spot_img
Home Blog Page 4504

ଭାରତ-ଶ୍ରୀଲଙ୍କା ପିଙ୍କ୍ ବଲ ଟେଷ୍ଟ, ପ୍ରଥମ ଦିନରେ ପଡ଼ିଲା ୧୬ ଓ୍ୱିକେଟ୍

ବେଙ୍ଗାଲୁରୁ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାରଠାରୁ ବରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଏହି ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଛି ୧୬ ଓ୍ୱିକେଟ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ବ୍ୟାଟିଂ କରି ସମସ୍ତ ଓ୍ୱିକେଟ ହରାଇ ୨୫୨ ରନ କରିଥିଲା । ଭାରତ ପକ୍ଷରୁ ଶ୍ରେୟସ ଆୟର ୯୨ ରନ କରିଥିଲେ । ତେବେ ଭାରତ ୨୫୨ ରନରେ ଅଲଆଉଟ ହେବା ପରେ ଶ୍ରୀଲଙ୍କା ମାତ୍ର ୮୬ ରନ କରି ୬ଟି ଓ୍ୱିକେଟ ହରାଇଛି ।

ପିଙ୍କ୍ ବଲରେ ଖେଳାଯାଉଥିବା ଏହି ଦିବାରାତ୍ର ଦ୍ବିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ତେବେ ମାତ୍ର ୫୯ ଓଭର ଖେଳି ଦଳ ୨୫୨ ରନ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୯୨ ରନ୍ କରିଥିଲେ । ଶ୍ରୀଲଙ୍କା ଖେଳ ଆରମ୍ଭ କରି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର ୨୮ ରନରେ ୪ଟି ଓ୍ୱିକେଟ ହରାଇବା ପରେ ପାଳି ସମ୍ଭାଳିଥିଲେ ଆଞ୍ଜିଲୋ ମାଥ୍ୟୁସ । ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୬ ଓ୍ବିକେଟ ହରାଇ ମାତ୍ର ୮୬ ରନ ସଂଗ୍ରହ କରି ୧୬୬ ରନ ପଛରେ ରହିଛି । ଭାରତ ପକ୍ଷରୁ ବୁମ୍ରା ୩ଟି, ସାମି ୨ଟି ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଛନ୍ତି । ୫ ଦିନିଆ ମ୍ୟାଚର ଦ୍ବିତୀୟ ଦିନରେ ଆଜି ପୁଣି ୮୬ ରନରୁ ଖେଳ ଆରମ୍ଭ କରିବ ଶ୍ରୀଲଙ୍କା ।

ପୋଲିସ ASIଙ୍କ ସହ ତିନି ଗଞ୍ଜେଇ ମାଫିଆ ଗିରଫ

ମାଲକାନଗିରି: ଗଞ୍ଜେଇ ବେପାର କରୁଥିଲେ ପୋଲିସ ଏଏସଆଇ । ଗଞ୍ଜେଇ ରାକେଟରେ ରହିଥିଲେ ପୋଲିସ ବାବୁ  । ୪୨୦ କିଲୋ ଗଂଜେଇ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ପୁଲିସ ଏବେ ଏଭଳି ଏକ ଘଟଣାର ପର୍ଦାଫାସ କରି ଜଣେ ପୁଲିସ ଏଏସଆଇ ସମେତ ତିନି ଜଣ ଅନ୍ୟ ଯୁବକମାନଙ୍କୁ ମଧ୍ୟ ଗିରଫ କରିଛି। ଏମାନଙ୍କ ଠାରୁ ୪୨୦ କିଲୋ ଗଂଜେଇ ଜବତ କରିବା ସହ ୧୦ ହଜାର ନଗଦ ଟଙ୍କା , ଗୋଟିଏ ଲ୍ୟାପଟପ, ଗୋଟିଏ କାର, ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଛି।

ବିଶେଷ ସୂତ୍ରରୁ ମାଲକାନଗିରି ଜିଲ୍ଲା ପୁଲିସ ଖବର ପାଇଥିଲା ଯେ ଜଣେ ପୁଲିସ ଅଧିକାରୀ କିଛି ଗଂଜେଇ ମାଫିଆଙ୍କ ସହ ମିଶି ଗଂଜେଇ ବେପାରରେ ମାତିଛନ୍ତି। ତୁରନ୍ତ ଏକ ସ୍କ୍ବାଡ ଗଠନ କରାଯାଇ ଏହି ଗଂଜେଇ ମାଫିଆମାନଙ୍କୁ ଧରିବା ନେଇ ଲାଗି ପଡିଥିଲେ।ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ନିଜେ ମାଲକାନଗିରି ଆସି ଗଂଜେଇ ଚାଲାଣ କରିବା ନେଇ ଗାଡି ଖୋଜୁଥିଲେ।

ତାଙ୍କର ତିନି ସହଯୋଗୀ ମାଲକାନଗିରିର ଗୋଟିଏ ସ୍ଥାନରେ ଗଂଜେଇ ଲୁଚାଇ ରଖିଥିଲେ। ସେଠାରୁ ଗଂଜେଇକୁ ଛତିଶଗଡ ରାସ୍ତାରେ ପାର କରିବାକୁ ଚାହୁଁଥିଲେ। ତେବେ ଏହି ଖବର ପୁଲିସକୁ ମିଳିବା ପରେ ଦୁଇ ଏସଡିପିଓ ଶୁଭେନ୍ଦୁ ପାତ୍ର ଏବଂ ଅଂଶୁମାନ ଦ୍ବିବେଦୀ ଏମାନଙ୍କୁ ଧରିବା ପାଇଁ ଏକ ପ୍ଲାନ ପ୍ରସ୍ତୁତ କରି ସଫଲ ହୋଇଥିଲେ।

ଆଜି କଂଗ୍ରେସର ନିର୍ବାଚନ ପରାଜୟ ସମୀକ୍ଷା ବୈଠକ, ଦଳର ଆଗାମୀ ଅଧ୍ୟକ୍ଷ ପାଇଁ ହୋଇପାରେ ମାନସ ମନ୍ଥନ

ନୂଆଦିଲ୍ଲୀ: ଆଜି ନିର୍ବାଚନ ପରାଜୟର ସମୀକ୍ଷା କରିବ କଂଗ୍ରେସ । ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିବ । ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ସ୍ଥିତି ପରେ ଆଜି ଏହି ବୈଠକ ବସିବ । ଦଳରେ କୁହୁଳୁଥିବା ଅସନ୍ତୋଷ ଏବଂ ନିର୍ବାଚନରେ ପରାଜିତ ହେବାର କାରଣ ଖୋଜିବ ଦଳ । ବୈଠକରେ ପରାଜୟର ଉତ୍ତରଦାୟୀ କିଏ ହେବ ତା ଉପରେ ମଧ୍ୟ ସମୀକ୍ଷା ହେବ । ସେହିପରି ଦଳର ଆଗାମୀ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ମଧ୍ୟ ଆଲୋଚନା କରାଯିବ ।

ଅନ୍ୟପଟେ ଦଳରେ ଶୋଚନୀୟ ପରାଜୟ ପରେ ଅସନ୍ତୁଷ୍ଟ ନେତା ପୁଣି ଥରେ ଆକ୍ଟିଭ୍‌ ହୋଇଯାଇଛନ୍ତି । ଜି-୨୩ ନାଁରେ ଜଣାଥିବା ଏହି ନେତାମାନେ ଏବେ ପୁଣି ଏକାଠି ହୋଇ ଅସନ୍ତୋଷ ଜାହିର କରିବା ସହ ନେତୃତ୍ବ ବଦଳାଇବାକୁ ଜୋରସୋରରେ ଉଦ୍ୟମ ଆାରମ୍ଭ କରିଛନ୍ତି । ପୂର୍ବରୁ ୨୦୨୦ରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଧ୍ୟ ଚିଠି ଲେଖିଥିଲେ ଜି-୨୩ ନେତା । ନିର୍ବାଚନରେ ପରାଜିତ ହେବା ପରେ କଂଗ୍ରେସ ସାଂସଦ ଶଶି ଥରୁର୍‌ କହିଥିଲେ ଯେ ନୈରାଶ୍ୟଜନକ ଫଳାଫଳ ପରେ ଏବେ ଦଳରେ ନେତୃତ୍ବ ପରିବର୍ତ୍ତନ ନିହାତି ଆବଶ୍ୟକ । ଦଳର ଭାଗ୍ୟ ପରିବର୍ତ୍ତନ କରିବାକୁ ହେଲେ ନେତୃତ୍ବ ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି ଥରୁର୍‌ କହିଥିଲେ ।

ଆଜି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ, ସକାଳ ୧୦ଟାରୁ ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଆଜି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି । ଚଳିତ ଥର ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ଦଳ ବିରୋଧ ଆଇନ ଲାଗୁ ହେଉଥିବାରୁ ଦଳୀୟ ଚିହ୍ନରେ ଲଢି ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନିଜ ଦଳର ପ୍ରତିନିଧିଙ୍କୁ ଦେଖାଇ ଦେବେ । ତେବେ ସଂଖ୍ୟା ଦୃଷ୍ଟିରୁ ସବୁ ଜିଲ୍ଲାରେ ବିଜେଡି ବହୁମତ ପାଇଥିବାରୁ ନିର୍ବାଚନ ହେବାର ଆଶା କମ୍ ରହିଛି । ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଏବଂ ୧.୩୦ରୁ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ପୁରୀ ଜିଲ୍ଲାରେ ବନୀକରଣ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ: ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପୁରୀ ଜିଲ୍ଲା ଗସ୍ତ ଅବସରରେ ଆଜି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ପରାମର୍ଶ ଦେଇଛନ୍ତି । ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ, ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ, ନୂଆ ମୁହାଣ ଅଞ୍ଚଳ, ପୁରୀ-ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଜିଲ୍ଲାରେ ୧ ଲକ୍ଷ ୭୮ ହଜାର ୩୭୫ ଟି ଚାରାରୋପଣ ସହ ୧୪ ହଜାର ୬୦୦ ଚାରା ବଣ୍ଟନ କରାଯାଇଛି ।

ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬ ଲକ୍ଷ ୮୫ ହଜାର ୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଛନ୍ତି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଡିଏଫ୍ଓ ପି. ର‍ମସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୌର ପାଇଁ ପୋଲିସ ତତ୍ପର, ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ଅଣ୍ଟାଭିଡିଲା କମିଶନରେଟ୍ ପୋଲିସ୍ । ଆସନ୍ତା ୨୪ ରେ ପୌର ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ପୋଲିସ୍ । ୩୩ ନମ୍ବର ଓ୍ବାର୍ଡ଼ରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଉଭୟ ପକ୍ଷରୁ କିଛି ଲୋକ ଆହତ ହୋଇଛନ୍ତି ।

ନିଜେ ଭୁବନେଶ୍ୱର ଡିସିପି ଥାନାରେ ଉପସ୍ଥିତ ରହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି । ଯେଉଁମାନେ ଏଥିରେ ସଂପୃକ୍ତ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ନିଶା, ଗୁଣ୍ଡାଗର୍ଦ୍ଦି, ହିଂସାକୁ ପ୍ରତିହତ କରିବା ପାଇଁ ଆଜି ହଳଦି ପଡିଆ ବସ୍ତିରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି ।

କଳିଙ୍ଗରେ ଭାରତ-ଜର୍ମାନୀ କଡ଼ା ଟକ୍କର, ସୁଟ ଆଉଟ 2-1ରେ ଜିତିଲା ଜର୍ମାନୀ

ଭୁବନେଶ୍ୱର: କଳିଙ୍ଗରେ କଡା ଟକ୍କର । ସୁଟ ଆଉଟରେ ଭାରତୀୟ ମହିଳା ହକି ଟିମ ପରାସ୍ତ । ସୁଟ ଆଉଟ 2-1 ରେ ଭାରତକୁ ପରାସ୍ତ କରିଛି ଜର୍ମାନୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା FIH ପ୍ରୋ ଲିଗର ଆଜିର ମ୍ୟାଚରେ ନିର୍ଦ୍ଧାରିତ ସମୟ ସୁଦ୍ଧା ମ୍ୟାଚ 1-1 ରେ ଡ୍ର ରହିଥିଲା । ତେଣୁ ମ୍ୟାଚ ସୁଟ ଆଉଟକୁ ଯାଇଥିଲା । ହେଲେ ସୁଟଆଉଟରେ ଭାରତୀୟ ମହିଳା ଖେଳାଳି ନିରାଶ କରିଥିଲେ । ଉଭୟ ଟିମକୁ 5 ଟି ଲେଖାଏଁ ସୁଯୋଗ ମିଳିଥିବା ବେଳେ ଜର୍ମାନୀ 2 ଟି ଗୋଲ କରି ବାଜି ଜିତିନେଇଛି ।

ସୁଟଆଉଟରେ କେବଳ ଗୋଟିଏ ଗୋଲ ଦେଇପାରିଛି ଭାରତୀୟ ଟିମ୍ । ପ୍ରଥମେ ସୁଟଆଉଟରେ ଭାରତ ପକ୍ଷରୁ ନଭନୀତ କୌର ଗୋଟିଏ ଗୋଲ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଆଉ କେହି ଗୋଲ ଦେବାରେ ସକ୍ଷମ ହୋଇପାରି ନାହାନ୍ତି । ସେପଟେ ଜର୍ମାନୀ ପ୍ରଥମ ଗୋଲ ମିସ୍ କରିବା ପରେ ଦ୍ବିତୀୟରେ ପାଓଲିନ୍ ଗୋଟିଏ ଗୋଲ ଦେଇଥିଲେ । ତେବେ ଏହାପରେ ଦୁଇଟି ଗୋଲ ଭାରତ ଅଟକାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ଶେଷରେ ଶାରା ଗୋଟିଏ ଗୋଲ ଦେବା ଫଳରେ 2-1 ଗୋଲରେ ମ୍ୟାଚ ହାତେଇ ନେଇଛି ଜର୍ମାନୀ

ବୁଥରେ EVM ଅଦଳବଦଳ ନେଇ ଅଡିଓ ଭାଇରାଲ୍, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଖିଳେଶ

ଲକ୍ଷ୍ନୌ: ୫ ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ପରେ ଇଭିଏମ୍ ଉପରେ ପୁଣି ପ୍ରଶ୍ନ ଉଠିଛି । ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଏକ ଭାଇରାଲ୍ ଅଡିଓକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅଖିଳେଶ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଇଭିଏମ୍ ବଦଳା ଯାଇଥିବା ନେଇ ଜଣେ ନିର୍ବାଚନ ଅଧିକାରୀ କାହା ସହ କଥାହେଲେ, ଯାହାର ଅଡିଓ ରେକର୍ଡିଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

UP Election 2022 Akhilesh Yadav Audio Recording Going Viral

ଯାହକୁ ନେଇ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଅଖିଳେଶ ଯାଦବ । ସେ କହିଛନ୍ତି, କୌଣସି ବ୍ୟକ୍ତିର ଜୀବନ ଆମ ସରକାର ପାଇଁ ଅଧିକ ମୂଲ୍ୟବାନ । ଏମିତିରେ ସରକାରଙ୍କ ଠାରୁ ଆଶା ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଦେବେ ଏବଂ ମାମଲାର ନିରପେକ୍ଷ ଯାଞ୍ଚ କରିବେ ।

ପଞ୍ଜାବ ସହ ୫ ରାଜ୍ୟରେ ପରାଜୟ ପରେ ଚିନ୍ତାରେ ସୋନିଆ, ସିଡବ୍ଲୁସିରେ ଦେଇପାରନ୍ତି ପଦରୁ ଇସ୍ତଫା

ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ହାରିଲେ, ଏବେ ସମୀକ୍ଷା କରିବେ । ୟୁପି, ପଞ୍ଜାବ ସହ ୫ ରାଜ୍ୟରେ କାହିଁକି ହାରିଲା କଂଗ୍ରେସ ? ରବିବାର ସିଡବ୍ଲୁସି ବୈଠକରେ ସମୀକ୍ଷା ହେବ । ସୂତ୍ର ଅନୁସାର, ଏହି ସମୀକ୍ଷା ବୈଠକରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ଏମିତିରେ ସିଡବ୍ଲୁସିର ଅଧିକାଂଶ ସଦସ୍ୟ ଗାନ୍ଧୀ ପରିବାରର ଅନୁଗତ । ଦେଖିବାର କଥା ବୈଠକରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେଲେ ସିଡବ୍ଲୁସି କଣ ନିଷ୍ପତ୍ତି ନେଉଛି ।

Sonia Gandhi, Rahul And Priyanka May Give Resignation At CWC Meeting Tomorrow

ୟୁପି ନିର୍ବାଚନ ପ୍ରଚାର ଦାୟିତ୍ୱ ନିଜ ହାତରେ ରଖିଥିଲେ ପ୍ରିୟଙ୍କା । ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ପ୍ରିୟଙ୍କା ମହାସଚିବ ପଦରୁ ଇସ୍ତଫା ଦେଇ ପାରନ୍ତି । କଂଗ୍ରେସର ଶୀର୍ଷ ନୀତି ନିର୍ଦ୍ଧାରଣ ସଂସ୍ଥା ହେଉଛି ସିଡବ୍ଲୁସି । ଏହା ପୂର୍ବରୁ ମଧ୍ୟ ନିର୍ବାଚନରେ ହାରିବା ପରେ ଗାନ୍ଧୀ ପରିବାରର ସଦସ୍ଯ ଇସ୍ତଫା ପତ୍ର ଦେଇଛନ୍ତି । କିନ୍ତୁ ପ୍ରତିଥର ଅଧିକାଂଶ ସଦସ୍ୟ ଗାନ୍ଧୀ ପରିବାରକୁ ସମର୍ଥନ ଜଣାଇଛନ୍ତି । ସୂତ୍ର ଅନୁସାରେ, ଚଳିତ ବୈଠକକୁ ପ୍ରାୟ ୫୬ ଜଣ ସଦ୍ୟସଙ୍କୁ ସ୍ଥାୟୀ ଓ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ଡକା ଯାଇଛି ।

ବୈଠକରେ କିଛି ସଦସ୍ୟ ଶୀର୍ଷ ଦଳୀୟ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରି ପାରନ୍ତି । ଅନ୍ୟପଟେ ସ୍ଥିତି ପୂର୍ବ ଭଳି ନଥିବା ଗାନ୍ଧୀ ପରିବାର ମଧ୍ୟ ଜାଣି ସାରିଲାଣି । ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ କହିବା କଥା ଗାନ୍ଧୀ ପରିବା ଇସ୍ତଫା ଦେଲେ କଂଗ୍ରେସ ବଡ଼ ବୋଝରୁ ମୁକ୍ତି ପାଇବ ।

ରବିବାର ଶ୍ରୀଜୀଉଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ହେଲା ଆଲୋଚନା । ଆଜି ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ଦୋଳ ପୂର୍ଣ୍ଣମୀ ନୀତି, ମହାପ୍ରଭୁଙ୍କ ଦୈନଦିନ ନୀତି ସୁପରିଚାଳନା ନେଇ ହେଲା ଆଲୋଚନା । ଏଣିକି ରବିବାର ଦିନ ମଧ୍ୟ ଖୋଲାରହିବ ଶ୍ରୀମନ୍ଦିର । ରବିବାରରେ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆସନ୍ତା ୨୧ ତାରିଖରୁ ରବିବାରରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ମିଳିବ । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ l ବୈଠକରେ ଏସପି ଓ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଶ୍ରୀମନ୍ଦିର ନୀତି କାନ୍ତି ଓ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା କରାଯାଇଥିଲା । ଆସନ୍ତା ୧୮ ତାରିଖରେ ଦୋଳ ପୂର୍ଣ୍ଣିମା ନୀତିକାନ୍ତି ଅନୁଷ୍ଠିତ ହେବ । ରାତ୍ର ୩ଟାରୁ ଦ୍ବାରଫିଟା ନୀତି ସହ ଭିତର ସୌଧ କରାଯାଇ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି କରାଯିବ । ଦିବା ୧୨ ଟା ୩୦ରେ ଦୋଳବେଦିକୁ ବିଜେ କରିବେ ବିମାନ । ୧୨ଟା ୫୦ରେ ଦୋଳକୁ ଦିଅଁ ବିଜେ କରିବେ । ସଂଧ୍ୟା ୮ଟା ୩୦ରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ ଠାକୁର ।