ଏବେ ଜେଲରେ ଅପରାଧିଙ୍କ ଉପରେ ରହିବ ପୋଲିସର ନଜର

ଭୁବନେଶ୍ୱର: ଅପରାଧିଙ୍କୁ ସାବାଡ଼ କରିବ `ଜେଲ ପରେଡ୍‌’ । ଜେଲରୁ ଫେରି ଘଟାଇ ପାରିବେନି ଅପରାଧ । ରବିବାର ସକାଳୁ ଜେଲ ଭିତରେ ଧାଡି ପହରା । କନଷ୍ଟେବଳ ନୁହେଁ, ଉପସ୍ଥିତ ରହିବେ ଥାନାଧିକାରୀ । ପୋଲିସ ମାନୁଆଲ ଅନୁସାରେ ଯେଉଁ ଜେଲରେ ଅଭିଯୁକ୍ତଙ୍କ  ଉପରେ ନଜର ରଖିବେ ଥାନା କର୍ତ୍ତୁପକ୍ଷ । ଜେଲରେ ଅଭିଯୁକ୍ତ କାହା ସହ ଅଧିକ ବନ୍ଧୁତା କରୁଛି ? ମୂଲାକାତ ବେଳେ କାହାକୁ ଭେଟୁଛନ୍ତି ତାହା ଟିକିନିଖି ଯାଞ୍ଚ ହେବ । କିନ୍ତୁ ପୋଲିସ ଓ ଜେଲ ବିଭାଗର ସମନ୍ୱୟ ଅଭାବରୁ ଜେଲକୁ ଯାଉନାହିଁ ପୋଲିସ । ଫରଓ୍ବାର୍ଡ କରିଦେଇ କୋର୍ଟରୁ ସାରିଦେଉଛି କାମ । ଫଳରେ ବେଲରେ ଆସି କ୍ରାଇମ ସିଣ୍ଡିକେଟ ତିଆରି କରୁଛନ୍ତି ଅଭିଯୁକ୍ତ । ଏବେ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ‘ ଜେଲ ପରେଡ଼ ‘ ।

ପ୍ରତ୍ୟେକ ରବିବାର ସମସ୍ତ ଥାନାଧିକାରୀ ଜେଲ୍ ଯିବେ । ସକାଳ ୭.୩୦ ସୁଧା ରେଜିଷ୍ଟର ଯାଞ୍ଚ କରାଯିବ । ୮ଟା ବେଳକୁ ଧାଡି କରି ଅଭିଯୁକ୍ତଙ୍କୁ ଛିଡା କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ନିଆଯିବ। ଅପରାଧୀଙ୍କର ଆଚରଣ, ସେ କେତେ ମାମଲାରେ ସମ୍ପୃକ୍ତ, ଘଟାଇଥିବା ଅପରାଧର ତରିକା କଣ ? ଏସବୁର ସବୁର ତର୍ଜମା ହେବ। ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହିପାରିବ ।

କେବଳ ଜେଲ ପରେଡ଼ ନୁହେଁ, ଯଦି ପୂର୍ବରୁ ପ୍ରଚଳିତ ଗ୍ରାମରକ୍ଷୀ ପ୍ୟାରେଡ଼ ବ୍ୟବସ୍ଥା ମଧ୍ୟ ପ୍ରଚଳିତ ହୁଏ, ତେବେ ଅପରାଧୀଙ୍କ ଉପରେ ଲଗାମ ଲାଗିପାରିବ । ଜେଲରେ ରହୁଥିବା ଅଭିଯୁକ୍ତ ବିଷୟରେ ଟିକିନିଖି ତଥ୍ୟ ରଖିବ ପୋଲିସ । ଅପରାଧୀଙ୍କ ଗତିବିଧିକୁ ନଜରରେ ରଖିବା ପାଇଁ ଜେଲ ଭିତରେ ହେବ ପରେଡ଼। ଏହି ସମୟରେ ଜେଲ୍ ଭିତରେ ଉପସ୍ଥିତ ରହିବେ ସମସ୍ତ ଥାନାର ଥାନାଧିକାରୀ । ପ୍ରତ୍ୟେକ ରବିବାର ସକାଳ ୮ଟାରୁ କରାଯିବ ପରେଡ଼ । ଫଳରେ ବେଲରେ ଆସିବା ପରେ ବି ଅପରାଧୀଙ୍କ ଉପରେ ନଜର ରଖିପାରିବେ ଥାନା କର୍ତ୍ତୁପକ୍ଷ ।