୪୩ ବର୍ଷ ବୟସରେ ଦଶମ ପାସ୍ କଲେ ବାପା ଓ ଫେଲ୍ ହେଲା ପୁଅ

1 min read

ପୁଣେ: କଥାରେ ଅଛି ପାଠ ପଢିବା ପାଇଁ କୌଣସ ବୟସ ସୀମା ନାହିଁ । ଏପରି କଥାକୁ ସତ କରିଦେଖାଇଛନ୍ତି ମାହାରାଷ୍ଟ୍ରର ଜଣେ ୪୩ ବର୍ଷୀୟ ବ୍ୟକ୍ତି । ସେ ଏହି ବୟସରେ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ମାର୍କ ରଖି ପାସ୍ କରିଛନ୍ତି ,ଯାହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କିନ୍ତୁ ଅନ୍ୟ ପଟେ ତାଙ୍କ ପୁଅ ଦୁଇ ଦୁଇ ଥର ପରୀକ୍ଷା ଦେଇ ମଧ୍ୟ ଫେଲ୍ ହୋଇଯାଇଛି ।

ଚଳିତ ବର୍ଷ ଜୁନ୍ ୧୭ରେ ମହାରାଷ୍ଟ୍ର ବୋର୍ଡ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ(MSBSHSE) ପକ୍ଷରୁ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି ।  ରାଜ୍ୟରେ ୯୬.୯୪ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । କିନ୍ତୁ ପୁଣେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ବାପା ଓ ପୁଅ ଚଳିତ ବର୍ଷ ଏକାଠି ଦଶମ ପରୀକ୍ଷା ଦେଇଥିଲେ ଏବଂ ଏଥିରେ ବାପା ଭଲ ମାର୍କରେ ପାସ୍ ହୋଇଥିବା ବେଳେ ପୁଅ ୨ଟି ବଷୟରେ ଫେଲ୍ ହୋଇଯାଇଛି । ବାପାଙ୍କର ସଫଳତାରେ ପରିବାର ଲୋକେ ଖୁସି ଥିବା ବେଳେ ପୁଅର ବିଫଳତା ଯୋଗୁଁ ନିରାଶ ମଧ୍ୟ ଅଛନ୍ତି ।

ସଂପୃକ୍ତ  ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସେ ଯେତେବେଳେ ସପ୍ତମ ଶ୍ରେଣୀରେ ପଢୁଥିଲେ ସେତେବେଳେ ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ପାଠ ପଢା ଛାଡି ତାଙ୍କୁ ଚାକିରି କରିବାକୁ ପଡ଼ିଥିଲା ।  ପାଠ ପଢା ଶେଷ କରିପାରିନଥିବା ଯୋଗୁଁ ତାଙ୍କ ମନରେ ବହୁତ ଦୁଃଖ ଥିଲା ଏବଂ ସେ ପାଠ ପଢିବାକୁ ଚାହୁଁଥିଲେ । ଏହି ଇଚ୍ଛାକୁ ସେ ତାଙ୍କ ପରିବାର ଲୋକଙ୍କ ଆଗରେ କହିଥିଲେ ଏବଂ ସେମାନେ ମଧ୍ୟ ତାଙ୍କୁ ପଢିବାକୁ ପ୍ରୋତ୍ସାହିତ କରିଥିଲେ । ଏହା ପରେ ସେ ଏବର୍ଷ ଦଶମ ପରୀକ୍ଷା ଦେବାକୁ ନଷ୍ପତ୍ତି ନେଇଥିଲେ । କାମ ପରେ ସମୟ ବାହାରକରି ସେ ପଢୁଥିଲେ ଏବଂ ଆଜି ତାଙ୍କ ପରିଶ୍ରମର ଫଳ ମିଳିଛି ।