spot_img
Home Blog Page 4537

ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବିଫଳ

କିଭ୍: ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବିଫଳ । ପୋଲାଣ୍ଡ-ବେଲାଋଷ ସୀମାନ୍ତରେ ଋଷ ଓ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ମିଶନ ୟୁକ୍ରେନ ନିଷ୍ପତ୍ତିରେ ଅଟଳ ରହିଛି ଋଷ । ୟୁକ୍ରେନ ନାଗରିକଙ୍କ ସୁରକ୍ଷା ପାଇଁ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିବା ଋଷ ପ୍ରତିନିଧି ଭ୍ଲାଦିମିର ମୋଦିନସ୍କ କହିଛନ୍ତି ।

Ukraine Banned 18 To 60 Years Old Male To Leave Country During War

ୟୁକ୍ରେନ ନାଗରିକଙ୍କ ସୁରକ୍ଷା ପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି । ବୈଠକ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପୁଟିନଙ୍କ ସହ କଥା ମଧ୍ୟ ହୋଇଥିଲେ । ମାତ୍ର ଏହା ବିଫଳ ହୋଇଛି । ୯୦ ମିନଟର କଥାବାର୍ତ୍ତା ପରେ ମାକ୍ରନ କହିଛନ୍ତି- ଆଗକୁ ୟୁକ୍ରେନ ଲାଗି ଅତି ଖରାପ ସମୟ ଆସୁଛି । ତେଣେ ୟୁକ୍ରେନରେ ଥିବା ସମସ୍ତ ଋଷୀୟ ସମ୍ପତ୍ତି ଜବତ କରିବା ଲାଗି ୟୁକ୍ରେନ ପାର୍ଲାମେଣ୍ଟରେ ପ୍ରସ୍ତାବ ଗୃହୀତ ହୋଇଛି ।

Biden Addresses Nation After US Troops Leave Afghanistan, Calls Evacuation A 'Extraordinary Success'

ଋଷର ଆକ୍ରମଣ ତଥା ଯୁଦ୍ଧ ଅପରାଧର ତଦନ୍ତ କରିବାକୁ ଜାତିସଂଘ ନିଷ୍ପତ୍ତି ନେଇଛି । ସେପଟେ ୟୁକ୍ରେନ ସମର୍ଥନରେ ପୁଣି ଋଷ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଋଷର ୧୯ ବିଶିଷ୍ଟ ଲୋକଙ୍କୁ ଆମେରିକା ବ୍ୟାନ୍ କରିଛି । ସେମାନଙ୍କ ମଧ୍ୟରେ କେତେଜଣ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଅତି ନିକଟତର ଥିବା ଜଣାପଡ଼ିଛି ।

କିଭ୍ ଓ ଖାର୍କିଭ ପରେ ଋଷର ଟାର୍ଗେଟରେ ଚେର୍ନିହାଇବ

କିଭ୍: ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି ଋଷ । କିଭ୍ ଓ ଖାର୍କିଭ ପରେ ଋଷ ବର୍ତ୍ତମାନ ଚେର୍ନିହାଇବକୁ ଟାର୍ଗେଟ କରିଛି । ୟୁକ୍ରେନ ଗଣମାଧ୍ୟମ ଅନୁଯାୟୀ, ଚେର୍ନିହାଇବରେ ଋଷର ଏୟାର ଷ୍ଟ୍ରାଇକ କରିଛି ଏବଂ ଏଥିରେ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ହେବା ସହ ୧୮ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ଦାବି କରିଛି ଯେ ଚେର୍ନିହାଇବର ଆବାସିକ ଅଞ୍ଚଳରେ ଋଷ ଏହି ଆକ୍ରମଣ କରିଛି। ସାଧାରଣ ଜନତାଙ୍କ ଜୀବନ ଯିବା ସହ ଆକ୍ରମଣରେ ଘର, ବ୍ରିଜ୍ ଏବଂ ରାସ୍ତାର ବ୍ୟାପକ କ୍ଷୟକ୍ଷତି ହୋଇଛି।

ଚେର୍ନିହାଇବ ଉପରେ ଋଷର ଏୟାର ଷ୍ଟ୍ରାଇକ୍ ପରେ ସାଟେଲାଇଟର କିଛି ଚିତ୍ର ସାମ୍ନାକୁ ଆସିଛି। ଆଉ ଏହି ଚିତ୍ରରେ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି । ଋଷର ଆକ୍ରମଣରେ ଚେର୍ନିହାଇବର ସଡ଼କ, ବ୍ରିଜ୍ ଏବଂ ଘରଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି । ସାଟେଲାଇଟ୍ ଚିତ୍ରଗୁଡ଼ିକରେ ଆକ୍ରମଣ ସ୍ଥାନରେ ଧୂଆଁ ଭଳି ଦେଖାଯାଉଛି ।

ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ

ଅନ୍ୟପକ୍ଷରେ, ୟୁକ୍ରେନର ଏନର୍ହୋଦରରେ ୟୁରୋପର ବୃହତ୍ତମ ଆଣବିକ କାରଖାନା(ନ୍ୟୁକ୍ଲିୟର ପ୍ଲାଣ୍ଟ) ଉପରେ ହୋଇଥିବା ଆକ୍ରମଣର ଖବର ସାମ୍ନାକୁ ଆସୁଛି । ୟୁକ୍ରେନ ଦାବି କରିଛି ଯେ, ଋଷର ଆକ୍ରମଣରେ ଦକ୍ଷିଣ ୟୁକ୍ରେନର ଏନର୍ହୋଦରରେ ଥିବା ୟୁରୋପର ବୃହତ୍ତମ ଆଣବିକ କାରଖାନାରେ ନିଆଁ ଲାଗିଛି । ସୂଚନା ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ଜାପୋରିଜିଆ ଆଣବିକ କାରଖାନା ନିକଟରୁ ଧୂଆଁ ବାହାରୁଛି। ଏହି କାରଖାନା ୟୁକ୍ରେନରେ ୨୫ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କରିଥାଏ । କାରଖାନାର ମୁଖପାତ୍ର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ନିଆଁକୁ ଆୟତ୍ତ କରିବା ପାଇଁ ଗୁଳି ବନ୍ଦ କରିବା ଅତ୍ୟନ୍ତ ଜରୁରୀ ।

ଯୁଦ୍ଧରେ ୟୁକ୍ରେନର ୨ହଜାର ସାଧାରଣ ନାଗରିକ ନିହତ

ୟୁକ୍ରେନ ଅଧିକାରୀମାନେ ଦାବି କରିଛନ୍ତି ଯେ ଆକ୍ରମଣର ପ୍ରଥମ ଦିନରୁ ଋଷ ୪୮୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଏବଂ ୟୁକ୍ରେନର ପ୍ରତିରକ୍ଷା ବ୍ୟବସ୍ଥା କେତକ କ୍ଷେପଣାସ୍ତ୍ରକୁ ନିସକ୍ରିୟ କରିଛି । ଜାତିସଂଘ ଦାବି କରିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧରେ ୨୨୭ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏବଂ ୫୨୫ଜଣ ଆହତ ହୋଇଛନ୍ତି  । କିନ୍ତୁ ୟୁକ୍ରେନ କହିଛି ଯେ ଋଷର ଆକ୍ରମଣରେ ଏପର୍ଯ୍ୟନ୍ତ ଏହାର ୨ହଜାର ନାଗରିକଙ୍କର ମୃତ୍ୟୁ ହୋଇଛି ।

ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରିଲେ ଆଉ ୩୭ ଓଡ଼ିଆ

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟା ଲଢ଼େଇ । ଏହାରି ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଜାରି ରହିଛି ମିଶନ । ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟ ନାଗରିକଙ୍କୁ ଭାରତ ଆଣାଯାଉଛି । ତେବେ ଏହାରି ଭିତରେ ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ୟୁକ୍ରେନରୁ ଆଉ ୩୭ ଓଡ଼ିଆ ଛାତ୍ରଛାତ୍ରୀ ଫେରିଛନ୍ତି । ରାଜ୍ୟ ସରକାରଙ୍କ ସହାୟତାରେ ଯୁଦ୍ଧ ଭୂମିରୁ ଛାତ୍ରଛାତ୍ରୀ ଛାତ୍ରଛାତୀ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ନିଜ ପରିବାରକୁ ଦେଖି ସମସ୍ତ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇଥିଲେ ।

ଓଡ଼ିଶାରେ ପହଞ୍ଚିବା ପରେ ଭୟଙ୍କର ଅନୁଭୂତି ବଖାଣିଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହାୟତାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଛନ୍ତି ଛାତ୍ରଛାତ୍ରୀ । ରାତି ୧୦ ଟା ୩୦ରେ ଇଣ୍ଡିଗୋ ବିମାନରେ ପହଂଚିବା ପରେ ଓଡିଶା ମୋ ପରିବାର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଓଡିଶା ପର୍ଯ୍ୟଟନ ବିକାଶ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାନ ଦ୍ୱାରା ଛାତ୍ରଛାତ୍ରୀ ନିଜ ନିଜ ଗନ୍ତ୍ୟବ ସ୍ଥଳୀରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଥିଲା ।

 

ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର: ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଦୁଇ ଦିନ ପରେ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରିନାହିଁନ୍ତି କୌଣସି ରାଜନୈତିକ ଦଳ । ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଥିବା ବେଳେ ବ୍ରହ୍ମପୁର ଏବଂ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଯାହାକୁ ନେଇ ମହିଳା ଆଶାୟୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ଭୁବନେଶ୍ୱରର ୬୭ଟି ୱାର୍ଡ ଏବଂ ମେୟର ପଦବୀ ପାଇଁ ନିର୍ବାଚନ ଥିବା ବେଳେ ଦୁଇଦିନରେ ୩୭୧ ଆଶାୟୀ କର୍ପୋରେଟର ପଦବୀ ପାଇଁ ଏବଂ ୮ ଜଣ ମେୟର ପଦବୀ ପାଇଁ ଫର୍ମ ନେଇଥିବା ଜଣାପଡ଼ିଛି । ଆଜି ତୃତୀୟ ଦିନରେ ୩ ପ୍ରମୁଖ ଦଳ କଂଗ୍ରେସ ବିଜେପି ଓ ବିଜେଡି ସେମାନଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି ।

ପଞ୍ଚାୟତ ନିର୍ବାଚନର ଫଳାଫଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ ଓ ନିର୍ମଳ ଶାସନକୁ ଆଧାର କରି ପୌର ନିର୍ବାଚନରେ ମଧ୍ୟ ଅନୁରୂପ ସଫଳତା ହାସଲ କରିବା ପାଇଁ ଆଶା ରଖିଛି ଶାସକ ବିଜେଡି ଦଳ । ସେପଟେ ପୌର ନିର୍ବାଚନରେ ପଞ୍ଚାୟତ ନିର୍ବାଚନର ଫଳାଫଳ କିଛି ବି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବିରୋଧୀ ।

ଆଜିଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍, ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବେ ବିରାଟ

ମୋହାଲି: ଆଜିଠୁ ଆରମ୍ଭ ହେଉଛି ଭାରତ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ । ମୋହାଲିରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ସକାଳ ୯ଟାରେ ଆରମ୍ଭ ହେବ ମ୍ୟାଚ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବେ । ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେଙ୍କ ବିନା ଆଜିର ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ଟିମ୍ ଇଣ୍ଡିଆ । ଦୁଇ ଖେଳାଳିଙ୍କ ଖରାପ ପ୍ରଦର୍ଶନ କାରଣରୁ ଚୟନ କର୍ତ୍ତା ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦଳରୁ ବାହାରେ ରଖିଛନ୍ତି ।

ଅନ୍ୟପଟେ ଶହେ ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ସେହି କିର୍ତ୍ତୀମାନ ହାସଲ କରିବାକୁ ଯାଉଛନ୍ତି ବିରାଟ । କୋହଳିଙ୍କ ସମ୍ମାନରେ ପଞ୍ଜାବ କ୍ରିକେଟ ଆସୋସିଏସନ୍ ପକ୍ଷରୁ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯାଇଛି । ଏହି କ୍ରମରେ  ଶହେ ତମ ଟେଷ୍ଟ ଖେଳିଥିବା ବିଶ୍ବର ୭୧ ତମ ଖେଳାଳି ହେବାକୁ ଯାଉଛନ୍ତି କୋହଲି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ଖେଳି ବିଶ୍ବର ସର୍ବାଧିକ ମ୍ୟାଚ ଖେଳିଥିବାର ଗୌରବ ହାସଲ କରିଛନ୍ତି । ଭାରତ ପକ୍ଷରୁ ସଚିନଙ୍କ ବ୍ୟତୀତ ରାହୁଲ ଦ୍ରାବିଡ୍, ବୀରେନ୍ଦ୍ର ସେହେଓ୍ୱାଗ, ସୌରଭ ଗାଙ୍ଗୁଲି, ହରଭଜନ ସିଂ ଭାରତ ପକ୍ଷରୁ ଶହେଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ଶହେ ତମ ଟେଷ୍ଟ ମ୍ୟାଚ ଖେଳିବେ ବିରାଟ

ନନ୍ଦିଘୋଷ ବ୍ୟୁରୋ: ଟେଷ୍ଟ କ୍ୟାରିୟରର ଶହେ ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲି । ମୋହାଲି ଠାରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ ଖେଳି ସେହି କିର୍ତ୍ତୀମାନ ହାସଲ କରିବାକୁ ଯାଉଛନ୍ତି । ମୋହାଲିଙ୍କ ସମ୍ମାନରେ ପଞ୍ଜାବ କ୍ରିକେଟ ଆସୋସିଏସନ୍ ପକ୍ଷରୁ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯାଇଛି ।

ଏହି କ୍ରମରେ ଶହେ ତମ ଟେଷ୍ଟ ଖେଳିଥିବା ବିଶ୍ବର ୭୧ ତମ ଖେଳାଳି ହେବାକୁ ଯାଉଛନ୍ତି କୋହଲି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ଖେଳି ବିଶ୍ବର ସର୍ବାଧିକ ମ୍ୟାଚ ଖେଳିଥିବାର ଗୌରବ ହାସଲ କରିଛନ୍ତି । ଭାରତ ପକ୍ଷରୁ ସଚିନଙ୍କ ବ୍ୟତିତ ରାହୁଲ ଦ୍ରାଭିଡ୍, ବୀରେନ୍ଦ୍ର ସେହ୍ବାକ, ସୌରଭ ଗାଙ୍ଗୁଲି , ହରବଜନ ସିଂ ଶହେଟି ଟେଷ୍ଟ ଖେଳିଛନ୍ତି ।

ୟୁକ୍ରେନରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ, ପ୍ଲାନ କଲେ ସରକାର

ଭୁବନେଶ୍ୱର: ଯୁଦ୍ଧ ଭୂମିରୁ ଓଡ଼ିଆ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମେଗା ପ୍ଲାନ  ।  ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ସୁରକ୍ଷିତ ଭାବେ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ  । ୪ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ୟୁକ୍ରେନ ସହ ଅନ୍ୟ ଦେଶକୁ ଚାଲି ଯାଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର ।

ଏଥିପାଇଁ ନୂଆଦିଲ୍ଲୀ ରେସିଡେଣ୍ଟ କମିଶନଙ୍କ କାର୍ଯ୍ୟାଳୟ ନୋଡାଲ ଅଫିସ ହେବ ବୋଲି ଘୋଷଣା କରାଯାଇଛି । ପୋଲାଣ୍ଡ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦାୟିତ୍ୱ ବିକ୍ରମାଦିତ୍ୟଙ୍କୁ ଦିଆଯାଇଛି । ଏବେ କିଟ୍ ଓ କିସ ବିଶ୍ୱବିଦ୍ୟାଳୟର ଉପସଭାପତି ଅଛନ୍ତି ବିକ୍ରମାଦିତ୍ୟ । ସେହିଭଳି ହଙ୍ଗେରୀ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ UNFCRର ବରିଷ୍ଠ ଅଧିକାରୀ ଆରୁଷି ରାୟଙ୍କୁ ନିଯୁକ୍ତି ଦିଆଯାଇଛି ।

ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଦାୟିତ୍ୱ ମିଳିଛି । ସ୍ଲୋଭାକିଆ ପାଇଁ କଲସଲଟାଣ୍ଟ ଭାବେ କାର୍ଯ୍ୟରତ ଅନୁରାଗ ପଟ୍ଟନାୟକଙ୍କୁ ମିଳିଛି ହଙ୍ଗେରୀ ଦାୟିତ୍ୱ । ଗୋଟେପଟେ ଅନେକ ଦେଶର ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି  । ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରୁଥିଲେ ମଧ୍ୟ ସେଠାକାର ସରକରା ଫେରାଇ ଆଣିବାରେ ବିପଳ ହେଉଛନ୍ତି  । କିନ୍ତୁ ଏପରି  ଘଡ଼ିସନ୍ଧି ସମୟରେ ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କ ପରିବାର ବର୍ଗକୁ ଆଶାସ୍ୱନା ଦେଇଛି  ।

କଂଗ୍ରେସ କରୁଛି ମାନସ ମନ୍ଥନ, ଏକାଠି ହେଲେ ତୁଙ୍ଗ ନେତା

ଭୁବନେଶ୍ୱର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ମାନସ ମନ୍ଥନ । ଗାଁରେ ଭୋଟର ମୁହଁ ଫେରାଇଲେ, ସହରରେ  ଯୋଡ଼ି ହେବା ପାଇଁ କଂଗ୍ରେସର ସମୀକ୍ଷା  ।  ଡିଜିଟାଲ ମେମ୍ବରସିପ୍‌ ଡ୍ରାଇଭ ଓ ସାଂଗଠନିକ ନିର୍ବାଚନ ବ୍ୟାନରରେ ଏକାଠି ହୋଇଛନ୍ତି ତୁଙ୍ଗ ନେତା। ପରାଜୟର ସମୀକ୍ଷା ସହ ଆଗମୀ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

ଗ୍ରାଣ୍ଡ ଲୁମ୍ବିନି କନଭେନସନରେ ଚାଲିଥିବା ଡିଜିଟାଲ ମେମ୍ବରସିପ ଡ୍ରାଇଭ ଜରିଆରେ ଆଗାମୀ ଦିନରେ ଦଳ ଲୋକଙ୍କ ପାଖରେ ପହଞ୍ଚିବ । ଏଥିସହ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବ । ସମୀକ୍ଷା ବୈଠକରେ କଂଗ୍ରେସ ପ୍ରଭାରୀ, ସହ ପ୍ରଭାରୀ, ପିସିସି ସଭାପତି, ପୂର୍ବତନ ସଭାପତି, ସାଂସଦଙ୍କ ସହ ଜିଲ୍ଲା ସଭାପତି, ବିଧାୟକ ଓ ତୁଙ୍ଗ ନେତା ଦଳକୁ ଆଗକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ସାଢେ ୩ଘଣ୍ଟା ଧରି ରୁଦ୍ଧ ଦ୍ବାର ବୈଠକରେ ବିଭିନ୍ନ ଏଜେଣ୍ଡା ନେଇ ଆଲୋଚନା ହୋଇଛି । ଦଳ କାହିଁକି ଶୋଚନୀୟ ପରାଜୟ ଭୋଗିଲା? ପରାଜୟ ପଛର କାରଣ କଣ? କିଭଳି ଅଧିକ ସଭ୍ୟ ସଂଗ୍ରହ ହୋଇପାରିବେ?ସରକାର ସପକ୍ଷରେ ବହୁଥିବା ଜନମତକୁ କିଭଳି ନିଜ ସପକ୍ଷରେ ଆଣି ପାରିବେ, ସେନେଇ ବିଚାର ବିମର୍ଶ କରାଯାଇଛି ।

ବିଜୟଙ୍କ ପ୍ରଶ୍ନରେ ପୃଥ୍ୱୀରାଜଙ୍କ ଜବାବ

ଭୁବନେଶ୍ୱର: ସତ କହି ନିଜ ଦଳ ବିଜେପି ଟାର୍ଗେଟରେ  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ବିରୋଧୀଙ୍କ ଭୂମିକା ନେଇ ବିଜୟ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ମୈଦାନରେ ଏକା ବିଜେଡି ହିଁ ଲଢୁଥିଲା, ଅନ୍ୟ ବିରୋଧୀ ପ୍ରଚାରରେ ଦିଶୁନଥିଲେ । ଆଉ ଏହାହିଁ ବିଜେଡିକୁ ଅବିଶ୍ବାସନୀୟ ବିଜୟ ଆଣିଦେଇଥିବା କହିଥିଲେ ବିଜୟ। ଗତ ନିର୍ବାଚନରେ ବିଜେପି ରାଜ୍ୟରେ ଭଳ ପ୍ରଦର୍ଶନ କରିଥିବାବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ନ୍ୟୁନ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠାଇଥିଲେ ବିଜୟ  ।

ନିର୍ବାଚନ ଫଳାଫଳ ନେଇ ବିଜୟଙ୍କ ଏଭଳି ବିସ୍ଫୋରକ ବୟାନକୁ ତାଙ୍କ ଦଳର ଅନ୍ୟ ନେତା ହଜମ କରିପାରୁନାହାଁନ୍ତି । ବିଜୟଙ୍କ ଏଭଳି ବିବୃତିର ଜବାବ ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ । ବିଜେପି ପୂରା ଦମ୍‌ରେ ଲଢୁଥିଲା। ଆସନ ସଂଖ୍ୟା କମିଛି । ଯେଉଁ ନେତାଙ୍କୁ ଯେଉଁ ଦାୟିତ୍ବ ଦିଆଯାଇଥିଲା ସେମାନେ ପୂରା ଦମ୍‌ରେ ଲଢିଥିଲେ ବୋଲି କହିଛନ୍ତି ପୃଥ୍ୱୀରାଜ। ବିଜେପି ଗୋଟିଏ ଟିମ୍‌ ହୋଇ ପୂରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲଢୁଥିଲା । ତେଣୁ ସମାଲୋଚନାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ସେହିପରି ବିଜୟଙ୍କ ପ୍ରଶ୍ନକୁ ସାମ୍ନା କରି ପୃଥ୍ୱୀରାଜ କହିଛନ୍ତି, ବିଜେପିର ଆସନ କମିଛି, କିନ୍ତୁ ଭୋଟ ହାର ଭଲ ଅଛି । ଗତ ପଂଚାୟତ ନିର୍ବାଚନ ତୁଳନାରେ ୨ଲକ୍ଷ ଭୋଟ କମ୍‌ ଭୋଟ ପାଇଛୁ l ଏହି ବିଫଳତାକୁ ପଛରେ ପକାଇ ପୌର ନିର୍ବାଚନ ଦଳ ପୂରା ପ୍ରସ୍ତୁତ ରହିଛି । ଫଳାଫଳ ଭଲ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ l

ଅନିଶ୍ଚିତତାରେ ବାରବାଟୀ ମ୍ୟାଚ, ୧୨ରେ ହୋଇପାରେ ନିର୍ଣ୍ଣୟ

କଟକ: ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବା ପାଇଁ ଚାହିଁ ରହିଛନ୍ତି ଓଡ଼ିଶାବାସୀ  ।  ଭାରତ-ଦକ୍ଷିଣ ଆଫ୍ରିକା ଟି-20 ଜୁନ ମାସରେ ହେବା ନେଇ ସଭିଏଁ ଆଶାୟୀ  । କିନ୍ତୁ ଏହି ତାରିଖରେ ହେବ ତ ମ୍ୟାଚ ? ଓଡିଶାରେ ବିସିସିଆଇ ଅନୁଷ୍ଠିତ କରିବ ତ ? ଏ ନେଇ କଳ୍ପନା ଜଳ୍ପନା ଜା ରହିଛି  ।  ମ୍ୟାଚ ହେବ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସେପଟେ ଓସିଏ ଆପେକ୍ସ କମିଟି ବୈଠକରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ହେବା ନେଇ  କିଛି ବି ଆଲୋଚନା ହୋଇନାହିଁ । ତେବେ ଆସନ୍ତା 12 ତାରିଖରେ ବେଙ୍ଗାଲୁରରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବାର ଅଛି । ସିରିଜର ଗୋଟିଏ ମ୍ୟାଚ ବାରବାଟୀରେ କରିବାକୁ ବିସିସିଆଇକୁ ଅନୁରୋଧ କରାଯାଇଛି ବୋଲି ଓସିଏ ସମ୍ପାଦକ କହିଛନ୍ତି ।