ତାମିଲନାଡୁରେ ଗୋଟିଏ ଦିନରେ ୨୬.୪୦ କୋଟି କଲେକ୍ସନ କଲା ବିଜୟଙ୍କ ‘ବିଷ୍ଟ’

1 min read

ଏପ୍ରିଲ ୧୩ରେ ରିଲିଜ୍‌ ହୋଇଛି ଥାଲାପଥି ବିଜୟ ଏବଂ ପୂଜା ହେଗଡ଼େଙ୍କ ଅଭିନୀତ ସିନେମା ‘ବିଷ୍ଟ’ । ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । IANSର ରିପୋର୍ଟ ଅନୁସାରେ ନିର୍ଦ୍ଦେଶକ ନେଲସନ ଦିଲ୍ଲୀପ କୁମାରଙ୍କ ଚଳଚ୍ଚିତ୍ର ବିଷ୍ଟ ଏକ ଆକ୍ସନ- କମେଡି ଫିଲ୍ମ । ଯେଉଁଥିରେ  କେବଳ ହିରୋର ଚରିତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହା କେବଳ ଏକ ସାଧାରଣ ବାଣିଜ୍ୟିକ ମନୋରଞ୍ଜନଧର୍ମୀ ସିନେମା । ଯେଉଁଥିରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିନାହିଁ । ଫିଲ୍ମକୁ ନେଇ  ଦର୍ଶକ ଯଦିଓ ଆଶାବାଦୀ ଥିଲେ ତାହା ପୂରଣ କରିବାରେ ସିନେମାଟି ବିଫଳ ହୋଇଛି ।

ସ୍ତମ୍ଭକାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକର ମନୋବାଳା ବିଜୟବାଲାନଙ୍କ ସୂଚନା ଅନୁସାରେ, ଫିଲ୍ମ ‘ବିଷ୍ଟ’ ତାମିଲନାହୁରେ ଗୋଟିଏ ଦିନରେ ୨୬.୪୦ କୋଟି ରୋଜଗାର କରିଛି । ବିଶ୍ଲେଷକଙ୍କ କହିବା ହେଉଛି ଫିଲ୍ମର ଓପନିଙ୍ଗ ବିଜୟଙ୍କ ପାଇଁ ଦ୍ୱିତୀୟ ବୃହତ୍‌ କଲେକ୍ସନ ଏବଂ ରାଜ୍ୟରେ ପଞ୍ଚମ ବୃହତ୍‌ ଓପନର ।ତେବେ ସେ ଏହା ମଧ୍ୟ କହିଛନ୍ତିଯେ, ନକରାତ୍ମକ ଶବ୍ଦ ଯୋଗୁଁ ଫିଲ୍ମ ସଂଧ୍ୟା ଏବଂ ରାତି ଶୋ’ରେ ସମସ୍ୟାର ସାମ୍ନା କରୁଛି । ଯେଉଁଥିପାଇଁ ହୁଏତ କଲେକ୍ସନ ଯେତିକି ହୁଅନ୍ତା ସେତିକି ହୋଇପାରୁନାହିଁ ।

ସୂଚନାଯୋଗ୍ୟ ବକ୍ସ ଅଫିସରେ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ଅନ୍ୟପଟେ ଫିଲ୍ମ କାହିଁକି ଭଲ ପ୍ରଦର୍ଶନ କରିପାରିନାହିଁ ତାହାକୁ ନେଇ IANS ମତ ରଖିଛି । ଏହା ମଧ୍ୟ କୁହାଯାଉଛିଯେ, ନିର୍ଦ୍ଦେଶକ ନେଲ୍ସନଙ୍କ ଏହି ଫିଲ୍ମ ପୂର୍ବ ଫିଲ୍ମ ଗୁଡ଼ିକ ଭଳି ହୋଇନାହିଁ । ସେଥିରେ ନିର୍ଦ୍ଦେଶକ ବିଫଳତା ହାସଲ କରିଛନ୍ତି । ଆଉ ଏକ କଥା କୁହାଯାଉଛିଯେ, ପୂର୍ବରୁ ରିଲିଜ୍‌ ହୋଇଥିବା ନେଲ୍ସନଙ୍କ ସମସ୍ତ ଫିଲ୍ମରେ କିଛି ଲଜିକ୍‌ ଥିଲା, ଯାହା ’ବିଷ୍ଟ’ରେ ନାହିଁ ।