spot_img
Home Blog Page 4505

କିଏ ଗଢିଲା ପଞ୍ଚାୟତ ସମିତି, କିଏ ହେଲେ ଅଧ୍ୟକ୍ଷ ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷ ନେଇ ହୋଇଛି ନିର୍ବାଚନ  । ପଞ୍ଚାୟତରେ ବିଜୟ ହାସଲ କରିଥିବା ସମିତିସଭ୍ୟ ଦେଇଛନ୍ତି ଭୋଟ  । ୩୧୪ ବ୍ଲକରେ କିଏ କେଉଁ ଦଳ କେଉଁଠି ଗଢିଛି ବ୍ଲକ ଅଧ୍ୟକ୍ଷ, ଜାଣନ୍ତୁ..

୧. ଅନୁଗୁଳ ଜିଲ୍ଲାର ୮ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୮ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୨. ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୯ଟି, ବିଜେପି ସମର୍ଥୀତ ପ୍ରାର୍ଥୀମାନେ ୨ ଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଗୋଟିଏ ବ୍ଲକ ଦଖଲ କରିଛନ୍ତି । ୩. ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୦ଟି, ବିଜେପି ସମର୍ଥୀତ ପ୍ରାର୍ଥୀ ଗୋଟିଏ ଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ୩ଟି ବ୍ଲକ ଦଖଲ କରିଛନ୍ତି । ୪. ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୨ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୫. ଭଦ୍ରକ ଜିଲ୍ଲାର ୭ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୭ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୬. ବୌଦ୍ଧ ଜିଲ୍ଲାର ୩ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ଗୋଟିଏ ଏବଂ ୨ଟି ବ୍ଲକ ବିଜେପି ଦଖଲକୁ ଯାଇଛି ।

୭. କଟକ ଜିଲ୍ଲାର ୧୪ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୩ଟି ବ୍ଲକ ଅକ୍ତିଆର କରିଥିବା ବେଳେ ବିଜେପି ଗୋଟିଏ ବ୍ଲକ ଦଖଲ କରିଛି । ୮. ଦେବଗଡ଼ ଜିଲ୍ଲାର ୩ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୨ଟି ଏବଂ ଗୋଟିଏ ବିଜେପି ସମର୍ଥୀତ ପ୍ରାର୍ଥୀ ଅକ୍ତିଆାର କରିଛନ୍ତି । ୯. ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୬ଟି ଏବଂ ୨ଟି ବିଜେପି ସମର୍ଥୀତ ପ୍ରାର୍ଥୀ ଅକ୍ତିଆର କରିଛନ୍ତି । ୧୦. ଗଜପତି ଜିଲ୍ଲାର ୭ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୭ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୧୧. ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୨୧ଟି ବ୍ଲକ ଅକ୍ତିଆର କରିଥିବା ବେଳେ ବିଜେପି ଗୋଟିଏ ବ୍ଲକ ଦଖଲ କରିଛି ।

ସେହିପରି ୧୨. ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୮ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୧୩. ଯାଜପୁର ଜିଲ୍ଲାର ୧୦ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୦ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୧୪. ଝାରୁସୁଗୁଡ଼ା ଜିଲ୍ଲାର ୭ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୭ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୧୫. କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୧ଟି ବ୍ଲକ ଅକ୍ତିଆର କରିଥିବା ବେଳେ ବିଜେପି ୨ଟି ବ୍ଲକ ଦଖଲ କରିଛି । ୧୬. କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୧ଟି ବ୍ଲକ ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଲକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

୧୭. କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୯ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୧୮. କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୩ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି । ୧୯. ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୮ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୨ଟି ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨୦. କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୨ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୨ଟି ବ୍ଳକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨୧. ମାଲକାନାଗିରି ଜିଲ୍ଲାର ୭ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୭ଟି ଯାକ ବ୍ଲକ ଅକ୍ତିଆର କରିଛନ୍ତି ।

୨୨. ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୨୫ଟି ବ୍ଲକ ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨୩. ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୦ଟି ଯାକ ବ୍ଲକ ଅକ୍ତିଆର କରିଛନ୍ତି ।
୨୪. ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୭ଟି ବ୍ଲକ ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨୫. ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୨ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୩ଟି ବ୍ଳକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨୬. ପୁରୀ ଜିଲ୍ଲାର ୧୧ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୮ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୨ଟି ବ୍ଳକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ଏବଂ ଗୋଟିଏ ବ୍ଲକରେ ବିଜେପି ହାସଲ କରିଛି ଅଧ୍ୟକ୍ଷ ପଦ ।

୨୭. ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୦ଟି ବ୍ଲକ ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଳକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨୮. ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୭ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୨ଟି ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨୯. ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୬ଟି ଯାକ ବ୍ଲକ ଅକ୍ତିଆର କରିଛନ୍ତି ।
୩୦. ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୧ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୨ଟି ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ, ସିପିଆଇ(ଏମ୍) ସମର୍ଥୀତ ପ୍ରାର୍ଥୀ ୩ଟି ବ୍ଲକରେ ବିଜୟୀ ହୋଇଛନ୍ତି ।

ବାଣପୁରରେ ପୋଲିସ ଛାଉଣୀ, ଲାଗିଲା ୧୪୪

ଭୁବନେଶ୍ୱର: ବାଣପୁରରେ ୧୪୪ ଧାରା ଜାରି  । କୌଣସି ଅପ୍ରିତୀକର ପରିସ୍ଥିତି ଘଟିବା ପୂର୍ବରୁ ପୋଲିସ ପକ୍ଷରୁ ଜାରି କରାଯାଇଛି ଦାରା ୧୪୪  । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ଲୋକଙ୍କ ଉପରକୁ ଗାଡି ମଡାଇବା ପରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି  । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ବାଣପୁରରେ ପହଁଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି  । ସେହିପରି ୪ ପ୍ଲାଟନରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି ।

ସେପଟେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଏହା ସହ ଡିଏସପି ରାଙ୍କର ଜଣେ ଅଧିକାରୀ ଏହି ଘଟଣାର ତଦନ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଘଟଣା ଘଟିବାବେଳେ ବାଣପୁର ଆଇଆଇସି ଗାଡି ଆଗରେ ଠିଆ ହୋଇ ମନା କରୁଥିବା ସତ୍ତ୍ବେ ବିଧାୟକ ପୋଲିସ ଓ ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବୋଲି କହିଛନ୍ତି ଆଇଜି ।  ଏହି ଘଟଣା ପରେ ବାଣପୁରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା ପାଇଁ ୧୪୪ ଧାରା ଜାରି କରାଯାଇଛି  ।

IPL 2022: ଘୋଷଣା ହେଲା ସବୁ ଦଳର ଅଧିନାୟକଙ୍କ ନାଁ, ୨ ବିଦେଶୀ ଖେଳାଳିଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ । ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ଆଇପିଏଲ୍ ୨୦୨୨ ସଂସ୍କରଣ ଆରମ୍ଭ ହେବାକୁ ଅଳ୍ପ କିଛିଦିନ ବାକି ଥିବାବେଳେ ୧୦ଟି ଦଳର ଅଧିନାୟକଙ୍କ ନାଁ ପ୍ରକାଶ ପାଇଛି ।

ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଦଳର ଅଧିନାୟକଙ୍କ ନାଁ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଫାଫ ଡୁଙ୍କୁ ଦଳ ଅଧିନାୟକ ଦାୟିତ୍ୱ ଦେଇଛି । ବିରାଟ କୋହଲିଙ୍କ ସ୍ଥାନରେ ବେଙ୍ଗଳୁରୁ ଟିମର ନେତୃତ୍ୱ ନେବେ ଫାଫ । ଚଳିତଥର ୪ଟି ଦଳର ଅଧିନାୟକ ଦାୟିତ୍ୱରେ ଅଛନ୍ତି ୱିକେଟ୍ କିପର । ଯେତେବେଳେ କି ୨ଟି ଦଳର ନେତୃତ୍ୱ ବିଦେଶୀ ଖେଳାଳି ନେଉଥିବା ବେଳେ ୮ଟି ଟିମର ନେତୃତ୍ୱ ଭାରତୀୟଙ୍କ କାନ୍ଧରେ ରହିଛି ।

କିଏ ? କେଉଁ ଦଳର ଅଧିନାୟକ ?

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା

ଚେନ୍ନାଇ ସୁପର କିଙ୍ଗ୍ସ- ମହେନ୍ଦ୍ର ସିଂ ଧୋନି (ୱିକେଟ୍ କିପର)

କୋଲକାତା ନାଇଟ୍ ରାଇଡର୍ସ- ଶ୍ରେୟସ ଆୟର

ସନରାଇଜର୍ସ ହାଇଦ୍ରାବାଦ- କେନ ୱିଲିୟମସନ୍ (ନ୍ୟୁଜିଲାଣ୍ଡ)

ଦିଲ୍ଲୀ କ୍ୟାପିଟାଲ୍ସ- ଋଷଭ ପନ୍ତ (ୱିକେଟ୍ କିପର)

ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ୍ (ୱିକେଟ୍ କିପର)

ଗୁଜରାଟ ଟାଇଟନ୍ସ- ହାର୍ଦ୍ଦିକ ପାଣ୍ଡ୍ୟା

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ- ମୟଙ୍କ ଅଗ୍ରୱାଲ

ରୟାଲ ଚ୍ଯାଲେଞ୍ଜର୍ସ ବେଙ୍ଗଳୁରୁ- (ଦକ୍ଷିଣ ଆଫ୍ରିକା)

ଚଳିତ ଆଇପିଏଲ୍ ସଂସ୍କରଣର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ । ମହାରାଷ୍ଟ୍ରର ୪ଟି ଷ୍ଟାଡିୟମରେ ମ୍ୟାଚ୍ ହେବ । ମୁମ୍ବାଇ ୩ଟି ଷ୍ଟାଡିୟମ୍ ଓ ପୁନେର ଗୋଟିଏ ଷ୍ଟାଡିୟମରେ ମ୍ୟାଚ ହେବ । ୨୬ ମାର୍ଚ୍ଚରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମେ ୨୨ ଯାଏ ଚାଲିବ । ୧୦ଟି ଟିମକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି ।

ଋଷରେ ସୈନ୍ୟ ସଂକଟ, ୟୁକ୍ରେନ୍ ସହ ଲଢ଼ିବାକୁ ସିରିଆରୁ ଭଡ଼ାରେ ଆସିବେ ଯବାନ

ନୂଆଦିଲ୍ଲୀ: ଦମ୍ ଦେଖାଇ ୟୁକ୍ରେନ ଦଖଲ ପାଇଁ ପଶିଥିଲା ପୁଟିନ୍ ସେନା । ହେଲେ ଏବେ ଅବସ୍ଥା ବିଗିଡ଼ି ଗଲାଣି । ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ ଋଷ ସେନାକୁ ଭାରି ପଡ଼ିଛି । ସୈନ୍ୟ ସଂକଟର ସମ୍ମୁଖୀନ ଋଷ ଏବେ ବାହାରୁ ସୈନ୍ୟ ଭଡ଼ାରେ ଆଣି ୟୁକ୍ରେନ୍ ସହ ଲଢ଼ିବ । ବିଶେଷକରି ମଧ୍ୟପୂର୍ବ ରାଷ୍ଟ୍ର ସିରିଆରୁ ସୈନ୍ୟ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ଋଷ । ଶୁକ୍ରବାର ଏ ସମ୍ପର୍କିତ ନିଷ୍ପତ୍ତିରେ ମୋହର ମାରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ।

Russia Running Short Of Soldiers Putin Recruiting Foreign Fighters

ଖବର ଅନୁସାରେ, ଋଷ ସେନାରେ ଭର୍ତ୍ତି ପାଇଁ ମଧ୍ୟପୂର୍ବ ରାଷ୍ଟ୍ରରୁ ପ୍ରାୟ ୧୬ ହଜାର ଆବେଦନ ଆସିଛି । ଯଦିଓ ନିର୍ଦ୍ଦିଷ୍ଟ କେଉଁ ଦେଶରୁ କେତେ ଆବେଦନ ଆସିଛି ତାହା ଋଷ ସ୍ପଷ୍ଟ କରୁନାହିଁ । ତଥାପି ସିରିଆରୁ ସର୍ବାଧିକ ଆବେଦନ କରାଯାଇଥିବା କୁହାଯାଇଛି । ନିକଟରେ ୟୁକ୍ରେନ୍ ସରକାର କହିଥିଲେ, ବିଦେଶରେ ରହୁଥିବା ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରରେ ଥିବା ୨୦ ହଜାର ୟୁକ୍ରେନ୍ ନାଗରିକ ସେନାରେ ସାମିଲ୍ ହେଉଛନ୍ତି । ୟୁକ୍ରେନର ଏଭଳି ମନ୍ତବ୍ୟ ପରେ ଛାନିଆ ଋଷ ବିଦେଶୀ ଲୋକଙ୍କୁ ସେନାରେ ସାମିଲ୍ କରିବା ପାଇଁ ଆବେଦନ ଗ୍ରହଣ କରୁଛି ।

Russia Running Short Of Soldiers Putin Recruiting Foreign Fighters

ମିଳିଥିବା ସୂଚନା ଅନୁସାରେ, ସିରିଆ ସହ ଚେଚନିଆ ନାଗରିକ ମଧ୍ୟ ଋଷ ସେନାରେ ସାମିଲ୍ ପାଇଁ ଆବେଦନ କରିଛନ୍ତି । ଏବେ ଋଷର ପ୍ରାୟ ୧ ଲକ୍ଷ ୯୦ ହଜାର ଯବାନ ୟୁକ୍ରେନରେ ପଶିଥିବା ପେଣ୍ଟାଗନ ଦାବି କରୁଛି । ଆଉ ସେଥି ମଧ୍ୟରୁ ଯୁଦ୍ଧରେ ୨ରୁ ୪ ହଜାର ଯବାନ ପ୍ରାଣ ହରାଇ ସାରିଲେଣି । ଯଦିଓ ଋଷର ରିଜର୍ଭ ସେନା ଠାରୁ ୟୁକ୍ରେନର ମୋଟ ଯବାନଙ୍କ ସଂଖ୍ୟା କମ୍ । ତଥାପି ଋଷ ବିଦେଶୀ ଲୋକଙ୍କୁ ସେନାରେ ଭର୍ତ୍ତି କରୁଛି ।

Russia Running Short Of Soldiers Putin Recruiting Foreign Fighters

ୱାର୍ ନୋଟ୍ସ ଅନୁସାରେ, ଋଷ ପାଖରେ ୟୁକ୍ରେନର ମୋଟ ସୈନ୍ୟ ଠାରୁ ଅଧିକ ଯବାନ ଅଛନ୍ତି ସତ । କିନ୍ତୁ ସେମାନେ ଯୁଦ୍ଧ ଲଢ଼ିବାକୁ ସକ୍ଷମ ନୁହଁନ୍ତି । ମାତ୍ର ୪ରୁ ୫ ହଜାର ଋଷ ସୈନ୍ୟ ଯୁଦ୍ଧ ଲଢ଼ିବାର ଟ୍ରେନିଂ ନେଇଛନ୍ତି ଅଥବା ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି ୱାର ନୋଟ୍ସ କହିଛି ।

Russia Running Short Of Soldiers Putin Recruiting Foreign Fighters

ତେବେ ୟୁକ୍ରେନ୍ ସହ ଲଢ଼ିବାକୁ ସିରିଆରୁ କାହିଁକି ଋଷ ସୈନ୍ୟ ଆଣୁଛି ? ବିଶେଷଜ୍ଞଙ୍କ ଅନୁସାରେ, ୟୁକ୍ରେନରେ ଲଢ଼ିବା ପାଇଁ ସିରିଆ ସୈନ୍ୟକୁ ଆଣିବା, ଜହ୍ନରେ ମଙ୍ଗଳ ଗ୍ରହର ଲୋକଙ୍କୁ ଆଣି ଲଢ଼ିବା ଭଳି । ତେବେ ୟୁକ୍ରେନ୍-ଋଷ ଯୁଦ୍ଧ କେବେ ସରିବ ତାହା କହିବା ମୁସ୍କିଲ୍ । ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଆରମ୍ଭ କରିଥିଲା । ଇତି ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହ ବିତିଲାଣି । ତଥାପି ଋଷ ଏବେ ଯାଏ ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଖାର୍କିଭ୍ ଭଳି ଅନ୍ୟ ସହରକୁ ସମ୍ପୂର୍ଣ୍ଣ ଭାବେ କବଜା କରିପାରିନି ।

Russia Running Short Of Soldiers Putin Recruiting Foreign Fighters

ଅନ୍ୟପଟେ ଦୀର୍ଘ ୧୧ ବର୍ଷ ଧରି ଗୃହ ଯୁଦ୍ଧକୁ ସାମ୍ନା କରିଥିବା ସିରିଆ ସୈନ୍ୟ ଯୁଦ୍ଧରେ ବେଶ୍ ପାରଙ୍ଗମ୍ । ସିରିଆ ସୈନ୍ୟଙ୍କ ପାଖରେ ସିରିଆ ଗୃହ ଯୁଦ୍ଧ ସହ ୨୦୧୪ରେ ଇରାକ୍ ଓ ସିରିଆ ଇସଲାମିକ୍ ଷ୍ଟେଟ୍ ଗ୍ରୁପ ଯୁଦ୍ଧର ଅଭିଜ୍ଞତା ରହିଛି । ଏସବୁକୁ ଦେଖି ୟୁକ୍ରେନର ସହରାଞ୍ଚଳରେ ଯୁଦ୍ଧ ପାଇଁ ବିଦେଶୀ ସୈନ୍ୟ ବିଶେଷକରି ସିରିଆ ଯବାନଙ୍କୁ ସେନାରେ ନିୟୋଜିତ କରିବାକୁ ଚାହୁଁଛି ଋଷ ।

ବନ୍ଧାହେବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ , ଏବେ ଆଇସିୟୁରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର: ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  । ଖୋର୍ଦ୍ଧା ବାଣପୁରରେ ଘଟାଇଥିବା ନରସଂହାର ଘଟଣାରେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ । ଏବେ ଗୁରୁତର ଆହତ ହୋଇ ଆଇସିୟୁରେ ଅଛନ୍ତି ପ୍ରଶାନ୍ତ । ସୁସ୍ଥ ହେବା ପରେ ପୋଲିସ ତାଙ୍କୁ ଗିରଫ କରିବା ନେଇ ସୂଚନା ଦେଇଛନ୍ତି  କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ  ।

ବାଣପୁର ବ୍ଲକ ସାମ୍ନାରେ ଉପସ୍ଥିତି ଲୋକଙ୍କ ଉପରେ ଗାଡ଼ି ଛଡାଇଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ୨୩ ଜଣ ଲୋକ ଆହତ ହୋଇଥିଲେ  । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି  । ୯ ଜଣ ପୋଲିସ କର୍ମୀ ଆହତ ହୋଇଥିବାବେଳେ ୧୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି  ।

ତେବେ ବିଧାୟକଙ୍କ ଏଭଳି ଗୁଣ୍ଡାରାଜ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି  । ବିଧାୟକଙ୍କ ଖୁବ ଶୀଘ୍ର ଗିରଫ କରାଯିବ  । ଯଦ୍ୱାରା କେହି ମଧ୍ୟ ଏପରି କାର୍ଯ୍ୟ କରିବାକୁ ଯେପରି ସାହସ ନକରିବେ   । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଅହିଂସାକୁ ସ୍ୱୀକୃତି ଦେଇ ଆସିଛନ୍ତି  । ଯେଉଁଠି ଅପରାଧ ଘଟିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ।

୪ ଜଣ ଗୁରୁତର ଆହତ, ବିଧାୟକଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍

ଖୋର୍ଦ୍ଧା: ଚିଲିକା ବାଣପୁରରେ ଘଟିଯାଇଛି ଲୋମହର୍ଷଣ ଘଟଣା । ଚିଲିକା ବିଧାୟକଙ୍କ ଗାଡ଼ି ଦୁର୍ଘଟଣାରେ ରକ୍ତ ରଞ୍ଜିତ ହୋଇଛି ବାଣପୁର  । ଗୋଟେପଟେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଧସେଇ ପଶିଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ  । ଖବର ମୁତାବିକ ବିଜେପି କର୍ମୀ ମଧ୍ୟ ବିଧାୟକଙ୍କ ଗାଡିକୁ  ଚାରିପଟୁ ଘେରି ଯାଇତିଲେ । ସେହି ସମୟରେ ବିଧାୟକ କ୍ଷୀପ୍ର ବେଗରେ ଗାଡି ଭିଡ଼ ଭିତରକୁ ନେଇଯାଇଥିଲେ  । ଫଳରେ ସେଠାରେ ଉପସ୍ଥିତ ପୋଲିସ କର୍ମୀ, ସାଧାରଣ ଜନତା, ବିଜେପି କର୍ମୀ ଏବଂ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି  । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ବିଧାୟକ ଗୁରୁତର ଆହତ ହୋଇଥିବାବେଲେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି  ।

ଖୋର୍ଦ୍ଧା ଏସପିଙ୍କ ସୂଚନା ମୁତାବିକ ବିଧାୟକଙ୍କ ଗାଡି ଧକ୍କାରେ ମୋଟ ୨୪ ଜଣ ଆହତ ହୋଇଛନ୍ତି  ।  ୯ ଜଣ ପୋଲିସ କର୍ମଚାରୀ ଓ ୧୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ସେହିପରି ଦୁଇ ଜଣ ସାମ୍ବାଦିକ ମଧ୍ୟ ଘଟମାରେ ଆହତ ହୋଇଥିବା ସୂଚନା ରହିଛି  । ଆହତ ମାନଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି  । ଅନ୍ୟପଟେ ଉତ୍ୟକ୍ତ ଲୋକଙ୍କ ରୋଷର ଶିକାର ମଧ୍ୟ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ  । ବିଜେପି କର୍ମୀ ଏବଂ ସେଠାରେ ଉପସ୍ଥିତ ଲୋକ ଚିଲିକା ବିଧାୟକଙ୍କୁ ତଳ ପକାଇ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଛନ୍ତି  । ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୂରମାର କରିଦେଇଛନ୍ତି  ।

ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି  । ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ  । ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି  ।  ବିଧାୟକଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ପଡ଼ିଥିବା ଜଣାପଡିଛି । ବାଣପୁର ଆଇଆଇସିଙ୍କ ଗୋଡରେ ମଧ୍ୟ ଗାଡି ଚଢି ଯାଇଥିଲା । ସେ ଏବେ ବାଣପୁର ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଦୁର୍ଘଟଣା ଘଟିଥିବା  ଲୋକଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ବାଣପୁରରେ ପହଁଛି ସ୍ଥିତି ଉପରେ ନଜର ରଖିଛନ୍ତି  ।

ଋଷ ସୈନ୍ୟଙ୍କ ପରିବାରକୁ ଜେଲେନସ୍କିଙ୍କ ନିବେଦନ

କିଭ୍: ଋଷ ସୈନ୍ୟମାନଙ୍କ ମା’ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଅନୁରୋଧ । ୟୁକ୍ରେନ ଯୁଦ୍ଧକୁ ନିଜର ସନ୍ତାନମାନଙ୍କୁ ନଛାଡିବା ଲାଗି ନିବେଦନ କରିଛନ୍ତି ଜେଲେନସ୍କି । ଏକ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି- ସେ ପୁଣି ଥରେ ଋଷ ସୈନ୍ୟମାନଙ୍କ ମା’ ମାନଙ୍କ ନିକଟରେ ଅନୁରୋଧ ଜଣାଉଛନ୍ତି ଯେ- ବିଦେଶୀ ରାଷ୍ଟ୍ରରେ ଲଢେଇ ଲାଗି ସେମାନେ ନିଜ ନିଜ ସନ୍ତାନଙ୍କୁ ପଠାନ୍ତୁ ନାହିଁ । ସନ୍ତାନମାନେ ବର୍ତ୍ତମାନ କେଉଁଠି ଅଛନ୍ତି ତାହା ମା’ ମାନେ ଜାଣିବା ଉଚିତ । ଯଦି ପୁଅମାନଙ୍କୁ ଯୁଦ୍ଧକୁ ପଠାଇବା ନେଇ ମା’ ମାନେ ସୂଚନା ପାଆନ୍ତି ତେବେ ସେମାନଙ୍କୁ ଏଥିରୁ ବିରତ ରହିବା ଲାଗି ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ଜେଲେନସ୍କ । ଯୁଦ୍ଧରେ ସେମାନେ ପ୍ରାଣ ହରାଇପାରନ୍ତି କିମ୍ବା ସେମାନଙ୍କୁ ବନ୍ଦୀ କରାଯିବାର ସମ୍ଭାବନା ରହିଛି । ତେଣୁ ପୁଅମାନଙ୍କୁ ଯୁଦ୍ଧକୁ ନପଠାଇବା ଲାଗି ମା’ ମାନେ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ଜେଲେନସ୍କି । ଗତ ସପ୍ତାହରେ କିଭରେ ଅନେକ ଋଷ ସୈନ୍ୟଙ୍କୁ ୟୁକ୍ରେନ ବାହିନୀ ଧରିଥିଲେ ଏବଂ ସେଠାକୁ ଆସି ପୁଅମାନଙ୍କୁ ନେଇଯିବା ଲାଗି ତାଙ୍କ ମା’ ମାନଙ୍କୁ ଅନୁରୋଧ କରିଥିଲେ । ୟୁକ୍ରେନ କବଳରେ ବର୍ତ୍ତମାନ ଅନେକ ଋଷ ସୈନ୍ୟ ବନ୍ଦୀ ଥିବା ସୂଚନା ମିଳିଛି ।

 

ଆମେରିକା ଚାହୁଁଛି ଲମ୍ବା ଯୁଦ୍ଧ: ସେନା ପଠାଇଲା, ଋଷକୁ ଉସୁକାଇଲା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୧୭ ଦିନ ହୋଇଗଲାଣି । ୟୁକ୍ରେନର ଛାତି ଚିରି ରକ୍ତର ହୋଲି ଖେଳୁଛନ୍ତି ଋଷ ସେନା । ଘରେ ବି ସୁରକ୍ଷିତ ନୁହନ୍ତି ଲୋକେ । ଋଷ ମିଜାଇଲ ମାଡରୁ ରକ୍ଷା ପାଉନି ଶିଶୁଙ୍କ ମେଡିକାଲ । ଚାରିଆଡେ ଯୁଦ୍ଧର ବିଭିଷିକା । ଧ୍ବଂସସ୍ତୁପ ପାଲଟିଛି ୟୁକ୍ରେନ । ରାତି ହେଲେ ବଢି ଯାଉଛି ୟୁକ୍ରେନବାସୀଙ୍କ ହୃଦ ସ୍ପନ୍ଦନ । ରାତିର ଅନ୍ଧାରରେ ଋଷ ମିଜାଇଲ ୟୁକ୍ରେନର ସାଧାରଣ ଜନତାଙ୍କ ରକ୍ତରେ ଲେଖୁଛି ନୂଆ ଇତିହାସ । ଅନ୍ୟପକ୍ଷରେ ୟୁକ୍ରେନକୁ ଉସୁକାଇ ଯୁଦ୍ଧ ମୁହଁକୁ ଠେଲି ଦେଇଥିବା ସୁପର ପାଓ୍ବାର ଆମେରିକା ପଛଘୁଞ୍ଚା ଦେଇ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବାରେ ଲାଗିଛି ।

ଗତ ଦୁଇରୁ ତିନି ଦିନର ଘଟଣାକୁ ଦେଖିଲେ ଚାରିଆଡୁ ନିରାଶ ହେବା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନରମିବା ପରି ମନେ ହେଉଛନ୍ତି । ଋଷ ଆକ୍ରମଣ ଜାରି ରଖିଥିଲେ ବି ପୁଟିନ୍ କିଛି ମାତ୍ରାରେ ନରମିଛନ୍ତି । ହେଲେ, ଅନ୍ୟଙ୍କ ଭିତରେ କଳି ଲଗାଇ ନିଜ ବଡ଼ଭାଇ ପଣିବା ଜାହିର କରିବାରେ ମାଷ୍ଟର ଆମେରିକା ପୁଣି ଏକ ଗୋଟି ଚାଳନା କରିଛି । ଯାହା ଯୁଦ୍ଧକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି । ଯୁଦ୍ଧ ବନ୍ଦ ପାଇଁ କହି ବୁଲୁଥିବା ଆମେରିକାର ଏହି ପଦକ୍ଷେପ ଋଷକୁ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ଉସକାଇବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେବା ଆରମ୍ଭ କଲେଣି ।

ସେନା ପଠାଇ ଉସୁକାଉଛି ଆମେରିକା !

ୟୁକ୍ରେନ, ଋଷ ଆକ୍ରମଣରେ କ୍ଷତ ବିକ୍ଷତ ହେଉଥିବା ବେଳେ ନୋଟୋ ଦେଶଙ୍କ ସୁରକ୍ଷା ବାହାନାରେ ଋଷ ସୀମାକୁ ୧୨ ହଜାର ଯବାନଙ୍କୁ ପଠାଇଛି ଆମେରିକା । ନିଜେ ରାଷ୍ଟ୍ରପତି ଜୋ ବାଇଡେନ ଏହା କହିଛନ୍ତି । ଋଷକୁ ଘେରିବା ଉଦ୍ଦେଶ୍ୟରେ ବାଇଡେନ ଏହି ସେନା ପଠାଇଥିବା ବେଳେ ପୁଟିନ୍ କେବେ ବି ଜିତି ପାରିବେ ନାହିଁ ବୋଲି କହିଛନ୍ତି । ଜଟିଳ ପରିସ୍ଥିତିରେ ଆମେରିକାର ଏହି ପଦକ୍ଷେପ ପୁଟିନକୁ ପୁଣି ତତେଇବ ଓ ୟୁକ୍ରେନ ଉପରେ ଆକ୍ରମଣ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।

ବାଇଡେନ କହିଛନ୍ତି, ‘ନାଟୋର ସବୁ କ୍ଷେତ୍ରରେ ପ୍ରତି ଇଞ୍ଚର ରକ୍ଷା କରିବୁ । ୟୁକ୍ରେନରେ ତୃତୀୟ ବିଶ୍ବଯୁଦ୍ଧ ଲଢିବାକୁ ଦେବୁନାହିଁ ।’

ବାଇଡେନଙ୍କ ଏହି ମନ୍ତବ୍ୟର ଅର୍ଥ, ଆମେରିକା ପଠାଇ ଥିବା ସେନା, ୟୁକ୍ରେନ ପାଇଁ ଲଢିବେ ନାହିଁ । ବରଂ ଏହି ସେନା ଋଷ ସୀମାକୁ ଲାଗିଥିବା ଲାତଭିଆ, ଏଷ୍ଟୋନିଆ, ଲିଥୁଆନିଆ ଓ ରୋମାନିଆରେ ମୁତୟନ ହେବେ ।

ପ୍ରଶଂସା ପଛର ରହସ୍ୟ…

ୟୁକ୍ରେନବାସୀଙ୍କୁ ଋଷ ସେନା ବିରୋଧରେ ଛିଡ଼ା ହେବାକୁ ବାଇଡେନ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଋଷର ସାମ୍ନା କରିବାକୁ ୟୁକ୍ରେନବାସୀ ଯେଉଁ ସାହସ ଓ ଧର୍ଯ୍ୟ ଦେଖାଇଛନ୍ତି ତାହା ସ୍ବାଗତଯୋଗ୍ୟ । ଆମେରିକା ସେମାନଙ୍କୁ ସୁରକ୍ଷା ଦେବାରେ ପଛକୁ ହଟିବ ନାହିଁ । ଆମେ ୟୁକ୍ରେନକୁ ସମର୍ଥନ ଦେବା ଜାରି ରଖିବୁ ଓ ପୂରା ୟୁରୋପ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛନ୍ତି ।

ତେବେ ବାଇଡେନଙ୍କ ୟୁକ୍ରେନବାସୀଙ୍କୁ ପ୍ରଶଂସା, ସହାନୁଭୂତି ନୁହେଁ ବରଂ ମରଣ ମୁହଁକୁ ଠେଲିବା ପରି । ୟୁକ୍ରେନକୁ ଯୁଦ୍ଧ କ୍ଷେତ୍ର କରି ପରୋକ୍ଷରେ ଛାରଖାର କରିସାରିଥିବା ଆମେରିକା ଠିକ୍ ସମୟରେ ପଛଘୁଞ୍ଚା ଦେଇଛି । ଆମେରିକା ଓ ନାଟୋ ଅତୀତରେ ଯେଉଁ ମିଠା ମିଠା କଥା କହି ୟୁକ୍ରେନକୁ ‘ବଲି କା ବକରା’ ବନାଇଥିଲେ, ଆଜି ପୂରା ୟୁକ୍ରେନ ସେହି ନିଆଁରେ ଜଳି, ନିଜ ଲୋକଙ୍କ ରକ୍ତରେ ଏହାକୁ ଭରଣ କରୁଛି ।

ଏବେ ପୁଣି ମିଠା କଥା କହି ଋଷ ପଡୋଶୀ ରାଷ୍ଟ୍ରରେ ୧୨ ହଜାର ସେନାକୁ ମୁତୟନ କରି ବାଇଡେନ ପରୋକ୍ଷରେ ୟୁକ୍ରେନକୁ ଋଷ ବିରୋଧରେ ଅଧିକ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଉସୁକାଇଥିବା କହିଲେ ଭୁଲ ହେବ ନାହିଁ ।

ଆମେରିକାର ଏହି ୧୨ ହଜାରିଆ ସେନା ମୋହରେ ପଡି ଯଦି ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁକ୍ରେନବାସୀ ଭାସି ଯିବେ, ତେବେ ବିଶ୍ବ ମାନଚିତ୍ରରୁ ଏହି ଦେଶ ଗାଏବ ହୋଇ ଯିବାକୁ କେହି ଅଟକାଇ ପାରିବେ ନାହିଁ ।

କେବେ ପଡ଼ୁଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ?

ଭୁବନେଶ୍ୱର: ଚଳିତବର୍ଷ ୨ଟି ଚନ୍ଦ୍ର ଗ୍ରହଣ ହେବ । ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୬ରେ ଲାଗିବ । ୨୦୨୨ରେ ଲାଗିବାକୁ ଥିବା ୨ଟି ଯାକ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୬ରେ, ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିବ । ଭାରତରେ ଧାର୍ମିକ ମାନ୍ୟତା ଅନୁସାରେ, ଗ୍ରହଣକୁ ଅଶୁଭ କୁହାଯାଏ । ଏହି ସମୟରେ କେତେକ କାର୍ଯ୍ୟ ବାରଣ କରା ଯାଇଥାଏ । ଆଉ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣମୀ ତିଥିରେ ହିଁ ହୋଇଥାଏ । କିନ୍ତୁ ସବୁ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ହୋଇ ନଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଲେ ଏହାକୁ ଚନ୍ଦ୍ର ଗ୍ରହଣ କହିଥାନ୍ତି ।

ଭାରତୀୟ ସମୟ ଅନୁସାରେ, ଚନ୍ଦ୍ର ଗ୍ରହଣ ମେ ୧୬ ତାରିଖ ସୋମବାର ସକାଳ ୮ଟା ୫୯ରୁ ନେଇ ୧୦ଟା ୨୩ ପର୍ଯ୍ୟନ୍ତ ଲାଗିବ । ଏହା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଦେଖାଯିବ ନାହିଁ । ଫଳରେ ଭାରତରେ କୌଣସି ପ୍ରଭାବ ରହିବ ନାହିଁ ।

Two Lunar Eclipse In 2022 Know Timings

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦକ୍ଷିଣ-ପଶ୍ଚିମ ୟୁରୋପ, ଦକ୍ଷିଣ-ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଆମେରିକାର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ । ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗର, ଆଟଲାଣ୍ଟିକ ଓ ଆଣ୍ଟକର୍ଟିକାରେ ମଧ୍ୟ ଦେଖାଯିବ ।

ସେହିଭଳି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିବ । ମଙ୍ଗଳବାର ସନ୍ଧ୍ୟା ୫ଟା ୨୮ରୁ ରାତି ୭ଟା ୨୬ ଯାଏ ଲାଗିବ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ଭାରତର କିଛି ସ୍ଥାନରେ ଦେଖାଯିବ । ଭାରତ ଛଡ଼ା ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ହିନ୍ଦ ମହାସାଗର, ଆର୍କଟିକ ଓ ଆଣ୍ଟକର୍ଟିକାରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଭାରତ

ବେଙ୍ଗାଲୁରୁ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ବେଙ୍ଗାଲୁରୁରେ ଖେଳାଯାଉଛି ପିଙ୍କ୍ ବଲ୍ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଜୟନ୍ତଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି । ତେବେ ଭାରତ ପାଖରେ ଏକ ସୁଯୋଗ ରହିଛି ଏହି ମ୍ୟାଚରେ ବିଜୟ ଲାଭ କରି ଇତିହାସ ସୃଷ୍ଟି କରିବାରେ । ଯଦି ଭାରତ ପିଙ୍କ୍ ବଲ୍ ଟେଷ୍ଟରେ ବିଜୟ ଲାଭ କରେ ତେବେ ରୋହିତ ଶର୍ମା ତିନୋଟି ଫର୍ମାଟରେ ଅଧିନାୟକ ଭାବରେ କ୍ଲିନ ସୁଇପ୍ କରିବେ ।

ମୋହଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବିଜୟଲାଭ କରି ଏହି ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚରେ ଭାରତ ବିଜୟଲାଭ କରିବା ସହ ଏହି ସିରିଜକୁ କ୍ଲିନ ସୁଇପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଭାରତ ଶେଷ ଥର ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପିଙ୍କ୍ ବଲ୍ ଟେଷ୍ଟ ଖେଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଥିଲା । ୨୦୧୯ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା । ସେଥିରେ ମଧ୍ୟ ଭାରତ ବିଜୟ ଲାଭ କରିଥିଲା  । ଏବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଭାରତ ବିଜୟ ହାସଲ କରିବ ବୋଲି ଆଶା ରଖିଛି ।