spot_img
Home Blog Page 4503

ରାଜଧାନୀରେ ନିର୍ବାଚନୀ ହିଂସା ଘଟଣା, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ନିର୍ବାଚନୀ ହିଂସା ଘଟଣା । ୧୨ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଗୋଷ୍ଠୀ ସଂଘର୍ଷରେ ସଂପୃକ୍ତ ଥିବା ଦୁଇ ଗୋଷ୍ଠୀର ୧୨ ଜଣଙ୍କୁ ଗିରଫ କରାଯଇଥିବାବେଳେ ଆଗକୁ ଗିରଫଦାରି ସଂଖ୍ୟା ବଢ଼ିବ । ଗିରଫ ୧୨ ଜଣଙ୍କୁ ଅଧିକ ପଚରା ଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଗତ ଶୁକ୍ରବାର ରାତିରେ ମହାନଗର ନିଗମର ୩୩ ଓ ୪୫ ନମ୍ବର ଓ୍ବାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । । ୩୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀଙ୍କ ସ୍ବାମୀ ଉମାକାନ୍ତ ଜେନାଙ୍କ ସମର୍ଥକ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ କମିଶନରେଟ୍ ପୋଲିସ ଘଟଣାରେ ଆକ୍ସନ ନେବା ଆରମ୍ଭ କରିଛି ।

କାର୍ ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ

ଅନୁଗୁଳ: ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟରେ ସାମ୍ବାଦିକଙ୍କୁ ଧକ୍କା ଦେଲା କାର୍‌ । କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜାଳି ଦେଇଛନ୍ତି । ଦୁର୍ଘଟଣା ପରେ କାରକୁ ଛାଡି ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ କରୁଛି ।

ତେବେ ଦୁର୍ଘଟଣା ଘଟାଇଥିବା କାରଟି ଜଣେ ପୂର୍ବତନ ସରପଞ୍ଚଙ୍କର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କଣିହାଁରୁ ବଜ୍ରକୋଟ ଆଡକୁ ଯାଉଥିବା ଏକ ଦ୍ରୁତଗାମୀ କାର ରାସ୍ତା କଡରେ ଛିଡା ହୋଇଥିବା ଦୁଇ ଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ସୁଶାନ୍ତ ଧଳଙ୍କର ମୃତ୍ୟୁ ହୋଇଛି ଏବଂ ଗୁରୁତର ଶରତ ଜେନା ଏବେ ଚିକିତ୍ସାଧୀନ ଅଛନ୍ତି ।

ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କଲା ବିମାନ, ଯାତ୍ରୀ ମୃତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ଫ୍ଲାଇଟ୍‌ 2472 । ବେଙ୍ଗାଳୁରୁରୁ କୋଲକାତା ଯାଉଥିବା  ବେଳେଏୟାରଏସିଆ ଫ୍ଲାଇଟ୍ ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କରିଛି  । ବିମାନକରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ପାଇଲଟ ଜରୁରୀ ଲ୍ୟାଣ୍ଡ କରିଥିଲା  ।

ସେପଟେ ଯାତ୍ରୀଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯାତ୍ରୀଙ୍କ ପରିଚୟ ମିଳିଛି  ।  ହେଲେ ତୈମୁର ଅଲ୍ଲୀ ଖାନ୍ । ବେଙ୍ଗାଲୁରରୁ ଏୟାର ଏସିଆ ଫ୍ଲାଇଟରେ ଯାତ୍ରା ଆରମ୍ଭ କରିଥିଲେ ଉକ୍ତ ଯାତ୍ରୀ  । ମଝି ଆକାଶରେ ହଠାତ ଅସୁସ୍ଥ ହୋଇପଡିଥିଲେ  । ଫଳରେ ଭୁବନେଶ୍ୱରରେ ଜରୁରକାଳୀନ ଅବତରଣ କରିଥିଲା ବିମାନ  ।

ଆକ୍ସନ ମୋଡରେ ଭଗଓ୍ୱନ୍ତ ମାନ୍, ୧୨୨ ଭିଭିଆଇପିଙ୍କ ସିକ୍ୟୁରିଟି ପ୍ରତ୍ୟାହାର

ଚଣ୍ଡିଗଡ଼: ଆକ୍ସନ ମୋଡରେ ଭଗଓ୍ୱନ୍ତ ମାନ୍ । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ  ଆମ୍ ଆଦମୀ ପାର୍ଟି ନେତା ଭଗଓ୍ୱନ୍ତ ମାନ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧୨୨ ଜଣ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ ତଥା ଅନେକ ଭିଭିଆଇପିଙ୍କ ସିକ୍ୟୁରିଟି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ । ଏହି ନିଷ୍ପତ୍ତି ଯୋଗୁ କଂଗ୍ରେସ, ବିଜେପି, ଶିରୋମଣି ଅକାଳୀ ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ଆପ୍ ବିଧାୟକ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ବାଚସ୍ପତିଙ୍କ ଉପରୁ ସିକ୍ୟୁରିଟି ପ୍ରତ୍ୟାହାର ହୋଇଛି । ନୂଆ ନିଷ୍ପତ୍ତି ଯୋଗୁ ତତକାଳୀନ ଚନ୍ନି ସରକାରର ମନ୍ତ୍ରୀ ଅମରିନ୍ଦର ସିଂ ରାଜା ଓ୍ବାରିଂ ସୁରକ୍ଷା ମଧ୍ୟ ବାଦ୍ ପଡିଛି । ତାଙ୍କ ଲାଗି ସର୍ବାଧିକ ୨୧ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ଏହାସହ ପୂର୍ବତନ ବାଚସ୍ପତି ରାଣା କେ.ପି. ସିଂ, ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ, ପୂର୍ବତନ ହକି କ୍ୟାପଟେନ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ପରଗତ ସିଂ, ପୂର୍ବତନ ମନ୍ତ୍ରୀ ରାଣା ଗୁରୁଜିତ ସିଂ ମଧ୍ୟ ନୂଆ ନୀତିର ଶିକାର ହୋଇଛନ୍ତି । ପିସିସି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ତଥା ପୂର୍ବତନ ବିଧାୟିକା ନବଜୋତ କୌର ସିଦ୍ଧୁଙ୍କ ସୁରକ୍ଷା ବି ପ୍ରତ୍ୟାହାର ହୋଇଛି ।

ଯୁଦ୍ଧ ବନ୍ଦ କରିବା ମୁଡରେ ନାହାନ୍ତି ପୁଟିନ୍‌, ୟୁକ୍ରେନ୍‌ ସର୍ତ୍ତ ନମାନିଲା ପର୍ଯ୍ୟନ୍ତ ଜାରି ରହିବ ରକେଟ ମାଡ଼

କିଭ୍: ଯୁଦ୍ଧ ବନ୍ଦ କରିବା ମୁଡ୍‌ରେ ନାହାନ୍ତି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଫ୍ରାନ୍ସ ଓ ଜର୍ମାନ ସରକାରଙ୍କ ଆଲୋଚନା ବେଳେ ପୁଟିନ୍‌ ସିଧା ସିଧା ମନା କରିଦେଇଛନ୍ତି । ଯେ ପର୍ଯ୍ୟନ୍ତ ୟୁକ୍ରେନ ସର୍ତ୍ତ ମୁତାବକ ପଦକ୍ଷେପ ନନେଇଛି ସେପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ । ଏପଟେ ମାରିୟୁପୋଲକୁ କବଜା କରିବା ପରେ ୟୁକ୍ରେନ୍‌ ରାଜଧାନୀ କିଭଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଛି ଋଷ ସେନା । ତୁହାକୁ ତୁହା ରକେଟ ମାଡ଼ କରି ବଡ଼ ବଡ଼ ସହରକୁ ଧ୍ବଂସ ସ୍ତୁପରେ ପରିଣତ କରିସାରିଲାଣି । ଖୁବଶୀଘ୍ର ରାଜଧାନୀକୁ କବଜା କରାଯିବ ।

ଅନ୍ୟପଟେ ୟୁକ୍ରେନକୁ ଯୋଗା ଯାଉଥିବା ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ଚିନ୍ତାବ୍ୟକ୍ତ କରିଛି ଋଷ । ଯେଉଁ ଦେଶ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି ସେମାନଙ୍କୁ ପରୋକ୍ଷରେ ଧମକ ଦେଇଛନ୍ତି ପୁଟିନ୍‌ । ଋଷ ଆକ୍ରମଣ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ୧୩ ଶହ ୟୁକ୍ରେନ୍‌ ସେନାଙ୍କ ମୃତ୍ୟୁ ହୋଇଥିବା ଋଷ ଗଣମାଧ୍ୟମ ଦାବି କରିଛି । ଏପଟେ ୟୁକ୍ରେନରୁ ପାଖାପାଖି ୨୦ ଲକ୍ଷ ଲୋକ ଦେଶ ଛାଡି ଅନ୍ୟ ଦେଶରେ ଶରଣ ନେଉଥିବା ବେଳେ ପୋଲାଣ୍ଡରେ ଅଧିକାଂଶ ଶରଣାର୍ଥୀଙ୍କ ଭିଡ଼ ଜମୁଛି । ସଂଯୁକ୍ତ ରାଷ୍ଟ୍ର ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ହ୍ୟୁମାନ ଟ୍ରାଫିକିଂ ସମସ୍ୟା ଦେଖାଦେଇଛି । ସେପଟେ ରୋଜଗାର ହରାଇ ମହିଳା ଓ ଯୁବତୀମାନେ ବେଶ୍ୟାବୃତି କରୁଥିବା ଜଣାପଡିଛି  । ଯାହାକୁ ନେଇ ଆମେରିକା, ବ୍ରିଟେନ, କାନାଡା ଚିନ୍ତା ବ୍ୟକ୍ତ କରିଛନ୍ତି ।

ଗାଁ ରେ ବୁଲୁଛନ୍ତି ୩ ଭାଲୁ, ଲୋକେ ଛାନିଆ

ନୀଳଗିରି: ଖାଦ୍ୟ ଲୋଭରେ ଗାଁ ମୁହାଁ ଭାଲୁ । ଭୟରେ ଅଞ୍ଚଳବାସୀ । ନୀଳଗିରି ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ଅଞ୍ଚଳ ଜୁରିଆପାଟଣା ଗାଁରେ କୁଳଡିଆ ଭାଲୁର ଆତଙ୍କ । ଗୋବର ପୋକ ଏବଂ ବରକୋଳି ପାଇଁ ଗାଁକୁ ଚାଲିଆସୁଛନ୍ତି ଭାଲୁ । ୫ଦିନ ଧରି ରାତ୍ରି ଉଜାଗର ରହି ଭାଲୁକୁ ଜଗୁଛନ୍ତି ଅଞ୍ଚଳବାସୀ । ବନ ବିଭାଗ ପାଖରେ କୌଣସି ଖବର ନ ଥିବା ଅଭିଯୋଗ ହୋଇଛି । କୁଳଡିଆ ଅଭୟାରଣ୍ୟକୁ ଲାଗି ଅନେକ ଗାଁ ରହିଛି । ବିଶେଷ କରି ଗୁଡ଼ିଖୋଳା, ଜୁରିଆପାଟଣା, କଣ୍ଟାବଣିଆ, ଗୁପ, ଆଦି ଅଞ୍ଚଳରେ ବର୍ଷ ତମାମ ଭାଲୁ ଆତଙ୍କ ଦେଖାଯାଇଥାଏ ।

୫ଦିନଧରି ଲଗାତାର ଭାବେ ଗାଁ ମୁହାଁ ହେଉଛନ୍ତି କୁଳଡିଆର ୩ଟିକିଆ ଭାଲୁ । ଲୋକକ ଧନଜୀବନ ସୁରକ୍ଷା ଦୃଷ୍ଟିରୁ ସନ୍ଧ୍ୟା ହେଲେ ଗାଁଲୋକେ ହାତରେ ବାଡ଼ି ଧରି ଗାଁ ମୁଣ୍ଡରେ ଭାଲୁ ଜଗୁଛନ୍ତି । ସେପଟେ ମଧ୍ୟରାତ୍ରୀରେ ଭାଲୁ ଆକ୍ରମଣରେ ଗୁପୋ ଅଞ୍ଚଳର ଜଣେ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବନ ବିଭାଗ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ

ଇରାକରେ ଆମେରିକା ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼, ଲାଗିଲା ଭୀଷଣ ନିଆଁ

ବାଗଦାଦ: ଆମେରିକା ଦୂତବାସ ଉପରେ ଭୟଙ୍କର ଆକ୍ରମଣ । ଇରାକରେ ଥିବା ଆମେରିକା ଦୂତବାସ ଉପରେ ୧୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଦୂତବାସ ଉପରେ ଘନଘନ ମିଜାଇଲ ମାଡ଼ ଫଳରେ ଦୂତବାସ ପରିସରରେ ଭୟଙ୍କର ନିଆଁ ଲାଗିଛି । ଇରାକର ସୁରକ୍ଷା ଅଧିକାରୀ ରବିବାର ଦିନ କହିଛନ୍ତି ଯେ ଇରାକର ଉତ୍ତର ସହର ଏରବିଲ ଉପରେ ୧୨ଟି କ୍ଷେପଣାସ୍ତ୍ର ମାଡ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ କୌଣସି ଆଗାତ କିମ୍ବା ଆହାତଙ୍କ ସମ୍ପର୍କରେ କିଛି ଖବର ନାହିଁ ।

ଏହି ଆକ୍ରମଣ ପରେ ବାଗଦାଦର ଜଣେ ଇରାକୀ ଅଧିକାରୀ ଏହି କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରଥମେ କହିଥିଲେ ଯେ ଆମେରିକାର ଦୂତବାସ ଉପରକୁ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି ।  ଆସୋସିଏଟେଡ୍ ପ୍ରେସ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କେତେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେବେ ଇରାକର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଇରାନରୁ ନିକ୍ଷେପ କରାଯାଇଛି । ଏହି ଆକ୍ରମଣକୁ ଆମେରିକା ଦୃଢ଼ ଭାବରେ ନିନ୍ଦା କରିଛି । ଏହି ଘଟଣାର ଇରାକ ସରକାର ଏବଂ କୁର୍ଦ୍ଦ ଆଞ୍ଚଳିକ ସରକାର ଅନୁସନ୍ଧାନ କରୁଛନ୍ତି ।

ଅନ୍ୟପଟେ କିଛି ଇରାନର ସମାଚାର ଏଜେନ୍ସି ଇରାକର ଏରବିଲରେ ଥିବା ଆମେରିକାର ଦୂତାବାସ ଉପରେ ୬ଟି ବାଲିଷ୍ଟିକ୍ ମିସାଇଲ ମାଡ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏରବିଲ୍ ଆଡକୁ ତାବ୍ରିଜ୍ ଇରାନର ଖାସାବାଦ ବେସରୁ ୬ ଟି ଫତେହ -101 କ୍ଷେପଣାସ୍ତ୍ର ବୋଧହୁଏ ଉତକ୍ଷେପଣ କରାଯାଇଛି । ଅନ୍ୟପକ୍ଷରେ ଆମେରିକାର ସୈନ୍ୟବାହିନୀ ଏହି ଆକ୍ରମଣ ସମ୍ପର୍କରେ ତୁରନ୍ତ କିଛି କହିବାକୁ ମନା କରିଦେଇଛନ୍ତି ।

 

୧୮ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ ଯୁଦ୍ଧ, କିଭ୍ ଓ ମାରିଉପୋଲକୁ ଖୁବଶୀଘ୍ର କବଜା କରିପାରେ ଋଷ

କିଭ୍: ୧୮ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ରାଜଧାନୀ କିଭକୁ ଖୁବ୍ ଶୀଘ୍ର କବଜା କରିପାରନ୍ତି ଋଷ ସୈନ୍ୟ । କିଭର ଯେତିକି ନିକଟତର ହେଉଛନ୍ତି, ସେତିକି ଜୋରଦାର ହେଉଛି ଆକ୍ରମଣ । ହଜାର ହଜାର ଲୋକ ଜୀବନ ବିକଳରେ ବିଭିନ୍ନ ବେସମେଣ୍ଟ, ସବଓ୍ୱେ ଷ୍ଟେସନ ଓ ବୋମା ଆଶ୍ରୟସ୍ଥଳୀରେ ରହିଥିବା ସୂଚନା ମିଳିଛି । ସମଗ୍ର ମାରିଉପୋଲ ସହରକୁ ଆଜି ସମ୍ପୂର୍ଣ୍ଣ କବଜା କରିପାରନ୍ତି ଋଷ ସୈନ୍ୟ । ଗତକାଲି ଏହାର ପୂର୍ବାଞ୍ଚଳକୁ ଋଷ ସୈନ୍ୟ ସମ୍ପୂର୍ଣ୍ଣ ଅକ୍ତିଆର କରିଥିଲେ । ବିନା ପାଣି, ବିଦ୍ୟୁତ, ଖାଦ୍ୟ ଯୋଗୁ ହଜାର ହଜାର ଲୋକ ହାହାକାର ଘେରରେ ରହିଛନ୍ତି । ମାରିଉପୋଲକୁ କବଜା କରିବା କୌଶଳଗତ ଦୃଷ୍ଟିରୁ ଜରୁରୀ ହେଉଥିବାରୁ ଋଷ ସୈନ୍ୟ ଏଥିପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ।

ଅନ୍ୟପଟେ ଖାରକିଭ୍, ଚେର୍ଣ୍ଣିହିବ, ସୁମି ଓ ଅନ୍ୟାନ୍ୟ ସହରକୁ ଘେରାବନ୍ଦୀ କରିଛନ୍ତି ଋଷ ସୈନ୍ୟ । ଋଷର ରକେଟ ମାଡରେ ଭାସିଲ କିଭସ୍ଥିତ ଏକ ଏୟାରବେସ୍ ସମ୍ପୂର୍ଣ୍ଣ ଧ୍ବଂସ ପାଇଛି । ପ୍ରାୟ ୨୫ ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡିଲେଣି ବୋଲି ଜାତିସଂଘ ସୂଚନା ଦେଇଛି । ସେପଟେ ଜର୍ମାନ ଚାନସେଲର ଓଲାଫ ସ୍କଜ ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ୟୁକ୍ରେନବାସୀଙ୍କ ଉପରେ ଋଷର ବର୍ବର ଆକ୍ରମଣ ତୁରନ୍ତ ବନ୍ଦ କରିବା ଉଚିତ ବୋଲି ସେ ଦାବି କରିଛନ୍ତି । ଆଲୋଚନା ପରେ ମାକ୍ରନ ସୂଚନା ଦେଇଛନ୍ତି ଯେ, ଋଷ ନିଜ ଜିଦରେ ଅଟଳ ରହିଛି ଏବଂ ଯୁଦ୍ଧରୁ ଓହରିବା ସମ୍ଭାବନା ନାହିଁ ।

ଅନ୍ୟପକ୍ଷରେ ଋଷ ସୈନ୍ୟଙ୍କ ହାତରେ ବନ୍ଦୀ ଥିବା ମେଲିଟୋପୋଲ ମେୟର ଇଭାନ ଫେଡରଭଙ୍କୁ ମୁକ୍ତି କରିବା ଦିଗରେ ପଦକ୍ଷେପ ନେବା ଲାଗି ଦୁଇ ନେତାଙ୍କୁ ଅନୁରୋଧ କରିଛନ୍ତି ଜେଲେନସ୍କି । ସେପଟେ ମାକ୍ରନ ଓ ସ୍କଜଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଦ୍ବାରା ଆନ୍ତର୍ଜାତିକ ମାନବିକ ଆଇନର ବ୍ୟାପକ ଉଲ୍ଲଂଘନ ହେଉଥିବା ନେଇ ପୁଟିନ ଅଭିଯୋଗ କରିଥିଲେ । କିଭ୍ ଓ ମସ୍କୋ ମଧ୍ୟରେ ବିବାଦ ଟାଳିବା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାତଫାଲି ବେନେଟଙ୍କ ହସ୍ତକ୍ଷେପ ଚାହିଁଛନ୍ତି ଜେଲେନସ୍କି । ଜେରୁଜେଲମରେ ପୁଟିନଙ୍କ ସହ ସେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଆସିକାରେ ନିର୍ବାଚନୀ ହିଂସା, ଜଣେ ମୃତ

ଗଞ୍ଜାମ: ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା । କେନ୍ଦୁପଦର କଲେଜ ନିକଟରେ ସଙ୍ଘବଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ୱାଇଁ । ନିର୍ବାଚନକୁ ନେଇ ରହିଥିବା ତିକ୍ତତା ଯୋଗୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ଛାନବିନ୍ ଆରମ୍ଭ କରିଛି ।

ସୂଚନା ମୁତବାକ ଏହି ଘଟଣାରେ ଆହତ ହୋଇଛନ୍ତି ଅବିନାଶ ବରଡ଼, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ବଳରାମ ପୋଲାଇ  । ସମସ୍ତ ଗୁରୁତର ଆହତ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅବିନାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପଂହଁଚି ତଦନ୍ତ ଜାରି ରଖିଛି । ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ନିର୍ବାଚନୀ ହିଂସା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି  ।

ମିଠା ପ୍ୟାକେଟରେ ଯାଉଥିଲା ଗୋ-ମାଂସ, ଭୁବନେଶ୍ୱରରୁ ହେଲା ଜବତ

ଭୁବନେଶ୍ୱର: ଗୋ ମାଂସ ଚାଲାଣର ନୂଆ ଫଣ୍ଡା । ମିଠା ପ୍ୟାକଟରେ ଭର୍ତ୍ତିକରି ଚାଲାଣ ହେଉଥିଲା ଗୋ ମାଂସ  । କୋଲକତାରୁ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଭୁବନେଶ୍ୱର କାଇମାଟିଆ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପାଖରେ ଜବତ କଲେ ବଜରଙ୍ଗ ଦଳ ଓ ସ୍ଥାନୀୟ ବାସିନ୍ଦା । ଏକ ୧୨ଚକିଆ କଣ୍ଟେନରରେ ଚାଲାଣ ହେଉଥିଲା ଗୋ ମାଂସ । କଣ୍ଟେନରକୁ ଧରିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି  ।