ସ୍କଟଙ୍କ ଦାବି, ସମୁଦ୍ର ଗର୍ଭରେ ରହିଛି ଏଲିଏନ ଜାହାଜ !

1 min read

ନୂଆଦିଲ୍ଲୀ: ସମୁଦ୍ର ଗର୍ଭରେ ମିଳିଲା ଏଲିୟନ ଜାହାଜ । ଏଲିୟନ ଜାହାଜ ଅର୍ଥାତ୍ ୟୁଏଫଓ (Unidentified Flying Object – UFO)କୁ ଅନୁସନ୍ଧାନ କରୁଥିବା ଜଣେ ବ୍ୟକ୍ତି ଏମିତି ଏକ ଦାବି କରିଛନ୍ତି । ତାଙ୍କ ଦାବି ଅନୁସାରେ, ପେରୁ ପାଖରେ ଥିବା ସମୁଦ୍ର ମଧ୍ୟରୁ ଏଲିୟନ ଜାହାଜ ମିଳିଛି । ସେ ଗୁଗୁଲ ଆର୍ଥ ସାହାଯ୍ୟରେ ଏମିତି ଏକ ଅନୁସନ୍ଧାନ କରିଥିବା କହିଛନ୍ତି ।

ସମୁଦ୍ର ଗର୍ଭରେ ଥିବା ଏହି ଏଲିୟନ ଜାହଜ ପେରୁର ନାଜକା ଲାଇନ୍ସ ପାଖରେ ରହିଛି । ଯେଉଁ ବ୍ୟକ୍ତି ଜଣଙ୍କ ଏହି ଏଲିୟନ ଜାହଜ ଅନୁସନ୍ଧାନ କରିବାର ଦାବି କରିଛନ୍ତି ସେ ହେଉଛନ୍ତି ସ୍କଟ ସି ବେରିଂ । ସେ ଦାବି କରି କହିଛନ୍ତି ଯେ, ସେ ଏମିତି ଏକ ପ୍ରାଚୀନ ଏଲିୟନ ଜାହାଜ ଦେଖିଥିବାର ତାଙ୍କ ପାଖରେ ଶତ ପ୍ରତିଶତ ପ୍ରମାଣ ରହିଛି ।

ସ୍କଟ ଦାବି କରିଛନ୍ତି ଯେ, ଏହା ପ୍ରାଚୀନ ଏଲିୟନ ଟେକ୍ନୋଲୋଜି, ଯାହା ସମୁଦ୍ର ମଧ୍ୟରେ ଲୁଚି ରହିଛି । ଯଦି ଏହାକୁ ଦେଖିବାରୁ ଚାହୁଁଛନ୍ତି ତେବେ ଆପଣ ‘Google Earth‘ ଉପରେ କ୍ଲିକ କରନ୍ତୁ । ଆପଣ ଏଥିରେ ସ୍ପଷ୍ଟ ଦେଖିପାରିବେ ଯାହାକୁ ସ୍କଟ ଏଲିୟନ ଜାହାଜ ବୋଲି ଦାବି କରୁଛନ୍ତି ।

ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ସ୍କଟ ଯାହାକୁ ଏଲିୟନ ଜାହଜ ବୋଲି କହୁଛନ୍ତି ତାହାର ବ୍ୟାସ ୭ କିଲୋମିଟର । ଏହି ସ୍ଥାନ ନାଜକା ଲାଇନ୍ସ ପାଖରେ  । ଯାହକୁ ନାଜକା ଲାଇନ୍ସ ପ୍ରୀ-କୋଲମ୍ବିୟା ଜିଓଗ୍ଲିଫସ୍ କୁହାଯାଉଛି । ଯଦିଓ ନାଜକା ଲାଇନ୍ସରେ ଥିବା ଚିହ୍ନଟି କୌଣସି ବି ଏଲିୟନ ଦ୍ୱାରା ତିଆରି କରାଯାଇଥିବା ଆକୃତି ନୁହେଁ ।

ଗୁଗଲ ଆର୍ଥ କେବେ ବି ସ୍ପଷ୍ଟ କରିନାହିଁ ଯେ, ଏଥିରେ ଦେଖାଯାଇଥିବା ସମୁଦ୍ର ଗର୍ଭର ଚିତ୍ର ସଠିକ୍ ବୋଲି ଏହା ଭୁଲ ମଧ୍ୟ ହୋଇପାରେ । ଅର୍ଥାତ୍ ଏଠାରେ କୌଣସି ବି ଏଲିୟନ ଜାହାଜ ନାହିଁ କି ଏହା କୌଣସି ପ୍ରାଚୀନ ସହରର ଆକୃତି ମଧ୍ୟ ନୁହେଁ । କୁହାଯାଉଛି ଯେ, ଗୁଗୁଲ ଆର୍ଥରେ ଦେଖାଯାଉଥିବା ଚିତ୍ରଟି ହୁଏତ କୌଣସି ତ୍ରୁଟି କାରଣରୁ ହୋଇଥାଇ ପାରେ ।

ତେବେ ଏହା ମଧ୍ୟ କୁହାଯାଉଛି ଯେ, ହୁଏତ କିଛି ଦୁର୍ବୃତ୍ତଙ୍କ ଦ୍ୱାରା ଗୁଗଲ ଆର୍ଥକୁ ହାଇକ୍ କରାଯାଇ ଏଥିରେ ନିଜ ଅନୁସାରେ କିଛି ଚିତ୍ରଣ କରାଯାଇ ଥାଇ ପାରେ ।  ତେବେ ଆମେ ଏହା ମଧ୍ୟ କହିପାରିବା ନାହିଁ ଯେ ଗୁଗଲ ଆର୍ଥ ସମ୍ପୂର୍ଣ୍ଣ ଭୁଲ୍ ।