spot_img
Home Blog Page 4520

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଓଡ଼ିଶା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଅଧିକାରୀ/କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ କର୍ତ୍ତବ୍ୟପରାୟଣତା, ନିଷ୍ଠା ଏବଂ ନେତୃତ୍ୱ ଯୋଗୁଁ ସୁସ୍ଥ ସମାଜ ଗଠନ ହେବାରେ ସହାୟକ ହୋଇପାରିଛି । ଆଗାମୀ ଦିନରେ ମଧ୍ୟ ସେମାନଙ୍କର ଏହି ଅବଦାନ ସମାଜକୁ ଏକ ନୂତନ ଦିଗକୁ ନେଇପାରିବ ବୋଲି ଡିଜିପି ଶ୍ରୀ ବଂସଲ ଆଶା ପ୍ରକଟ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏସ୍‌ପି/ଏସ୍‌ଡିପିଓ/ଆଇଆଇସି/ଏସ୍ଆଇ/କନେଷ୍ଟବଳ ଏବଂ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଡିଜିପି ପ୍ରଶଂସା କରିବା ସହ ସେମାନଙ୍କ ଅବଦାନ ସମଗ୍ର ପୋଲିସ ବିଭାଗକୁ ରୁଦ୍ଧିମନ୍ତ କରିପାରିଥିବା ଡିଜିପି ପ୍ରକାଶ କରିଛନ୍ତି ।

            ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ସାରା ରାଜ୍ୟରେ ୧ଶହରୁ ଊର୍ଦ୍ଧ୍ୱ ଥାନା ଅଧିକାରୀ, ଉପଖଣ୍ଡ ପୋଲିସ୍ ଅଧିକାରୀ (ଏସ୍‌ଡିପିଓ) ଏବଂ ଆରକ୍ଷୀ ଅଧିକ୍ଷକ (ଏସ୍ପି) ଭାବେ ମହିଳାମାନେ କାର୍ଯ୍ୟ କରୁଛନ୍ତି । ଯାହାକୁ ଆମ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ କହିଲେ ଅତ୍ୟୁକ୍ତି ହେବ ନାହିଁ ।

            ଏହି ଅବସରରେ ଡିଜିପି ଶ୍ରୀ ବଂସଲ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଏବଂ ସୁସ୍ଥ ପରିବେଶ ଗଠନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଥାନାରେ କାର୍ଯ୍ୟ କରୁଥିବା ମହିଳା ଅଧିକାରୀ କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ମଧ୍ୟ ଡିଜିପି ଶ୍ରୀ ବଂସଲ ସମସ୍ତଙ୍କୁ ନିବେଦନ କରିଛନ୍ତି ।

୧୫ କୋଟି ଠକେଇ ମାମଲାରେ ଇନଫ୍ରା ରିୟଲିଟି ଲିମିଟେଡର ନିର୍ଦ୍ଦେଶକ ତପନ ସାମନ୍ତ ଗିରଫ

ଭୁବନେଶ୍ୱର: ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ତପନ ସାମନ୍ତ ଗିରଫ । ଗିରଫ ପରେ ତପନ ସାମନ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି ଓଡ଼ିଶା ପୋଲିସ । ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ ମାସ୍ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ । ୧୫କୋଟି ଠକେଇ ମାମଲାରେ ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ । ଗତ ୬ ତାରିଖରେ ତପନଙ୍କୁ କୋଲକାତାରୁ ଗିରଫ କରିଛି EOW । ତପନଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରାଯିବ । ତପନଙ୍କ ବିରୋଧରେ ସୋରର ଶୁକଦେବ ହୋତା ଅଭିଯୋଗ କରିଥିଲେ । ଅଧିକ ସୁଧର ଲୋଭ ଦେଖାଇ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଏହି ମାମଲାରେ କମ୍ପାନୀ ଏମଡି ପ୍ରତାପ ବିଶ୍ୱାଳକୁ ଗିରଫ କରାଯାଇଛି । ଗତବର୍ଷ ଜୁଲାଇ ୨୫ରେ ପ୍ରତାପକୁ ଗିରଫ କରାଯାଇଥିଲା । ପ୍ରତାପ ବିଶ୍ୱାଳ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

IPLକୁ ଫେରିବେ ଡି ଭିଲିୟର୍ସ, ଆରସିବିର ହେବ ମେଣ୍ଟର

ବାଙ୍ଗାଲୋର: ଆଇପିଏଲ ସିଜିନ୍-୧୫ ପୂର୍ବରୁ ଏକ ବଡ଼ ଘୋଷଣା କରିବାକୁ ଯାଉଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆସନ୍ତା ମାର୍ଚ୍ଚ ୧୨ରେ ଆରସିବି ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବ । ଆରସିବି ପକ୍ଷରୁ ୨୦୨୧ରେ ବିରାଟ କୋହଲି ଅଧିନାୟକତ୍ୱ କରିଥିଲେ । କିନ୍ତୁ ଚଳିତ ସିଜିନରେ ସେ ଆଉ ଅଧିନାୟକତ୍ୱ କରିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ଯାହା ଫଳରେ ଏବେ ଦଳକୁ ନୂଆ କ୍ୟାପଟେନର ଆବଶ୍ୟକତା ରହିଛି ।

https://twitter.com/RCBTweets/status/1501098316943495168?s=20&t=wUorpRl4wF7eVB99ukzqBg

ତେବେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସୁଛି ଯେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ ବ୍ୟାଟ୍ସମ୍ୟାନ ଚଳିତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ମେଣ୍ଟର ହୋଇପାରନ୍ତି । ଡିଭିଲିୟର୍ସ ଚଳିତ ବର୍ଷ ଘୋଷଣା କରିଥିଲେ କି ସେ ଆଉ କୌଣସି ଲିଗ୍ କ୍ରିକେଟରେ ମଧ୍ୟ ଭାଗ ନେବେ ନାହିଁ । କିନ୍ତୁ ଆରସିବି ସହ ଯୋଡି ହୋଇ ରହିବେ ବୋଲି କହିଥିଲେ । ତେବେ ଆରସିବି ଆଜି ତା’ର ଟ୍ୱିଟର ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛି, ଯେଉଁଥିରେ ୧୨ ମାର୍ଚ୍ଚରେ ହେବାକୁ ବଡ଼ ଘୋଷଣା ବିଷୟରେ ସୂଚନା ଦେଇଛନ୍ତି ।

ବିରାଟ କୋହଲି ୨୦୨୧ରେ ୟୁଏଇରେ ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ଲିଗରେ ଘୋଷଣା କରିଥିଲେ କି ଅଧିନାୟକ ଭାବରେ ଏହା ତାଙ୍କ ଶେଷ ଆଇପିଏଲ । ବିରାଟ କୋହଲି ଭାରତୀୟ ଟି-୨୦ ଦଳରୁ ମଧ୍ୟ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିଥିଲେ ।

କନ୍ଦାହାର ବିମାନ ଅପହରଣରେ ସାମିଲ୍ ଆତଙ୍କବାଦୀ ନିହତ, ନାଁ ବଦଳାଇ ପାକିସ୍ତାନରେ ରହୁଥିଲା

ନୂଆଦିଲ୍ଲୀ: ୧୯୯୯ କନ୍ଦାହାର ବିମାନ ଅପହରଣରେ ସମ୍ପୃକ୍ତ ଆତଙ୍କବାଦୀ ନିହତ । ଏୟାରଇଣ୍ଡିଆ ବିମାନ ଅପହରଣରେ ସାମିଲ୍ ଆତଙ୍କବାଦୀ ଜହୁର ମିସ୍ତ୍ରୀ ଓରଫ୍ ଜହିଦ ଅଙ୍ଖୁନ୍ଦଙ୍କୁ ହତ୍ୟା କରାଯାଇଛି । ପାକିସ୍ତାନର କରାଚୀରେ ଜହୁର ମିସ୍ତ୍ରୀକୁ ର୍ ଏଜେଣ୍ଟ ହତ୍ୟା କରିଥିବା କୁହାଯାଉଛି । ସୂଚନା ଅନୁସାରେ, ମାର୍ଚ୍ଚ ୧ ତାରିଖରେ ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଘରେ ପଶି ଜହୁର ମିସ୍ତ୍ରୀକୁ ହତ୍ୟା କରିଛନ୍ତି ।

ଇସ୍ରାଏଲ୍ ଟାର୍ଗେଟ୍ କିଲିଂ ଜରିଆରେ ଖୋଜି ଖୋଜି ବିଦେଶ ମାଟିରେ ଆତଙ୍କବାଦୀଙ୍କୁ ହତ୍ୟା କରୁଥିବା ବେଳେ ଏବେ ଭାରତ ର୍ ମାଧ୍ୟମରେ ସମାନ ପନ୍ଥା ଆପଣାଇଥିବା କୁହାଯାଉଛି । ଯଦି ବିଶେଷଜ୍ଞଙ୍କ ଏଭଳି ଆକଳନ ସତ ହୁଏ ତେବେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ପାଇଁ ସମସ୍ୟା ବଢ଼ିଯିବ । କାରଣ ୯୦ ଦଶକରୁ ଦୀର୍ଘ ତିନି ଦଶନ୍ଧି ଧରି ଭାରତର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ରହିଛି ଦାଉଦ୍ । ଆଉ ଆଇଏସ୍ଆଇ ସହାୟତାରେ ପାକିସ୍ତାନରେ ଦାଉଦ୍ ଲୁଚି ରହିଛି ।

Terrorist Involved In Kandahar Flight Hijack Shot Dead In Karachi

ଆତଙ୍କବାଦୀ ସଂଗଠନ ଜୈଶ୍ ଏ ମହମ୍ମଦ ସହ ସମ୍ପୃକ୍ତ ଜହୁର । ନିଜ ପରିଚୟ ଲୁଚାଇ ଜଣେ ବ୍ୟବସାୟୀ ଭାବେ ଜହୁର ମିସ୍ତ୍ରୀ ପାକିସ୍ତାନର କରାଚୀରେ ରହି ଆସୁଥିଲା । ଜହୁରକୁ ହତ୍ୟା କରିଥିବା ୨ ଜଣଙ୍କ ଫଟୋ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ପରିଚୟ ମିଳିପାରି ନାହିଁ । କାରଣ ଆକ୍ରମଣକାରୀ ଦୁହେଁ ମୁହଁରେ ମାସ୍କ ପିନ୍ଧି ଟାର୍ଗେଟ୍ କିଲିଂ କରିଥିଲେ ।

Terrorist Involved In Kandahar Flight Hijack Shot Dead In Karachi

ଆତଙ୍କବାଦୀ ଜହୁର ମିସ୍ତ୍ରୀ କରାଚୀରେ ଲୁଚି ନଥିବା ପାକିସ୍ତାନ ବାରମ୍ବାର କହି ଆସୁଥିଲା । କିନ୍ତୁ ସତ ହେଉଛି ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଜହୁର ମିସ୍ତ୍ରୀକୁ ସହଯୋଗ କରୁଥିଲା । ଆଉ ଆଇଏସ୍ଆଇ ସହଯୋଗରେ ହିଁ ଜହୁର ମିସ୍ତ୍ରୀ କରାଚୀରେ ପରିଚୟ ବଦଳାଇ ଲୁଚିଥିଲା ।

ଏୟାରଇଣ୍ଡିଆ ବିମାନ IC-814 ଅପହରଣ କରିଥିବା ୫ ଆତଙ୍କବାଦୀଙ୍କ ସହ ସାମିଲ୍ ଥିଲା ଜୈଶ୍ ସଦସ୍ୟ ଜହୁର ମିସ୍ତ୍ରୀ । ୧୯୯୯ ଡିସେମ୍ବର ୨୪ରେ ଆକାଶ ମାର୍ଗରୁ ଆତଙ୍କବାଦୀ ଭାରତୀୟ ବିମାନକୁ ଅପହରଣ କରି ନେଇଥିଲେ । ନେପାଳର କାଠମାଣ୍ଡୁରେ ବିମାନକୁ ଅପହରଣ କରି ନେଇ ଆଫଗାନିସ୍ତାନର କନ୍ଦାହାର ନେଇ ଯାଇଥିଲେ ଆତଙ୍କବାଦୀ । ବିମାନ ଯାତ୍ରୀଙ୍କୁ ସପ୍ତାହେ ଧରି ବନ୍ଧକ ରଖିଥିଲେ । ଶେଷରେ ମସୁଜ ଅଜହର, ମୁସ୍ତାଫ ଅହମଦ ଓ ଅହମଦ ଓମର ସଇଦ ଶେଖ ଭଳି ଆତଙ୍କବାଦୀଙ୍କୁ ଛାଡ଼ିବା ପରେ ଯାତ୍ରୀଙ୍କୁ ଛାଡ଼ିଥିଲେ ଆତଙ୍କବାଦୀ । ଏହି ଘଟଣା ପରଠାରୁ ଜହୁର ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲା ।

ୟୁକ୍ରେନକୁ କିଏ କରୁଛି ସାହାଯ୍ୟ ? ଯୁଦ୍ଧ ପାଇଁ କେଉଁଠୁ ଆସୁଛି ଅସ୍ତ୍ର…

କିଭ୍: ୟୁକ୍ରେନରେ ଗତ ୧୩ଦିନ ଧରି ଆକ୍ରମଣ କରୁଛି ଋଷ୍ । ମିସାଇଲ ହମଲା, ରକେଟ ଆଟାକ ସହ ଘନ ଘନ ବୋମାମାଡ଼ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଋଷ ସୈନିକଙ୍କ ଆକ୍ରମଣ ସତ୍ତ୍ୱେ ୟୁକ୍ରେନର ଅନେକ ବଡ଼ ସହରକୁ ନିଜ କବଜାକୁ ନେଇପାରିନି ଋଷ୍ । ପଶ୍ଚିମ ୟୁକ୍ରେନରେ ଏବେ ବି ୟୁକ୍ରେନ ସୈନ୍ୟଙ୍କ ଦବଦବା ରହିଛି । ବିଶ୍ବର ଅଧାରୁ ଅଧିକ ଦେଶ ନିଜ ରାଷ୍ଟ୍ରର ସୁରକ୍ଷା ପାଇଁ ଋଷ୍ ଠାରୁ ଅସ୍ତ୍ରଶସ୍ତ୍ର କିଣିଥାନ୍ତି । ହେଲେ ୟୁକ୍ରେନ ସହ ଯୁଦ୍ଧକୁ ଦୁଇ ସପ୍ତାହ ହେବକୁ ଥିବା ବେଳେ ଏ ପର୍ଯ୍ୟନ୍ତ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି ।

ରାଜଧାନୀ କଭ୍ ଓ ଦ୍ୱିତୀୟ ବୃହତ ସହର ଖାରକିବ ମଧ୍ୟ ୟୁକ୍ରେନ ଅକ୍ତିଆରରେ ରହିଛି । ଚେର୍ନିବିଲ ଓ ସୁମି ଭଳି କେତୋଟି ସହରକୁ ଛାଡ଼ିଲେ ଅନ୍ୟ ସମସ୍ତ ସହର ୟୁକ୍ରେନ ହାତରେ ରହିଛି । ତେବେ ଋଷ ସେନା ଆଗରେ ଲଗାତାର ଦୁଇ ସପ୍ତାହ ଧରି କେମିତି ଯୁଦ୍ଧ ଲଢୁଛନ୍ତି ୟୁକ୍ରେନ ସୈନ୍ୟ ? ୟୁକ୍ରେନ ସେନାକୁ କିଏ କରୁଛି ସିକ୍ରେଟ ସପୋର୍ଟ ? ଆମେରିକୀୟ ନ୍ୟୁଜ୍ ଏଜେନ୍ସି ସିଏନଏନ ରିପୋର୍ଟ ମୁତାବକ, ଋଷ ସହ ଯୁଦ୍ଧ ପାଇଁ ୟୁକ୍ରେନକୁ ଅନେକ ଘାତକ ଅସ୍ତ୍ରଶସ୍ତ୍ର ଯେଗାଣ ଜାରି ରହିଛି । ଆମେରିକା ସମେତ ଅନେକ ପଶ୍ଚିମ ଦେଶ ସିକ୍ରେଟ ଅଡ୍ଡା ଦେଇ ୟୁକ୍ରେନକୁ ସିକ୍ରେଟ ସୈନ୍ୟ ପଠାଇବା ସହ ଗୁପ୍ତ ଏୟାର ରୁଟର ବ୍ୟବହାର ମଧ୍ୟ କରୁଛନ୍ତି ।

NATO ୟୁକ୍ରେନକୁ ସହାଯ୍ୟ କରୁ ନଥିବା ବେଳେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନକୁ ସହଯୋଗ କରିଆସୁଛନ୍ତି ।  ୟୁକ୍ରେନକୁ ଦିଆଯାଉଥିବା ଗୁପ୍ତ ସହଯୋଗକୁ ନେଇ ପଶ୍ଚିମୀ ରାଷ୍ଟ୍ରଗୁଡ଼ିକୁ ଚେତାବନୀ ଦେଇଛି ଋଷ୍ । ଏ ନେଇ ଋଷ ୩୧ ଶତ୍ରୁ ରାଷ୍ଟ୍ରଙ୍କ ତାଲିକା ପ୍ରସ୍ତୁତ କରିଛି । ଏଥିରେ ଆମେରିକା, ବ୍ରିଟେନ ସମେତ ୟୁକ୍ରେନର ଅନେକ ପଡୋଶୀ ରାଷ୍ଟ୍ରଙ୍କ ନାଁ ସାମିଲ ରହିଛି ।

ମୋ କଲେଜ ଅଭିଯାନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ଦାନ କଲେ ବିନୋଦିନୀ ମହାପାତ୍ର

ଭୁବନେଶ୍ୱର: ମୋ କଲେଜ ଭଳି ଏକ ଅଭିନବ ଅଭିଯାନରେ ସାମିଲ ହୋଇ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ କରିବା ଲାଗି ବିଭିନ୍ନ ମହଲରୁ ଅବଦାନ ଆସିବାରେ ଲାଗିଛି । ଏହି କ୍ରମରେ ଭୁବନେଶ୍ୱରର ବାସିନ୍ଦା ବିନୋଦିନୀ ମହାପାତ୍ର ମୋ କଲେଜ ଅଭିଯାନ ସହ ଯୋଡ଼ି ହୋଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି । ଏଥିରେ ବିଶ୍ୱବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରୀଙ୍କ ପାଇଁ ଏକ ଆଧୁନିକ ପଠନ ଗୃହ ନିର୍ମାଣ କରାଯିବ ।

ବିନୋଦିନୀଙ୍କ ଝିଅ ତଥା ରମାଦେବୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଶ୍ୟାମଳୀ ମହାପାତ୍ର ସୋମବାର ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ଭେଟି ଚେକ୍ ଜରିଆରେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିନୋଦିନୀ ମହାପାତ୍ରଙ୍କ ଏଭଳି ମହତ୍ ଅବଦାନ ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନ ପାଇଁ କିଛି କରିବାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ।

“ମୋ ମାଆ ସବୁବେଳେ କହନ୍ତି ଯେ ମହିଳାମାନେ ଜନ୍ମରୁ ବିଜୟିନୀ । ଜୀବନରେ ସେମାନେ କେବେ ବି ହାର୍ ମାନିବା ଉଚିତ ନୁହେଁ । ମହିଳାମାନେ ନିଜକୁ ସଶକ୍ତ କରିବା ପାଇଁ ଶିକ୍ଷା ହେଉଛି ଶ୍ରେଷ୍ଠ ଅସ୍ତ୍ର । ଏହାରି ମାଧ୍ୟମରେ ସେମାନେ ମହିଳାମାନଙ୍କ ପ୍ରତି ସମାଜର ପ୍ରଚଳିତ ଦୃଷ୍ଟିଭଙ୍ଗୀ ଓ ଧାରାକୁ ଭାଙ୍ଗିପାରିବେ”, କହିଛନ୍ତି ବିନୋଦିନୀଙ୍କ ଝିଅ ଶ୍ୟାମଳୀ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରୀ ଥିବା ସମୟରେ ଏବଂ ଏବେ ବୃତ୍ତିଗତ ଭାବରେ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଦୀର୍ଘ ଦିନରୁ ଜଡ଼ିତ ହୋଇ ରହିଛନ୍ତି । ତେଣୁ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ମା’ଙ୍କ ପକ୍ଷରୁ ଏହି ଅନୁଦାନ ପ୍ରଦାନ କରି ସେ ବେଶ୍ ଆନନ୍ଦିତ । ଏବେ ଝିଅମାନଙ୍କୁ ଅଧିକରୁ ଅଧିକ ଶିକ୍ଷିତ ଏବଂ ସଶକ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

“ଶ୍ରୀମତୀ ବିନୋଦିନୀ ମହାପାତ୍ରଙ୍କ ଭଳି ବ୍ୟକ୍ତିତ୍ୱ ଆମ ସମାଜ ପାଇଁ ଉଦାହରଣୀୟ । ଝିଅମାନଙ୍କର ଶିକ୍ଷା ପାଇଁ ତାଙ୍କ ଚିନ୍ତା ଓ ପ୍ରୟାସ ମଧ୍ୟ ପ୍ରଶଂସନୀୟ । ତାଙ୍କର ଏହି ପ୍ରୟାସ ଅନ୍ୟମାନଙ୍କୁ ମୋ କଲେଜ ଅଭିଯାନରେ ସାମିଲ ହୋଇ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ କିଛି କରିବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ। ଏହି ଅବଦାନ ଦ୍ୱାରା ବିଶ୍ୱବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଏକ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ସେମାନେ ଏବେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ଉନ୍ନତ ଶିକ୍ଷା ଲାଭ କରିପାରିବେ।

୧୫କୋଟି ଠକେଇ ମାମଲାରେ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ଗିରଫ

ବାଲେଶ୍ୱର: ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ତପନ ସାମନ୍ତ ଗିରଫ  । ତପନ ସାମନ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି ଓଡ଼ିଶା ପୋଲିସ  । ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ ମାସ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ  । ୧୫କୋଟି ଠକେଇ ମାମଲାରେ ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ  । ଗତ ୬ତାରିଖରେ ତପନଙ୍କୁ କୋଲକାତାରୁ ଗିରଫ କରିଛି EOW  ।

ତପନଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରାଯିବ  । ତପନଙ୍କ ବିରୋଧରେ ସୋରର ଶୁକଦେବ ହୋତା ଅଭିଯୋଗ କରିଥିଲେ  । ଅଧିକ ସୁଧର ଲୋଭ ଦେଖାଇ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା  । ପୂର୍ବରୁ ମାମଲାରେ କମ୍ପାନୀ ଏମଡି ପ୍ରତାପ ବିଶ୍ୱାଳକୁ ଗିରଫ କରାଯାଇଛି  । ଗତବର୍ଷ ଜୁଲାଇ ୨୫ରେ ପ୍ରତାପକୁ ଗିରଫ କରାଯାଇଥିଲା  । ପ୍ରତାପ ବିଶ୍ୱାଳ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି  ।

ଇରାନ୍, ଉତ୍ତର କୋରିଆ ଠାରୁ ଋଷ ଉପରେ ଅଧିକ ପ୍ରତିବନ୍ଧକ

ନୂଆଦିଲ୍ଲୀ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ଋଷକୁ ମିଳିଛି ଅଲୋଡ଼ା ରେକର୍ଡ । ବିଶ୍ୱରେ ସବୁଠୁ ଅଧିକ ପ୍ରତିବନ୍ଧକ ଦେଶ ତାଲିକାରେ ସବୁଠୁ ଉପରେ ରହିଛି ଋଷ । ୟୁକ୍ରେନ୍ ସହ ଯୁଦ୍ଧ ପରେ ଇରାନ୍ ଓ ଉତ୍ତର କୋରିଆକୁ ପ୍ରତିବନ୍ଧକ କ୍ଷେତ୍ରରେ ଋଷ ପଛରେ ପକାଇଛି । ରିପୋର୍ଟ ଅନୁସାରେ, ଋଷ ଉପରେ ଆମେରିକା ଓ ୟୁରୋପୀୟ ୟୁନିଅନ୍ ୨ ହଜାର ୭୭୮ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ମିଶାଇ ଋଷ ଉପରେ ଏବେ ୫ ହଜାର ୫୩୦ ପ୍ରତିବନ୍ଧକ ଲାଗିଛି ।

୨୦୨୨ ଫେବ୍ରୁଆରୀ ୨୨ ପୂର୍ବରୁ ଋଷ ଉପରେ ୨ ହଜାର ୭୫୪ ପ୍ରତିବନ୍ଧକ ଲାଗିଥିଲା । ୨୨ ଫେବ୍ରୁଆରୀ ପରେ ମାର୍ଚ୍ଚ ୭ ମଧ୍ୟରେ ଋଷ ଉପରେ ୨ ହଜାର ୭୭୮ଟି ପ୍ରତିବନ୍ଧକ ଲଗାଯାଇଛି । ସୂଚନାଯୋଗ୍ୟ, ଋଷ ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା । ସେବେଠୁ ଯୁଦ୍ଧ ଜାରି ରହିଛି ।

Ukraine War Russia Becomes World Most Sanctioned Nation Surpasses Iran North Korea

ଇରାନ୍ ଓ ଉତ୍ତର କୋରିଆ ସ୍ଥିତି କଣ ?

ଇରାନ କଥା କହିଲେ, ଗତ ୧୦ ବର୍ଷ ମଧ୍ୟରେ ୩ ହଜାର ୬୧୬ ପ୍ରତିବନ୍ଧକ ଲଗାଯାଇଛି । ଅଧିକ ପ୍ରତିବନ୍ଧକ ଇରାନର ଆଣବିକ କାର୍ଯ୍ୟକ୍ରମ ଓ ଆତଙ୍କବାଦକୁ ସମର୍ଥନ ଯୋଗୁ ଲାଗିଛି । ସେହିଭଳି ସିରିଆ ଓ ଉତ୍ତର କୋରିଆ ଉପରେ ଯଥାକ୍ରମେ ୨ ହଜାର ୬୦୮ ଓ ୨ ହଜାର ୭୭ ପ୍ରତିବନ୍ଧ ଲାଗୁ ହୋଇଛି । କିନ୍ତୁ ଏବେ ଋଷ ଉପରେ ମାତ୍ର ୧୦ ଦିନରେ ଲାଗିଥିବା ପ୍ରତିବନ୍ଧକ ପୂର୍ବ ସବୁ ରେକର୍ଡକୁ ଭାଙ୍ଗି ଦେଇଛି ।

ଋଷ ଉପରେ ସବୁଠୁ ଅଧିକ ପ୍ରତିବନ୍ଧକ ଲଗାଇଛି ସ୍ୱିଜରଲ୍ୟାଣ୍ଡ । ସ୍ୱିଜରଲ୍ୟାଣ୍ଡ, ଋଷ ଉପରେ ୫୬୮ଟି ପ୍ରତିବନ୍ଧକ ଲଗାଇଛି । ଏହାପରେ ୟୁରୋପିଆନ୍ ୟୁନିଅନ୍ ୫୧୮ଟି ପ୍ରତିବନ୍ଧକ ଲଗାଇଥିବା ବେଳେ ଫ୍ରାନ୍ସ ୫୧୨ଟି ପ୍ରତିବନ୍ଧକ ଲଗାଇଛି । ଏବେ ଯାଏ ଆମେରିକା ଋଷ ଉପରେ ୨୪୩ଟି ପ୍ରତିବନ୍ଧକ ଲଗାଇଛି । ୟୁକ୍ରେନ୍ ସହ ଋଷର ଯୁଦ୍ଧକୁ ନେଇ ଏବେ ପର୍ଯ୍ୟନ୍ତ ଭାରତ ନ୍ୟୁଟ୍ରାଲ୍ ରହିବା ସହ ଶାନ୍ତର ସହ ଆଲୋଚନା ଚାହୁଁଛି ।

ୟୁରୋପରେ ବଢ଼ୁଛି ଶରଣାର୍ଥୀ ସମସ୍ୟା, ଯୁଦ୍ଧ ଫଳରେ ୟୁକ୍ରେନ ଛାଡିଲେଣି ୧୭ ଲକ୍ଷ ନାଗରିକ

ନୂଆଦିଲ୍ଲୀ: ୟୁରୋପରେ ବଢୁଛି ଶରଣାର୍ଥୀ ସମସ୍ୟା । ଯୁଦ୍ଧ ଯୋଗୁ ଦେଶ ଛାଡୁଛନ୍ତି  ୟୁକ୍ରେନବାସୀ । ଏବେସୁଦ୍ଧା ୧୭ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ବା UNHRC ରିପୋର୍ଟ ଦେଇଛି । ୟୁକ୍ରେନରେ ଗତ ୧୩ ଦିନ ଧରି ଆକ୍ରମଣ କରୁଛି ଋଷ୍ । ମିସାଇଲ ମାଡ଼, ଗୁଳି ଗୋଳା ବର୍ଷା ଯୋଗୁ ଛାରଖାର ହୋଇଛି ଅନେକ ସହର । ବହୁ ବଡ଼ ସହରର ବିରାଟ ବିରାଟ କୋଠା ମାଟିରେ ମିଶିଯାଇଛି । ଅନେକ ନିରିହ ଲୋକ ପ୍ରାଣ ହରାଇଛନ୍ତି ।

ଯୁଦ୍ଧ ଭୟରେ ପରିବାର ସହ ଦେଶ ଛାଡ଼ି ସୁରକ୍ଷିତ ଚାଲିଯାଇଛନ୍ତି ଅନେକ ୟୁକ୍ରେନ ନାଗରିକ । ଏ ପର୍ଯ୍ୟନ୍ତ ୧୭ଲକ୍ଷରୁ ଅଧିକ ନାଗରିକ ଦେଶ ଛାଡ଼ିଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ ରହିଛନ୍ତି । ୧୦ଲକ୍ଷରୁ ଅଧିକ ପୋଲାଣ୍ଡରେ ଶରଣାର୍ଥୀ ପାଲଟିଥିବା ବେଳେ ୧ ଲକ୍ଷ ୮୦ ହଜାର ହଙ୍ଗେରୀରେ ଓ ୧ ଲକ୍ଷ ୨୮ହଜାର ସ୍ଲୋବାକିଆରେ ଶରଣାର୍ଥୀ ପାଲଟିଛନ୍ତି । ସେହିପରି ମାଲଡୋଭାରେ ୮୦ ହଜାରରୁ ଅଧିକ ୟୁକ୍ରେନ ନାଗରିକ ଶରଣ ନେଇଛନ୍ତି । ସେହିପରି ରୋମାନିଆ, ବେଲାଋଷରେ ମଧ୍ୟରେ ଅନେକ ଲୋକ ରହିଥିବା UNHRC ରିପୋର୍ଟ ଦେଇଛି । ଶରଣାର୍ଥୀଙ୍କୁ ସହଯୋଗ ପାଇଁ ୟୁରୋପୀୟ ସଂଘର ୨୭ ସଦସ୍ୟ ରାଷ୍ଟ୍ରକୁ ସଂଘ ଆହ୍ବାନ ଦେଇଛି ।

 

ଫସି ଥିବା ଭାରତୀୟଙ୍କୁ ଆଣିବା ବେଳେ ସରିଗଲା ଅସ୍ତ୍ରବିରତିର ସମୟ ସୀମା, ଆଉ ତା ପରେ…

କିଭ୍: ଋଷ ୟୁକ୍ରେନରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ବୋମା ମାଡ଼ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭ଲକ୍ଷରୁ ଅଧିକ ନାଗରିକ ୟୁକ୍ରେନ ଛାଡ଼ି ସାରିଲେଣି । ଏବଂ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ବାହାର କରାଯାଉଛି । ବର୍ତ୍ତମାନ ସୁଧା ପ୍ରାୟ ୭୦୦ ଭାତରୀୟ ଛାତ୍ର ୟୁକ୍ରେନର ସୁମିରେ ଫସି ରହିଛନ୍ତି ।

ଋଷ ସୀମାରୁ ୬୦ କିଲୋମିଟର ଦୂର ସୁମୀରେ ଦୁଇ ଦେଶ ମଧ୍ୟ ଚାଲିଛି ଘମାଘୋଟ ଲଢେଇ । ସରକାର ଏଠାରେ ଫସି ରହିଥିବା ଭାରତୀୟ ବାହାର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହା ସମ୍ଭ ବ ହୋଇପାରୁନାହିଁ । ଏଠାରେ ଫସି ରହିଥିବା ନାଗରିକମାନଙ୍କୁ ବାହାର କରିବାକୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଏବଂ ଫସି ଥିବା ଭାରତୀୟଙ୍କୁ ନେବାକୁ ବସ୍ ମଧ୍ୟ ପହଞ୍ଚି ସାରିଥିଲା  । ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ବସରେ ବସିଲା ବେଳକୁ ଅସ୍ତ୍ରବିରତିର ସମୟସୀମା ସରିଯାଇଥିଲା । ଫଳରେ ଭାରତୀୟ ଛାତ୍ରଛାତ୍ରୀ ନିରାସ ହୋଇ ପୁଣି ବଙ୍କରକୁ ଫେରିଥିଲେ ।

Russia Ukraine War One Indian Student Dead In Kharkiv

ସୁମୀରେ ଫସିରହି ଥିବା ଜଣେ ଭାରତୀୟ କହିଛନ୍ତି  ଯେ, ଆମେ ଶୀତରେ ଅତି କଷ୍ଟରେ ୩ ଘଣ୍ଟା ଯାଏଁ ବସରେ ବସିବାକୁ ଲାଇନରେ ଥିଲୁ ପରେ ଆମକୁ କୁହାଗଲା ଯେ ଆମେ ଆଉ ଯାଇପାରିବୁ ନାହିଁ । ଆମର ମନୋବଳ ଦୁର୍ବଳ ହୋଇପଡ଼ୁଛି । ଆମେ ଏବେ ବି ଅପେକ୍ଷା କରିଛୁ କେବେ ଆମ ଦେଶକୁ ଫେରିବୁ ।