ଇମ୍ରାନଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଲେ, ସେନା ବିରୋଧରେ ସ୍ଳୋଗାନ୍ ଦେଲେ

1 min read

ଇସ୍‌ଲାମାବାଦ: ଇମ୍ରାନ୍‌ ଖାନଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର କର୍ମୀ । ରବିବାର ପାକିସ୍ତାନ ତେହରୀକ୍-ଏ-ଇନସାଫର ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଯାହା ବିଷୟରେ ଟ୍ୱିଟ୍ କରି ଇମ୍ରାନ୍‌ ଖାନ୍ ଲେଖିଛନ୍ତି ଅପରାଧୀମାନଙ୍କ ନେତୃତ୍ୱାଧୀନ ବିଦେଶରୁ ଆମଦାନୀ ହୋଇଥିବା ସରକାରକୁ ପ୍ରତ୍ୟାଖ୍ୟାନ କରିବା ଲାଗି ସ୍ୱତଃସ୍ଫୃତ ଭାବେ ଏଭଳି ଓ ଏତେ ସଂଖ୍ୟାରେ ଜନସମାଗମ ଆମ ଇତିହାସରେ ନ ଥିଲା। ସ୍ଥାନୀୟ ବିଶ୍ୱାସଘାତକମାନଙ୍କ ସହଯୋଗରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବିରୋଧରେ ସ୍ୱେଚ୍ଛାକୃତ ଓ ଭାବାବେଗପୂର୍ଣ୍ଣ ଅଭୂତପୂର୍ବ ପ୍ରତିବାଦ ପାଇଁ ସମସ୍ତ ପାକିସ୍ତାନୀଙ୍କୁ ଧନ୍ୟବାଦ ଜଣାଉଛି । ପାକିସ୍ତାନରେ ଓ ପାକିସ୍ତାନ ବାହାରେ ଥିବା ନାଗରିକମାନେ ଏଭଳି ସରକାରଙ୍କୁ ସମର୍ଥନ କରୁନାହାନ୍ତି ।

ଇସ୍‌ଲାମାବାଦ, କରାଚୀ, ପେଶୱାର୍, ମଲକନ୍ଦ, ମୁଲ୍‌ତାନ ଖାନେୱାଲ୍‌, ଖାଇବର୍, ଝଙ୍ଗ ଏବଂ କ୍ବେଟ୍ଟା ଆଦି ନଗରୀରେ ରାଲି ବାହାର କରି ପ୍ରତିବାଦକାରୀମାନେ ବିରୋଧୀ ଦଳଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ।

ପଞ୍ଜାବ ପ୍ରଦେଶରେ ବାହାରିଥିବା ରାଲିରେ ‘ଚୌକିଦାର୍‌ ଚୋର୍‌ ହୈ’ ସ୍ଲୋଗାନ୍‌ ଶୁଣାଯାଇଥିଲା। ‘ଲାଲ୍‌ ହାୱେଲି’ ନିକଟରେ ସମବେତ ହୋଇ ପ୍ରତିବାଦକାରୀମାନେ ଉପରୋକ୍ତ ସ୍ଲୋଗାନ୍‌ ଦେଇଥିଲେ। ପ୍ରତିବାଦକାରୀ ପାକିସ୍ତାନ ସେନାକୁ ଚୈକିଦାର ଭାବେ ଅଭିହିତ କରିଥିବା ବେଳେ ଚୈକିଦାର ଚୈର ହେ ବୋଲି ସ୍ଳୋଗାନ୍ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ଜୋ ବାଇଡେନ୍