spot_img
Home Blog Page 4521

ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ, ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର: ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଚଳିତଥର ବଜେଟ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଂଜୁରୀ ବିଲ୍ । ମାର୍ଚ୍ଚ ୨୭ ତାରିଖ ଓ ରବିବାର ଗୃହ କାର୍ଯ୍ୟ ବନ୍ଦ ରହିବ । ବିଧାନସଭା ବଜେଟ ଅଧିବେଶନକୁ ନେଇ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୨୧-୨୨ଆର୍ଥିକ ବର୍ଷରେ ସରକାର ପ୍ରଥମେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ପାସ୍‌ କରିଥିଲେ । ଡିସେମ୍ବର ମାସରେ ୧୯ ହଜାର ୮୩୩ କୋଟି ୧୩ ଲକ୍ଷ ୩୧ ହଜାର ଟଙ୍କାର ଅତିରିକ୍ତ ବଜେଟ୍ ପାରିତ ହୋଇଥିଲା । ଏଥର ବଜେଟ୍ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ସେସବୁ ଯୋଜନା ପାଇଁ ବଜେଟରେ ଅର୍ଥ ବରାଦ କରାଯିବ ।

 

ଆରମ୍ଭ ହେଲା ପୌର ଫାଇଟ୍, ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ସୁଲୋଚନା ଦାସ

ଭୁବନେଶ୍ୱର: ଆରମ୍ଭ ହେଲା ପୌର ଫାଇଟ୍ । ନାମାଙ୍କନ ପତ୍ର ଦାଖଲ ପରେ ଆଜିଠାରୁ ଜମୁଛି ପ୍ରଚାର । ଗତକାଲି ଭୁବନେଶ୍ୱର ମହାନଗର ନିଗରର ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ସୁଲୋଚନା ଦାସ ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ଆଜି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ପ୍ରଚାର ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶିବାଦ ଲାଭ କରିଛନ୍ତି । ଏହାପରେ ସମର୍ଥକଙ୍କୁ ନେଇ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ସୁଲୋଚନା ଦାସ । ନବୀନ ପଟ୍ଟନାୟକଙ୍କ ସମସ୍ତ ବିକାଶମୂଳକ କାମକୁ ଆଗକୁ ନେବୁ । ବିଜେଡି ବିପୁଳ ସଂଖ୍ୟା ବିଜୟଲାଭ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରୀ ୨୪ରେ ରାଜ୍ୟର ପୌରାଞ୍ଚଳରେ ହେବ ନିର୍ବାଚନ ଅନୁଷ୍ଠିତ ହେବ । ଗତକାଲି ନାମାଙ୍କନ ଶେଷ ହୋଇଥିବାବେଳେ ଆସନ୍ତାକାଲି ହେବ ପ୍ରାର୍ଥିପତ୍ର ଯାଞ୍ଚ । ୧୪ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଚଳିତ ଥର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ୧୮୯୯ ଓ୍ୱାର୍ଡରେ ୪ ହଜାର ୪୭୫ ବୁଥରେ ଆସନ୍ତା ୨୪ ତାରିଖରେ ହେବ ନିର୍ବାଚନ । ପୌର ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ ଥିବା ବେଳେ ପ୍ରଚାର ମଇଦାନରେ ପ୍ରାର୍ଥୀ । ଘରକୁ ଘର ବୁଲି ନିଜ ସପକ୍ଷରେ ମାଗିବେ ଭୋଟ୍ । ଏଥର ମେୟର ଓ ଅଧ୍ୟକ୍ଷ ପଦ ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ ହେଉଛି ଏଣୁ ଏହା ଉପରେ ସମସ୍ତଙ୍କର ନଜର ରହିଛି ।

ୟୁକ୍ରେନର ଦାବି, ଯୁଦ୍ଧରେ ଋଷର ମେଜର ଜେନେରାଲ ମୃତ !

କିଭ୍: ଋଷିଆର ମେଜର ଜେନେରାଲ ମୃତ । ଖାରକିଭ୍‌ରେ ରୁଷର ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ ।  ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ଗୁପ୍ତଚର ବିଭାଗ କହିଛି ଯେ ଖାରକିଭ୍‌ ନିକଟରେ ୟୁକ୍ରେନ ରୁଷର ମେଜର ଜେନେରାଲ ବିଟାଲି ଗେରାସିମବଙ୍କୁ ହତ୍ୟା କରିଛି । ସେପଟେ କିନ୍ତୁ ରୁଷ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ ଏହା ପୂର୍ବରୁ ୟୁକ୍ରେନ ଦାବି କରିଥିଲା ଯେ ଋଷ ବାୟୁସେନାରେ କମାଣ୍ଡିଙ୍ଗ ଅଫିସର ଥିବା ମେଜର ଜେନେରାଲ ଏଣ୍ଡ୍ରଇ ଶୁଖୋବେଶକିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଫେବୃୟାରୀ ୨୪ରୁ ଚାଲିଥିବା ଏହି ଯୁଦ୍ଧରେ ଋଷର ଦୁଇ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲେ ବି ଋଷ ପକ୍ଷରୁ ଏଯାଏଁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନା ଅନୁସାରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୩ ଦିନ ପୁରିଥିବାବେଳେ ଋଷ ଏବଂ ୟୁକ୍ରେନର ପ୍ରତିନିଧୀଙ୍କ ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା ସୋମବାର ବେଲାଋଷରେ ଶେଷ ହୋଇଛି । ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିନଥିବାବେଳେ ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ ଚତୁର୍ଥ ରାଉଣ୍ଡ ଆଲୋଚନା ହେବ ବୋଲି କୁହାଯାଉଛି ।

ୟୁକ୍ରେନର ୫ ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କଲା ଋଷ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଉଭୟ ଦେଶ ମଧ୍ୟରେ ଆଜି ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ଏହି ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ବିଭିନ୍ନ ଦେଶର ଅନେକ ଲୋକ । ସେମାନଙ୍କ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଋଷ ଉପରେ ଚାପ ପକାଉଛନ୍ତି । ତେବେ ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପୁଣି ଥରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ ।

ଆଜି ଋଷ ୟୁକ୍ରେନର ୫ଟି ସହରରେ ସାମୟିକ ସମୟ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛି । କିଭ୍, ଚେରନିହିବ୍, ସୁମି, ଖାରକିଭ୍ ଓ ମାରିଉପୋଲ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁମିରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ । ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହେବ। ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ପ୍ରସ୍ତୁତ ହୋଇଛି । ଯାହା ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିପାରିବେ ।

ୟୁକ୍ରେନକୁ ଫାଇଟର ଜେଟ ଦେବାକୁ ଆମେରିକାର ନିଷ୍ପତ୍ତି

କିଭ୍: ଋଷ ବିରୋଧରେ ଲଢିବା ଲାଗି ୟୁକ୍ରେନକୁ ଫାଇଟର ଜେଟ ଦେବା ପାଇଁ ନାଟୋ ରାଷ୍ଟ୍ରଙ୍କୁ ଆମେରିକାର ଗ୍ରୀନ ସିଗନାଲ । ତେବେ ଆମେରିକାର ଏହି ନିଷ୍ପତ୍ତିକୁ ବର୍ତ୍ତମାନ ସୁଦ୍ଧା କୌଣସି ସଦସ୍ୟ ରାଷ୍ଟ୍ର ଗ୍ରହଣ କରିନାହାନ୍ତି । ଋଷର ମୁକାବିଲା ଲାଗି ଯୁଦ୍ଧ ବିମାନ ସହାୟତା ପାଇଁ ନାଟୋ ରାଷ୍ଟ୍ରଙ୍କୁ ଅନୁରୋଧ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଆମେରିକା ନିର୍ମିତ F-16 ହାସଲ କରି ପ୍ରତିବଦଳରେ ୟୁକ୍ରେନକୁ  MiG-29 ଯୋଗାଇବାକୁ ଦୁଇ ଦିନ ତଳେ ଇଚ୍ଛା ପ୍ରକାଶ କରିଥିଲା ପୋଲାଣ୍ଡ ।  ମାତ୍ର ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିନାହିଁ ।

ସେହିପରି ୟୁକ୍ରେନ ନିକଟରେ ୬୭ଟି ଫାଇଟର ଜେଟ ଓ ୩୪ଟି ଆଟାକ୍ ହେଲିକପ୍ଟର ଥିବାବେଳେ ଋଷ ନିକଟରେ ୧୫୦୦ଫାଇଟର ଜେଟ ଓ ୫୩୮ଟି କମ୍ବାଟ ହେଲିକପ୍ଟର ରହିଛି । ଯଦି ପୋଲାଣ୍ଡଠାରୁ ୟୁକ୍ରେନ ମିଗ୍ ବିମାନ ପାଏ ତେବେ ଋଷ ବାହିନୀ ଲାଗି ସମସ୍ୟା ସୃଷ୍ଟି ହେବ । ପୋଲାଣ୍ଡର ଯୁଦ୍ଧବିମାନଗୁଡିକୁ ସେହି ଦେଶର ପାଇଲଟ ଚଲାଇବେ ନା ୟୁକ୍ରେନୀୟ ପାଇଲଟ ଚଲାଇବେ ତାହାକୁ ନେଇ ଦ୍ୱନ୍ଦ ଉପୁଜିଛି । ଯଦି ପୋଲାଣ୍ଡ ବିମାନ ଦିଏ ତେବେ ଯୁଦ୍ଧରେ ଏହା ସିଧାସଳଖ ହସ୍ତକ୍ଷେପ ବୋଲି ଋଷ ସୂଚନା ଦେଇସାରିଛି ।

ପୂର୍ବରୁ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ କହିଥିଲେ- ସ୍ଥଳ ବା ଆକାଶ ମାର୍ଗରେ ଋଷ ବିରୋଧରେ ଆମେରିକୀୟ ସୈନ୍ୟ ସାମିଲ ହେବେ ନାହିଁ । ତେଣେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଓ ନେଦରଲ୍ୟାଣ୍ଡସ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କ ସହ ଆଲୋଚନା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଶ୍ବ ନେତା ଏକ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି ।

ଯୁଦ୍ଧ ରୋକିବାକୁ ୪ଟି ସର୍ତ୍ତ ରଖିଲା ଋଷ, ସର୍ତ୍ତ ମାନିଲେ ତୁରନ୍ତ ବନ୍ଦ ହେବ ଯୁଦ୍ଧ

ମସ୍କୋ: ୟୁକ୍ରେନ-ଋଷିଆ ଯୁଦ୍ଧ ଏବେ ୧୩ ଦିନରେ ପହଞ୍ଚିଛି । ଦିନକୁ ଦିନ ତିବ୍ର ହେଉଛି ଲଢେଇ । ଏହି ଯୁଦ୍ଧକୁ ରୋକିବା ପାଇଁ ପ୍ରୟାସ କରୁଛନ୍ତି ଅନେକ ଦେଶ କିନ୍ତୁ ଋଷର ରାଷ୍ଟ୍ରପତି ପୁଟିନ ଜିଦରେ ଅଟଳ । ୟୁକ୍ରେନ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୪ଟି ସର୍ତ୍ତ ରଖିଛନ୍ତି । ୟୁକ୍ରେନ ଯଦି ତାଙ୍କର ଏହି ୪ଟି ସର୍ତ୍ତକୁ ମାନିନେବ ତେବେ ରୁଷିଆ ତୁରନ୍ତ ଯୁଦ୍ଧ କରିବ ବୋଲି ପୁଟିନ କହିଛନ୍ତି। ଏନେଇ ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖପାତ୍ରଙ୍କ ପକ୍ଷରୁ ସର୍ତ୍ତଗୁଡିକ ଜାରି ହୋଇଛି ।

୧- ୟୁକ୍ରେନ ଆକ୍ରମଣ ବନ୍ଦ କରୁ। ୟୁକ୍ରେନ ବିରୋଧରେ ରୁଷିଆ ସାମରିକ ଅଭିଯାନ ଶେଷ କରିସାରିଛି। ମାତ୍ର ୟୁକ୍ରେନ ସୈନ୍ୟ ଆକ୍ରମଣ କରୁଥିବାରୁ ରୁଷିଆ ଏହାର ପ୍ରତିଆକ୍ରମଣ କରୁଛି। ତେଣୁ ୟୁକ୍ରେନ ଆକ୍ରମଣ ବନ୍ଦ କଲେ ଯୁଦ୍ଧ ବନ୍ଦ ହେବ।

୨- ଋଷ ଚାହେଁନି କି ୟୁକ୍ରେନ କୌଣସି ସଂଗଠନରେ ସାମିଲ ହେଉ । ଯୁଦ୍ଧ ଏ ହେଉଛି ପ୍ରମୁଖ କାରଣ ଯେ ୟୁକ୍ରେନ ସବୁବେଳେ ନାଟୋରେ ସମିଲ ହେବାକୁ ଚେଷ୍ଟା କରିଚାଲିଛି । ତେଣୁ ନିରପେକ୍ଷତା ଅବଲମ୍ବନ ନିମନ୍ତେ ୟୁକ୍ରେନ ଏହାର ସମ୍ବିଧାନ ସଂଶୋଧନ କରୁ।

୩-କ୍ରିମିଆ ରୁଷିଆର ଭୂଖଣ୍ଡ ବୋଲି ୟୁକ୍ରେନ ସ୍ୱୀକାର କରୁ। କାରଣ ଏହା ଋଷର ଏକ ଅଂଶ ଯାହାକୁ ୧୯୫୪ରେ ୟୁକ୍ରେନକୁ ଉପହାର ସ୍ୱରୂପ ଦିଆଯାଇଥିଲା ଓ ପରେ ୨୦୧୪ରେ ଋଷ ପୁଣି କ୍ରିମିଆକୁ ତା ଅଧିନରେ କରିଥିଲା କିନ୍ତୁ ୟୁକ୍ରେନ ତାହାକୁ ସ୍ୱୀକାର କରିନଥିଲା ।

୪- ୨୦୧୪ରେ ପୂର୍ବ ୟୁକ୍ରେନରୁ ବିଚ୍ଛିନ ହୋଇ ଡୋନେକ୍ସ ଓ ଲୁଗାନସ୍କ ଏକ ସ୍ୱତନ୍ତ୍ର ଦେଶ ହୋଇଥିଲା । ଏହାକୁ ଋଷ ମାନ୍ୟତା ମିଳିଥିବା ବେଳେ ବିଚ୍ଛିନ୍ନତାବାଦୀଙ୍କ ଭୂଖଣ୍ଡ ଡୋନେକ୍ସ ଓ ଲୁଗାନସ୍କକୁ ୟୁକ୍ରେନ ସ୍ୱାଧୀନ ରାଷ୍ଟ୍ର ବୋଲି ମାନି ନଥିଲା ତେଣୁ ୟୁକ୍ରେନ ସେହି ସ୍ୱତନ୍ତ୍ର ରାଷ୍ଟ୍ରକୁ ମାନ୍ୟତା ପ୍ରଦାନ କରୁ। ରୁଷିଆର ଏହି ସର୍ତ୍ତ ଉପରେ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

୨୪ ଫେବ୍ରୁଆରୀରୁ ଚାଲିଥିବା ଏହି ଯୁଦ୍ଧରେ ପ୍ରାୟ ୟୁକ୍ରେନ୍‌ରୁ ୧୭ ଲକ୍ଷ ଲୋକ ଦେଶ ଛାଡ଼ି ପଡ଼ୋଶୀ ରାଷ୍ଟ୍ରକୁ ପଳାଇବା ସହ ଶରଣାର୍ଥୀ ଶିବିରରେ ବାସ କରୁଛନ୍ତି । ଏହାସହ ବର୍ତ୍ତମାନ ସୁଧା ୪୦୯ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ  ୮୦୧ ଜଣ ଆହତ ହୋଇଛନ୍ତି । ସୋମବାର ରୁଷିଆ ସାମୟିକ ଯୁଦ୍ଧବିରତି ଘୋଷଣା କରିବା ସହ କିଭ୍‌, ମାରିଉପୋଲ, ସୁମି ଆଦି ସହର ଛାଡ଼ି ପଳାଇବାକୁ ସାଧାରଣ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି।

ଆଜିଠୁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ଭୁବନେଶ୍ୱର: ଆଜିଠୁ ବଢିପାରେ ପେଟ୍ରୋଲ୍ ଓ ଡିଜେଲ୍ ଦର । ୫ ରାଜ୍ୟର ନିର୍ବାଚନ ପରେ ପୁଣି ବଢିବ ପେଟ୍ରୋଲ ଡିଜେଲ ଦର । ଏକାଥରକେ ୧୫ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଦର ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇଛି । ତେଣୁ ନିର୍ବାଚନ ସରିବା ପରେ ତେଲ ଦର ବଢିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ପ୍ରତି ବ୍ୟାରେଲ ପିଛା ତେଲ ଦର ୧୩୦ ଡଲାର ଟପିଲାଣି । ୨୦୦୮ ପରଠାରୁ ଅଶୋଧିତ ତେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଲାଣି ।

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ପରଠାରୁ ଲଗାତର ଭାବରେ ବୃଦ୍ଧି ପାଇବାରେ ଲାଗିଛି ଅଶୋଧିତ ତୈଳ ଦର । ଯୁଦ୍ଧ ପୂର୍ବରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାରରୁ କମ୍ ରହିଥିବାବେଳେ ଏବେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ ପିଛା ୧୩୦ ଡଲାରରେ ପହଞ୍ଚିଛି । ତେବେ ଅଶୋଧିତ ତୈଳ ଦର ବୃଦ୍ଧି ହେବା ପରେ ମଧ୍ୟ ଭାରତରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଉନଥିବାରୁ କ୍ଷତି ସହୁଛନ୍ତି କମ୍ପାନୀ । ତେଣୁ ଦେଶରେ ଖୁବ୍ ଶୀଘ୍ର ପେଟ୍ରୋଲ-ଡିଜେଲ ଦର ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବଲପୁରରେ ଅଭାବନୀୟ ଘଟଣା, ହତ୍ୟାର ପ୍ରତିଶୋଧ ନେବାକୁ ହତ୍ୟା

ସମ୍ବଲପୁର: ସମ୍ବଲପୁରରେ ଅଭାବନୀୟ ଘଟଣା । ହତ୍ୟାର ପ୍ରତିଶୋଧ ହତ୍ୟାରେ ନେବା ଭଳି ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ହେଉଛନ୍ତି କମଳ ବାଗ । ଗତବର୍ଷ ଅଗଷ୍ଟ ମାସରେ କମଳ ବାଗଙ୍କ ପରିବାର ମାଖନୀ ବାଗ ନାମକ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ବୃଦ୍ଧା ଜଣଙ୍କୁ ହତ୍ୟା କରିବା ପରେ କମଳ ବାଗଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଗତକାଲି କମଳ ବାଗ ଜେଲରୁ ବାହାରିବା ପରେ ଗାଁ ଦାଣ୍ଡରେ ପୁଣି ପାଟିତୁଣ୍ଡ କରିବାରୁ ପ୍ରତିଶୋଧ ପରାୟଣ ହୋଇ ମାଖନିଙ୍କ ସମ୍ପର୍କୀୟ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା କରିଥିଲେ । କମଳ ବାଗଙ୍କୁ ହତ୍ୟା କରିବା ପରେ ରାସ୍ତା ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲିଯାଇଥିବାର ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ପଚରାଉଚୁରା ଜାରି ରଖିଛି ।

ମହିଳା ଦିବସରେ ତାଜମହଲ ସମେତ ଏହିସବୁ ସ୍ଥାନକୁ ପ୍ରବେଶ ମାଗଣା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀ ସମେତ ସମସ୍ତ ସ୍ମାରକୀରେ ପ୍ରବେଶ ନିଶୁଳ୍କ କରାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ନିର୍ଦ୍ଦେଶକ ସ୍ମାରକୀ ଡକ୍ଟର ନବରତ୍ନ ପାଠକ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ କହିଛନ୍ତି ଯେ ଆନ୍ତର୍ଜାତିକ ମହିଳା ଦିବସରେ ପୁରୁଷମାନଙ୍କୁ ମଧ୍ୟ ବିନା ଟିକେଟରେ ସ୍ମାରକୀ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଗତ ୨ ବର୍ଷରେ ଏହି ସୁବିଧା କେବଳ ମହିଳାମାନଙ୍କୁ ଦିଆଯାଇଥିଲା ।

ସମସ୍ତେ କରିପାରିବେ ନିଶୁଳ୍କ ପ୍ରବେଶ

ଭାରତର ପ୍ରତ୍ନତାତ୍ତ୍ୱିକ ଅନୁସାରେ ମାର୍ଚ୍ଚ ୪ ଏନେଇ ଏକ ନିର୍ଦ୍ଦେଶ ଦେଇଥିଲେ ଯେ ମହିଳା ଦିବରସରେ ନିଶୁଳ୍କରେ ମହିଳାମାନେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀକୁ ପ୍ରବେଶ କରିପାରିବେ । ପରେ ସୋମବାର ଦିନ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଥିଲା ଏବଂ ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ନିଶୁଳ୍କରେ ପ୍ରବେଶ  କରିପାରିବେ ।

ଉର୍ସ ଅବସରରେ ମାଗଣା ପ୍ରବେଶ ମଧ୍ୟ ଉପଲବ୍ଧ ଥିଲା

ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଆଗ୍ରା ସର୍କଲ ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ରାଜକୁମାର ପଟେଲ କହିଛନ୍ତି ଯେ ମଙ୍ଗଳବାର ଦିନ ମହିଳା ଦିବସ ଅବସରରେ ପର୍ଯ୍ୟଟକମାନଙ୍କୁ ସମସ୍ତ ସ୍ମାରକୀରେ ମାଗଣା ପ୍ରବେଶ ଅନୁମତି ଦିଆଯିବ । ସେହିପରି ଶାହ ଜାହାନଙ୍କ ଉର୍ସର ସପ୍ତାହରେ ମଧ୍ୟ ପର୍ଯ୍ୟଟକମାନଙ୍କୁ ମାଗଣା ପ୍ରବେଶ ପ୍ରଦାନ କରାଯାଇଥିଲା।

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ସବୁ ନିର୍ବାଚନ ମଣ୍ଡଳୀରେ ମହିଳା ଦିବସ ପାଳୁଛି ବିଜେଡି

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବାକୁ ଏହି ଦିବସ ପାଳନ କରାଯାଏ । ଏହାଛଡ଼ା ମହିଳାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ । ମିଳିତ ଜାତିସଂଘ ୧୯୯୬ ମସିହାରୁ ଏକ ବିଶେଷ ଥିମ୍ ସହିତ ଅନ୍ତର୍ଜାତୀୟ ମହିଳା ପାଳନ କରିବା ଆରମ୍ଭ କରିଥିଲା ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ପ୍ରତି ନିର୍ବାଚନ ମଣ୍ଡଳୀରେ ଏହି ଦିବସ ପାଳନ କରୁଛି ବିଜେଡି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳର ବିଭିନ୍ନ ପଦକ୍ଷେପ ନେଇଛି । ମିଶନ ଶକ୍ତି ମାଧ୍ୟମରେ ଗାଁ ଗାଁରେ ମହିଳାମାନେ ସ୍ବାବଲମ୍ବୀ ହୋଇଛନ୍ତି । ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ପାଇଁ ମଧ୍ୟ ବିଜେଡି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଆଜି ରାଜ୍ୟର ସମସ୍ତ ନିର୍ବାଚମଣ୍ଡଳୀରେ ମହିଳା ଦିବସ ପାଳିବା ସହିତ ମହିଳାଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯିବ ।