୫୦ ମୂଷାଙ୍କୁ ଘରେ ପିଲାଭଳି ପାଳିଛନ୍ତି ମହିଳା

ନୂଆଦିଲ୍ଲୀ: କିଏ କୁକୁର ରଖିବାକୁ ପସନ୍ଦ କରନ୍ତି କିଏ ବିଲେଇ । କାରଣ ଗୃହପାଳିତ ପଶୁ ପକ୍ଷୀ ରଖିବାର ସଉକ ଅନେକ ଲୋକଙ୍କର ଥାଏ । କିନ୍ତୁ ମୂଷା ରଖିବାର ସଉକ, ହୁଏତ ଆପଣ ଖୁବ୍‌ କମ୍‌ ଲୋକଙ୍କୁ ଦେଖିଥିବେ । ସେହିଭଳି ଜଣେ ମହିଳାଙ୍କୁ ଘାରିଛି ମୂଷା ନିଶା । ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ଏକା ସାଙ୍ଗରେ ୫୦ଟି ମୂଷା ରଖିଛନ୍ତି ଜଣେ କାଲିଫର୍ଣ୍ଣିଆର ଜଣେ ମହିଳା । ମୂଷାକୁ ଗାଧୋଇ ଦେଉଥିବାର ଭିଡ଼ିଓ ମହିଳା ଜଣକ ସୋସିଅଲ ମିଡିଆରେ ଶେୟାର କରିଛନ୍ତି । ଯାହା ଖୁବ୍‌ କମ୍‌ ସମୟରେ ଭାଇରାଲ ହୋଇଯାଇଛି ।

୫୧ ବର୍ଷୀୟ ମାଇକେଲ ରେବୋନ ଜଣେ ଅବସରପ୍ରାପ୍ତ ଆର୍ମି ।

  ଏହି ମହିଳା ମୂଷାଙ୍କୁ ନିଜର ଛୁଆ ବୋଲି କୁହନ୍ତି । ତେବେ ମହିଳା ଜଣକ ୨୦୧୮ ମସିହାରେ ପ୍ରଥମ ଥର ଦୁଇଟି ମୂଷାଙ୍କୁ ଘରକୁ ଆଣିଥିଲେ ।  ଯାହାପରେ ଲଗାତାର ମୂଷା ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ମହିଳାଙ୍କ ନିକଟରେ ୫୦ଟି ମୂଷା ଅଛି । ମଜାଦାର କଥା ହେଉଛି ମହିଳାଙ୍କ ନିକଟରେ ଏକ ବିଲେଇ ମଧ୍ୟ ଅଛି । କିନ୍ତୁ ବିଲେଇକୁ ନେଇ ମହିଳା ଜଣକ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ । ତାଙ୍କ କହିବା ହେଉଛି ମୂଷାଙ୍କୁ ବିଲେଇ କୌଣସି ପ୍ରକାରର କ୍ଷତି ପହଞ୍ଚାଇବ ନାହିଁ । ମହିଳା ଏହା ମଧ୍ୟ କୁହନ୍ତିଯେ, ସେ ସମସ୍ତଙ୍କର ଭିନ୍ନ ଭିନ୍ନ ଭାବ ଓ ଆଚରଣ ରହିଛି । ଖାଦ୍ୟ ଦେବା ସମୟରେ ସବୁ ମୂଷା ଦୌଡ଼ି ଆସିଯାନ୍ତି ମହିଳାଙ୍କ ନିକଟକୁ । ସମସ୍ତ ଯଦିଓ ମେଳାପି ସ୍ୱଭାବର ତଥାପି କିଛି କିଛି ମୂଷା ତାଙ୍କ ସହିତ ଅଧିକ ଜଡ଼ିତ ବୋଲି କୁହନ୍ତି ମହିଳା ।

କେବଳ ସେତିକି ନୁହେଁ ବରଂ ମହିଳାଙ୍କ ନିକଟରେ ୪ଟି ପୋଷା କୁକୁର ମଧ୍ୟ ଅଛନ୍ତି । ଏହା ପୂର୍ବରୁ ମଇଁଷି, କୁକୁଡ଼ା, ଛେଳି ଏବଂ ବତକ ମଧ୍ୟ ରଖିଥିଲେ ଉକ୍ତ ମହିଳା ।  ମହିଳାଙ୍କୁ ଗୃହ ପାଳିତ ପଶୁ ରଖିବା ଖୁବ୍‌ ପସନ୍ଦ  । ସେଥିପାଇଁ ସେ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ବାସସ୍ଥାନ ମଧ୍ୟ ନିର୍ମାଣ କରିଛନ୍ତି ।