ନେଗେଟିଭ୍ ଆସିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକେରଙ୍କୁ କୋଭିଡ ହୋଇଥିବା ଶୁଣାଯାଉଥିଲା  । କରୋନା ଯୋଗୁଁ ସେ ଗୃହ ସଂଗରୋଧରେ ରହିଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା  । କାରଣ ଗୋଟେପଟେ ଏକନାଥ ସିନ୍ଧେ ଦଳର ୪୦ରୁ ଅଧିକ ବିଧାୟକଙ୍କୁ ନେଇ ଗୌହାଟୀରେ ଡେରା ପକାଇଛନ୍ତି  । ମହାବିକାଶ ଅଘୋଡି ମେଣ୍ଟକୁ ମାଡି ଆସିଛି ମହାବିପଦ  । ଯେଉଁଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ପଦରୁ ସଂଧ୍ୟାରେ ଇସ୍ତଫା ଉଦ୍ଧବ ଠାକେର ଇସ୍ତଫା ଦେବା ସୂଚନା ମିଳିଛି  । ଏହାରି ଭିତରେ ଶିବସେନା, କଂଗ୍ରେସ ଏବଂ ଏନସିପି ଦଳ ବୈଛକ ପରେ ବୈଠକ ଡକାଇଛନ୍ତି  । କିନ୍ତୁ କୋଭିଡ ଯୋଗୁଁ ମେଣ୍ଟ ମିଟିଙ୍ଗରେ ଅନୁପସ୍ଥିତି ରହିଥିଲେ ଉଦ୍ଧବ ଠାକେର  ।

ମହାରାଷ୍ଟର କଂଗ୍ରେସର ପ୍ରଭାରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ମହାରାଷ୍ଟ୍ର ଗସ୍ତ କରିଛନ୍ତି  । କଂଗ୍ରେସ ଦଳର ବୈଠକ ନେଇଛନ୍ତି  । ଦଳର ସମୁଦାୟ ୪୪ ବିଧାୟକଙ୍କ ମଧ୍ୟରୁ ୪୧ ଜଣ ବିଧାୟକ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହିଥିବା କହିଛନ୍ତି କମଳନାଥ  । ତେବେ ନିଜ ଦଳର ବିଧାୟକ ମାନଙ୍କ ସହ ମିଟିଙ୍ଗ ସାରିବା ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ କମଳନାଥ  । ସେପଟେ ଉଦ୍ଧବ ଠାକେରଙ୍କୁ କୋଭିଡ ହୋଇଥିବା ନେଇ କମଳନାଥ ହିଁ ସର୍ବପ୍ରଥମେ ସୂଚନା ଦେଇଥିଲେ  । ଗଣମାଧ୍ୟମକୁ ସୂଚନା ଦେଇ କମଳନାଥ କହିଥିଲେ ଉଦ୍ଧବ ଠାକେର ବର୍ତ୍ତମାନ କୋଭିଡରେ ସଂକ୍ରମିତ ହୋଇଛନ୍ତି  । ଯେଉଁଥିପାଇଁ ତାଙ୍କ ସହ ପ୍ରତ୍ୟେକ୍ଷ ଭାବେ ଆଲୋଚନା ହୋଇ ପାରିନି  । କିନ୍ତୁ ସେ ମହାବିକାଶ ଅଘୋଡି ମେଣ୍ଟର ବୈଠକରେ ଭର୍ଚ୍ଚୁଆଲ ମୋଡରେ ଉପସ୍ଥିତ ରହିବେ ବୋଲି କହିଥିଲେ  ।

ବର୍ତ୍ତମାନ ଆସିଥିବା ରିପୋର୍ଟ ମୁତାବକ, ଉଦ୍ଧବଙ୍କ କୋଭଡ ରିପୋର୍ଟ ନେଗେଟିଭ ରହିଛି  । ଅର୍ଥାତ ଉଦ୍ଧବ ଠାକେରଙ୍କୁ କୋଭିଡ ହୋଇନାହିଁ  । ସେପଟେ ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ କୋଭିଡ ଦ୍ୱାରା ସଂକ୍ରମିତ ହୋଇଛନ୍ତି  । ମେଡିକାଲରେ ଚିକିତ୍ସିତ ହେଉଛନ୍ତି ରାଜ୍ୟପାଳ  । ଯେଉଁଥିପାଇଁ ଏକନାଥ ସିନ୍ଧେଙ୍କ ସପକ୍ଷରେ ଶିବସେନାର ୩୪ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଥିବା ସ୍ୱତେ ସେ ରାଜ୍ୟପାଳଙ୍କୁ ଭେଟିବା ନେଇ ସମୟ ମାଗିଛନ୍ତି  । ଏବଂ ଖୁବ ଶୀଘ୍ର ମହାରାଷ୍ଟ୍ର ରାଜନୀତିରେ ପଟ୍ଟ ପରିବର୍ତ୍ତନ ହେବାକୁ ଯାଉଛି  । ଅର୍ଥାତ ପୁନର୍ବର ନୂତନ ସରକାର ଗଠନ କରିବା ନେଇ ପକ୍ରିୟା ଆରମ୍ଭ ହୋଇଛି  ।