୧ ଅକ୍ଟୋବରରୁ ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ

1 min read

ନୂଆଦିଲ୍ଲୀ:  ଭାରତରେ ପ୍ରତିବର୍ଷ ୫ ଲକ୍ଷ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୧.୫ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହେଉଛି । ଏହାକୁ ନଜରରେ ରଖି ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ  ପ୍ରତ୍ୟେକ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯିବ । ଏହି ନିୟମ ୧ ଅକ୍ଟୋବରରୁ ଲାଗୁ କରାଯିବ ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତିଯେ, ଭାରତରେ ବିକ୍ରି ହେଉଥିବା  ସମସ୍ତ ନୂଆ କାରରେ ୬ଟି ଏୟାରବ୍ୟାଗ୍‌ ହେବ । ତେବେ କେନ୍ଦ୍ର ସଡ଼କ ପରିବହନ ବିଭାଗ ଗତ ଜାନୁୟାରୀରେ ଦେଇଥିବା ସୂଚନା ଅନୁସାରେ ୮ ଜଣ ଯାତ୍ରାରେ କରିବା ପାଇର୍ କ୍ଷମତା ଥିବା ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ଅନର୍ବାଯ୍ୟ ।

ଯଦି ୬ଟି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ ତେବେ ଗାଡ଼ିର ମୂଲ୍ୟ ମଧ୍ୟ ବଢ଼ିବ । ଅତି କମରେ ଏହି ଦର ୫୦ ହଜାର ବଢ଼ିବାର ସମ୍ଭାବନା ରହିଛି ।  ତେବେ ୬ଟି ଏୟାରବ୍ୟାଗ ଥିବା ଗାଡ଼ିର ମୂଲ୍ୟ ୧୦ ଲକ୍ଷରୁ ଅଧିକ ।

ସୂଚନା ଅନୁସାରେ ୧ ଅକ୍ଟୋବର ୨୦୨୨ ପରେ ନିର୍ମିତ M1 ସିରିଜର ଗାଡ଼ିରେ ଦୁଇଟି ଫ୍ରଣ୍ଟ୍‌ ସାଇଡ୍‌ ଏୟାରବ୍ୟାଗ୍‌, ଦୁଇଟି କର୍ଟେନ୍‌ ଏୟାରବ୍ୟାଗ୍‌ ଲାଗିବ । ତେବେ ଯଦିଓ ପୂର୍ବରୁ ଭାରତରେ ଏସବୁ ପ୍ରତି ଏତେ ମାତ୍ରାରେ ଦୃଷ୍ଟି ଦିଆଯାଉନଥିଲା କିନ୍ତୁ ୨୦୧୯ ପରଠାରୁ ଏକ ସତର୍କତା ଅବଲମ୍ବନ କରାଗଲା ।

ସରକାରଙ୍କ କହିବା ହେଉଛି ଏହା ଯାତ୍ରୀଙ୍କୁ ସୁରକ୍ଷିତ ରଖିବ । କିନ୍ତୁ ଦରବୃଦ୍ଧି ପ୍ରାୟ ୫୦ ହଜାର ହେବାର ସମ୍ଭାବନା ରହିଛି ।