ଉଦଘାଟିତ୍ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ପ୍ରଥମ ଟିକେଟ୍ କିଣିଲେ ମାେଦି

1 min read

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଉଦଘାଟିତ ହୋଇଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ। ସ୍ୱାଧୀନତା ପରଠାରୁ ଦେଶର ସବୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ନିର୍ମିତ ହୋଇଛି ଏହି ସଂଗ୍ରହାଳୟ । ବିଚାରଧାରା , ଆଦର୍ଶ ନିର୍ବିଶେଷରେ ବିଗତ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସଂପର୍କିତ ବିବରଣୀ ଓ ବିରଳ ଫଟୋଚିତ୍ର ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ନୂଆଦିଲ୍ଲୀର ତିନ୍ ମୂର୍ତ୍ତି ପରିସରରେ ନିର୍ମିତ ହୋଇଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ । ପ୍ରସାର ଭାରତୀ, ଦୂରଦର୍ଶନ, ଫିଲ୍ମ ଡିଭିଜନ, ସଂସଦ ଟିଭି, ପ୍ରତିରକ୍ଷା ମନ୍ତ୍ରାଳୟ ଓ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା।

ଭାରତର ୧୪ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ସଂଗ୍ରହାଳୟର ଉଦଘାଟନ ପରେ ପ୍ରଥମ ଟିକେଟ କିଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଅଧିକାରୀଙ୍କ କହିବାନୁସାରେ, ଏହି ସଂଗ୍ରହାଳୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୀବନ ଏବଂ ଅବଦାନ ସମ୍ପର୍କରେ ପ୍ରଦର୍ଶିତ ହେବ। ଏହି ନେତାଙ୍କ ସମ୍ପର୍କରେ ସଚେତନତା ଓ ଦେଶପ୍ରତି ସେମାନଙ୍କର କର୍ତ୍ତବ୍ୟ ଓ ଆଦର୍ଶ ସମ୍ପର୍କରେ ବର୍ଣ୍ଣିତ ହୋଇଛି ।