JNUରେ ଆମିଷ ଖାଇବାକୁ ନେଇ ଉତ୍ତେଜନା, ୧୨ରୁ ଅଧିକ ଛାତ୍ର ଆହତ, ମାମଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ  ବିଶ୍ୱବିଦ୍ୟାଳୟରେ ରବିବାର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ପ୍ରାୟ ୧୨ ଜଣ ଛାତ୍ର ଆହତ ହୋଇଛନ୍ତି ।  ଘଟଣାକୁ ନେଇ ଦିଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ଏବିଭିପି ଛାତ୍ରଙ୍କ ବିରୋଧରେ ଅନ୍ୟ ଗୋଷ୍ଠୀର ଛାତ୍ରମାନେ ଦେଇଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି ।

ପୋଲିସ ଏହି ମାମଲାରେ ଆଇପିସି ଧାରା ୩୨୩/୩୪୧/୫୦୯/୫୦୬/୩୪ ଦ୍ୱାରା ମାମଲା ରୁଜୁ କରିଛି । ତେବେ ଦିଲ୍ଲୀ ପୋଲିସର କହିବା ହେଉଛି ଖୁବଶୀଘ୍ର ଏବିଭିପି ଛାତ୍ରଙ୍କ ପକ୍ଷରୁ ମାମଲା ରୁଜୁ ହେବ । ଅଭିଯୋଗକୁ ଆଧାର କରି ତଦନ୍ତ କରାଯିବ ।

ବର୍ତ୍ତମାନର ସୂଚନା ଅନୁସାରେ ପ୍ରାୟ ୧୬ରୁ ୨୦ ଜଣ ଛାତ୍ର ଆହତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ରବିବାର କାବେରୀ ହଷ୍ଟେଲରେ  ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଅଭିଯୋଗ ଅନୁସାରେ, ଏବିଭିପିର ସଦସ୍ୟ ହଷ୍ଟେଲକୁ ମେସକୁ ଆମିଷ ଖାଦ୍ୟ ପରଶିବାରେ ପାଧା ସୃଷ୍ଟି କରିଥିଲେ । କିନ୍ତୁ ପ୍ରତି ଓ୍ୱିକେଣ୍ଡରେ ହଷ୍ଟେଲକୁ ଆମିଷ ଆସେ । ଅନ୍ୟପଟେ ଏବିଭିପି ସଦସ୍ୟଙ୍କ କହିବା ହେଉଛି ବିରୋଧୀ ଗୋଷ୍ଠୀ ହଷ୍ଟେଲରେ ଏକ ପୂଜାକୁ ରୋକିବାକୁ ଚେଷ୍ଟା କରୁଥିଲେ ।