ଗିନିଜ୍‌ ଓ୍ୱାର୍ଲଡ଼ ରେକର୍ଡ଼ କଲା ବିଶ୍ୱର ସବୁଠାରୁ ବୟସ୍କ କୁକୁର

1 min read

ଓ୍ୱାଶିଂଟନ୍‌:  ସାଧାରଣ ଭାବରେ ଏକ କୁକୁରର ବୟସସୀମା ୧୦ରୁ ୧୫ ବର୍ଷ ହୋଇଥାଏ । କିନ୍ତୁ ନିକଟରେ ଏକ କୁକୁରର ବୟସ ହିଁ ତାକୁ ଗିନିଜ୍‌ ଓ୍ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡ଼ରେ ସାମିଲ କରିଛି । ଏହି କୁକୁରର ବୟସ ୨୧ ବର୍ଷ ।  ସବୁଠାରୁ ଖାସ୍‌ କଥା ହେଉଛିଯେ ବୟସ ବୃଦ୍ଧି ହୋଇଥିଲେ ମଧ୍ୟ  ଏହି କୁକୁର ଏବେ ମଧ୍ୟ ଖୁବ୍‌ ସ୍ୱାସ୍ଥ୍ୟବାନ୍‌ ଅଛି । ଏହି କୁକରର ନାଁ ହେଉଛି ଟୋବି କିଥ୍‌ । ଯାହାକୁ ନିକଟରେ ସାରା ବିଶ୍ୱ ଜାଣିଛି । ଯାହାର ସୂଚନା ନିଜେ ଗିନିଜ୍‌ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦେଇଛି ।

ଟୋବି କିଥ୍‌ ନାମକ ଏହି କୁକର ଆମେରିକାରେ ଜେସିଲା ଶୋର  ନାମକ ଜଣେ ମହିଳାଙ୍କ ନିକଟରେ ରହେ । ମହିଳାଙ୍କ କହିବା ହେଉଛି ଟୋବି କିଥ୍‌ ଦେଖିବାକୁ ଯେତିକି କ୍ୟୁଟ୍‌ ସେତିକି ସ୍ନେହୀ ମଧ୍ୟ । ଖାଲି ସେତିକି ନୁହେଁ ସେ ତାଙ୍କୁ ତାଙ୍କର ଛୋଟ ବଡ଼ିଗାର୍ଡ଼ ବୋଲି ମଧ୍ୟ କୁହନ୍ତି ।  ତେବେ ଯେଉଁଦିନ ସେ ତାକୁ କୋଳେଇ ନେଇଥିଲେ କେବେ ମଧ୍ୟ ଭାବିନଥିଲଯେ, ତାଙ୍କ କୁକର ଦିନେ ବିଶ୍ୱ ରେକର୍ଡ଼ କରିବ । ଏହା ତାଙ୍କ ଭାବନା ବାହାରେ ଥିଲା ।  ତେବେ ଟୋବିର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ତାକୁ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଦେଉଛନ୍ତି ଜେସିଲା ।

 ଟୋବିଙ୍କ ବିଶ୍ୱ ରେକର୍ଡ଼ରେ ଜେସିଲା ଖୁବ୍‌ ଖୁସି ଅଛନ୍ତି । ତା’ ମା’ ହୋଇଥିବାରୁ ସେ ନିଜକୁ ଖୁବ୍‌ ଗର୍ବିତ ମନେ କରୁଛନ୍ତି  ବୋଲି କୁହନ୍ତି ।