ମେଡିକାଲରେ ଜଗା ପାଳିଲା ଜନ୍ମଦିନ

1 min read

ଫୁଲବାଣୀ: ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ହେଲା ୭ ବର୍ଷ । ପାଳନ ହେଉଛି ଜଗାର ଜନ୍ମଦିନ । ମେଡିକାଲ ଶିଶୁ ବିଭାଗ ସ୍ୱତନ୍ତ୍ର କ୍ୟାବିନରେ ଲାଗିଛି ବେଲୁନ୍ । ରଙ୍ଗୀନ ଚିକମିକ୍ ଜରି ସାଙ୍ଗକୁ କେକ୍ ବ୍ୟବସ୍ଥା । ଫୁଲବାଣୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବାପା-ମାଆ ଓ ଭଉଣୀଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳିଛି ଜଗା ।

ଜଗାର ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ସୁଧୁରୁଥିବା ବେଳେ ବାହାରେ ଟିକେ ବୁଲାବୁଲି ପାଇଁ ଅନୁମତି ମିଳିଛି । ୫ ବର୍ଷ ବିଭିନ୍ନ ମେଡିକାଲରେ ବିତିଥିବା ବେଳେ ପ୍ରଥମ ଥର ପାଇଁ ଭଲଭାବରେ ଜନ୍ମଦିନ ପାଳିଥିବାରୁ ଖୁସି ଅଛି ଜଗା । କେବଳ ଦୁଃଖ ଏତିକି, ଭାଇ କାଳିଆ ଥିଲେ ଖୁସି ଦ୍ୱିଗୁଣିତ ହୋଇଥାନ୍ତା । ପୁଅ କାଳିଆ ପାଇଁ ପରିବାରରେ ଦୁଃଖ ବି ରହିଛି । ଯୋଡ଼ାମୁଣ୍ଡ ଶିଶୁଙ୍କୁ ସଫଳ ଅପରେସନ ଦ୍ୱାରା ଅଲଗା କରାଯାଇଥିଲା । ତେବେ ଏହା ମଧ୍ୟରେ କାଳିଆ ପ୍ରାଣ ହରାଇଛି ।

ଏଥିସହିତ ପଢ଼ନ୍ତୁ: ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ୩ ଡିଗ୍ରୀ ବଢ଼ିବ ତାପମାତ୍ରା