ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିରୋଧୀଙ୍କୁ ପୁଣି ଲାଗିଲା ଝଟକା

କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ପୁଣି ଥରେ ଲାଗିଲା ଝଟକା । ସୁପ୍ରିମ କୋର୍ଟ ପରେ ହାଇକୋର୍ଟ ମଧ୍ୟ ପ୍ରକଳ୍ପ ବିରୋଧରେ ହାଇକୋର୍ଟରେ ରୁଜୁ ହୋଇଥିବା ସବୁ ମାମଲା ରଦ୍ଦ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଆଉ ଦୁଇଜଣ ମଧ୍ୟ ପକ୍ଷଭୁକ୍ତ ହୋଇଥିଲେ ।

ତେବେ ସୁପ୍ରିମକୋର୍ଟ ଏ ସମ୍ପର୍କୀତ ମାମଲାକୁ ରଦ୍ଦ କରିସାରିଥିବାରୁ ହାଇକୋର୍ଟ ମଧ୍ୟ ପ୍ରକଳ୍ପ ବିରୋଧରେ ଆଗତ ହୋଇଥିବା ମାମଲାକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରକଳ୍ପ ବିରୋଧରେ ଆସିଥିବା ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ । ମହାପ୍ରଭୁ ହିଁ ନିଜେ କୁଚକ୍ରୀଙ୍କୁ ପାନେ ଦେଇଛନ୍ତି । ପ୍ରକଳ୍ପକୁ ବିରୋଧ କରାନଯାଉ ବୋଲି ଅପିଲ କରିଛନ୍ତି ସେବାୟତ