ରାଜ୍ୟପାଳଙ୍କୁ ୩୪ ବିଦ୍ରୋହୀ ବିଧାୟକଙ୍କ ଚିଠି

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଛି  । ଶିବସେନାର ୩୪ ବିଦ୍ରୋହୀ ବିଧାୟକମାନେ ରାଜ୍ୟପାଙ୍କୁ ଏକ ଚିଠି ଲେଖିଛନ୍ତି  । ଏହି ଚିଠିରେ ସେମାନେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ଦର୍ଶାଇଛନ୍ତି  । ରାଜ୍ୟପାଳଙ୍କୁ ଚିଠି ଲେଖି ବିଦ୍ରୋହୀ ବିଧାୟକମାନେ ସିନ୍ଦେଙ୍କୁ ନିଜ ନେତା ବୋଲି ଘୋଷଣା କରିଛନ୍ତି  । ଏହି ଚିଠିରେ ୩୪ ବିଧାୟକଙ୍କ ହସ୍ତାକ୍ଷର ମଧ୍ୟ ରହିଛି  ।

କିଛି ସମୟ ପୂର୍ବରୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ନିଜ ସମ୍ବୋଧନରେ ବିଦ୍ରୋହୀଙ୍କୁ ସାମ୍ନାକୁ ଆସି ଆଲୋଚନା ପାଇଁ ଆହ୍ବାନ ଦେଇଥିଲେ  । ଏଥିସହ ସେ କହିଥିଲେ ଶିବସେନା ଏବଂ ହିନ୍ଦୁତ୍ବ ମଧ୍ୟରେ କୌଣସି ପ୍ରାର୍ଥକ୍ୟ ନାହିଁ । ଏପଟେ ଆଉ କିଛି ସମୟ ପରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ  । ସମ୍ବୋଧନ ପରେ ସ୍ପଷ୍ଟ ହେବ ଯେ ଶିବସେନାକୁ ପୁଣିଥରେ ଫେରିବେ ନାଁ ବିଦ୍ରୋହ କରି ବିଜେପିକୁ ସମର୍ଥନ ଦେଇ ସରକାର ଗଢିବେ  ।