ଆନନ୍ଦପୁରରୁ ୨କୋଟି ଟଙ୍କାର ଠକ ଗିରଫ

1 min read

ଆନନ୍ଦପୁର: ୨କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ । କମିଶନରେଟ୍ ପୋଲିସ୍ ସହ ଦୀର୍ଘ ୫ମାସର ଲୁଚକାଳି ଖେଳ ପରେ ଶେଷରେ ଆନନ୍ଦପୁରରୁ ଗିରଫ ହେଲା ଠକ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଡାକ୍ତରଙ୍କଠାରୁ ୨୫ଲକ୍ଷ ସହ ଅନ୍ୟଜଣଙ୍କ ନିକଟରୁ ୧କୋଟି, ଅନ୍ୟମାନଙ୍କଠାରୁ ୨କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଆଜି ଆନନ୍ଦପୁରର ଉମେଶ ପାଢ଼ୀଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି ।

ଏଥିସହ ଚୋରି କାର୍‌ ଜବତ ହୋଇଛି । ବିଭିନ୍ନ ଉପାୟରେ ଭୁବନେଶ୍ୱର ଓ କଟକରେ ଲୋକଙ୍କଠାରୁ ଠକେଇ କରିଥିବାର ଅଭିଯୋଗ ରହିଛି ତା’ ନାଁରେ । ଆନନ୍ଦପୁର ପୌର ପରିଷଦ ୧୩ ନମ୍ୱର ଓ୍ୱାର୍ଡ ସିଂହସାହି ସ୍ଥିତ ଭଡ଼ାଘରୁ ଉମେଶକୁ କାବୁ କରିଛି ପୋଲିସ । ଉମେଶର ପତ୍ନୀ ର୍ଶମିଲା ପ୍ରିୟର୍ଦଶିନୀ ପାଢ଼ୀ ପୋଲିସକୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଧକ୍କା ମାରିଥିବା ଅଭିଯୋଗରେ ଘସିପୁରା ପୋଲିସ୍ ଶର୍ମିଳାକୁ ଗିରଫ କରି ମାମଲା ରୁଜୁ କରିଛି । ବିଭିନ୍ନ ଦଫାରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଖୁବ୍ ଶୀଘ୍ର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ।

ଏଥିସହିତ ପଢ଼ନ୍ତୁ: ମେଡିକାଲରେ ଜଗା ପାଳିଲା ଜନ୍ମଦିନ