spot_img
Home Blog Page 4360

ଅଜଣା ରୋଗରେ ଯାଉଛି ଗାଈଙ୍କ ଜୀବନ, ୧୦ ଦିନରେ ୩୫ରୁ ଅଧିକ ଗୋରୁ ମୃତ

ବୌଦ୍ଧ: ବୌଦ୍ଧରେ ଗୋରୁ ମଡ଼କ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଟିଏ ଗାଈ-ଗୋରୁଙ୍କ ମୃତ୍ୟୁ ହେଉଛି । ତିଲେଶ୍ୱର ପଞ୍ଚାୟତରେ ୧୦ ଦିନ ମଧ୍ୟରେ ୩୫ରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଗୋପାଳଙ୍କୁ ଘାରିଛି ଚିନ୍ତା । ସେପଟେ ଗୋରୁ ମଡ଼କର କାରଣ ଜାଣିବା ପାଇଁ ଗାଁରେ ପହଞ୍ଚିଛି ପ୍ରାଣୀଧନ ଚିକିତ୍ସା ବିଭାଗର ଟିମ୍ ।

More Than 35 Cows Died In Unknown Disease At Boudh

ଅଜଣା ରୋଗରେ ଆକ୍ରାନ୍ତ ଗୃହପାଳିତ ପଶୁ । ଗୋଟିଏ ପରେ ଗୋଟିଏ ଗାଈଙ୍କ ମୃତ୍ୟୁ ହେଉଛି । ବୌଦ୍ଧ ଜିଲ୍ଲା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ଗାଁରେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଗୃହପାଳିତ ପଶୁ । ଗତ ୧୦ ଦିନ ମଧ୍ୟରେ ଗାଁର ୩୫ରୁ ଅଧିକ ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗାଈ ଏବେ ବି ରୋଗରେ ଆକ୍ରାନ୍ତ ଅଛନ୍ତି । ଏନେଇ ଅଭିଯୋଗ ପରେ ପ୍ରାଣୀଧନ ବିଭାଗର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।

More Than 35 Cows Died In Unknown Disease At Boudh

ସଂକ୍ରମଣ ଜନିତ ରୋଗ ପାଇଁ ଗାଈଙ୍କ ଜୀବନ ଯାଉଛି । ତେଣୁ ମୃତ ଗୋରୁ-ଗାଈଙ୍କୁ ଏଣେ ତେଣେ ନପକାଇ ପୋତି ଦେବାକୁ ପରାମର୍ଶ ଦେଇଛି ପ୍ରାଣୀଧନ ବିଭାଗ । ସେହିପରି ବଜବଜିଆ ରୋଗ ପାଇଁ ଗୋରୁଙ୍କୁ ଭ୍ୟାକ୍ସିନ ଦିଆଯାଇଛି । ୧୦ ଦିନ ପରେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ଡାକ୍ତର କହିଛନ୍ତି । ଅନ୍ୟପଟେ ରୋଗର କାରଣ ଜାଣିବା ପାଇଁ ନମୂନା ସଂଗ୍ରହ କରି ଲ୍ୟାବକୁ ପଠାଇଛି ବୋଲି ବିଭାଗ କହିଛି । ଋଣ କରି ଗୋପାଳନ କରୁଥିବା ଚାଷୀ ଏବେ ଚିନ୍ତାରେ । ତେଣୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି ଖଣ୍ଡହତା ଗ୍ରାମବାସୀ ।

ଡ୍ରଗ୍ସ ମାମଲାରେ ପୁଣି ଖାରଜ ହେଲା ଅରମାନ କୋହଲିଙ୍କ ଜାମିନ୍‌ ଆବେଦନ

ନୂଆଦିଲ୍ଲୀ:  ଡ୍ରଗ୍ସ ମାମଲାରେ ଅରମାନ କୋହଲିଙ୍କ ଜାମିନ୍‌ ଆବେଦନ ପୁଣିଥରେ ଖାରଜ ହୋଇଛି ।  ଅରମାନଙ୍କୁ ଗତବର୍ଷ ଅଗଷ୍ଟରେ ୧.୨ ଗ୍ରାମ କୋକିନ ସହିତ ଗିରଫ କରାଯାଇଥିଲା । ତାଙ୍କ ଘରେ ଚଢ଼ାଉ ପରେ ତାଙ୍କଠାରୁ କୋକିନ୍‌ ଜବତ ହୋଇଥିଲା । ଏବେ ଏନଡିପିଏସ କୋର୍ଟ ଅରମାନଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଛନ୍ତି ।

କୋର୍ଟଙ୍କ କହିବା ହେଉଛି, ଅରମାନ ଡ୍ରଗ୍ସ ଟ୍ରାଫିକିଂ ମାମଲାରେ ଲିପ୍ତ ଥିଲେ । କମ୍‌ ପରିମାଣର କୋକିନ ଜବତ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିଲେ । ତେଣୁ ଏହି ମାମଲା ଖୁବ୍‌ ଗମ୍ଭୀର । ଏହାକୁ ନଜରରେ ରଖି ଜାମିନ୍‌ ଦିଆଯାଇପାରିବ ନାହିଁ ।

କେବଳ ସେତିକି ନୁହେଁ ଏମିତି କିଛି ପ୍ରମାଣ ଅରମାନଙ୍କ ମୋବାଇଲରୁ ଜବତ ହୋଇଛି, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ମାମଲା ବୋଲି କୁହାଯାଉଛି ।

ସୋମବାର ଠାରୁ ସବୁ ସରକାରୀ କାର୍ଯ୍ଯାଳୟରେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଦୁଇ ବର୍ଷ ପରେ ପୁଣି ଥରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତା ୧୮ ତାରିଖରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି । ପୂର୍ବ ପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣି କରାଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସବୁ ବିଭାଗୀୟ ମୁଖ୍ୟ, ପୋଲିସ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିଛନ୍ତି । ୨୦୨୦ ମାର୍ଚ୍ଚ ୧୩ ତାରିଖରୁ କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ କରାଯାଇଥିଲା ।

Grievances Cell In Govt All Offices To Open From 18th April

ଏହି ସମୟରେ ଜନଶୁଣାଣି ପୋର୍ଟାଲରେ ଅନଲାଇନରେ ଅଭିଯୋଗର ଶୁଣାଣି ହେଉଥିଲା । ଏବେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ପାଇଁ ସାଧାରଣ ଲୋକେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନକୁ ପ୍ରବେଶ କରିବାକୁ ଅନୁମତି ପାଇବେ । ସେନେଇ ଗୃହ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି ନେଇ ଆଗୁଆ ପ୍ରଚାର କରିବେ । ଅଭିଯୋଗ ଶୁଣାଣି ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହାର୍ଦ୍ଦିକଙ୍କୁ ଖୁଲମଖୁଲା ଅଫର, ଯଦି କଂଗ୍ରେସରେ ଇଛା ନାହିଁ ଆପ୍‌ ମଙ୍ଗ ଧର

ଅହମ୍ମଦାବାଦ: ଦଳ ମଧ୍ୟରେ ଚାଲିଥିବା କନ୍ଦଳ ହେତୁ  ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଦଳ ଛାଡ଼ିବେ ବୋଲି ଆଲୋଚନା ହେଉଥିବାବେଳେ ଆପର ଗୁଜୁରାଟ ୟୁନିଟ୍ ସଭାପତି ଗୋପାଳ ଇତାଲିଆ ହାର୍ଦ୍ଦିକଙ୍କ କଂଗ୍ରେସ ଛାଡ଼ି ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେବାକୁ ଖୁଲମଖୁଲା ଅଫର ଦେଇଛନ୍ତି ।  ଇତାଲିଆ ଟ୍ୱିଟ୍‌ କରି କହିଛନ୍ତିଯେ, ଯଦି ହାର୍ଦ୍ଦିକଙ୍କୁ କଂଗ୍ରେସ ପସନ୍ଦ ଆସୁନାହିଁ ତେବେ ସେଠାରେ ରହି ସମୟ ନଷ୍ଟ କରିବା ଏବଂ ଅଭିଯୋଗ କରିବା ପରିବର୍ତ୍ତେ ସେ ଆପରେ ଯୋଗ ଦେବା ଉଚିତ୍‌ । ହାର୍ଦ୍ଦିକଙ୍କ ଭଳି ନିଷ୍ଠାପର ବ୍ୟକ୍ତିଙ୍କ ପାଇଁ କଂଗ୍ରେସରେ କେବେ ମଧ୍ୟ ସ୍ଥାନ ନଥିବ । ଅନ୍ୟପଟେ ସମସ୍ତ ଉଡ଼ାଖବରରେ ପୂର୍ଣ୍ଣଛେଦ ପକାଇଛନ୍ତି ହାର୍ଦ୍ଦିକ । ତାଙ୍କ କହିବା ହେଉଛି ସେ ଦଳ ପାଇଁ ଶତ ପ୍ରତିଶତ ଉତ୍ସର୍ଗୀକୃତ  ଏବଂ ସେ ଦଳ ଛାଡ଼ିବେ ନାହିଁ ।

କେବଳ ସେତିକି ନୁହେଁ ବରଂ ହାର୍ଦ୍ଦିକ କହିଛନ୍ତିଯେ, ମୁଁ ଆଜି ଯାଏଁ ଦଳକୁ ମୋର ଶତ ପ୍ରତିଶତ ଦେଇଛି ଏବଂ ଆଗକୁ ମଧ୍ୟ ଦେବି । ଆମେ ଗୁଜୁରାଟରେ ଆହୁରି ଉନ୍ନତି କରିବୁ । ଦଳ ମଧ୍ୟରେ ଛୋଟ କଳି ଝଗଡ଼ା ଅଛି, କିନ୍ତୁ ଗୁଜୁରାଟକୁ ଏକ ସୁନ୍ଦର ସ୍ଥାନରେ ପରିଣତ କରିବାକୁ ହେଲେ ଆମକୁ ଏକାଠି କାମ କରିବାକୁ ପଡ଼ିବ । ଏହା ସହିତ ସେ କହିଛନ୍ତିଯେ, ଗୁଜୁରାଟର ଲୋକଙ୍କର ଆମ ଉପରେ ବିଶ୍ୱାସ ଅଛି ଏବଂ ଆମକୁ ସେମାନଙ୍କ ପାଇଁ ଛିଡ଼ା ହେବା ଉଚିତ୍ ।

ସ୍ୱାଭିମାନ ଅଞ୍ଚଳରେ ଉନ୍ନତିମୂଳକ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ମାଲକାନଗିରି: ବିକାଶ ପଥେ ସ୍ୱାଭିମାନ ଅଞ୍ଚଳ । ଜାରି ରହିଛି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ନିମନ୍ତେ ମେଗା ପ୍ରକଳ୍ପ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଗସ୍ତରେ ଯାଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ ଜାନବାଇ ହାନ୍ତାଳଗୁଡ଼ା, ଲୁଚାପାଣି ଆଦି ସ୍ଥାନ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପାନୀୟଜଳ ନିମନ୍ତେ ମେଗା ପ୍ରକଳ୍ପ, ଉଠା ଜଳସେଚନ, ଗମନାଗମନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ।

Chief Secretary Reviewed Developmental Projects In Swabhiman Area

ସେତୁ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ପାନୀୟ ଜଳ ଯୋଗାଣ, ଉଠାଜଳ ସେଚନ ସହ ୩୩ କେଭି ବିଜୁଳି ଯୋଗାଣ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଭୋଲଟେଜ୍ ସମସ୍ୟା ଦୂର ହେବ । ଏହା ସହ ଆରଡି ଓ ପିଡବ୍ଲୁଡି ବିଭାଗ ଦ୍ଵାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଭିତ୍ତିଭୂମି ଓ ଜୀବିକା ଉପରେ ଆଉ କିଛି କାମ କରିବାର ଅଛି ବୋଲି କହିଛନ୍ତି ସୁରେଶ ମହାପାତ୍ର ।

ରାମନବମୀ ବିବାଦ ପରେ ଜେଏନୟୁ କ୍ୟାମ୍ପସ ଆଗରେ ଲାଗିଲା ବିବାଦୀୟ ପୋଷ୍ଟର

0

ରାମନବମୀ ବିବାଦ ପରେ ଜେଏନୟୁ କ୍ୟାମ୍ପସ ଆଗରେ ଲାଗିଲା ବିବାଦୀୟ ପୋଷ୍ଟର । ରାମନବମୀ ଦିନ ଆମିଷ ଖାଇବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ପୁଣି ନୂଆ ବିବାଦ ଆରମ୍ଭ ହୋଇଛି । ଜେଏନୟୁ କ୍ୟାମ୍ପସରେ ଗୈରିକ ରଙ୍ଗର ପୋଷ୍ଟର ଓ ପତାକା ଲଗାଯାଇଛି । ପୋଷ୍ଟରରେ ଭଗଓ୍ୱା ଜେଏନୟୁ ବା ଗୈରିକ ଜେଏନୟୁ ଲେଖାଯାଇଥିବା ଦେଖାଯାଇଛି । କ୍ୟାମ୍ପସ ଆଖପାଖରେ ବି ଗୈରିକ ପତାକା ଲଗାଇଛି ହିନ୍ଦୁ ସେନା । କ୍ୟାମ୍ପସ ବାହାରେ ରଖାଯାଇଥିବା ଅଟୋଗୁଡ଼ିକରେ ମଧ୍ୟ ଗୈରିକ ପତାକା ଲଗାଯାଇଛି । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ଶୁକ୍ରବାର ସକାଳ ସମୟରେ ହିନ୍ଦୁ ସେନା ନାମକ ଏକ ଅନୁଷ୍ଠାନ ଜେଏନୟୁର ମୁଖ୍ୟ ଦ୍ୱାରରେ ଏହି ପତାକା ଲଗାଇଛି । କେବଳ ଫାଟକ ନୁହେଁ ବରଂ କ୍ୟାମ୍ପସରେ ମଧ୍ୟରେ ଏହି ସମାନ ଘଟଣା ଦେଖିବାକୁ ମିଳିଛି ।

ତେବେ ଜେଏନୟୁରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ବାବଦରେ ଗୁରୁବାର ୧୧ ଜଣ ଛାତ୍ରଙ୍କୁ ପୋଲିସ୍‌ ପଚରାଉଚରା କରିଥିଲା ।  ସେମାନଙ୍କ ମଧ୍ୟରେ ତିନି ଜଣ ଏବିଭିପିର ।  ପଚରାଉଚରା ସମୟରେ ଏମାନେ ପରସ୍ପର ଉପରେ ଦୋଷରୋପ କରୁଥିଲେ । ଏହାପରେ ଭାଇରାଲ ଭିଡ଼ିଓର ଅରିଜିନାଲ କପି ମାଗିଥିଲା ପୋଲିସ୍‌ ।

ଅନ୍ୟପଟେ ଦେଶରେ ବେରୋଜଗାରୀ, ଦରଦାମ ବୃଦ୍ଧି ଭଳି ମୁଦ୍ଦାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଜେଏନୟୁ ଛାତ୍ରଙ୍କୁ ବ୍ୟବହାର କରାଯାଇ ଏପରି କରାଯାଉଛି ବୋଲି ମତ ପ୍ରକାଶ ପାଇଛି । …

ଭୂମିକମ୍ପରେ ଥରିଲା ରାଜ୍ୟର ୪ ଜିଲ୍ଲା, ଲୋକ ଭୟଭୀତ

ଭୁବନେଶ୍ୱର: ରାଜ୍ୟର ୪ ଜିଲ୍ଲା ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମରେ ମୃଦୁ ଭୂମିକମ୍ପ ହୋଇଛି । ଗଞ୍ଜାମରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ଭୂମିକମ୍ପ ଆଜି ସକାଳ ୧୧ଟା ୧୯ ମିନିଟ୍ ୧୦ ସେକେଣ୍ଡର ହୋଇଥିବା ବେଳେ ସମସ୍ତ ସ୍ଥାନରେ ଝଟକା ଅନୁଭୂତ ହୋଇଥିଲା ।

ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା । ତିବ୍ରତା କମ୍ ଥିବାରୁ କୌଣସି କ୍ଷତି ହୋଇନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ତେବେ ମୃଦୁ ଭୂମିକମ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖିବାକୁ ମିଳିଥିଲା । ଲୋକେ ଭୟରେ ଘରୁ ଦୌଡ଼ି ବାହାରକୁ ପଳାଇ ଆସିଥିଲେ ।

ଗେମ୍ ଖେଳିବାକୁ ମୋବାଇଲ୍ ଦେଲାନି ବୋଲି ସାଙ୍ଗକୁ ମାରିଦେଲେ ୨ ବନ୍ଧୁ

ଜୟପୁର: ମୋବାଇଲ ପାଇଁ ସାଙ୍ଗକୁ ମାରିଦେଲେ ଦୁଇ ବନ୍ଧୁ । କୋରାପୁଟ ଜିଲ୍ଲା ମସିପୁଟ ଗାଁରେ ଦୁଇ ନାବାଳକଙ୍କ ଜଘନ୍ୟ କାଣ୍ଡ । ଫ୍ରି ଫାୟାର ଗେମ୍ ଖେଳିବାକୁ ମୋବାଇଲ ଦେଲାନି ବୋଲି ପଥରରେ ଛେଚି ସାଙ୍ଗକୁ ହତ୍ୟା କଲେ । ମାରିବା ପରେ ମୃତଦେହକୁ କୋଲାବ ନଦୀରେ ଫୋପାଡ଼ି ଦେଲେ ସାଙ୍ଗ । ସକାଳେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପ୍ରାଥମିକ ତଦନ୍ତରୁ ମୋବାଇଲ ପାଇଁ ହତ୍ୟା ହୋଇଥିବା ଜଣାପଡ଼ିଛି ।

Friend Murder For Mobile Game In Koraput

ମାମଲାରେ ଦୁଇ ନାବାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ ଗତକାଲି ସପ୍ତମ ଶ୍ରେଣୀର ୩ ସାଙ୍ଗ କୋଲାବ ନଦୀ ନିକଟରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ । ଜଣେ ଅନ୍ୟ ୨ ଜଣଙ୍କୁ ମୋବାଇଲ୍ ନ ଦେବାରୁ ଉଭୟ ତାକୁ ମାଡ଼ ମାରିଥିଲେ । ପରେ ପଥରରେ ଛେଚି ହତ୍ୟା କରି ନଦୀରେ ଫୋପାଡ଼ି ଦେଇ ଘରକୁ ଚାଲି ଆସିଥିଲେ । ଆଜି ସକାଳେ ମୃତକଙ୍କ ବାପା ମୃତଦେହକୁ ଚିହ୍ନଟ କରିଥିଲେ ।

ଏହି ୬ ଖେଳାଳିଙ୍କ ଭାଗ୍ୟ ବଦଳାଇଛି Royal Challengers Bangalore

0

ନୂଆଦିଲ୍ଲୀ:  ହୁଏତ ଏପର୍ଯ୍ୟନ୍ତ Royal Challengers Bangalore  କୌଣସି ଟ୍ରଫି ହାତେଇ ପାରିନାହିଁ, କିନ୍ତୁ ଟିମ୍‌ ଇଣ୍ଡିଆର କେତେକ ପ୍ରତିଭାଙ୍କ କ୍ୟାରିଅର ତିଆରି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । RCB କିଛି ଏଭଳି ଖେଳାଳିଙ୍କ କ୍ୟାରିଅର ଗଢ଼ିଛି ଯେଉଁମାନେ କ୍ରିକେଟରେ ଭଲ ପ୍ରଦର୍ଶନ  କରିଛନ୍ତି । ତେବେ ଆସନ୍ତୁ ସେହିଭଳି ୬ ଜଣ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା ।

ଆମେ ପ୍ରତ୍ୟେକ IPL ଫ୍ରାଂଚାଇଜରେ ଜଣେ କିମ୍ବା ଦୁଇଜଣ ନୂଆ ଖେଳାଳିଙ୍କୁ ଦେଖିଥାଉ ଯେଉଁମାନେ ଖୁବ୍‌ ଆଗକୁ ବଢ଼ିଛନ୍ତି । ସେହିଭଳି କିଛି ଖେଳାଳି ହେଲେ:

ବିରାଟ କୋହଲି: ବିରାଟ କୋହଲି ସେହି ଖେଳାଳି ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ଭାଗ୍ୟ ବଦଳାଇଛି ଆରସିବି ।  ସେ ଖୁବ୍‌ ପାରଙ୍ଗମ ହେବା ସହିତ ତାଙ୍କର ଦକ୍ଷତା ବୃଦ୍ଧି ପାଇଛି । ଏଥିପାଇଁ RCB ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିରାଟଙ୍କ ଜୀବନର ଉତଥାନ ପଛରେ ଯଦି କେହି ଥାଏ, ସେ ହେଉଛି RCB । ଏଥିପାଇଁ ବିରାଟଙ୍କୂ ଖୁବ୍‌ ସୁଯୋଗ ମିଳିଛି । ତାଙ୍କ ମଧ୍ୟରେ ଥିବା ନେତୃତ୍ୱର ପାରଙ୍ଗମତାକୁ RCB ଚିହ୍ନି ପାରିଥିଲା । ସେଥିପାଇଁ ଭାରତ ଜଣେ ଭଲ ଖେଳାଳିଙ୍କୁ  ପାଇ ପାରିଥିଲା ।

କେ.ଏଲ.ରାହୁଲ:  RCBରେ କେ.ଏଲ ରାହୁଲ କିଛି ବର୍ଷ ପାଇଁ ଥିଲେ । କିନ୍ତୁ ସେଠାରେ ସେ ନିଜକୁ ଖୁବ୍‌ ପାରଙ୍ଗମ କରିପାରିଥିଲେ । ପ୍ରଥମେ ଯଦିଓ ତାଙ୍କୁ ଜଣେ ଟେଷ୍ଟ କ୍ରିକେଟର ଭାବରେ ଦେଖିବାକୁ ମିଳିଥିଲା, କିନ୍ତୁ ପରେ T20 କ୍ରିକେଟରେ ଦେଖିବାକୁ ମିଳିଲା । କିଛି ବର୍ଷ ପୂର୍ବରୁ RCBରେ IPL କ୍ୟାରିଅର ଆରମ୍ଭ କରିଥିଲେ କେ.ଏଲ ରାହୁଲ । ସେ ଭାରତର ଜଣେ ପୋଖତ ବ୍ୟାଟର ।

ଯୁଜବେନ୍ଦ୍ର ଚହଲ: ୟୁଜିଙ୍କ ମଧ୍ୟ ସୁଯୋଗ ଦେବାରେ କୌଣସି କୁଣ୍ଡାବୋଧ କରିନି RCB । RCBରେ ଥିବାବେଳେ ଜଣେ ସ୍ପିନର ଭାବରେ ସେ ଥିଲେ ସମସ୍ତଙ୍କର ପ୍ରଥମ ପସନ୍ଦ । ସେ ଏକାଧିକ ଖେଳରେ ବିଜୟୀ ହୋଇଛନ୍ତି ।

ମୟଙ୍କ ଅଗ୍ରଓ୍ୱାଲ: ମୟଙ୍କ ତାଙ୍କ ଆଇପିଏଲ କ୍ୟାରିଅର ଆରସିବିରୁ ଆରମ୍ଭ କରିଥିଲେ ।  ତାଙ୍କୁ ଖୁବ୍‌ ସୁଯୋଗ ଦେଇଥିଲା RCB । RCB ତାଙ୍କ କ୍ୟାରିଅର ଗଢ଼ିବାରେ କୌଣସି ସୁଯୋଗ ହାତଛଡ଼ା କରିନାହିଁ । ଚଳିତ ଦିନରେ ସେ ଜଣେ ଭଲ ସ୍କିପର ।

ମନୀଷ ପାଣ୍ଡେ: ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳିବାର ପରବର୍ତ୍ତୀ କ୍ୟାମ୍ପେନରେ ସେ RCBର ହାତ ଧରିଥିଲେ । ଲିଗ୍‌ ଇତିହାସରେ ଖୁବ୍‌ କମ୍‌ ବୟସରେ ସେ ପ୍ରଥମ ଭାରତୀୟ ସେଞ୍ଚରିଆନ୍‌ ହୋଇଥିଲେ । RCB ଦ୍ୱାରା ନିଜକୁ ଦକ୍ଷ କରିଥିବା ଖେଳାଳିଙ୍କ ମଧ୍ୟରେ ମନୀଷ ଜଣେ ।

ମୋହମ୍ମଦ ସିରଜ୍‌: RCB ଦ୍ୱାରା ପାରଙ୍ଗମତା ହାସଲ କରିଥିବା ଯୁବ ଖେଳାଳିଙ୍କ ମଧ୍ୟରେ ମୋହମ୍ମଦ ଜଣେ । କ୍ୟାରିଅରର ଆରମ୍ଭରେ ସେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ RCB ତାଙ୍କ ଭାଗ୍ୟ ବଦଳାଇଥିଲା । ଏହି ଫ୍ରାଂଚାଇଜ ତାଙ୍କୁ ସାହସୀ କରିଥିଲା । ତାଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଥିଲା ।

ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିଲେ ଜୋ ରୁଟ୍

ଲଣ୍ଡନ: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି ଜୋ ରୁଟ୍ । ୫ ବର୍ଷ ଇଂଲଣ୍ଡ ଟେଷ୍ଟ ଦଳର ନେତୃତ୍ବ ନେଇଥିଲେ ଜୋ ରୁଟ୍ । ଗତ ଆସେସ୍ ସିରିଜରେ ଇଂଲଣ୍ଡର ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ପଦ ଛାଡ଼ିବା ପାଇଁ ତାଙ୍କ ଉପରେ ଚାପ ପଡ଼ୁଥିଲା । ଅଷ୍ଟ୍ରେଲିଆଠାରୁ ୪-୦ରେ ଆସେସ୍ ସିରିଜ ହାରିଥିଲା ଇଂଲଣ୍ଡ । ଗତମାସରେ ଓ୍ୱେଷ୍ଟଇଣ୍ଡିଜ ଗସ୍ତରେ ମଧ୍ୟ ଟେଷ୍ଟ ସିରିଜ୍ ୧-୦ରେ ହାରିଥିଲା ଇଂଲଣ୍ଡ । ଆଲିଷ୍ଟର କୁକଙ୍କ ପରେ ୨୦୧୭ରେ ଇଂଲଣ୍ଡ ଦଳର ଟେଷ୍ଟ ଅଧିନାୟକ ହୋଇଥିଲେ ଜୋ ରୁଟ୍ । ୨୭ଟି ଟେଷ୍ଟରେ ବିଜୟ ସହ ୩୧ ବର୍ଷିୟ ରୁଟ୍ ଇଂଲଣ୍ଡର ସବୁଠାରୁ ସଫଳ କ୍ୟାପଟେନ ହୋଇଛନ୍ତି । ଆଲିଷ୍ଟର କୁକଙ୍କ ପରେ ଜୋ ରୁଟ୍ ହେଉଛନ୍ତି ଇଂଲଣ଼୍ଡର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ।