spot_img
Home Blog Page 4536

ଆଜିଠୁ ପୁଣି ଥରେ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ ସ୍ୱାଇଁ

ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ରିମାଣ୍ଡରେ ଯିବେ ରସିକିଆ ଡାକ୍ତର ରମେଶ ସ୍ୱାଇଁ । ଆଜିଠୁ ରମେଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ତୃତୀୟ ଥର ପାଇଁ ରିମାଣ୍ଡରେ ନେଇ ଅଧିକ ଗୁମର ଖୋଲିପାରେ ପୋଲିସ । ମହିଳା ଥାନା ପୋଲିସ ଓ ଆଣ୍ଟି ଫ୍ରଡ ସେଲ୍ ତଦନ୍ତ କରିବ । ରମେଶଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ଦେଇଛନ୍ତି । ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଗୌହାଟୀର ଜଣେ ମହିଳା ଡାକ୍ତରଙ୍କୁ ବିବାହ ନାଁରେ ଠକେଇ ଅଭିଯୋଗ ମାମଲାରେ ମହିଳା ଥାନା ପୋଲିସ ତାଙ୍କୁ ଜେରା କରିବ । ଗୌହାଟୀ ମହିଳାଙ୍କୁ ବିବାହ ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ମାମଲା ରହିଛି । ଏହାସହ ତାଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୮ ଦିନ ପାଇଁ ରିମାଣ୍ଡରେ ନେଇଥିଲା କମିସନରେଟ୍ ପୋଲିସ ।

 

ୟୁକ୍ରେନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନରେ ପରିସ୍ଥିତି ଦେଖି ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି ଏହି ବୈଠକରେ ୟୁକ୍ରେନରେ ଫସି ଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ନେଇ ଆଲୋଚନା ହେଉଛି । ସୂଚନା ଥାଉ କି, ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ଘନ ଘନ ବୈଠକ ଡାକୁଛନ୍ତି । କାରଣ ୟୁକ୍ରେନରେ ଭାରତର ପ୍ରାୟ ୨୦ହଜାର ଛାତ୍ରଛାତ୍ରୀ ଫଶି ରହିଛନ୍ତି । ପ୍ରତ୍ୟେକ ଦିନ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯାଉଛି ।

ପ୍ରଧାନମନ୍ତ୍ରୀ ଏଭଳି ବୈଠକ ଏମିତି ସମୟରେ ଡାକିଛନ୍ତି ଯେଉଁଠି ଋଷ ୟୁକ୍ରେନ ଉପରେ ଯୁଦ୍ଧ ତୀବ୍ର କରିଛି । ଏହି ଆକ୍ରମଣରେ ଲଗାତାର ମଙ୍ଗଳବାର ଓ ବୁଧବାର ଜଣେ ଲେଖାଏଁ ଭାରତୀୟ ଛାତ୍ରଙ୍କ ଜୀବନ ଯାଇଛି । ଏହାବ୍ୟତୀତ ଆଜି ଆଉ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ଗୁଳି ଲାଗିଛି ।

ଅନ୍ୟପଟେ ଶୁକ୍ରବାର ଦିନ ସକାଳୁ ବାୟୁସେନାର ୨ଟି C-17  ବିମାନରେ ୟୁକ୍ରେନରେ ଫସିଥିବା ୨୧୦ ଛାତ୍ରଙ୍କୁ ଭାରତକୁ ଅଣାଯାଇଛି । ଏହି ଦୁଇଟି ବିମାନ ନୂଆଦିଲ୍ଲୀର ଏୟାରବେସରେ ଓହ୍ଲାଇଛି । ଏହି ଦୁଇଟି ବିମାନ ଛାତ୍ରଙ୍କୁ ନେଇ ରୋମାନିୟାର ରାଜଧାନୀ ବୁଖରେଷ୍ଟ ଏବଂ ହଙ୍ଗରୀରର ରାଜଧାନୀରୁ ଆସିଛି ।

ରାଜ୍ୟରେ ଖାଇବା ତେଲର ଅଭାବ, ଦର ଉପରେ ଜିଲ୍ଲାପାଳ ରଖିବେ ନଜର

ଖାଇବା ତେଲର କୁତ୍ରିମ

ଭୁବନେଶ୍ୱର: ରାଜ୍ୟରେ ଖାଇବା ତେଲର ଅଭାବ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ ଭି. ଭି ଯାଦବ । ଜିଲ୍ଲାରେ ଚାହିଦା ମୁତାବକ ଖାଇବା ତେଲ ଷ୍ଟକର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଲର ଓ ଷ୍ଟକିଷ୍ଟଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚୋରା ବେପାର ଓ ଅତ୍ୟଧିକ ମୂଲ୍ୟବୃଦ୍ଧି ରୋକିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘମାଘୋଟା ଯୁଦ୍ଧ ପାଇଁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ତୈଳ ଦର । ୟୁକ୍ରେନରେ ଯୁଦ୍ଧ ଯୋଗୁଁ ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲର ଅଭାବ ଦେଖାଦେଇଛି । ଯୁଦ୍ଧ ଯୋଗୁଁ ପାମୋଲିନ୍ ତେଲ ଲିଟର ପିଛା ୩୦ ଟଙ୍କା ବଢ଼ିଛି । ସେହିପରି ସନଫ୍ଲାଓ୍ୱାର ତେଲ ବି ଆକାଶ ଛୁଆଁ ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଯେତିକି  ତୈଳ ଗଚ୍ଛିତ ରହିଛି ତାହା ସପ୍ତାହକ ମଧ୍ୟରେ ସରିଯିବ । ଯଦି ବିଦେଶରୁ ତୈଳ ଆମଦାନୀ ନହୁଏ ତାହାଲେ ସ୍ଥିତି ସଙ୍ଗୀନ ହେବ । ଏଭଳି ସ୍ଥିତିରେ ପଦକ୍ଷେପ ନିଆନଗଲେ ଆସନ୍ତା ସପ୍ତାହକ ମଧ୍ୟରେ ତେଲ ଦର ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ଦେଇଥିଲେ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

ଅନ୍ୟପଟେ ରାଜ୍ୟରେ ଖାଇବା ତେଲର ଅଭାବକୁ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୮0% ସୂର୍ଯ୍ୟମୁଖୀ ତେଲ ୟୁକ୍ରେନ ଓ ଋଷରୁ ଆମଦାନୀ ହୋଇଥାଏ । ଯୋଗାଣ ନିଶ୍ଚିତ ଭାବେ ପ୍ରଭାବିତ ହେବ ଓ ଦରବୃଦ୍ଧିର ସମ୍ଭାବନା ଅଛି । କେନ୍ଦ୍ର ଆମଦାନୀ ଓ ଅନ୍ୟ ଶୁଳ୍କ ସାମୟିକ ଭାବେ ହ୍ରାସ କରିବା ଉଚିତ । ନଚେତ ଦରବୃଦ୍ଧି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଭାରତରେ ବାର୍ଷିକ ୧ କୋଟି ୯୦ ଲକ୍ଷ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ସେଥିରୁ ୭୪ ଲକ୍ଷ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ତେଲ ଭାରତ ୟୁକ୍ରେନରୁ ଆମଦାନୀ କରିଥାଏ । ଯୁଦ୍ଧ ଲାଗି ରହିଥିବାରୁ ଯୁକ୍ରେନରୁ ତେଲ ଆସିବା ବନ୍ଦ ହୋଇଛି । ଓଡ଼ିଶାରେ ବାର୍ଷିକ ୬ ଲକ୍ଷ ମେଟ୍ରିକ ଟନ୍ ଖାଇବା ତେଲର ଚାହିଦା ଥିବାବେଳେ, ସେଥିରୁ ୨୫ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ଲୋକେ ବ୍ୟବହାର କରିଥାନ୍ତି ।

 

ପୌର ନିର୍ବାଚନ: ବିଏମସି ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର । ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇସାରିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ତେବେ ଏହାରି ଭିତରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ଆଚାର୍ଯ୍ୟ ହେଲେ କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ । ଏନେଇ ପ୍ରେସ୍ ମିଟରେ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ।

ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୨୪ରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଥିବା ବେଳେ ବ୍ରହ୍ମପୁର ଏବଂ ଭୁବନେଶ୍ବର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଯାହାକୁ ନେଇ ମହିଳା ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭୁବନେଶ୍ୱରର ୬୭ଟି  ଓ୍ୱାର୍ଡ ଏବଂ ମେୟର ପଦବୀ ପାଇଁ ନିର୍ବାଚନ ଥିବାବେଳେ ଦୁଇଦିନରେ ୩୭୧ ଆଶାୟୀ କର୍ପୋରେଟର ପଦବୀ ପାଇଁ ଏବଂ ୮ ଜଣ ମେୟର ପଦବୀ ପାଇଁ ଫର୍ମ ନେଇଥିବା ଜଣାପଡ଼ିଛି । ତେବେ ଆଜି କଂଗ୍ରେସ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ ବିଜେଡି ସେମାନଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ମଧ୍ୟ ରହିଛି ।

ଭାଗଲପୁରରେ ଭୟଙ୍କର ବିସ୍ଫୋରଣ; ୬ ମୃତ୍ୟୁ, ୮ ଗୁରୁତର

ଭାଗଲପୁର: ବିହାରର ଭାଗଲପୁରରେ ଗୁରୁବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଭାଗଲପୁରଠାରେ ଏକ ବିଲ୍ଡିଂରେ ବଡ଼ ଧରଣରେ ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ରହିଥିଲେ ଯେ ତିନି ମହଲା ବିଶିଷ୍ଟ ଘର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି ।

https://twitter.com/ANI/status/1499589205047283714?s=20&t=vfOkzmViFzIIrrohiWV4dw

ଭାଗଲପୁରର ଏହି ବିଲ୍ଡିଂରେ ବିସ୍ଫୋରଣ ହେବା ପରେ ସେଠାର ଆଖପାଖ ଲୋକ କହିଥିଲେ କି ଏହି ବିଲ୍ଡିଂରେ ବୋମା ତିଆରି କରାଯାଉଥିଲା । ତେବେ ବୋମା ବିସ୍ଫୋରଣ ଫଳରେ ଏହି ଅଘଟଣ ହୋଇଛି ବୋଲି ଅନୁମାନ କରାଯାଇଛି । ଏହି ବିସ୍ପୋରଣ ଫଳରେ ସେଠାରେ ଥିବା ଦୁଇ-ତିନୋଟ ଘର କ୍ଷତିଗ୍ରସ୍ତ ହୋଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ପୋଲି କହିଛି କି ଏହି ବିଲ୍ଡିଂରେ ବେଆଇନ ବାଣ ତିଆରି ହୋଇଥିଲା । ତେଣୁ ବାଣ ଯୋଗୁ ଏପରି ବଡ଼ ବିସ୍ଫୋରଣ ହୋଇଥାଇପାରେ ବୋଲି ପୋଲିସ୍ ସୂଚନା ଦେଇଛି ।

ଫିଲ୍ମରେ ଏହି ସବୁ ସିନ୍ କରିବାରେ ଅସହଜ ମନେ କରନ୍ତି ପ୍ରଭାସ

ନୂଆଦିଲ୍ଲୀ: ପ୍ରଭାସ ତାଙ୍କ ଫିଲ୍ମ ରାଧେ ଶ୍ୟାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ପାଇଁ ପ୍ରସଂଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଭାସ ପୂଜା ହେଗଡେଙ୍କ ସହ ନଜର ଆସିବେ । ଫିଲ୍ମର ଟ୍ରେଲର ଦେଖିବା ପରଠାରୁ ପ୍ରଭାସ ଏବଂ ପୂଜାଙ୍କ କେମେଷ୍ଟ୍ରି ବିଷୟରେ ଚର୍ଚ୍ଚା ଜଡୋର ଧରିଛି । ଫିଲ୍ମରେ ଉଭୟଙ୍କ କିସିଂ ସିନ୍ ସହ ଅନ୍ତରଙ୍ଗ ଦୃଶ୍ୟ ମଧ୍ୟ ରହିଥିବା କୁହାଯାଉଛି । ଏବଂ ପ୍ରଭାତ ନିକଟରେ ଏକ ସାକ୍ଷାତକାରରେ ଏନେଇ କହିଛନ୍ତି। ଫିଲ୍ମରେ ଦୃଶ୍ୟ କରିବାବେଳେ ସେ ନିଜକୁ ଅସହଜ ମନେ କରନ୍ତି ବୋଲି କହିଛନ୍ତି ।

ପ୍ରଭାସ କହିଛନ୍ତି ଯେ ସେ ପ୍ରାୟତଃ ଏହିପରି ସିନକୁ ଏଡ଼ାଇବାକୁ ଚେଷ୍ଟା କରନ୍ତି  । ଯଦିଓ, ସ୍କ୍ରିପ୍ଟ ର ଦାବି ଥିଲେ ସେ ସେଥିରେ ହସ୍ତକ୍ଷପ କରନ୍ତି ନାହିଁ । ରାଧେ ଶ୍ୟାମ ଫିଲ୍ମରେ ମଧ୍ୟ ପ୍ରଭାସ ସମାନ କାର୍ଯ୍ୟ କରିଥିଲେ । ବାହୁବଲୀ ଏବଂ ବାହୁବଲୀ ୨ ଚଳଚ୍ଚିତ୍ର ସମୟରେ ପ୍ରଭାସ ଟ୍ରାନ୍ସମିଶନ କରିଥିଲେ । ଏଭଳି ପରିସ୍ଥିତିରେ ସେ କହିଛନ୍ତି ଯେ କ୍ୟାମେରା ଆଗରେ ଯେତେବେଳେ ସେ ସାର୍ଟ ଖୋଲନ୍ତି ସେତେବେଳେ ସେ ନିଜକୁ ଅସହଜ ଅନୁଭବ କରନ୍ତି । ପ୍ରଭାସ ଏହା ମଧ୍ୟ କହିଛନ୍ତି ଯେ ସେଟରେ ତାଙ୍କୁ ଦେଖୁଥିବା ଲୋକଙ୍କ ସଂଖ୍ୟା କମାଇବାକୁ ସେ ସବୁବେଳେ ଚେଷ୍ଟା କରନ୍ତି।

ଏକ ସାକ୍ଷାତକାରରେ ରାଧେ ଶ୍ୟାମ ଚଳଚ୍ଚିତ୍ରର କିସିଂ ସିନ୍ ବିଷୟରେ କଥା ହୋଇଛନ୍ତି ପ୍ରଭାସ । ସେ କହିଛନ୍ତି, ‘ନିର୍ଦ୍ଦେଶକ ଏହାକୁ ଏହିପରି ଲେଖିଛନ୍ତି ଏବଂ ଏହା ଏକ ପ୍ରେମ କାହାଣୀ, ତେଣୁ ମୁଁ ନା କହିପାରିପାରିଲି ନାହିଁ । କିସିଂ ସିନ ଏବଂ ସାର୍ଟ ଖୋଲିବାକୁ ମୁଁ ଅସହଜ ଅନୁଭବ କରେ । ସେହି ସିନ୍  କରିବାକୁ ହେଲେ ମୁଁ ପ୍ରଥମେ ସେଟ୍ ରେ କେତେ ଲୋକ ଅଛନ୍ତି ଦେଖେ ତାପରେ ଏକ ସ୍ଥାନକୁ ଯାଇ ସିନକୁ ସୁଟ୍ କରିଥାଏ ।

ବିପଦରେ ୟୁରୋପ: ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟରେ ଋଷର ଆକ୍ରମଣ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଲଢ଼େଇ । କିଭକୁ ଦଖଲ କରବା ପାଇଁ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ବିଭିନ୍ନ ସହରକୁ କବ୍ଜା କରିବା ପରେ ଏବେ ଋଷ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଦଖଲ କରିବା ପାଇଁ ଘନଘନ ରକେଟ ମାଡ଼ କରୁଛି ଋଷ । ତେବେ ଏହାରି ଭିତରେ ଋଷ ୟୁରୋପର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି । ଏହି ପରମାଣୁ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି ।

ଋଷର ଏହି ଆକ୍ରମଣ ଫଳରେ ପ୍ଲାଣ୍ଟର ଆଡମିନଷ୍ଟ୍ରେଟିଭ୍ ଅଫିସରେ ନିଆଁ ଲାଗିଯାଇଛି । ନିଆଁ ଲିଭାଇକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି । କାରଣ ପ୍ଲାଣ୍ଟ ଉପରେ ବୋମା ମାଡ଼ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରୁଷ ସୈନ୍ୟମାନେ ଆଖିବୁଜା ଗୁଳି ଚଳାଉଛନ୍ତି । ଫଳରେ ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ନିଆଁ ଲିଭାଇ ପାଇଁ ସହଯୋଗ କରିବାକୁ ଋଷକୁ ଅନୁମତି ମାଗିଛନ୍ତି ।

ଏହି ବିସ୍ଫୋରଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତୁରନ୍ତ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ବାଇଡେନ ଜେଲେନସ୍କିଙ୍କୁ କହିଥିଲେ କି ଋଷର ଏହି ଆକ୍ରମଣକୁ ରୋକିବାକୁ ହେବ ଏବଂ ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେବାକୁ ବାଇଡେନ କହିଛନ୍ତି । ଏହା ବ୍ୟତୀତ ବାଇଡେନ NNSAରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ବୈଠକରେ ଜାପୋରିଝଝିଆରେ ହୋଇଥିବା ପରମାଣୁ ବ୍ଲାଷ୍ଟ ବିଷୟରେ ଆଲୋଚନା କରିଥିଲେ ।

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି

କିଭ୍: ୟୁକ୍ରେନରେ ଚାଲିଛି ଘମାଘଟ ଲଢେଇ । ରୁଷର ଆକ୍ରମଣରେ ଏପର୍ଯ୍ୟନ୍ତ ସୁଦ୍ଧା ୟୁକ୍ରେନର ୧୦ରୁ ଅଧିକ ସହର ନଷ୍ଟ ହୋଇଯାଇଛି । ୟୁକ୍ରେନର ବିଭିନ୍ନ ସହରରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଚଳାଉଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କଠାରେ ଗୁଳି ବାଜିଛି । ଛାତ୍ର ଭାରତକୁ ଫେରୁଥିବା ବେଳେ ଗୁଳି ବାଜିଥିବା ନେଇ କୁହାଯାଉଛି । ଏଭଳି ପରିସ୍ଥିତିରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣି କିଭକୁ ଫେରିବାକୁ ପଡିଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୫୦୦ ୟୁକ୍ରେନୀୟ ଆହତ ହୋଇଛନ୍ତି।

ପୋଲାଣ୍ଡରେ ଉପସ୍ଥିତ କେନ୍ଦ୍ର ରାଜ୍ୟମନ୍ତ୍ରୀ ଭି.କେ ସିଂ କହିଛନ୍ତି ଯେ କିବ୍‌ରୁ ପୋଲାଣ୍ଡ ସୀମାକୁ ଯାଉଥିବା ବେଳେ ଛାତ୍ରଙ୍କ ଦେହରେ ଗୁଳି ବାଜିଛି ।  ଆହତ ଛାତ୍ରଙ୍କୁ କିବ୍‌ ଫେରାଇ ନିଆଯାଇଛି । ରାଜଧାନୀ କିବର ଏକ ହସ୍ପିଟାଲରେ ଆହତ ଛାତ୍ରଙ୍କ ଚିକିତ୍ସା ଚାଲିଛି । ତେବେ ଆହତ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଆମେ ଅଧିକରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ।

Russia Ukraine War One Indian Student Dead In Kharkiv

ଏହାପୂର୍ବରୁ ବୁଧବାର ଦିନ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା, ସେ ପଞ୍ଜାବର ବାସିନ୍ଦା ଥିଲେ। ତା ପୂର୍ବ ଦିନ ଅର୍ଥାତ୍ ମଙ୍ଗଳବାର ଦିନ କର୍ଣ୍ଣାଟକର ବାସିନ୍ଦା ଖାର୍କିଭରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଥିଲେ।

ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରୁଛନ୍ତି ଭାରତୀୟ, ଆଜି ୟୁକ୍ରେନରୁ ଫେରିଲେ ୬୩୦ ଭାରତୀୟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାର ରହିଛି ଜୋରଦାର ଯୁଦ୍ଧ । ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ଫସି ରହିଛନ୍ତି ବହୁ ଭାରତୀୟ । ତେବେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଆଜି ୟୁକ୍ରେନରୁ ଆଉ ୬୩୦ ଭାରତୀୟ ସ୍ୱଦେଶ ଫେରିଛନ୍ତି । ବାୟୁସେନାର ତିନୋଟି C-17 ବିମାନରେ ଭାରତ ଫେରିଛନ୍ତି ଭାରତୀୟ ନାଗରିକ ।

ସମସ୍ତ ଭାରତୀୟ ନାଗରିକ ରୋମାନିଆ ଓ ହଙ୍ଗେରୀ ବର୍ଡର ଦେଇ ଭାରତ ଆସିଛନ୍ତି । ବାୟୁସେନାର C-17 ବିମାନ ଯୋଗେ ଛାତ୍ରଛାତ୍ରୀ ହିଣ୍ଡନ ଏୟାରବେସରେ ପହଞ୍ଚିବା ପରେ ପ୍ରତିରକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଥିଲେ । ସେପଟେ ଆଜି ୧୬ଟି ସ୍ୱତନ୍ତ୍ର ବିମାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ସେପଟେ ୟୁକ୍ରେନ ଖାରକିଭ୍ ସ୍ଥିତ ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଜରୁରୀ ଗାଇଡଲାଇନ ଜାରି କରିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଦତ୍ତ ଏକ ଫର୍ମ ପୂରଣ ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ପିସୋଚିନ ବ୍ୟତୀତ ଅନ୍ୟ ଯେଉଁ ସ୍ଥାନରେ ଛାତ୍ରଛାତ୍ରୀ ଫସିଛନ୍ତି ସେମାନେ ଫର୍ମ ପୂରଣ କରିବା ଲାଗି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରିବ ଭାରତ

ମୋହାଲି: ଆଜି ମୋହାଲିରେ ଖେଳାଯାଉଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଭାରତ ତିନୋଟି ସ୍ପିନ୍ନର ଓ ଦୁଇଟି ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ଆଜିର ମ୍ୟାଚ ବିରାଟଙ୍କ ପାଇଁ ଐତିହାସିକ ଅଟେ । ଆଜି ବିରାଟ ଟେଷ୍ଟ କ୍ରିକେଟରେ ୧୦୦ ତମ ମ୍ୟାଚ ଖେଳିବେ । ସେଥିପାଇଁ ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀ ବେଶ୍ ଉତ୍ସାହିତ ରହିଛନ୍ତି ।

ବିରାଟ କୋହଲିଙ୍କ ୧୦୦ ତମ ମ୍ୟାଚକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ବିରାଟ ୭୧ତମ ଖେଳାଳି ଭାବରେ ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ଖେଳି ବିଶ୍ବର ସର୍ବାଧିକ ମ୍ୟାଚ ଖେଳିଥିବାର ଗୌରବ ହାସଲ କରିଛନ୍ତି । ଭାରତ ପକ୍ଷରୁ ସଚିନଙ୍କ ବ୍ୟତୀତ ରାହୁଲ ଦ୍ରାବିଡ୍, ବୀରେନ୍ଦ୍ର ସେହେଓ୍ୱାଗ, ସୌରଭ ଗାଙ୍ଗୁଲି, ହରଭଜନ ସିଂ ଭାରତ ପକ୍ଷରୁ ଶହେଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହି ଐତିହାସକ ମ୍ୟାଚ ପାଇଁ ପୂର୍ବରୁ ବିନା ଦର୍ଶକରେ ଖେଳାଯିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ପଞ୍ଜାବ କ୍ରିକେଟ ଆସୋସିଏସନର ଅନୁରୋଧକ୍ରମେ ଏହି ମ୍ୟାଚରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି ।