ସ୍ପାଇସ୍ ଜେଟ ବିମାନରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ପାଟନା: ପାଟନାରୁ ଦିଲ୍ଲୀ ଯାଉଥିବା ବିମାନ ସ୍ପାଇସ ଜେଟ ଇଞ୍ଜିନରେ ନିଆଁ । ଇଞ୍ଜିନରେ ନିଆଁ ଲାଗିବା ସୂଚନା ମିଳିବା ପରେ ବିମାନଟି ପୁଣି ପାଟନା ବିମାନ ବନ୍ଦରକୁ ଫେରି ଜରୁରୀ ଅବତରଣ କରିଛି । ବିମାନରେ ମୋଟ ୧୮୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି କ୍ଷଣ ମଧ୍ୟରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ତେବେ ବିମାନର ଇଞ୍ଜିନରେ ନିଆଁ ଲାଗିବା ପରେ ତୁରନ୍ତ ବିମାନଟିକୁ ଫେରାଇ ଅଣାଯାଇଥିଲା । ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ଦିଆଯାଇଛି ।