ମଧ୍ୟପ୍ରଦେଶର ଦଙ୍ଗାକାରୀ ଏସପିଙ୍କୁ ମାରିଲେ ଗୁଳି

ଖରଗୋନ୍‌: ମଧ୍ୟ ପ୍ରଦେଶର ଖରଗୋନର ତାଲାବ ଚୌକ ନିକଟରେ ରବିବାର  ଶ୍ରୀରାମ ନବମୀ ଶୋଭାଯାତ୍ରା ଉପରକୁ ହଠାତ୍‌ ସଂଧ୍ୟା ସମୟରେ ପଥର ମାଡ ହୋଇଥିଲା  । ଦଙ୍ଗାକରୀ ୩୦ରୁ ଅଧିକ ଦୋକାନ ଏବଂ ଘରେ ନିଆଁ ଲଗାଇ ଦେଇଥିଲେ । ରାତି ପ୍ରାୟ ୯ଟାରେ ମାମଲା ସାମାନ୍ୟ ଅବସ୍ଥାକୁ ଆସିଲା । କିନ୍ତୁ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ସବୁକିଛି ପୁଣି ଅଶାନ୍ତ ହୋଇଗଲା । ଆନନ୍ଦ ନଗର,ସଞ୍ଜୟ ନଗରର ମୋତିପୁରାରେ ଘରକୁ ଜାଳି ଦିଆଗଲା । କିଛି କିଛି ଘରେ ତ ଲୁଟ୍‌ ମଧ୍ୟ ହୋଇଥିଲା । ଏଥିରେ ୭୦ରୁ ଅଧିକ ପରିବାରକୁ ଘର ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପଡ଼ିଲା ।

ଏହି ଘଟଣାରେ ୧୦ ପୋଲିସକର୍ମୀ ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏସପି ସିଦ୍ଧାର୍ଥ ଚୌଧୁରୀଙ୍କ ବାମ ପାଦରେ ଗୁଳି ବାଜିଥିଲା । ପୋଲିସ୍‌ ସୋମବାର ସକାଳ ମଧ୍ୟରେ ୭୦ ଜଣ ହିଂସାକାରୀଙ୍କୁ  ନିଜ ହେପାଜତକୁ ନେଇଛି । ପୋଲିସ୍‌ ପ୍ରଶାସନ ହେଲ୍ପ ଲାଇନ୍‌ ନମ୍ବର ମଧ୍ୟ ଜାରି କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉକ୍ତ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । କୌଣସି ଦଙ୍ଗାକାରୀ ଏଥିରୁ ବର୍ତ୍ତିପାରିବେ ନାହିଁ  ଏବଂ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ ସର୍ବସାଧାରଣ ସମ୍ପତ୍ତିର ଭରଣ ପୋଷଣ ମଧ୍ୟ କରିବେ ଦଙ୍ଗାକାରୀ ।

ଖବର ଅନୁଯାୟୀ,  ପୋଲିସକର୍ମୀଙ୍କ ସହାୟତାରେ ଏସପିଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା ।  ତାଙ୍କ ଚିକିତ୍ସାରେ ପ୍ରାୟ ୧୦ରୁ ଅଧିକ ବିଶେଷଜ୍ଞ ନିୟୋଜିତ ଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ହେଉଛି ଘଟଣା ଅଚାନକ ଘଟିନଥିଲା । ଏଥିପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିଲା ।  ଦଙ୍ଗାକାରୀ ଘର ଛାତ ଉପରେ ପଥର ଏବଂ ପେଟ୍ରୋଲ ପୂର୍ବରୁ ଏକାଠି କରି ରଖିଥିଲେ ।  ଯଦି ପୋଲିସ୍‌ ପୂର୍ବରୁ ଡ୍ରୋନ୍‌ ମାଧ୍ୟମରେ ଛାନଭିନ୍‌ କରିଥାନ୍ତା ତେବେ ହୁଏତ ଏ ସବୁ ଘଟିନଥାନ୍ତା ।

ସୂଚନା ଅନୁସାରେ ସ୍ଥିତି ଏତେମାତ୍ରାରେ ବିଗିଡ଼ିଗଲାଯେ, ଲୋକମାନେ ସମ୍ପର୍କୀୟ,  ନେତା ଏବଂ ପୋଲିସକୁ ଫୋନ୍‌ କଲ କରି ବଞ୍ଚାଇବାକୁ କହିଥିଲେ । ତେବେ ଘଟଣା ମଧ୍ୟରେ ୪୦ ପରିବାରକୁ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚା ଯାଇଥିଲା ।

ସୂଚନା ମୁତାବକ, ତାଲାବ ଚୌକରେ ରାମନବମୀ ଶୋଭାଯାତ୍ରା ଆରମ୍ଭ ହେଲା । ଲୋକ ଡିଜେ ତାଳେ ତାଳେ ଡ୍ୟାନ୍ସ କରି ଆଗକୁ ବଢ଼ୁଥିଲେ । ଏହାରି ମଧ୍ୟରେ ଗଳି ମଧ୍ୟରୁ କିଛି ଲୋକ ହଠାତ୍‌ ବାହାର ଆସି ପଥର ମାଡ଼ କରିଥିଲେ । ପୋଲିସ ପରିସ୍ଥିତିକୁ କାବୁକୁ ଆଣିବା ପାଇଁ ଟିୟର ଗ୍ୟାସ୍‌ ବ୍ୟବହାର କରିବା ସହିତ ଫାଙ୍କା ଫାୟରିଂ ମଧ୍ୟ କରିଥିଲେ ।ଘଟଣା ସ୍ଥଳରେ ତୁରନ୍ତ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ । ଏହା ସହିତ ସ୍କୁଟି ଓ ବାଇକ୍‌ ଆଦି ମଧ୍ୟ ଜାଳି ଦିଆଯାଇଥିବା କୁହାଯାଉଛି । କେବଳ ସେତିକି ନୁହେଁ ଦଙ୍ଗାକାରୀ କିଛି ଧାର୍ମିକ ସ୍ଥଳକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ । କିନ୍ତୁ ପୋଲିସ୍‌ ଏବଂ ପ୍ରଶାସନ ଖୁବଶୀଘ୍ର ସ୍ଥିତିକୁ କାବୁ କରିଦେଲେ । ତେବେ କାହିଁକି ଶୋଭାଯାତ୍ରାରେ ପଥର ମାଡ଼ କରାଗଲା ଏହାକୁ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ପୋଲିସ୍‌ ଅଧିକାରୀ ।