ଭୋପାଳରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଲେ ଅକ୍ଷୟ କୁମାର

1 min read

ଭୋପାଳ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କର ଆଗାମୀ ଫିଲ୍ମ ‘ସେଲ୍ଫି’ର ସୁଟିଂ ପାଇଁ ଭୋପାଳ ଯାଇଛନ୍ତି । ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ଉଭୟଙ୍କ ମଧ୍ୟରେ ମଧ୍ୟ ପ୍ରଦେଶରେ ଫିଲ୍ମ ନିର୍ମାଣ ବ୍ୟତୀତ ଅନ୍ୟ କିଛି ବିଷୟକୁ ନେଇ ଆଲୋଚନା ହେଲା ।

ସାମାଜିକ ଜାଗରଣ ସହିତ ଜଡ଼ିତ ଅକ୍ଷୟ ଫିଲ୍ମ ମାଧ୍ୟମରେ ସମାଜକୁ ଅନେକ ବାର୍ତ୍ତା ଦେଇଥିବା କହିଛନ୍ତି ଶିବରାଜ ସିଂ ଚୌହାନ । ତେବେ ଅକ୍ଷୟ କୁମାରଙ୍କ ସହିତ ହୋଇଥିବା ସାକ୍ଷାତକାର ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି ନିଜେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଫିଲ୍ମ ‘ସେଲ୍ଫି’ର ସୁଟିଂ ପାଇଁ ଅକ୍ଷୟ କୁମାର ଏବେ ଭୋପାଳରେ ଅଛନ୍ତି । ତେବେ ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ଅକ୍ଷୟ କୁମାରଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ।

 

ସୂଚନା ଅନୁସାରେ, ଏହା ପୂର୍ବରୁ  ଅକ୍ଷୟ କୁମାର ରାଜ୍ୟ ଗୃହମନ୍ତ୍ରୀ ଡାକ୍ତର ନରୋତ୍ତମ ବିଶ୍ରାଙ୍କୁ ସାକ୍ଷାତ କରିଥିଲେ ।  ଅକ୍ଷୟ ଭୋପାଳର ଖାଦ୍ୟ ଏବଂ ସୌନ୍ଦର୍ଯ୍ୟକୁ ଖୁବ୍‌ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ, ଅକ୍ଷୟ କୁମାରଙ୍କୁ କରୋନରୁ ଶୀଘ୍ର ସୁସ୍ଥ ହେବାପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ପ୍ରାର୍ଥନା କରିଥିଲେ ।