ଫେସବୁକରେ ଇସ୍ତଫା ଘୋଷଣା କରିବେ କି ଉଦ୍ଧବ ?

ମୁମ୍ବାଇ: ମହାରାଷ୍ଟ୍ରର ମହାଭାରତ ଭିତରେ ସତ୍ତା ହରାଇବାକୁ ଯାଉଥିବା ଉଦ୍ଧବ ଠାକେର ରଖିବେ ବାର୍ତ୍ତା  । ସଂଧ୍ୟା ୫ଟାରେ ଫେସବୁକକେ କରିବେ ସିଧାପ୍ରସାରଣ  । ଫେସବୁକ ଜରିଆରେ ନିଜର ମତ ରଖିବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ତେବେ ଉଦ୍ଧବଙ୍କ କଥାକୁ ସମସ୍ତଙ୍କ ନଜର ରହିଥିବାବେଳେ, ଖୋଦ ଏଭଳି ସୂଚନା ଖବରର ପ୍ରସଙ୍ଗକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି  । କାରଣ ଦଳର ବରିଷ୍ଠ ବିଧାୟକ ଏକନାଥ ସିନ୍ଧେ ୩୪ ଜଣ ବିଧାୟକଙ୍କୁ ନେଇ ଗୌହାଟୀର ଏକ ହୋଟେଲରେ ରହିଛନ୍ତି  ।

ମହାବିକାଶ ଅଘୋଡୀ ସରକାରକୁ ସମର୍ଥନ ନକରିବା ନେଇ ଘୋଷଣା କରିଛନ୍ତି  । ଯଦି ଏପରି ହୁଏ ଉଦ୍ଧବ ଠାକେର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପକ୍କା ହୋଇଛି  । ତେବେ ଉଦ୍ଧବ ଠାକେରଙ୍କ ମନ୍ତବ୍ୟ ଉପରେ ରହିଛି ସମସ୍ତଙ୍କ ନଜର  । ଅନ୍ୟପଟେ ମଧ୍ୟାହ୍ନରେ ଶିବସେନା ଜାରି କରିଥିଲା ହ୍ୱିପ୍  । ମୁମ୍ବାଇରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ସହ ସଂଧ୍ୟାରେ କ୍ୟାବିନେଟ ବୌଠକରେ ଯୋଗଦେବାକୁ କୁହାଯାଇଥିଲା  । କିନ୍ତୁ ସମୟ ଅତିକ୍ରାନ୍ତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ କ୍ୟାବିନେଟ ବସିପାରି ନାହିଣଁ  । ସେପଟେ ଶିବସେନାର ଏକ ବୌଠକ ଆହୁତ ହୋଇ ଯାଇଛି  । ଉଦ୍ଧବ ଠାକେର କୋଭିଡ ସଂକ୍ରମିତ ହୋଇଥିବାବେଳେ ସେ ଭର୍ଚ୍ଚୁଆଲ ମୋଡରେ ଉପସ୍ଥିତ ରହିଥିଲେ  ।

ଉଦ୍ଧବ ସରକାର ବିରୋଧରେ ଥିବା ବିଧାୟକଙ୍କୁ ଶିବସେନା  ଦଳ ବିରୋଧି ଆଇନ ଲାଗୁ କରିବାକୁ ଯୋଜନା କରିଛି  । ଯେଉଁଥିରେ ପ୍ରମୁଖରେ ରହିଛନ୍ତି ବରିଷ୍ଠ ବିଧାୟକ ଏକନାଥ ସିନ୍ଧେ  । ଅନ୍ୟପଟେ ଏନେଇ ଏକନାଥ କହିଛନ୍ତି, ଏହି ବୈଠକ ଭିତ୍ତିହୀନ  । ଏବଂ ଶିବସେନା କହୁଥିବା ଦଳ ନିରୋଧି ଆଇନ୍ ଅବୈଧ  । ସମସ୍ତ ଶିବସେନା ବିଧାୟକ ଗୋଟେ ପଟେ ରହିଥିବାବେଳେ ସେପଟେ କିଏ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସିନ୍ଧେ  । ଫେସବୁକରେ ଉଦ୍ଧବ ଇସ୍ତଫା ଦେବା ନେଇ ଘୋଷଣା କରିବେ କି ? ତେହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର  ।