spot_img
Home Blog Page 4348

ବଲିଉଡରେ ପଡ଼ିବ ବୋମା: ରାମଗୋପାଳ ବର୍ମା

ନୂଆଦିଲ୍ଲୀ: ଅଭିନେତା ୟଶଙ୍କ ସିନେମା KGF: Chapter 2 ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହି ଆସୁଛି । ଆଡଭାନ୍ସ ବୁକିଂରୁ ଜଣାପଡ଼ୁଛି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ କେତେ କ୍ରେଜ୍‌ ଅଛି । ଏବେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏହି ଫିଲ୍ମର ଖୁବ୍‌ ପ୍ରଶଂସା କରିଛନ୍ତି । ଯାହାକୁ ସେ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ।  ସେ KGF-2କୁ କେବଳ ଗ୍ୟାଙ୍ଗଷ୍ଟର ନୁହେଁ ବରଂ ହରର ଫିଲ୍ମ ବୋଲି ମଧ୍ୟ କହିଛନ୍ତି ।  ଏହା ସହିତ ସେ ଲେଖିଛନ୍ତିଯେ, ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ବଲିଉଡକୁ ଏହି ଫିଲ୍ମର ଭୟଙ୍କର ସ୍ୱପ୍ନ ଆସିବ । ରାମଗୋପାଳ ଏହା ମଧ୍ୟ ଲେଖିଛନ୍ତିଯେ, କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ କେବଳ ବଲିଉଡ ନୁହେଁ ବରଂ ତେଲୁଗୁ ଏବଂ ତାମିଲର ଲୋକମାନେ ମଧ୍ୟ ବୁଝୁନଥିଲେ ।

ସୂଚନାଯୋଗ୍ୟ ପ୍ରଶାନ୍ତ ନିଲଙ୍କ ଏହି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି ।  କେବଳ ଦର୍ଶକ ନୁହଁନ୍ତି ବରଂ ଫିଲ୍ମ କ୍ରିଟିକ୍ସ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି । କେହି କେହି ଲେଖୁଛନ୍ତିଯେ, ହିନ୍ଦୀ ଫିଲ୍ମକୁ ଭୁଲି ଯାଆନ୍ତୁ । କାରଣ ତେଲୁଗୁ ଏବଂ ତାମିଲ ଲୋକ ମଧ୍ୟ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ହାଲକା ଭାବରେ ନେଇଥିଲେ ।  ଏବେ ପ୍ରଶାନ୍ତ ନିଲ ଏହାକୁ ବିଶ୍ୱ ସ୍ତରକୁ ନେଇ ଆସିଛନ୍ତି ।

ଆଉ ଜଣେ ଟ୍ୱିଟରରେ ଲେଖିଛନ୍ତିଯେ, ୟଶ ଭାଇ ତାଙ୍କ ଓପନିଙ୍ଗ କଲେକ୍ସନରେ ପୂରା ବଲିଉଡକୁ ଉଡ଼ାଇ ଦେଇଛନ୍ତି । ଏହାର ଫାଇନାଲ କଲେକ୍ସନ ବଲିଉଡ ଉପରେ ନ୍ୟୁକ୍ଲିୟର ବମ୍‌ ଭଳି ହେବ ।

ଶେଷ ହୋଇଗଲା ସଙ୍ଗୀତ ଜଗତରେ ଏକ ଯୁଗ, ପଞ୍ଚଭୂତରେ ବିଲୀନ ପ୍ରଫୁଲ୍ଲ

ଭୁବନେଶ୍ବର: ଓଡ଼ିଶା ସଙ୍ଗୀତ ଜଗତରେ ଶେଷ ହୋଇଗଲା ଏକ ଯୁଗ । ଆରପାରିକୁ ଚାଲିଗଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର । ମୁଖାଗ୍ନୀ ଦେଲେ ବଡ ପୁଅ ମହାଦୀପ କର । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାସ ଏବଂ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥଲେ । ଏହା ସହିତ ଅନେକ କଳାକାର ଓ ଆତ୍ମୀୟଙ୍କ ଉପସ୍ଥିତିରେ ପ୍ରଫୁଲ୍ଲ କରଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଗତକାଲି ରାତିରେ ୮୩ ବର୍ଷବୟସରେ ପରପାରିକୁ ଚାଲିଯାଇଥିଲେ ପ୍ରଫୁଲ୍ଲ କର । ପ୍ରଫୁଲ୍ଲଙ୍କ ବିୟୋଗ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି ପ୍ରଫୁଲ୍ଲଙ୍କ ପରଲୋକ ।

ସେ ଥିଲେ କମଳ ଦେଶର ରାଜକୁମାର । ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବିକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ । ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ୭୦ରୁ ଅଧିକ ଓଡ଼ିଆ ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୧୦୦ରୁ ଅଧିକ ଅଣସିନେମା ସଙ୍ଗୀତ ଆଲବମ କରିଛନ୍ତି ପ୍ରଫୁଲ୍ଲ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ୬ ଜଣ କଣ୍ଠଶିଳ୍ପୀ ଶ୍ରେଷ୍ଠ ସିନେ କଣ୍ଠଶିଳ୍ପୀ ପୁରସ୍କାର ପାଇଛନ୍ତି । ସଂଗୀତ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରଫୁଲ୍ଲ ପ୍ରାୟ ଏକ ବର୍ଷ ହାଇକୋର୍ଟରେ ଓକିଲାତି କରିଛନ୍ତି । ପ୍ରଫୁଲ୍ଲଙ୍କ ରୁଚି ଚିତ୍ରକଳା ଓ ରୋଷେଇରେ ବି ଥିଲା ।

ଡ୍ରାଇଭର ମହାସଂଘ ସହ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ, ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତଙ୍କୁ ୧୦ ଲକ୍ଷ ସହାୟତା, ୫୫ ବର୍ଷରୁ ଊର୍ଦ୍ଧ୍ବ ଡ୍ରାଇଭରଙ୍କୁ ପେନସନ ବ୍ୟବସ୍ଥାରେ ସାମିଲ କରିବା, ପିଲାଙ୍କୁ ଉଚ୍ଚଶିକ୍ଷା ସହ ସାମାଜିକ ସୁରକ୍ଷା ଯୋଗାଇ ଦେବା । ଡ୍ରାଇଭର ମହାସଂଘର ଏଭଳି ୧୧ ଦଫା ଦାବିକୁ ୩ ମାସ ମଧ୍ୟରେ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ ଖୁବଶୀଘ୍ର ସ୍ବତନ୍ତ୍ର କମିଟି ଗଠନ କରାଯିବ । ପରିବହନ, ଶ୍ରମ, ଅର୍ଥ ଓ ପୋଲିସ ବିଭାଗ ଅଧିକାରୀ କମିଟିରେ ରହି ମହାସଂଘର ଦାବି ପୂରଣ ପାଇଁ ଉଦ୍ୟମ କରିବେ । ଦେଶରେ ଓଡ଼ିଶାର ଡ୍ରାଇଭରଙ୍କୁ କିପରି ସର୍ବଶ୍ରେଷ୍ଠ ସୁବିଧା ଯୋଗାଇ ଦିଆଯିବ, ସେନେଇ କମିଟି ବିଭିନ୍ନ ରାଜ୍ୟ ଗସ୍ତ କରିବ । ସେଠାକାର ବ୍ୟବସ୍ଥାର ତର୍ଜମା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି । ମହାସଂଘର ଦାବି ଅନୁସାରେ ରାଜ୍ୟ ସରକାର ପ୍ରଥମ ପଦକ୍ଷେପ ଭାବେ ଡ୍ରାଇଭରଙ୍କୁ ହଇରାଣ ହରକତ ନକରିବାକୁ ସବୁ ଜିଲ୍ଲାର ଏସପିଙ୍କୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲା ସଂଘ । ଆଲୋଚନାରେ ମନ୍ତ୍ରୀ ସୁଶାନ୍ତ ସିଂହ, କଟକ ମେୟର ସୁବାସ ସିଂହ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସେପଟେ ହଜାର ହଜାର ଡ୍ରାଇଭର ରାଜଧାନୀରେ ବିକ୍ଷୋଭ କରିଥିଲେ  । ୧୧ ଦଫା ଦାବି ନେଇ ଲୋକସେବା ଭବନ ଅଭିମୁଖେ ଗସ୍ତ କରିଥିଲେ  । ମାଷ୍ଟରକ୍ୟାଟିନରେ ଏକତ୍ର ହୋଇଥିଲେ ସମସ୍ତ ଡ୍ରାଇଭର  । ପରବର୍ତ୍ତୀ ସମୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଶ୍ରମମନ୍ତ୍ରୀ ସୁସାନ୍ତ ସିଂ ପ୍ରମୁଖ ଡ୍ରାଇଭର ମହାସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ପାଇଁ କମିଟି ଗଠନ ହେବ ।  ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ତଥ୍ୟ ସଂଗ୍ରହ କରିବ । ଏହାସହ କମିଟି ସୁପାରିସ ଆଧାରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ୩ ମାସରେ ତାହା କାର୍ଯ୍ୟକ୍ଷମ ହେବ । ସେହିପରି ଗାଡ଼ି ଚାଳକଙ୍କୁ ଯେପରି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବ ନାହିଁ ସେଥିପାଇଁ ସବୁ ଜିଲ୍ଲାର ଏସପିଙ୍କୁ ଚିଠି ଲେଖିଛନ୍ତି ଆଇନଶୃଙ୍ଖଳା ଏଡିଜି ।

୩ ମାସ ଭିତରେ ବିଭିନ୍ନ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରାଯିବ । ଏହାସହ ଡ୍ରାଇଭରଙ୍କ ଦାବି ଉପରେ ଉଚିତ ପଦକ୍ଷେପ ନିଆଯିବ । ୩ ମାସ ମଧ୍ୟରେ ଦାବି ଉପରେ ନିଆଯିବ ଉଚିତ ପଦକ୍ଷେପ । ୧୧ ଦଫା ଦାବି ନେଇ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ, ଡ୍ରାଇଭରଙ୍କ ଉଚିତ୍ ଦାବିକୁ ସରକାର ଗ୍ରହଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିଲେ ଆର.ମାଧବନଙ୍କ ପୁଅ, ବିପାଶା କହିଲେ…

ନୂଆଦିଲ୍ଲୀ: ସୁପରଷ୍ଟାର ଆର ମାଧବନଙ୍କ ପୁଅ ବେଦାନ୍ତ ମାଧବନ କୋପେନହେଗନରେ କମାଲ କରି ଦେଖାଇଛନ୍ତି । ଡେନିସ ଓପନରେ  ପୁରୁଷଙ୍କ ୮ ଶହ ମିଟର ଫ୍ରିଷ୍ଟାଇଲ ସ୍ୱିମିଂ ପ୍ରତିଯୋଗିତାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି  ବେଦାନ୍ତ।  ସେ ଆଲେକଜାଣ୍ଡର  ଏଲ ବୋର୍ନଙ୍କୁ ୦.୧୦ ସେକେଣ୍ଡ ବ୍ୟବଧାନରେ ହରାଇଛନ୍ତି ।

ହୋଇପାରେ ବେଦାନ୍ତ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି, କିନ୍ତୁ ତାଙ୍କୁ ଏବେ ମଧ୍ୟ କଠିନ ପରିଶ୍ରମ କରିବା ବାକି ଅଛି । ତେବେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ନିଜକୁ ସୁଧାରିବାରେ ଲାଗିଛନ୍ତି ବେଦାନ୍ତ । ଧୀରେଧୀରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।  ଏହା ପୂର୍ବରୁ ୧୫ ଶହ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ଜିତିଥିଲେ  ।

ପୁଅର ସଫଳତାରେ ଖୁସି ପ୍ରକାଶ କରିଛନ୍ତି ମାଧବନ୍‌ । ସେ ଏହି ସୂଚନା ସୋସିଅଲ ମିଡିଆ ଆକାଉଣ୍ଟରେ ଦେଇଛନ୍ତି । ବେଦାନ୍ତଙ୍କ ଏହି ସଫଳତା ପଛରେ ହାତ ଥିବା ସମସ୍ତଙ୍କୁ ସେ ହୃଦୟରୁ ଧନ୍ୟବାଦ ଦେଇଛନ୍ତି ।

ତେବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଉଭୟ ମାଧବନ୍‌ ଏବଂ ତାଙ୍କ ପୁଅଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।  ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମେ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ ବ୍ଲାକ୍‌ ବିୟୁଟି ବିପାଶା ବସୁ । ସେ ଲେଖିଛନ୍ତି ବେଦାନ୍ତ ପାଇଁ ଖୁବ୍‌ ଗର୍ବିତ, ଭଗବାନ୍‌ ଆଶୀର୍ବାଦ ଦିଅନ୍ତୁ  ଏବଂ ଅଧିକ ଶକ୍ତିଶାଳୀ କରନ୍ତୁ ।

ଦୁଇ ବର୍ଷ ପରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଦୁଇ ବର୍ଷ ପରେ ଆଜିଠୁ ପୁଣି ଖୋଲିଲା ଅଭିଯୋଗ ପ୍ରକୋଷ୍ଠ । ସବୁ ସରକାରୀ କାର୍ଯ୍ୟାଳୟରେ ଆଜିଠୁ ହୋଇଛି ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି । ପୂର୍ବ ପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରାଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ପକ୍ଷରୁ ସବୁ ବିଭାଗୀୟ ମୁଖ୍ୟ, ପୋଲିସ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିଛନ୍ତି ।

୨୦୨୦ ମାର୍ଚ୍ଚ ୧୩ ତାରିଖରୁ କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ କରାଯାଇଥିଲା । ତେବେ ଜନଶୁଣାଣି ପୋର୍ଟାଲରେ ଅନଲାଇନରେ ଅଭିଯୋଗର ଶୁଣାଣି ହେଉଥିଲା । ଏବେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ପାଇଁ ସାଧାରଣ ଲୋକେ କିଭଳି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନକୁ ପ୍ରବେଶ କରିବାକୁ ଅନୁମତି ପାଇବେ ସେନେଇ ଗୃହ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ଗୃହ କମିଟି ବୈଠକ । ଆଇନ, ପୂର୍ତ୍ତ ଓ ଅନ୍ୟ ବିଭାଗ ସହ ଆଲୋଚନା କରିବେ ବାଚସ୍ପତି । ସେପଟେ କୋର୍ଟରେ ମାମଲା ବିଚାରାଧୀନ ରହିଛି । ଏହି ସମୟରେ ଗୃହ କମିଟି ପୁରୀ ଗସ୍ତ କରିବ କି ନାହିଁ, ସେନେଇ ଆଲୋଚନା କରାଯିବ। ସବୁ ଦିଗକୁ ବିଚାର କରି କମିଟି ଯିବା ନେଇ ତାରିଖ ସ୍ଥିର ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଅଭିଯୋଗ ପରେ ମାର୍ଚ୍ଚ ୩୧ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଗୃହ କମିଟି ଗଠନ କରାଯାଇଥିଲା। କମିଟି ପୁରୀ ଯାଇ ଅନୁଧ୍ୟାନ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ବିଧାନସଭାର ଗୃହ କମିଟିରେ ବାଚସ୍ପତିଙ୍କ ସହ ଆଇନମନ୍ତ୍ରୀ ପ୍ରତାପ ଜେନା, ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ର, ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ସଦସ୍ୟ ଅଛନ୍ତି

ଗିନିଜ୍‌ ଓ୍ୱାର୍ଲଡ଼ ରେକର୍ଡ଼ କଲା ବିଶ୍ୱର ସବୁଠାରୁ ବୟସ୍କ କୁକୁର

ଓ୍ୱାଶିଂଟନ୍‌:  ସାଧାରଣ ଭାବରେ ଏକ କୁକୁରର ବୟସସୀମା ୧୦ରୁ ୧୫ ବର୍ଷ ହୋଇଥାଏ । କିନ୍ତୁ ନିକଟରେ ଏକ କୁକୁରର ବୟସ ହିଁ ତାକୁ ଗିନିଜ୍‌ ଓ୍ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡ଼ରେ ସାମିଲ କରିଛି । ଏହି କୁକୁରର ବୟସ ୨୧ ବର୍ଷ ।  ସବୁଠାରୁ ଖାସ୍‌ କଥା ହେଉଛିଯେ ବୟସ ବୃଦ୍ଧି ହୋଇଥିଲେ ମଧ୍ୟ  ଏହି କୁକୁର ଏବେ ମଧ୍ୟ ଖୁବ୍‌ ସ୍ୱାସ୍ଥ୍ୟବାନ୍‌ ଅଛି । ଏହି କୁକରର ନାଁ ହେଉଛି ଟୋବି କିଥ୍‌ । ଯାହାକୁ ନିକଟରେ ସାରା ବିଶ୍ୱ ଜାଣିଛି । ଯାହାର ସୂଚନା ନିଜେ ଗିନିଜ୍‌ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦେଇଛି ।

ଟୋବି କିଥ୍‌ ନାମକ ଏହି କୁକର ଆମେରିକାରେ ଜେସିଲା ଶୋର  ନାମକ ଜଣେ ମହିଳାଙ୍କ ନିକଟରେ ରହେ । ମହିଳାଙ୍କ କହିବା ହେଉଛି ଟୋବି କିଥ୍‌ ଦେଖିବାକୁ ଯେତିକି କ୍ୟୁଟ୍‌ ସେତିକି ସ୍ନେହୀ ମଧ୍ୟ । ଖାଲି ସେତିକି ନୁହେଁ ସେ ତାଙ୍କୁ ତାଙ୍କର ଛୋଟ ବଡ଼ିଗାର୍ଡ଼ ବୋଲି ମଧ୍ୟ କୁହନ୍ତି ।  ତେବେ ଯେଉଁଦିନ ସେ ତାକୁ କୋଳେଇ ନେଇଥିଲେ କେବେ ମଧ୍ୟ ଭାବିନଥିଲଯେ, ତାଙ୍କ କୁକର ଦିନେ ବିଶ୍ୱ ରେକର୍ଡ଼ କରିବ । ଏହା ତାଙ୍କ ଭାବନା ବାହାରେ ଥିଲା ।  ତେବେ ଟୋବିର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ତାକୁ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଦେଉଛନ୍ତି ଜେସିଲା ।

 ଟୋବିଙ୍କ ବିଶ୍ୱ ରେକର୍ଡ଼ରେ ଜେସିଲା ଖୁବ୍‌ ଖୁସି ଅଛନ୍ତି । ତା’ ମା’ ହୋଇଥିବାରୁ ସେ ନିଜକୁ ଖୁବ୍‌ ଗର୍ବିତ ମନେ କରୁଛନ୍ତି  ବୋଲି କୁହନ୍ତି ।

୧ ଅକ୍ଟୋବରରୁ ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ

0

ନୂଆଦିଲ୍ଲୀ:  ଭାରତରେ ପ୍ରତିବର୍ଷ ୫ ଲକ୍ଷ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୧.୫ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହେଉଛି । ଏହାକୁ ନଜରରେ ରଖି ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ  ପ୍ରତ୍ୟେକ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯିବ । ଏହି ନିୟମ ୧ ଅକ୍ଟୋବରରୁ ଲାଗୁ କରାଯିବ ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତିଯେ, ଭାରତରେ ବିକ୍ରି ହେଉଥିବା  ସମସ୍ତ ନୂଆ କାରରେ ୬ଟି ଏୟାରବ୍ୟାଗ୍‌ ହେବ । ତେବେ କେନ୍ଦ୍ର ସଡ଼କ ପରିବହନ ବିଭାଗ ଗତ ଜାନୁୟାରୀରେ ଦେଇଥିବା ସୂଚନା ଅନୁସାରେ ୮ ଜଣ ଯାତ୍ରାରେ କରିବା ପାଇର୍ କ୍ଷମତା ଥିବା ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ଅନର୍ବାଯ୍ୟ ।

ଯଦି ୬ଟି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ ତେବେ ଗାଡ଼ିର ମୂଲ୍ୟ ମଧ୍ୟ ବଢ଼ିବ । ଅତି କମରେ ଏହି ଦର ୫୦ ହଜାର ବଢ଼ିବାର ସମ୍ଭାବନା ରହିଛି ।  ତେବେ ୬ଟି ଏୟାରବ୍ୟାଗ ଥିବା ଗାଡ଼ିର ମୂଲ୍ୟ ୧୦ ଲକ୍ଷରୁ ଅଧିକ ।

ସୂଚନା ଅନୁସାରେ ୧ ଅକ୍ଟୋବର ୨୦୨୨ ପରେ ନିର୍ମିତ M1 ସିରିଜର ଗାଡ଼ିରେ ଦୁଇଟି ଫ୍ରଣ୍ଟ୍‌ ସାଇଡ୍‌ ଏୟାରବ୍ୟାଗ୍‌, ଦୁଇଟି କର୍ଟେନ୍‌ ଏୟାରବ୍ୟାଗ୍‌ ଲାଗିବ । ତେବେ ଯଦିଓ ପୂର୍ବରୁ ଭାରତରେ ଏସବୁ ପ୍ରତି ଏତେ ମାତ୍ରାରେ ଦୃଷ୍ଟି ଦିଆଯାଉନଥିଲା କିନ୍ତୁ ୨୦୧୯ ପରଠାରୁ ଏକ ସତର୍କତା ଅବଲମ୍ବନ କରାଗଲା ।

ସରକାରଙ୍କ କହିବା ହେଉଛି ଏହା ଯାତ୍ରୀଙ୍କୁ ସୁରକ୍ଷିତ ରଖିବ । କିନ୍ତୁ ଦରବୃଦ୍ଧି ପ୍ରାୟ ୫୦ ହଜାର ହେବାର ସମ୍ଭାବନା ରହିଛି ।

ଲାଞ୍ଚ ନେଉଥିଲେ RI ବାବୁ, ମାଡି ବସିଲା ଭିଜିଲାନ୍ସ

ସମ୍ବଲପୁର: ମହଙ୍ଗା ପଡିଲା ଲାଞ୍ଚ ନେବା । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ସମ୍ବଲପୁର ଜମନକିରା ଆରଆଇ  । ଫାଇଲ ଭେରିଫିକେସନ ପାଇଁ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ମହାନନ୍ଦଙ୍କୁ ଧରିଲା ଭିଜିଲାନ୍ସ । ଏହାସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଘଟଣାର ତଦନ୍ତ ଜାରି ରହିଛି ।

ମିଳିଥିବା ସୂଚନା ମୁତାବକ ମନୋଜ ମହାନନ୍ଦା ଜମନକିରା ଆଇଆଇ ଭାବେ କାର୍ଯ୍ୟ କରନ୍ତି । ଫ୍ରି ଭେରିଫିକେସନ କରାଇଦେବା ନାଁ ରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅଧିକାରୀ ଜଣଙ୍କ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ସଜାଗ ରହିଥିଲା  । ପୂର୍ବରୁ ଏନେଇ ମଧ୍ୟ ଅନେକ ଥର ଅଭିଯୋଗ ପୋଲିସ ପାଖରେ ପହଁଚିଛି  ।  ଆରଆଇ ଲା଼୍ଚ ନେଉଥିବାବେଳେ ଭିଜିଲାନ୍ସ ରେଡ କରିଥିଲା ଏବଂ ୯ ହଜାର ନଗଦ ଟଙ୍କା ଭିଜିଲାନ୍ସ ଜବତ କରିଛି  ।

ସ୍ୱାମୀକୁ ହସ୍ପିଟାଲ ନେବାପାଇଁ ଗାଡ଼ି ମିଳୁନଥିଲା, କିନ୍ତୁ ପୂରା ଗାଁ ପାଇଁ କିଣିଲେ ଆମ୍ବୁଲାନ୍ସ

ଫତେପୁର: ବେଳେବେଳେ ସମସ୍ୟା ମଣିଷକୁ ସମାଧାନର ରାସ୍ତା ଦେଖାଇଦିଏ । କାରଣ ସଂଘର୍ଷ ହିଁ ଜନ୍ମଦିଏ ଆଉ ଏକ ସଫଳତାକୁ । ରାଜସ୍ଥାନର ଫତେପୁର ଶେଖାବଟୀରେ ମଧ୍ୟ ଦେଖିବାକୁ ମିଳିଛି ସେହିଭଳି ଏକ ଘଟଣା ।  ଯେଉଁଥିରେ ଜଣେ ମହିଳା ନିଜ ପେନସନ୍‌ ଏବଂ ଜମା ରଖିଥିବା କିଛି ଟଙ୍କାରେ ଗାଁ ଲୋକଙ୍କ ପାଇଁ ୧୦ ଲକ୍ଷର ଆମ୍ବୁଲାନ୍ସ କିଣିଛନ୍ତି, କେବଳ ଅନ୍ୟର ସସମ୍ୟାକୁ ସୁଧାରିବା ପାଇଁ ।

ବାସ୍ତବରେ ୪ ବର୍ଷ ପୂର୍ବେ ନିମକାଥାନାରେ ରହୁଥିବା ଧର୍ମା ଦେବୀଙ୍କ ସ୍ୱାମୀଙ୍କୁ ହାର୍ଟ ଆଟାକ୍‌ ଆସିଥିଲା । ଆମ୍ବୁଲାନ୍ସ ନମିଳିବା କାରଣରୁ ତାଙ୍କୁ ଠିକ୍‌ ସମୟରେ ହସ୍ପିଟାଲ ନେଇପାରିନଥିଲେ ଧର୍ମା । ଯାହାଦ୍ୱାରା ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ସେହି ଦିନଠାରୁ ଗୋଟି ଗୋଟି କରି ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଦେଲେ ଧର୍ମା । ଆଉ ଏବେ ନିଜେ ୧୦ ଲକ୍ଷରେ ଏକ ଆମ୍ବୁଲାନ୍ସ କିଣିଛନ୍ତି ।  ତାହା ମଧ୍ୟ ପୂରା ଗାଁ ଲୋକଙ୍କ ପାଇଁ  । ଏହାର ଏକାମାତ୍ର କାରଣ ହେଉଛି ଆମ୍ବୁଲାନ୍ସ ଅଭାବରୁ କାହାର ଜୀବନ ନ ଯାଉ ।

ଗାଁଟି ସମ୍ପୂର୍ଣ୍ଣ ପାହାଡ଼ିଆ ଅଞ୍ଚଳ । ଗାଁରେ କୌଣସି ହସ୍ପିଟାଲ ନଥିବାରୁ ଲୋକଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ୁଛି । ରାସ୍ତା ଏତେ ଭଲ ନଥିବାରୁ ଏବଂ ଦୂର ସ୍ଥାନ ହୋଇଥିବାରୁ ଆମ୍ବୁଲାନ୍ସ ଆସି ପହଞ୍ଚିବାରେ ବିଳମ୍ବ ହେଉଛି । କିନ୍ତୁ ଏବେ ଆଉ ଆମ୍ବୁଲାନ୍ସ ସମସ୍ୟା ହେବ ନାହିଁ । ଏଥିପାଇଁ ରୋଗୀଙ୍କୁ ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ ।