spot_img
Home Blog Page 4361

ବରଗଡ଼ରେ ପୂର୍ବ ଭାରତର ସର୍ବ ବୃହତ ଶୀତଳ ଭଣ୍ଡାର

ବରଗଡ଼: ଚାଷୀଙ୍କ ପାଇଁ ଖୁସି ଖବର । ଭାରତର ସର୍ବବୃହତ ବିହନ କମ୍ପାନୀ ନ୍ୟୁଜିଭେଡୁ ବିହନ ଲିମିଟେଡ୍ ଭାରତୀୟ ଚାଷୀଙ୍କୁ ବିହନ ଠିକ୍ ସମୟରେ ଯୋଗାଇବା ପାଇଁ ଅଧିକ ପ୍ରକ୍ରିୟାକରଣ ସୁବିଧା ଯୋଗାଉଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଓଡିଶା ସରକାରୀ ଅଧିକାରୀଙ୍କ ଦ୍ୱାରା ବରଗଡ଼ରେ ଓଡ଼ିଶାର ନୂତନ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ ପ୍ଲାଣ୍ଟ ଖୋଲିଛି ନ୍ୟୁଜିଭେଡୁ କମ୍ପାନୀ । ବରଗଡ଼ରେ ନ୍ୟୁଜିଭେଡୁ ଦ୍ୱାରା ହୋଇଥିବା କମ୍ପାନୀକୁ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ ଏବଂ ବିହାରର ପ୍ରଗତିଶୀଳ କୃଷକ ଏବଂ ବିତରକମାନେ ପରିଦର୍ଶନ କରିଛନ୍ତି । ଏହି ପ୍ରକ୍ରିୟାକରଣ କାରଖାନା ଓଡିଶାର ଚାଷୀଙ୍କ ପାଇଁ ଭଲ ବିହନ ଉତ୍ପାଦନ ସୁଯୋଗ ସୃଷ୍ଟି କରିବ । ଏହା ସହ ଆମ ରାଜ୍ୟର ପଡ଼ୋଶୀ ରାଜ୍ୟର ଚାଷୀଙ୍କୁ ଠିକ୍ ସମୟରେ ବିହନ ଯୋଗାଣରେ ସାହାଯ୍ୟ କରିବ । ସର୍ବୋତ୍ତମ ଗୁଣବତ୍ତା ଧାନ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ ସୁବିଧା ସହିତ ଏହା ପୂର୍ବ ଭାରତରେ ସବୁଠାରୁ ବଡ ଶୀତଳ ଭଣ୍ଡାର ହୋଇଛି । ନ୍ୟୁଜେଭିଡୁ ସର୍ବଦା ଚାଷୀଙ୍କୁ ସର୍ବୋତ୍ତମ ଗୁଣାତ୍ମକ ବିହନ ଯୋଗାଇଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କହିଲା କରୋନାର ହୋଇନାହିଁ ଅନ୍ତ

ନୂଆଦିଲ୍ଲୀ: କରୋନାର ଅନ୍ତ ହୋଇନାହିଁ । କୋଭିଡ-୧୯ ବର୍ତ୍ତମାନ ଏନଡେମିକ ସ୍ଥିତିରେ ରହିଛି ବୋଲି ଭାବିବା ଭୁଲ୍ । ଏବେ ବି ବିଶ୍ୱରେ କୋଭିଡ-୧୯ ମହାମାରୀ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡ ସଂକଟ ସଂପୂର୍ଣ୍ଣ ଭାବେ ଟଳି ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରାୟନ କହିଛନ୍ତି । କୌଣସି ଏକ ନିର୍ଦ୍ଦିଷ୍ଟ ଋତୁରେ କରୋନା ଯେ ବ୍ୟାପିବ, ସେ ନେଇ କୌଣସି ତଥ୍ୟ ନାହିଁ । ଚୀନର ସାଂଘାଇ ସମେତ ଅନ୍ୟ କିଛି ସହରରେ କୋରୋନାର ଚତୁର୍ଥ ଲହର ବ୍ୟାପିଛି । ଭାରତରେ ରାଜଧାନୀ ଦିଲ୍ଲୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନରେ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ଗୁରୁତ୍ବ ବହନ କରୁଛି  ।

ସୈନିକ ସ୍ୱାମୀଙ୍କୁ ଋଷ୍‌ ମହିଳାଙ୍କ ପରାମର୍ଶ, ୟୁକ୍ରେନ୍‌ ମହିଳାଙ୍କ ସହ ଦୁଷ୍କର୍ମ କର, ଅଡ଼ିଓ ଭାଇରାଲ

କିଭ୍‌: କୁହାଯାଏ ଜଣେ ମହିଳା କେବଳ ଅନ୍ୟ ଜଣେ ମହିଳାର ଦୁଃଖ ବୁଝିପାରେ । କିନ୍ତୁ ଋଷର ଜଣେ ମହିଳାଙ୍କ କଥା ଶୁଣିଲେ ଆପଣଙ୍କ ଆଖିରୁ ନିଦ ହଜିଯିବ । କାରଣ ଜଣେ ମହିଳା ହୋଇ ଅନ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ପରାମର୍ଶ ଦେଉଛନ୍ତି । ଏହିଭଳି ଅଭାବନୀୟ ଖବର ଆସିଛି ଋଷରୁ । ଯେଉଁଠାରେ ଜଣେ ମହିଳା ତା’ ସୈନିକ ସ୍ୱାମୀକୁ ୟୁକ୍ରେନ୍‌ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ପରାମର୍ଶ ଦେଉଛି । ଖାଲି ସେତିକି ନୁହେଁ ଏଭଳି ଘୃଣ୍ୟ କାମ କରିବା ବେଳେ ସତର୍କ ରହିବାକୁ ମଧ୍ୟ କହିଛି ।

ବାସ୍ତବରେ ‘ଦ ସିକ୍ୟୁରିଟି ସର୍ଭିସ ଅଫ୍‌  ଦ ୟୁକ୍ରେନ୍‌’ର ଇଣ୍ଟରସେପ୍ଟର ଋଷ୍‌ ସୈନିକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ରେକର୍ଡ଼ କରି ନେଇଛି । ଯେଉଁଥିରୁ ଉପରୋକ୍ତ ଘଟଣା ବିଷୟରେ ଜାଣିବାକୁ ମିଳିଛି । ଟେଲିଗ୍ରାମ ଚ୍ୟାନେଲରେ ଏହି ଅଡ଼ିଓ ଭାଇରାଲ ମଧ୍ୟ ହେଉଛି । ଅଡ଼ିଓରୁ ଏହା ଜଣାପଡ଼ୁଛିଯେ, ଋଷର ୮୦ ପ୍ରତିଶତ ମହିଳା ଏହାକୁ ସମର୍ଥନ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଋଷ୍‌ ସୈନିକ ପଚାରୁଛନ୍ତିଯେ, ମୋତେ କ’ଣ ସତରେ ଏଭଳି କରିବା ଉଚିତ୍‌? ପ୍ରତ୍ୟୁତ୍ତରରେ ମହିଳା କହୁଛନ୍ତି ସତର୍କତାର ସହିତ । ତେବେ ଏହି ଅଡ଼ିଓ ସେହି ସମୟରେ ସାମ୍ନାକୁ ଆସିଲା, ଯେତେବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲଂସ୍କି ଋଷ୍‌ ସୈନିକଙ୍କ ଉପରେ ୟୁକ୍ରେନ୍‌ ମହିଳାଙ୍କ ସହିତ ଦୁଷ୍କର୍ମ ଅଭିଯୋଗ ଆଣିଲେ ।

ଏହା ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେଯେ, ଜଣେ ୫୦ ବର୍ଷୀୟ ମହିଳାଙ୍କ ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ୱାମୀ ସାମ୍ନାରେ ପତ୍ନୀ ସହିତ ଦୁଷ୍କର୍ମ କରାଯାଇଛି । ଯାହା ନିଜେ ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ବାସ୍ତବରେ ଏହା ନିହାତି ଭାବରେ ଘୃଣ୍ୟଜନକ ଘଟଣା ।

ରାଜଧାନୀରୁ କୋକେନ୍ ଜବତ ମାମଲା, ୨୦୨୩ ହକି ବିଶ୍ୱକପକୁ ଟାର୍ଗେଟ କରିଥିଲା ମାଫିଆ

ଭୁବନେଶ୍ୱର: ରାଜଧାନୀରୁ ୨୦୨ ଗ୍ରାମ କୋକେନ୍ ଜବତ ମାମଲା । ଏହି ଘଟଣା ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପକୁ ଟାର୍ଗେଟ୍ କରିଥିଲା ମାଫିଆ । ବିଶ୍ୱକପ ପୂର୍ବରୁ ମାଷ୍ଟରମାଇଣ୍ଡ ରବି ମାର୍କେଟ ପ୍ରସ୍ତୁତ କରିଥିଲା । ବିଦେଶୀ ଦର୍ଶକଙ୍କୁ କୋକେନ୍ ବିକ୍ରି ପାଇଁ କରିଥିଲା ଯୋଜନା । ବିଦେଶୀ ଦର୍ଶକ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ କରାଯାଇଥାନ୍ତା ଯୋଗାଯୋଗ । ରବିର ବିଗ୍ ବସ୍ ଦିଲ୍ଲୀର ତୁର୍କମାନ ଗେଟରେ ରହୁଛି । ସେଠାରୁ ଓଡ଼ିଶାକୁ ସପ୍ଲାଏ ହେଉଚି କୋକେନ୍ । ୨୦୧୦ରେ କମନୱେଲଥ ଗେମ୍‌ ସମୟରେ କୋକେନ୍ ବ୍ୟବସାୟ ଆରମ୍ଭ କରିଥିଲା ରବି ।

ରାଜସ୍ଥାନରେ ଚଳାଉଥିଲା ହୋଟେଲ ବ୍ୟବସାୟ । ରବି ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ କରୁଥିଲା । ରବିଠାରୁ ଜବତ ହୋଇଛି ସାଉଥ ଆଫ୍ରିକା ନୋଟ୍‌ । ରବି ଓ ସନ୍ନିଙ୍କ କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ । ଦିଲ୍ଲୀ, ମୁମ୍ବାଇ ଓ ଗୋଆରେ କୋକେନର ଡିମାଣ୍ଡ ଖୁବ୍ ରହୁଛି । କୋକେନ୍ କେଜି ପିଛା ୩ କୋଟିରୁ ୭ କୋଟିରେ ବିକ୍ରି କରୁଥିଲା ରବି । ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି STF । ପଚରାଉଚୁରା ବେଳେ ଖୋଲିବ ଭୁବନେଶ୍ୱର କୋକେନ୍ କାରବାର ଲିଙ୍କ ।

ମାନସ ସ୍ୱାଇଁ ହତ୍ୟା ମାମଲା, ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ପାଇଁ ଅନୁମତି ଦେଲା ଚାନ୍ଦବାଲି ଜେଏମଏଫସି କୋର୍ଟ

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ବିଚାରଧିନ ଅଭିଯୁକ୍ତଙ୍କର ହେବ ଟିଆଇ ପରେଡ୍ । ଚାନ୍ଦବାଲି ଜେଏମଏଫସି କୋର୍ଟ ପକ୍ଷରୁ ଟିଆଇ ପରେଡ୍ ପାଇଁ ଅନୁମତି ମିଳିଛି । ଗତ ୧୩ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅପିଲ କରାଯାଇଥିଲା । ଆସନ୍ତାକାଲି ମାନସଙ୍କୁ ଅପହରଣ କରିଥିବା ଭାଗ୍ୟଧର ନାୟକ ଓ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ଭଦ୍ରକ ଉପକାରାଗାରରେ ଜେରା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୨୨ରେ ସମସ୍ତ ଅଭିଯୁକ୍ତ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହେବେ ହାଜର ।

ଏଥର ଦୁଇ ଥର ନୁହେଁ ବରଂ ଥରକେ ହେବ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏକକ ବୋର୍ଡ ପରୀକ୍ଷା କରାଯିବ । ଚଳିତ ଶିକ୍ଷାବର୍ଷ ପରି ଆଉ ଦୁଇଟି ପରୀକ୍ଷା କରାଯିବ ନାହିଁ । ବରଂ ପୁଣିଥରେ ପୁରୁଣା ପଦ୍ଧତି ଆପଣାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି । ଯାହାକୁ ଆଧାର କରି ଓଡ଼ିଶାରେ ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ସମାନ ପନ୍ଥା ଆପଣାଇବାକୁ ଦୁଇ ଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବ ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି ।

କରୋନା ଯୋଗୁଁ ଦୁଇ ବର୍ଷ ହେଲା ପିଲଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ମୋଟ ସିଲାବସ୍ ପଢ଼ାଯିବା ପରିବର୍ତ୍ତେ ୩୦ ପ୍ରତିଶତ ସିଲାବସ୍ କାଣ୍ଟଛାଣ୍ଟ କରାଯାଇ ଶିକ୍ଷା ପ୍ରଦାନ କରାଯାଇଥିଲା ଏବଂ ସେହି ଅନୁଯାୟୀ ପରୀକ୍ଷା ମଧ୍ୟ କରାଯାଉଛି । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ପରୀକ୍ଷା କରାଯାଇ ପାଠପଢ଼ାକୁ ଅଧିକ ସରଳ କରାଯାଇଥିଲା । ସିବିଏସଇ ପକ୍ଷରୁ ନଭେମ୍ବର-ଡିସେମ୍ବର ମାସରେ ଏମସିକ୍ୟୁ ଫର୍ମାଟରେ ଟର୍ମ-୧ ପରୀକ୍ଷା ହୋଇଥିବାବେଳେ ଏପ୍ରିଲ ୨୬ରୁ ଟର୍ମ-୨ ପରୀକ୍ଷା କରାଯିବ । ୨୦୨୦ ଜାତୀୟ ଶିକ୍ଷା ନୀତି ଆଧାରରେ ଦୁଇଟି ପରୀକ୍ଷା ଢ଼ାଞ୍ଚା ଜାରି ରହିବ ବୋଲି ଆକଳନ କରାଯାଉଥିଲା । ମାତ୍ର ଏବେ କୌଣସି ପରିବର୍ତ୍ତନ ନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । ପୂର୍ବ ଢ଼ାଞ୍ଚା ଅନୁଯାୟୀ ଏକକ ବୋର୍ଡ ପରୀକ୍ଷା ସପକ୍ଷରେ ଅଂଶୀଦାରମାନେ ମତ ପ୍ରକାଶ କରିଛନ୍ତି ।

ଏବେ ସ୍ଥିତିରେ ସୁଧାର ଆସିଛି । ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ସମ୍ପୂର୍ଣ୍ଣ ଶତ ପ୍ରତିଶତ ସିଲାବସରେ ପିଲାଙ୍କୁ ଶିକ୍ଷା ଦିଆଯିବ । ସିଆଇଏସସିଇ ବୋର୍ଡ ମଧ୍ୟ ସମାନ ଢ଼ାଞ୍ଚା ଆପଣାଇବାକୁ ନିଷ୍ପତ୍ତି ନେଇଛି । ତେବେ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି କି ଯେହେତୁ ସିବିଏସଇ ପୁଣି ଥରେ ଏକକ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ତେଣୁ ଆମେ ମଧ୍ୟ ସମାନ ପନ୍ଥା ଆପଣାଇବୁ । ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଅନୁମତି ମିଳିବା ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ।

ଅନୁଗୁଳ ଜିଲ୍ଲା ଜରପଡାରେ ବିଭତ୍ସ ହତ୍ୟା, ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତକ ହେଲେ ଦୁର୍ଗାପୁର ଗାଁ ପ୍ରଧାନ ସାହିର ସାଗର ପ୍ରଧାନ । ସାଗର ଦଣ୍ଡନାଚ ଦେଖି ଘର ପାଖ ମଣ୍ଡପରେ ଶୋଇଥିଲେ, ତେବେ ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଅନୁମାନ । ଜରପଡା ପୋଲିସ ଖବର ପାଇ ଘଟଣାର ତଦନ୍ତ କରିବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରି ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବ ବୋଲି ଚର୍ଚ୍ଚା ହୋଇଛି ।

https://www.youtube.com/watch?v=KNVzb307Lho

ମାହାଙ୍ଗା ଗଣହତ୍ୟା ମାମଲା, ୫ ଜଣଙ୍କୁ ବୀଭତ୍ସ ହତ୍ୟାର ଡେମୋ ଦେଖାଇଲା ଅଭିଯୁକ୍ତ ଶିବ

ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲା । ମାହଙ୍ଗା କୁସୁପୁରର କ୍ରାଇମସ୍ପଟରେ ହେଲା କ୍ରାଇମସିନ୍ ରିକ୍ରିଏସନ । ୫ ଜଣଙ୍କୁ କେମିତି କରିଲା ହତ୍ୟା ତା’ର ଡେମୋ ଦେଖାଇଛି ଅଭିଯୁକ୍ତ ଶିବ । ହତ୍ୟାରେ ବ୍ୟବହୃତ ଶାବଳ ଓ ମାରଣାସ୍ତ୍ର ଜବତ ହୋଇଛି । କଳା ରାତିର ସତ କ’ଣ? ସବୁ କଥା ଟିକନିଖ୍ କ୍ରାଇମସ୍ପଟରେ କହିଛି ଅଭିଯୁକ୍ତ ଶିବ । କଡ଼ା ସୁରକ୍ଷା ବଳୟ ଭିତରେ ଅଭିଯୁକ୍ତକୁ ନେଇ ପୋଲିସ କ୍ରାଇମସିନ୍ ରିକ୍ରିଏଟ୍ କରିଛି । ୫ ଜଣଙ୍କ ହାତ, ଗୋଡ଼ର ପ୍ରମୁଖ ଶିରା କାଟି କରାଯାଇଥିଲା ହତ୍ୟା । ପ୍ରତ୍ୟେକ ମୃତ ଦେହରେ ଧାରୁଆ ଅସ୍ତ୍ରରେ ଏକାଧିକ ଥର ହାଣିଥିଲା ହତ୍ୟାକାରୀ । ବେକ ଓ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି । ମୃତଦେହକୁ ଘୋଷାଡି ଘୋଷାଡି ଗୋଟିଏ ଘରେ ପକାଯାଇ ବାହାରୁ ତାଲା ପକାଇ ଦେଇଥିଲା ଅଭିଯୁକ୍ତ ଶିବ । ଏପରିକି ଘରର ମୁଖ୍ୟ ଦ୍ୱାର ବାହାର ପଟୁ ତାଲା ପକାଇ ଦେଇଥିଲା ଶିବ ପ୍ରସାଦ ।

ଦିଲ୍ଲୀରେ ପୁଣି ଲାଗୁ ହୋଇପାରେ କରୋନା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀକୁ ଫେରୁଛି କୋଭିଡ ବିପଦ । ପୁଣି ଲାଗୁ ହୋଇପାରେ କରୋନା କଟକଣା । କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ କଟକଣା ଲାଗୁ କରିବା ଲାଗି ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ । ଏନେଇ ଆସନ୍ତା ଏପ୍ରିଲ ୨୦ରେ ବୈଠକ ଡ଼ିକିଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଡିଡିଏମଏ । ଏହି ବୈଠକରେ ମାସ୍କକୁ ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ଆଦି କଟକଣା ନେଇ ଆଲୋଚନା କରାଯାଇପାରେ । ଏହି ବୈଠକରେ ଲେଫଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଉପସ୍ଥିତ ରହିବେ । ଗତ ସୋମବାର ୧୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁବାର ୩୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ହାର ୨.୩୯ ପ୍ରତିଶତ ରହିଛି ।

ନବରଙ୍ଗପୁର ସ୍ୱାସ୍ଥ୍ୟରେ ଯୋଡିହେଲା ବିକାଶର ନୂଆ ଅଧ୍ୟାୟ, ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିକାଶରେ ଯୋଡିହେଲା ନୂଆ ଅଧ୍ୟାୟ । ଉପାନ୍ତରେ ମିଳିଲା ଉନ୍ନତମାନର ସ୍ୱାସ୍ଥ୍ୟସେବା । ନବରଙ୍ଗପୁରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଦୁର୍ଗମ ଅଞ୍ଚଳରେ ରୋଗୀ ପାଇବେ ଉନ୍ନତ ସେବା । ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟର ସୁପର ସ୍ପେଶାଲିଷ୍ଟ ଡାକ୍ତରମାନେ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଆଜି ଓ ଆସନ୍ତାକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଶିବିରରେ ମିଳିବ ଚିକିତ୍ସା ସୁବିଧା । ଗ୍ୟାଷ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ଲାପରୋସ୍କୋପିକ ସର୍ଜରୀ ବିଭାଗର ସ୍ୱତନ୍ତ୍ର ଚିକିତ୍ସା ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ରୋଗୀଙ୍କୁ ସେବା ପ୍ରଦାନ କରିବେ । ସମ୍ପୂର୍ଣ୍ଣ ମାଗଣାରେ ଏହି ସେବା ଯୋଗାଇ ଦିଆଯିବ । ପୂର୍ବରୁ କଳାହାଣ୍ଡି, ମାଲକାନଗିରି ଓ ନୂଆପଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ।