ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ହେଲେ ଗର୍ଭବତୀ, ୯ ମାସ ଧରି ସାଇତି ରଖିଥିଲେ…

1 min read
33 Year Old Widow Pregnant After Husband Death Through IVF

ନୂଆଦିଲ୍ଲୀ: ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ହେଲା ଗର୍ଭବତୀ । ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି ସତ । ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହା ସମ୍ଭବ । ସ୍ୱାମୀଙ୍କ ମୃତ୍ୟୁ ପରେ ମାଆ ହୋଇଛନ୍ତି ୩୩ ବର୍ଷୀୟ ଲରେନ୍ ମ୍ୟାକଗ୍ରେଗର । କିଛିଦିନ ତଳେ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁ ବ୍ରେନ୍ ଟ୍ୟୁମରରେ ହୋଇଥିଲା । ଆଉ ହସଖୁସିରେ ଘୋଟି ଯାଇଥିଲା ଦୁଃଖର କଳା ବାଦଲ ।

33 Year Old Widow

୨୦୧୯ରେ ଲରେନ୍ କ୍ରିସକୁ ନେଇ ଭାବବ୍ୱିହଳ ହୋଇ ପଡ଼ିଥିଲେ । ଗୋଟିଏ ପଟେ ଟ୍ୟୁମର ଅନ୍ୟପଟେ ସନ୍ତାନ ପ୍ରାପ୍ତି ଇଚ୍ଛା । ଶେଷରେ କେମୋଥେରାପି ପୂର୍ବରୁ କ୍ରିସଙ୍କ ସ୍ପର୍ମକୁ ସାଇତି ରଖିବାକୁ ଲରେନ୍ ନିଷ୍ପତ୍ତି ନେଇଥିଲେ । ୨୦୨୦ରେ କ୍ରିସଙ୍କ ମୃତ୍ୟୁର ୯ ମାସ ପରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ମାଧ୍ୟମରେ ଶୁକ୍ରାଣୁକୁ ଗର୍ଭରେ ଧାରଣ କରିଥିଲେ । ଏବେ ମାଆ ହୋଇ ପାରିଛନ୍ତି ।