ହୁ ହୁ ବଢୁଛି ଦରଦାମ୍, PNG ପରେ ବଢିଲା CNG ଦର

1 min read

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଦରଦାମକୁ ନେଇ ଚିନ୍ତାରେ ଜନସାଧାରଣ । ଏହାମଧ୍ୟରେ ପିଏନଜି ଦର ବଢିବାର ୧୨ ଘଣ୍ଟା ମଧ୍ୟରେ ପୁଣି ବଢିଛି ସିଏନଜି । ସିଏନଜି ମୂଲ୍ୟ କିଲୋ ପ୍ରତି ଅଢେଇ ଟଙ୍କା ବଢିଛି । ଯାହାପରେ ଦିଲ୍ଲୀରେ ଏକ କିଲୋେ ସିଏନଜିର ଦାମ୍ ୭୧.୬୧ରେ ପହଞ୍ଚିଛି ।

ଗତ କିଛି ଦିନ ମଧ୍ୟରେ ସିଏନଜି ଦର ବହୁତ ବଢିଯାଇଛି । ଗତ ଗୁରୁବାର ଦିନ ସିଏନଜି ଅଢେଇ ଟଙ୍କା ବଢିଥିଲା । ଏପର୍ଯ୍ୟନ୍ତ ଦୁଇ ସପ୍ତାହ ମଧ୍ୟରେ CNG ଉପରେ ୧୧.୬୦ ଟଙ୍କା ବଢିଛି । ସୂଚନା ଅନୁଯାୟୀ, ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ପକ୍ଷରୁ ପାଇପ୍ ଯୋଗେ ରୋଷେଇ ଘରକୁ ପହଞ୍ଚୁଥିବା ପିଏନଜିର ମୂଲ୍ୟକୁ SCM ପିଛା ୪.୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମୂଲ୍ୟ ଏପ୍ରିଲ ୧୪ ଅର୍ଥାତ୍ ଗୁରୁବାର ରାତିରୁ ଲାଗୁ ହେବ ।

ତେବେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ଗୁରୁବାର ଦିନ କୗେଣସି ପରିବର୍ତ୍ତନ ହୋଇନାହିଁ । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ୍ ଲିଟର ପିଛା ୧୦୫.୪୧ ଟଙ୍କା ରହିଥିବା ବେଳେ ଡିଜେଲ୍ ୯୬.୬୭ ଟଙ୍କା ରହିଛି । ଏହାବ୍ୟତୀତ ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ୧୨୦.୫୧ ଟଙ୍କା ରହିଥିବା ବେଳେ ଡିଜେଲ୍ ୧୦୪.୭୭ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ୍ ଲିଟର ପିଛା ୧୧୫.୧୨ ଟଙ୍କା ରହିଥିବା ବେଳେ ଡିଜେଲ୍ ୯୯.୮୩ ଟଙ୍କା ରହିଛି ।