସେପଟେ ବୀରଭୂମ ଜିଲ୍ଲାର ଦୂରରାଜପୁର ଥାନା ଅଧୀନ ସେକେନ୍ଦାରପୁର ଗ୍ରାମରୁ ୮୦ଟି ଜିବନ୍ତ ବୋମା ଜବତ ହୋଇଛି । ବୋମା ନଷ୍ଟ ପାଇଁ ବମ୍ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚିଛି ।

ସୂଚନା ଥାଉ କି, ପଶ୍ଚିମବଙ୍ଗର ବୀରଭୂମରେ ଟିଏମସିର ଜଣେ ଉପ-ପଞ୍ଚାୟତ ନେତାଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ମାର୍ଚ୍ଚ ୨୧ରେ ସମ୍ପୂର୍ଣ୍ଣ ଜିଲ୍ଲାରେ ହିଂସା ଆରମ୍ଭ ହୋଇଥିଲା। ଟିଏମସି ସମର୍ଥକ ଘଟଣାରେ ଉତ୍ତେଜିତ ହୋଇ ଗାଁର ୧୦ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏବଂ ଏହି ହିଂସାରେ ମହିଳା ଓ ଛୋଟ ପିଲାଙ୍କ ସହ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଥିଲେ।