ଖୋଲିଲା ପ୍ରଗତି ମଇଦାନ ଟନେଲ, ଦିଲ୍ଲୀବାସୀଙ୍କୁ ବଡ଼ ଆଶ୍ବସ୍ତି

1 min read

ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀକୁ ଜାମରୁ ମିଳିବ ଆଶ୍ବସ୍ତି, ଆଉ ହେବ ନାହିଁ  ଟ୍ରାଫିକ ସମସ୍ୟା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମଇଦାନ ଟର୍ନଲ ଓ ୫ ଅଣ୍ଡରପାସ୍ ଉଦଘାଟନ କରିଛନ୍ତି । ଏବେ ଦିଲ୍ଲୀ ଏମସିଆର ବାସୀ ମାନଙ୍କୁ ଟ୍ରାଫିକ ଜନିତ ସମସ୍ୟାରୁ ମୁକ୍ତି ମଳିବ । ଆଜି ଠାରୁ ହିଁ ଏହି ଟର୍ନଲକୁ ଯାତାୟତ ପାଇଁ ଖୋଲି ଦିଆଯାଇଛି ।

ପ୍ରଗତି ମଇଦାନରେ ବିକଶିତ ହେଉଥିବା ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ରକୁ ସୁଗମ ରାସ୍ତା ଯୋଗାଇବା ହିଁ ପ୍ରାୟ ୯୨୦ କୋଟିରୁ ଉର୍ଦ୍ଧ୍ୱ ବଜେଟ ବିଶିଷ୍ଟ ଏହି ବ୍ୟୟ ବହୁଳ ପ୍ରକଳ୍ପର ଉଦ୍ଦେଶ୍ୟ । ଏହି ଯୋଜନା ଦ୍ୱାରା ଟ୍ରାଫିକ ଜାମ ସମସ୍ୟା ଦୂର ହେବ । ଯେଉଁଥିରେ ୬ଲେନ୍ ବିଶିଷ୍ଟ କରିଡୋର ରହିଛି ।  କରିଡୋରର ମୁଖ୍ୟ ସୁଡଙ୍ଗ ଟନେଲ ପାଖ ଦେଇ ପୁରୁଣା କିଲ୍ଲା ରୋଡ୍ ସହ ଇଣ୍ଡିଆ ଗେଟ୍ ନିକଟ ରିଙ୍ଗ ରୋଡରେ ବାହାରିଛି। ଏଥି ସହିତ ପ୍ରଗତି ମଇଦାନର ବିଶାଳ ପାର୍କିଂ ସ୍ଥାନକୁ ମଧ୍ୟ ଯାଇ ପାରିବେ ।

ଭାରତୀୟ ଇଣ୍ଟିଟ୍ୟୁଟ୍ ଅଫ୍ ଏନରର୍ଜି ଆଣ୍ଡ ରିସର୍ଚ ( TERI)ଦ୍ବାରା କରାଯାଇଥିବା ଗବେଷଣା ଅନୁଯାୟୀ ଏହି କରିଡୋର ପ୍ରସ୍ତୁତ ପରେ ବର୍ଷକୁ ଆନୁମାନିକ  ୧୬,୪୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗତ ହେବ ।  ଏହା ଦ୍ବାରା ବାର୍ଷିକ ପ୍ରତି ବାହାନ ପିଛା ପ୍ରତି ଘଣ୍ଟାରେ ୬୦୦ ମିଲିଲିଟର ଇନ୍ଧନ ବଞ୍ଚିବ ଏବଂ ୫୪,୯୦,୨୪୦ ଲିଟର ଇନ୍ଧନ ସଞ୍ଚୟ ନେଇ ଅନୁମାନ କରାଯାଉଛି ।

PWD ବିଭାଗ ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ଦଆଯାଇଥିବା ରିପୋର୍ଟ ଅନୁଯାୟୀ, ରିଙ୍ଗ୍ ରୋଡ୍, ମଥୁରା ରୋଡ୍ ଏବଂ ଭୌରୋନ ମାର୍ଗରେ ସର୍ବଦା ଟ୍ରାଫିକ ଜାମର ଅସୁବିଧା ଲାଗି ରହୁଥିଲା । ଗାଜିଆବାଦ, ନଏଡା,ଏନସିଆାର ପରି ଛକମାନଙ୍କରେ ଏବଂ ପାଖାପାଖି ଅଞ୍ଚଳ ମାନଙ୍କରେ  ହେଉଥିବା ବିକାଶ ଯୋଗୁଁ ଏଠାରେ ବେଶୀ ଭିଡ଼ ବଢିଯାଇଥିଲା । ଏବେ ଏହି ନୂଆ ଟନେଲ ପରେ ଟ୍ରାଫିକ ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି ।