ରାଜ୍ୟସ୍ତରୀୟ ଆଥ୍‌ଲେଟିକ୍ ମିଟ୍‌ରେ ଖେଳାଳିଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ପୋଲିସଙ୍କ ପୁଅ ତଥା ଖେଳାଳିଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଭୁବନେଶ୍ୱରରେ ଆୟୋଜିତ ଷ୍ଟେଟ୍‌ ଆଥଲେଟିକ ମିଟ୍‌ରେ ଅଭାବନୀୟ ଘଟଣା । ଆଥଲେଟିକ ମିଟ୍‌ରେ ଜଣେ ନାବାଳକଙ୍କୁ ଯୌନ ଶୋଷଣ ଅଭିଯୋଗ ହୋଇଛି । ଆଥଲେଟିକ ମିଟ୍‌କୁ ଆସିଥିବା ଜୁନିଅର ଖେଳାଳିଙ୍କୁ ସିନିୟର ଖେଳାଳିଙ୍କ ରାଗିଂ କରିଥିବା ଅଭିଯୋଗ ହୋଇଛି । ରବିବାର ସକାଳ ୯ଟା ସମୟରେ ଘଟିଛି ଏହି ଘଟଣା ।

ଇନ୍‌ଫୋସିଟି ଥାନାରେ ଏନେଇ ନାବାଳକଙ୍କ ପରିବାର ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ହେଉଛନ୍ତି ରାଉଲକେଲାର ଦଶମ ଶ୍ରେଣୀର ଛାତ୍ର । ସେ ଲଙ୍ଗଜମ୍ପ ପ୍ରତିଯୋଗିତା ପାଇଁ ଆସିଥିଲେ । ୮ ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆଥ୍‌ଲେଟିକ୍ ମିଟ୍ । ୫ ଜଣ ପିଲାଙ୍କୁ ଉଲଗ୍ନ କରି ଯୌନ ନିର୍ଯାତନା ଦେବା ସହ ଭିଡିଓ କଲ କରି ସାଥୀ ଖେଳାଳିଙ୍କୁ ଦେଖାଇଥିବା ଅଭିଯୋଗ ହୋଇଛି । ଲଞ୍ଚ କୁପନ ଦେବା ବାହାନାରେ ଯୌନ ଶୋଷଣ ଅଭିଯୋଗ ହୋଇଛି । ପ୍ରଦର୍ଶନ ଖରାପ କରିବାରୁ ଗାଳି କରିବା ସହ ଏଭଳି ରାଗିଂ ହୋଇଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ: ମହାନଦୀରେ ନିଖୋଜ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ