spot_img
Home Blog Page 4535

ବିଜେଡିରେ ସାମିଲ୍ ହେଲେ ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତି ମଞ୍ଜରୀ ଦେଇ

ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ସବୁଠୁ ସୁଦୃଢ଼ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମସ୍ତଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରୁଛି । ବିଜେଡିରେ ଯୋଗ ଦେଇଛନ୍ତି ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତି ମଞ୍ଜରୀ ଦେଇ । ଶାନ୍ତି ମଞ୍ଜରୀ ଦେଇ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ । ଯୁବନେତା ରାଜକିଶୋର ଦାଶ ମଧ୍ୟ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ।

 Deogarh Renowned Educationist Santi Manjari Dei Joins BJD

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶାନ୍ତି ମଞ୍ଜରୀଙ୍କୁ ଦଳରେ ସାମିଲ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ବିଜେଡି ରାଜ୍ୟ ସମ୍ପାଦକ କୁନ ବିହାରୀ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ମାମଲା, ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ

ବାରିପଦା: ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ମାମଲା । ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରମନ୍ତ୍ରୀ ବାରିପଦା ଟାଉନ୍ ଥାନାରେ ହାଜର ହୋଇଛନ୍ତି । ଦୁଇ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି କେନ୍ଦ୍ରମନ୍ତ୍ରୀ ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ରମନ୍ତ୍ରୀ ଆଜି ପୂର୍ବାହ୍ନରେ ବାରିପଦା ଟାଉନ ଥାନାରେ ହାଜର ହୋଇଥିଲେ ।

Central Ministrer Bishweswar Tudu In Police Station

ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଯାହା ଆବଶ୍ୟକ ପଡ଼ିବ ସେ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାରିପଦା ଟାଉନ ଥାନା ଆଇଆଇସି । ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରତିବାଦରେ ମୟୂରଭଞ୍ଜରୁ ନେଇ ସାରା ରାଜ୍ୟରେ  ପ୍ରତିବାଦ ତୀବ୍ର ହୋଇଥିଲା । ଜିଲ୍ଲା ସରକାରୀ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କିଙ୍କୁ ୭ ଦିନ ମଧ୍ୟରେ ୩ ଥର ହତ୍ୟା ଉଦ୍ୟମ

କିଭ୍: ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ । ଗୋଟିଏ ସପ୍ତାହ ମଧ୍ୟରେ ଭୋଲୋଦିମିର ଜେଲେଂସ୍କିଙ୍କୁ ତିନିଥର ମାରିବାକୁ ଉଦ୍ୟମ କରାଯାଇଛି । ବ୍ରିଟିଶ୍ ଖବରକାଗଜ ଦ ଟାଇମ୍ସ ଏଭଳି ଦାବି କରିଛି । ଏହାଛଡ଼ା ଋଷ ଏଜେନ୍ସି ସହଯୋଗ ପାଇଁ ହତ୍ୟା ଉଦ୍ୟମ ବିଫଳ ହୋଇଥିବା ଦାବି କରିଛି ଦ ଟାଇମ୍ସ ।

ଫେବ୍ରୁଆରୀ ୨୪ ତାରିଖରେ ୟୁକ୍ରେନରେ ମିଲିଟାରୀ ଅପରେସନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହାପର ଠାରୁ ଯୁଦ୍ଧ ଜାରି ରହିଛି । ପଡ଼ୋଶୀ ଦେଶ ୟୁକ୍ରେନର କିଛି ଅଂଶକୁ ଋଷ ନିଜ ଅକ୍ତିଆରକୁ ନେଇ ସାରିଛି । ତଥାପି ୟୁକ୍ରେନ୍ ରାଜଧାନୀ କିଭକୁ ଅକ୍ତିଆର କରିପାରିନି ଋଷ ।

Ukraine President Zelensky Three Assassination Attempts

ବ୍ରିଟିଶ ଖବରକାଗଜ ଦ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେଲେଂସ୍କିଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା । ଏଥିରେ ଋଷ ସମର୍ଥିତ ୱାଗନର ଗ୍ରୁପ୍ ସହ ଚେଚନ ବିଶେଷ ବଳ ମଧ୍ୟ ସାମିଲ୍ । ପ୍ରତିଥର ଜେଲେଂସ୍କିଙ୍କୁ କରାଯାଇଥିବା ହତ୍ୟା ଉଦ୍ୟମକୁ ଋଷ ଫେଡେରାଲ୍ ସିକ୍ୟୁରିଟି ବ୍ୟୁରୋ ସହାୟତାରେ ବିଫଳ କରାଯାଇଥିଲା । କୁହଯାଉଛି ୟୁକ୍ରେନ୍ ସହ ଯୁଦ୍ଧ ବିପକ୍ଷରେ ରହିଛି ଏଫଏସବି ।

ଏହା ପୂର୍ବରୁ ଜେଲେଂସ୍କି ନିଜେ ଦାବି କରିଥିଲେ କି ତାଙ୍କୁ ମାରିବା ପାଇଁ କିଭକୁ ୪୦୦ ଅସ୍ତ୍ରଶସ୍ତ୍ର ପଠା ଯାଇଛି । ଆଉ ଏଥିପାଇଁ ବଡ଼ ଧରଣର ପୁରସ୍କାର ମଧ୍ୟ ରଖାଯାଇଛି ।

ପାକିସ୍ତାନ ମସଜିଦରେ ବିସ୍ଫୋରଣ, ୩୦ ମୃତ ଓ ୫୦ ଆହତ

ଇସଲାମାବାଦ: ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ  । ଏହି ବିସ୍ଫୋରଣରେ ୩୦ରୁ ଅଧିକ ଲୋକଙ୍କ ମୃତ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି  । ଆହତଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ପାକିସ୍ତାନର ପେଶାୱାରରେ ନମାଜ ବେଳେ ମସଜିଦ୍‌ରେ ବିସ୍ଫୋରଣ ହୋଇଥିବା ସୂଚନା  । ମସଜିଦ୍‌ରେ ଗୁଳି ଚାଳନା ପରେ ବିସ୍ଫୋରଣ ହୋଇଥିଲା ।

ସୂଚନା ଅନୁସାରେ, ପ୍ରଥମେ ମସଜିଦ୍‌ ଭିତରଥିବା ପୋଲିସ ଉପରକୁ ଗୁଳି ଚାଳନା କରାଯାଇଥିଲେ । ଏଥିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି  । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ବାସିନ୍ଦା ମିଶି ଆହତଙ୍କୁ ଉଦ୍ଧାର କରୁଛନ୍ତି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି  । ତେବେ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଖାଲି କରିଦିଆଯାଇଛି ।

ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟ ପ୍ରତିକ୍ରିୟା ଆସିଛି । ସେ ଘଟଣାକୁ ନିନ୍ଦା କରିବା ସହ ପେଶାୱାରର ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହା ପୂର୍ବରୁ ପାକିସ୍ତାନର କ୍ୱେଟାରେ ଗୁରୁବାର ଦିନ ବିସ୍ଫୋରଣ ହୋଇଥିଲା । ଏଥିରେ ପୋଲିସ ଅଧିକାରୀଙ୍କ ସମେତ ୩ ଲୋକଙ୍କ ପ୍ରାଣ ଯାଇଥିଲା ଏବଂ ୨୪ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ପୋଲିସ ଭ୍ୟାନ ପାଖରେ ହୋଇଥିଲା ଏବଂ ଏଥିରେ ଦେଢ କିଲୋର ବିସ୍ଫୋଟକ ବ୍ୟବହାର ହୋଇଥିଲା ।

୧୦୦ ତମ ମ୍ୟାଚରେ ୮ ହଜାର ରନ କ୍ଲବରେ ସାମିଲ ହେଲେ ବିରାଟ

ମୋହଲି: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଉଛି ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ଖେଳାଯାଉଥିବା ପ୍ରଥମ ମ୍ୟାଚ ଭାରତ ପାଇଁ ଏକ ଐତିହାସକ ଅଟେ । କାହିଁକି ନା ଏହି ମ୍ୟାଚରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ ଅଟେ । ତେବେ ନିଜର ୧୦୦ ତମ ମ୍ୟାଚରେ ୮ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ବିରାଟ କୋହଲି । ୮ ହଜାର ରନ କରିବାରେ ବିରାଟ ହେଉଛନ୍ତି ଷଷ୍ଠ ଖେଳାଳି । ବିରାଟ ଏହି ସଫଳତା ୧୬୯ ଇନିଂସରେ ପୂରଣ କରିଛନ୍ତି ।

ବିରାଟଙ୍କ ବ୍ୟତୀତ ସଚିନ୍ ତେନ୍ଦୁଲକର ୧୫୪ ଇନିଂସରେ ୮ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି । ସେହିପରି ୧୫୭ଟି ଇନିଂସରେ ରାହୁଲ ଦ୍ରାବିଡ, ୧୬୦ ଇନିଂସରେ ବିରେନ୍ଦ୍ର ସେହଓ୍ୱାଗ, ୧୬୬ ଇନିଂସରେ ସୁନୀଲ ଗାଭାସ୍କର ଓ ୨୦୧ ଇନିଂସରେ ଭିଭିଏସ ଲକ୍ଷ୍ମଣ ଏହି ଉପଲବ୍ଧି ହାସଲ କରିଛନ୍ତି ।

ଆଜିଠୁ ମହିଳା ଦିନିକିଆ ବିଶ୍ୱକପ ଆରମ୍ଭ, ଫେବ୍ରୁଆରୀ ୬ରେ ପାକିସ୍ତାନକୁ ଭେଟିବ ଭାରତ

ନ୍ୟୁଜିଲାଣ୍ଡ: ଆଜିଠାରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ । ଚଳିତ ମହିଳା ବିଶ୍ୱକପରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି । ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଭାରତ, ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଭାଗ ନେଇଛନ୍ତି । ରାଉଣ୍ଡ-ରବିନ ଏବଂ ନକଆଉଟ୍‌ ପର୍ଯ୍ୟାୟ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍‌ ଓ ଫାଇନାଲକୁ ମିଶାଇ ମୋଟ ୩୧ଟି ମ୍ୟାଚ୍‌ ଖେଳାଯିବ ।

ମୋଟ ୮ଟି ଦଳ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪ଟି ଦଳ ସେମି ଫାଇନାଲକୁ ଯିବେ । ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁରେ ମହିଳା ବିଶ୍ୱକପ ଖେଳାଯିବ । ସେମିଫାଇନାଲ୍‌ ମୁକାବିଲା ୱେଲିଂଟନ୍‌ ଓ ଖ୍ରୀଷ୍ଟଚର୍ଚ୍ଚ ମାର୍ଚ୍ଚ ୩୦ ଓ ୩୧ତାରିଖ ଅନୁଷ୍ଠିତ ହେବାକୁ ଥିବାବେଳେ ଏପ୍ରିଲ ୩ ତାରିଖ ଓଭାଲରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଫେବ୍ରୁଆରୀ ୬ରୁ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ ।

ତେବେ ଆଜି ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଓ୍ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲାଣ୍ଡ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓ୍ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୨୫୯ ରନ୍ କରିଥିଲା । ୨୬୦ ରନ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ୨୫୬ ରନରେ ସମସ୍ତ ଓ୍ୱିକେଟ ହରାଇଥିଲା । ଯାହା ଫଳରେ ଏହି ମ୍ୟାଚକୁ ଓ୍ୱେଷ୍ଟଇଣ୍ଡିଜ୍ ୩ ରନରେ ବିଜୟଲାଭ କରିଥିଲା ।

 

ୟୁକ୍ରେନରୁ ନବୀନଙ୍କ ଶବ ଆଣିବାକୁ ନେଇ ଏମିତି ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ନେତା

ବାଙ୍ଗାଲୁରୁ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତର ଅନେକ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ସେମାନଙ୍କୁ ସ୍ୱଦେଶ ଆଣିବାକୁ ଚାଲିଛି ଅହରହ ପ୍ରୟାସ ।  ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ଶବ ଅଣାଯିବାରେ ହେଉଥିବା ବିଳମ୍ବ ସଂକ୍ରାନ୍ତରେ ବିବାଦୀୟ ମନ୍ତବ୍ୟ ଦେଇ ‘ବିଜେପି’ ବିଧାୟକ ଅରବିନ୍ଦ ବେଲ୍ଲାଡ଼ ସମାଲୋଚନାର ଶିକାର ହୋଇଛନ୍ତି ।

ଜନ୍ମମାଟି ହାବେରିକୁ ନବୀନଙ୍କ ଶବ ଫେରାଇ ଅଣାଯିବାର ଅନିଶ୍ଚିତତା ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ବିମାନରେ ଶବ ଆଣିବାକୁ ଯେତିକି ଜାଗା ଆବଶ୍ୟକ ସେତିକି ଜାଗାରେ ୧୦ଜଣ ବସି ପାରିବେ ବୋଲି ସେ କହିଥିଲେ। ତାଙ୍କ ଭା‌ଷାରେ, ଲୋକମାନଙ୍କୁ ଆଣିବା ତ କଷ୍ଟକର। ଶବ ଆଣିବା ତା’ଠାରୁ କଷ୍ଟକର। ସେହି ବିମାନରେ ଶବ ଆଣିବାରେ ଯେତିକି ଜାଗା ଲାଗିବ ସେତିକି ଜାଗାରେ ୮ରୁ୧୦ଜଣ ଲୋକ ବସିକି ଆସିପାରିବେ । ଏଭଳି ଅସୁବିଧା ଥିବାରୁ ଶବ ଅଣାଯିବାରେ ବିଳମ୍ବ ଘଟୁଛି।

Russia Ukraine War One Indian Student Dead In Kharkiv

ସେ ଆହୁରି ମଧ୍ୟ କହିଛନ୍ତି, ନବୀନଙ୍କ ମରଶରୀର ଆଣିବାକୁ ସରକାର ଯଥେଷ୍ଟ ଉଦ୍ୟମ ଚଳାଇଛନ୍ତି। ୟୁକ୍ରେନ୍‌ ‘ୱାର୍‌ ଜୋନ୍‌’ ବୋଲି ସମସ୍ତେ ଜାଣିଛନ୍ତି। ଉଦ୍ୟମ ଚାଲିଛି, ଯଦି ସମ୍ଭବ ହୁଏ ଶବ ଫେରାଇ ଅଣାଯିବ। ସୂଚନାଯୋଗ୍ୟ, ଭାରତରୁ ଯାଇ ୟୁକ୍ରେନ୍‌ରେ ଡାକ୍ତରୀ ପଢୁଥିବା ଛାତ୍ର ନବୀନ ଶେଖରପ୍ପା ଯୁଦ୍ଧ ସମୟରେ ଖାର୍କିଭ୍‌ ସହରର ବଙ୍କର୍‌ ଭିତରୁ ଖାଇବାକୁ ଆଣିବାକୁ ବାହାରକୁ ଯାଇ ପ୍ରାଣ ହରାଇଥିଲେ।

ଏନେଇ ନବୀନଙ୍କ ଜଣେ ସାଙ୍ଗ କହିଛନ୍ତି, କିଛି ଖାଦ୍ୟ କିଣିବା ପାଇଁ ନବୀନ ବଙ୍କର୍‌ ବାହାରକୁ ଯାଇଥିଲେ। ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିଲା। ସେତେବେଳେ ଆମେ ଶୋଇଥିଲୁ। ବାହାରକୁ ଯିବା ପୂର୍ବରୁ ସେ ଆମକୁ କିଛି ଜଣାଇ ନ ଥିଲା।

ରେଲୱେ ପାଇଁ ଐତିହାସିକ ଦିନ: ସଫଳ ହେଲା କବଚ ଟେକନିକ୍

ରେଲୱେ କବଚ ଟେକନିକ୍: ଭାରତୀୟ ରେଲୱେ ପାଇଁ ଆଜିର ଦିନଟି ଐତିହାସିକ । ରେଲୱେ ‘କବଚ ଟେକନିକ୍’ ପରୀକ୍ଷଣ ସଫଳ ହୋଇଛି । ଏଥିରେ ଦୁଇଟି ଟ୍ରେନ ସାମ୍ନାସାମ୍ନି ଦୁର୍ଘଟଣାକୁ ଏଡ଼ାଇ ଦେଇ ହେବ । ଏହି ଟେକନିକରେ ଟ୍ରେନ ଟି ଦୂର୍ଘଟଣା ପୂର୍ବରୁ ଆପେ ଆପେ ରହିଯିବ । ତେବେ ଏହାକୁ ପରୀକ୍ଷଣ କରିବାକୁ ଯାଇ ଦୁଇଟି ଟ୍ରେନ୍ ମୁହାଁମୁହିଁ ଚଳାଚଳ କରିଥିଲା । ଏହି ପରୀକ୍ଷଣରେ ସାମିଲ ହୋଇଥିଲେ ରେଳମନ୍ତ୍ରୀ ।

ଏହି ପରୀକ୍ଷଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋଟିଏ ଟ୍ରେନରେ ଏବଂ ରେଳ ବୋର୍ଡର ଚେୟାରମ୍ୟାନ୍ ସମେତ ଅନ୍ୟ ଅଧିକାରୀମାନେ ଅନ୍ୟ ଏକ ଟ୍ରେନରେ ଉପସ୍ଥିତ ଥିଲେ । ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରୀକ୍ଷଣର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯେଉଁ ଟ୍ରେନରେ ଯାଉଥିଲେ ସେହି ଟ୍ରେନଟି ଆଗରୁ ଆସୁଥିବା ଟ୍ରେନର ୩୮୦ ମିଟର ପୂର୍ବରୁ ଅଟକି ଯାଇଥିଲା। କବଚ ଟେକନିକ କାରଣରୁ ଟ୍ରେନରେ ସ୍ୱୟଂଚାଳିତ ଭାବେ ବ୍ରେକ ଲାଗିଯାଇଥିଲା । ଏନେଇ ରେଳମନ୍ତ୍ରୀଙ୍କ ଦ୍ୱାରା ଏକ ମିନିଟର ଭିଡିଓ ସେୟାର କରାଯାଇଛି ଯେଉଁଥିରେ ରେଳମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଲୋକୋପାଇଲଟ କ୍ୟାବିନରେ ଅଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି କହିଛନ୍ତି ଯେ ରିୟର-ଏଣ୍ଡ୍ ଟକ୍କର ପରୀକ୍ଷଣ ସଫଳ ହୋଇଛି। କବଚ୍ ସ୍ୱୟଂଚାଳିତ ଭାବରେ ଧକ୍କା ହେବାକୁ ଥିବା  ଅନ୍ୟ ଟ୍ରେନ ଠାରୁ ୩୮୦ ମିଟର ପୂର୍ବରୁ ଅଟକି ଯାଇଛି ।

ସୂଚନା ଅନୁସାରେ, ଭାରତୀୟ ରେଲୱେ କ୍ରମାଗତ ଭାବରେ କବଚ ଟେକନିକ୍ ଉପରେ କାର୍ଯ୍ୟ କରୁଥିଲା, ଯାହା ଭବିଷ୍ୟତରେ ଏହାର ଲକ୍ଷ ଶୂନ୍ୟ ଦୁର୍ଘଟଣା ହୋଇପାରେ । ତେଣୁ ଶୁକ୍ରବାର ଦିନ ଟ୍ରେନ୍ ଧକ୍କା ସୁରକ୍ଷା ବ୍ୟବସ୍ଥା କବଚ’ର ପରୀକ୍ଷଣ କରାଯାଇଥିଲା।

ପାଣିକୋଇଲିରେ ଉଦଘାଟିତ ହୋଇଛି ’ସକାଳ’ ଖବରକାଗଜର ତୃତୀୟ ପ୍ରିଣ୍ଟିଂ ପ୍ରେସ୍

ଯାଜପୁର: ଯାଜପୁର ଜିଲ୍ଲାର ପାଣିକୋଇଲିଠାରେ ଆଜି ’ସକାଳ’ ଖବରକାଗଜର ତୃତୀୟ ପ୍ରିଣ୍ଟିଂ ପ୍ରେସ୍ ଉଦଘାଟିତ ହୋଇଛି । ସକାଳ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହାକୁ ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ଜୟପୁର ଓ ସମ୍ବଲପୁର ଠାରେ ’ସକାଳ’ର ପ୍ରିଣ୍ଟିଂ ପ୍ରେସ୍ ସ୍ଥାପିତ ହୋଇସାରିଛି । ପାଠକଙ୍କ ନିକଟରେ ଶୀଘ୍ର ଓ ଅଧିକ ଆଞ୍ଚଳିକ ଖବର ପହଁଚାଇବା ପାଇଁ ’ସକାଳ’ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପାଣିକୋଇଲିଠାରେ ସ୍ଥାପିତ ପ୍ରିଣ୍ଟିଂ ପ୍ରେସରୁ ୫ଟି ଜିଲ୍ଲାକୁ ସକାଳ ବିତରଣ କରାଯିବ । ଏହି ଜିଲ୍ଲାଗୁଡିକ ହେଲା ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୁରଭଂଜ ଓ କେନ୍ଦୁଝର ।

ପ୍ରିଣ୍ଟିଂ ପ୍ରେସ୍ ଉଦଘାଟନ ଉତ୍ସବରେ ମାନସ ମଙ୍ଗରାଜଙ୍କ ସହ ’ସକାଳ’ର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାଶ, ବ୍ୟୁରୋ ମୁଖ୍ୟ ରଂଜିତ ମହାନ୍ତି, ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ବର ସାହୁ, ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ ସିଓଓ ଜବର ସିଂ ପନୱାର ପ୍ରମୁଖ ଉପସ୍ଥିତ ଥିଲେ । ସକାଳ ଓ ନନ୍ଦିଘୋଷ ଟିଭିର ୫ଟି ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନେ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ । ସାଧାରଣ ଲୋକଙ୍କ କଥା କହି ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଜିଲ୍ଲା ପ୍ରତିନିଧିମାନଙ୍କୁ ମାନସ ମଙ୍ଗରାଜ ପରାମର୍ଶ ଦେଇଥିଲେ । ସକାଳ ଅତି କମ୍ ସମୟ ଭିତରେ ପାଠକୀୟ ଆଦୃତି ହାସଲ କରିଛି । ଆଗକୁ ଏହା କିଭଳି ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜ ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ମାନସ ମଙ୍ଗରାଜ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ସଫଳତା ପାଇଁ ନିରପେକ୍ଷତା ମୁଖ୍ୟ ଆୟୁଧ ବୋଲି ମଧ୍ୟ ସେ କହିଛନ୍ତି । ସକାଳ ଓ ନନ୍ଦିଘୋଷ ଟିଭି ଲୋକଙ୍କ ସ୍ବର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଏହି ଉତ୍ସବରେ ସକାଳର ଯାଜପୁର ଜିଲ୍ଲା ପ୍ରତିନିଧି ସର୍ଜିତ ମହାନ୍ତି, ଭଦ୍ରକ ଜିଲ୍ଲା ପ୍ରତିନିଧି ଉମାକଲ୍ୟାଣ ମହାପାତ୍ର, ବାଲେଶ୍ବର ଜିଲ୍ଲା ପ୍ରତିନିଧି ଅସୀମ ମହାପାତ୍ର, କେନ୍ଦୁଝର ଜିଲ୍ଲା ପ୍ରତିନିଧି ଶରତ ଚନ୍ଦ୍ର ଦାସ, ମୟୁରଭଂଜ ଜିଲ୍ଲା ପ୍ରତିନିଧି ମନୋଜ ପଣ୍ଡା ପ୍ରମୁଖ ସେମାନଙ୍କ ଜିଲ୍ଲାରେ ସକାଳର ସ୍ଥିତି ଓ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସକାଳ ପ୍ରସାରଣ ବିଭାଗର ମୁଖ୍ୟ ବିଜୟ ଦାସ, ପ୍ରଡକ୍ସନ ମୁଖ୍ୟ ଶୁଭେନ୍ଦୁ ସାମଲ, ବିଜ୍ଞାପନ ବିଭାଗର ମୁଖ୍ୟ ଜ୍ୟୋତି ରଂଜନ ପାଣିଗ୍ରାହୀ, ନନ୍ଦିଘୋଷ ଟିଭି ବିଜ୍ଞାପନ ବିଭାଗ ମୁଖ୍ୟ ପବିତ୍ର ପ୍ରଧାନ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । ନନ୍ଦିଘୋଷ ଓ ସକାଳ ମାନବ ସମ୍ବଳ ବିଭାଗର ମୁଖ୍ୟ ଜିଷ୍ଣୁ ମହାନ୍ତି ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ ।

Jioର ବମ୍ଫର ଅଫର ! ଖୁବ୍ କମ୍ ଟଙ୍କା ବିନିମୟରେ ମିଳିବ ଡାଟା ଲୋନ୍

ନୂଆଦିଲ୍ଲୀ: ରିଲାଏନ୍ସ ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ । ଦେଶରେ ଏହାର ବ୍ୟବହାରକାରୀ ମଧ୍ୟ ଅନେକ । କମ୍ପାନୀ ତାର ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସର୍ଭିସ ଦେଇଥାଏ । ଏମିତି ଏକ ସର୍ଭିସ ହେଉଛି ଡାଟା ଲୋନ । ଟେଲିକମ୍ ଅପରେଟର ଜିଓ ଏମରଜେନ୍ସି ଡାଟା ଭାଉଚର ସୁବିଧାକୁ ପୂର୍ବରୁ ଲଞ୍ଚ କରିଥିଲା । ଏହି ସୁବିଧା ମାଧ୍ୟମରେ ଉପଭୋକ୍ତାମାନେ ଡାଟା ଲୋନ ନେଇ ପାରିବେ ।

ଅର୍ଥାତ୍ ଯେଉଁ ଉପଭୋକ୍ତାମାନେ ଡାଟା ଚାହୁଁଛନ୍ତି ଏବଂ ସେମାନଙ୍କ ପାଖରେ କୌଣସି ଅର୍ଥ ରାଶି ନାହିଁ ତେବେ ସେମାନେ ଏହି ସୁବିଧାର ବ୍ୟବହାର କରି ଡାଟା ଧାର ନେଇପାରିବେ । ତେବେ ଜିଓ ଡାଟା ଲୋନ ପାଇଁ ଆପଣଙ୍କ ପାଖରେ MY Jio ଆପ୍ ରହିବା ନିହାତି ଆବଶ୍ୟକ । ଏଠାରେ ଲଗ୍ ଇନ୍ କରି ଜିଓ ୟୁଜର୍ସ ଲୋନ କରିପାରିବେ ।

କେମିତି କରିବେ ଲୋନ ?

ଜିଓ ଡାଟା ଲୋନ ପାଇଁ ଉପଭୋକ୍ତାମାନଙ୍କୁ ପ୍ରଥମେ  My Jio ଆପ୍ ଡାଉନଲୋଡ କରିବାକୁ ପଡ଼ିବ । ଏହାପରେ ଏଥିରେ ଲଗଇନ କରିବାକୁ ପଡ଼ିବ । ଏବଂ ପରେ ଆପଣଙ୍କ ସ୍କ୍ରିନର ଉପରେ ଥିବା ବିକଳ୍ପ ଉପରେ କ୍ଲିକ କରି ମୋବାଇଲ ସର୍ଭିସକୁ ଯାଇପାରିବେ ।  ଏଠାରେ ଆପଣଙ୍କୁ Emergency Data Voucherର ବିକଳ୍ପ ମିଳିବ । ଏହାପରେ ଆପଣଙ୍କୁ Get Emergency Data ଉପରେ କ୍ଲିକ କରିବାକୁ ପଡ଼ିବ  । ଏବଂ ସେଠାରେ ଥିବା ଆପଣଙ୍କୁ Activate Now ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏମିତି ଭାବେ ଆପଣଙ୍କୁ ଜିଓ ଡାଟା ଲୋନ ମିଳିପାରିବ ।

ଏହି ସୁବିଧା ଅନୁସାରେ ଆପଣ ୨୫ଟଙ୍କା ମୂଲ୍ୟରେ 2GBର ଡାଟା ନେଇ ପାରିବେ । ଏହି ଅର୍ଥକୁ ଆପଣ My JIo ସାହାଯ୍ୟରେ ଦେଇପାରିବେ । ଏହି ସୁବିଧା ସବୁ ପ୍ରିପେଡ଼ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ । ଯଦି ଆପଣ ଏହି ଲୋନ ପରିଶୋଧ ନ କରନ୍ତି ତେବେ ଆପଣ ଦ୍ୱିତୀୟ ଥର ଏହି ସୁବିଧା ପାଇପାରିବେ ନାହିଁ ଏବଂ ଜିଓ  ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବ ।