ମହାନଦୀରୁ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ: ଏବେ ବି ଜଣେ ନିଖୋଜ

1 min read

କଟକ: ମହାନଦୀରରୁ ମିଳିଲା ଆଉ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ଆଉ ଜଣେ ଛାତ୍ର ନିଖୋଜ ଅଛନ୍ତି । ଗାଧୋଇବାକୁ ଯାଇ କଟକ ମହାନଦୀରେ ବୁଡ଼ିଯାଇଥିଲେ ୩ ଛାତ୍ର ।

ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ୨ ଜଣ ନିଖୋଜ ଥିଲେ । ରାତି ହେବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଥିଲା । ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଅଗ୍ନିଶମ ବାହିନୀ ସମେତ ଓଡ୍ରାଫ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ନିଖୋଜ ଥବା ଦୁଇ ଛାତ୍ରଙ୍କ ମଧ୍ୟରୁ ଆଜି ଆୟୁର ଖାନଙ୍କ ମୃତଦେହ ଉଦ୍ଧାର ହୋଇଛି । ସିଦ୍ଧିକ୍ ଖାନଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ । ଗତକାଲି ସାହିଲ ଖାନଙ୍କ ମୃତଦେହ ଠାବ ହୋଇଥିଲା ।

https://www.youtube.com/watch?v=VxeZj29kVC0