ଖୁବଶୀଘ୍ର ଲଞ୍ଚ୍‌ ହେବ ବିଶ୍ବର ପ୍ରଥମ ନାଜାଲ ଭ୍ୟାକ୍ସିନ

1 min read

ହାଇଦ୍ରାବାଦ: ଖୁବଶୀଘ୍ର ଲଞ୍ଚ୍‌ ହେବ ନାଜାଲ ଭ୍ୟାକସିନ  । କୋଭିଡ ୧୯ ନାଜାଲ ଭ୍ୟାକ୍ସିନର ଫେଜ-୩ ବୁଷ୍ଟର ଡୋଜର ସଫଳ ପରୀକ୍ଷଣ କରିଛି ଭାରତ ବାୟୋଟିକ । ଆସନ୍ତା ମାସରେ DCGI (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ)କୁ ଅନୁମତି ମାଗିବ ଭାରତ ବାୟୋଟେକ । ଏବେ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ପରୀକ୍ଷଣହୋଇଛି । ଯଦି ସବୁକିଛି ଠିକ ରୁହେ DCGI ର ଅନୁମତି ପରେ ଖୁବଶୀଘ୍ର ଲଞ୍ଚ ହେବ ନାଜାଲ ଭ୍ୟାକ୍ସିନ । ଏହା ଦୁନିଆର ପ୍ରଥମ କ୍ଲିନିକାଲ ରୁପରେ ପ୍ରମାଣିତ ନାଜାଲ କୋଭିଡ ୧୯ ଭ୍ୟାକ୍ସିନ ହେବ ।

ଗତ ଜାନୁଆରୀରେ  ନାଜାଲ ଭାକ୍ସିନ BBV154କୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ଡିସିଜିଆଇ । ଏନେଇ ବସିଥିବା ଏସଇସି ବୈଠକରେ ପକ୍ଷରୁ ନାଜାଲ ଟିକାକୁ ଗ୍ରୀନ ସିଗନାଲ ମିଳିଥିଲା ।

କୋଭାକ୍ସିନ ଓ କୋଭିସିଲ୍ଡ ନେଇସାରିଥିବା ୫ ହଜାର ଲୋକଙ୍କ ନିକଟରେ ଏହି ନାଜାଲ ଭାକ୍ସିନ ଟେଷ୍ଟ ଲାଗି ଡିସିଜିଆଇ ନିର୍ଦ୍ଦେଶ ଦେଇଥିଲେ ।

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ନିମନ୍ତେ ପୂର୍ବରୁ ଅନୁମତି ଦିଆଯାଇଥିଲା । ଏହି ଟିକା ଆଇଜିଜି, ମ୍ୟୁକୋସାଲ ଆଇଜିଏ, ଟି-ସେଲଗୁଡିକୁ ନଷ୍ଟ କରିଦେଇଥାଏ । ଟିକା ନେଲେ ସଂକ୍ରମଣ ରୋକାଯିବା ସହ ରୋଗୀର ମଧ୍ୟ ପ୍ରତିରୋଧକ ଶକ୍ତି ବଢିଥାଏ । ଦ୍ବିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ୬ ମାସ ପ୍ରଭେଦ ରହିବ ।

ସେହିପରି ଦ୍ବିତୀୟ ଡୋଜ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ବୁଷ୍ଟର ଡୋଜ ନେବାର ଆବଶ୍ୟକତା ରହିଛି ବୋଲି କହିଛି ଭାରତ ବାୟୋଟେକ । ବୁଷ୍ଟର ଡୋଜ ବୟସ୍କଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ । କୋଭିଡ ୧୯ ୧୦୦ ପ୍ରତିଶତ ସମାପ୍ତ ହୋଇନାହିଁ  । ଏହା ସହ ରହିବାକୁ ହେଲେ ସାବଧାନତା ସହ ଭ୍ୟାକ୍ସିନ ନେଇ ବଞ୍ଚିବାକୁ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।