ନିରଞ୍ଜନ କହିଲେ, କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ହେବା ଆବଶ୍ୟକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ପ୍ରସଙ୍ଗ ଜୋର ଧରିଥିବା ବେଳେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନରଞ୍ଜନ କହିଛନ୍ତି, ପ୍ରତି ଦୁଇ ତିନି ବର୍ଷରେ କଂଗ୍ରେସରେ ପରିବର୍ତ୍ତନ ହୋଇଥାଏ । ଏପରି ପରିବର୍ତ୍ତନ ହେବା ମଧ୍ୟ ଆବଶ୍ୟକ । ୨୦୧୯ରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ନରଞ୍ଜନ । ତେଣୁ ପରବର୍ତ୍ତି ଦାୟିତ୍ବ କାହାକୁ ଦିଆଯିବ, ସେ ନିଷ୍ପତ୍ତି ଏଆଇସିସି ନେବ ବୋଲି କହିଛନ୍ତି ନିରଞ୍ଜନ । ତେବେ ଯେତେ ଶୀଘ୍ର ଏପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ, ଦଳ ପାଇଁ ସେତେ ଭଲ ହେବ ବୋଲି କହିଛନ୍ତି ନରଞ୍ଜନ ପଟ୍ଟନାୟକ ।

ସେପଟେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଦୁଇ ଦୁଇ ଥର ନିରଞ୍ଜନ ବାବୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା କାହିଁକି ଗ୍ରହଣ ହେଉନି ସେ ଜାଣିଥିବେ । କେବେ ପିସିସି ସଭାପତି ବଦଳିବେ ସେକଥା ସେ ଜାଣନ୍ତି । ବିଭିନ୍ନ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ପ୍ରକ୍ରିୟା ଜାରି ରହିଛି । ତେଣୁ ଏଆଇସିସି ଯେଉଁ ଦାୟିତ୍ୱ ଦେବ ତାକୁ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଜୟଦେବ ଜେନା । କଂଗ୍ରେସ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି  । ନେତୃତ୍ୱ ପରିବର୍ତ୍ତନ ପାଇଁ  ଦଳ ଭିତରେ ଗୋଟେ ଗୋଷ୍ଠୀ ଦାବି ଉଠାଉଛି  । ତେବେ ଏହାରି ଭିତରେ ଖୋଦ ନିରଞ୍ଜନ ମଧ୍ୟ କହିଛନ୍ତି ପିସିସି ପରିବର୍ତ୍ତନ ହେବା ଆବଶ୍ୟକ  ।