spot_img
Home Blog Page 4289

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଏଣିକି ବଜାରରେ ମିଳିବ କେବଳ ହଲମାର୍କିଂ ସୁନା ଅଳଙ୍କାର । ୩୨ଟି ନୂଆ ଜିଲ୍ଲା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ପହିଲାରୁ ୨୦, ୨୩ ଓ ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ଲାଗୁ ହେବ । ଏଏଚସି ଅଧିନରେ ୩୨ଟି ନୂଆ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ।

ବିଆଇଏସର ୱେବସାଇଟ୍ www.bis,gov.inରେ ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏନେଇ ୨୦୨୨ ଏପ୍ରିଲ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୩ ଜୁନ୍ ୨୦୨୧ ଠାରୁ ଦେଶର ୨୫୬ଟି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ବାଧ୍ୟତାମୂଳକ ବିଆଇଏସ୍ ହଲମାର୍କିଂକୁ ସଫଳତା ପୂର୍ବକ କାର୍ଯକାରୀ କରାଯାଇଛି । ଏଥିରେ ଦୈନିକ ଏଚୟୁଆଇଡିରେ ୩ ଲକ୍ଷରୁ ଅଧକି ସୁନା ଉପକରଣକୁ ହଲମାର୍କ କରାଯାଉଛି ।

ଏଏଚସି ସାଧାରଣ ଗ୍ରାହକଙ୍କ ସୁନା ଅଳଙ୍କାରକୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରି ଏକ ଟେଷ୍ଟ ରିପୋର୍ଟ ଦେବ । ଏହି ରିପୋର୍ଟ ଗ୍ରାହକଙ୍କୁ ଅଳଙ୍କାରର ଶୁଦ୍ଧତା ନେଇ ସୁନିଶ୍ଚିତ କରିବ । ୪ ଗୋଟି ସୁନା ଅଳଙ୍କାର ପାଇଁ ୨ ଶହ ଟଙ୍କା ଶୁଳ୍କ ନିଆଯିବ । ୫ରୁ ଅଧିକ ସୁନା ଅଳଙ୍କାର ଓ ସାମଗ୍ରୀ ପାଇଁ ପ୍ରତି ଅଳଙ୍କାର ପିଛା ୪୫ ଟଙ୍କା ଦେବାକୁ ପଡ଼ିବ ।

ଗଛ ଲଗାଇ ଜନ୍ମଦିନର ଅଭିନନ୍ଦନ ଜଣାଇବାକୁ ଅନୁରୋଧ

ଭୁବନେଶ୍ୱର: ମେ ୧ରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍, ପରିବେଶବିତ୍ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ପ୍ରତ୍ୟେକ ଶୁଭେଚ୍ଛୁ, ପ୍ରେରଣା ଗ୍ରୀନ୍ ଆର୍ମିର ସଦସ୍ୟ, ବୃକ୍ଷପ୍ରେମୀମାନେ ତାଙ୍କୁ କୌଣସି ଉପହାର, ଫୁଲତୋଡ଼ା ନଦେଇ ନିଜ ନିଜ ଅଞ୍ଚଳରେ ହଛଟିଏ ଲଗାଇଲେ କିମ୍ବା ଗଛଟିଏ ଦାନ କଲେ କିମ୍ବା ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଉଥିବା ପଶୁପକ୍ଷୀଙ୍କ ପାଇଁ ନିଜ ଦୁଆରେ କିମ୍ବା ଗଛମୂଳରେ ପାଣିପାତ୍ରଟିଏ ରଖିଲେ ଜନ୍ମଦିନରେ ଶ୍ରେଷ୍ଠ ଉପହାର ହେବ ବୋଲି କହିଛନ୍ତି ଶ୍ରୀଚନ୍ଦନ ।

ଏବେ ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଆଦି ସମସ୍ୟା ପୃଥିବୀ ପୃଷ୍ଠରେ ପ୍ରାକୃତିକ ବିପର୍ଯ୍ୟୟ, ସାମୁଦ୍ରିକ ଝଡ଼ ଆଦି ସୃଷ୍ଟି କରି ଜୀବଜଗତ ପ୍ରତି ବିରାଟ ବିପଦ ଭାବେ ଉଭା ହୋଇଛି । ତେଣୁ ପୃଥିବୀ ମା’କୁ ସୁରକ୍ଷିତ ରଖିବା ପାଇଁ ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାଇବା ଶ୍ରେଷ୍ଠ ଉପହାର ଓ ଅଭିନନ୍ଦନ ହେବ ବୋଲି ନିବେଦନ କରିଛନ୍ତି ଦିଲ୍ଲୀପ ଶ୍ରୀଚନ୍ଦନ ।

ଏହି ରାଶିର ବ୍ୟକ୍ତି ଧାରଣ କରନ୍ତୁ ଚାନ୍ଦିର ଅଳଙ୍କାର

ଚାନ୍ଦି ପିନ୍ଧିବାକୁ ସମସ୍ତେ ପସନ୍ଦ କରନ୍ତି, କିନ୍ତୁ ଚାନ୍ଦିକୁ ନେଇ କ’ଣ କହେ ବାସ୍ତୁଶାସ୍ତ୍ର ? କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଉତ୍ତମ ହୋଇଥାଏ, ଆସନ୍ତୁ ଆଲୋଚନା କରିବା ।

  • ଚାନ୍ଦିର ମୁଦି କନିଷ୍ଠ ଅଙ୍ଗୁଳିରେ ଧାରଣ କରିବା ସର୍ବୋତ୍ତମ ବୋଲି କୁହାଯାଏ । ଏହା ଦ୍ୱାରା ଚନ୍ଦ୍ରମାର ଶୁଭ ପ୍ରଭାବ ପଡ଼ିଥାଏ ଏବଂ ମାନସିକ ସନ୍ତୁଳନ ଠିକ ରହିଥାଏ ।
  • ଚାନ୍ଦି ଚେନ୍ ଗଳାରେ ଧାରଣ କରିବା ଦ୍ୱାରା ବାଣୀ ଶୁଦ୍ଧ ରହିଥାଏ । ଶରୀରର ହରମୋନ୍ସ ସନ୍ତୁଳିତ ରହିବା ସହ ମନରେ ଏକଗ୍ରତା ବଢ଼ିଥାଏ ।
  • ଚାନ୍ଦିର କଡା ଧାରଣ କରିବା ଦ୍ୱାରା ବାତ, ପିତ୍ତ ଓ କଫ ନିୟନ୍ତ୍ରିତ ରହିଥାଏ । ଚାନ୍ଦି ଗ୍ଲାସ ବା ଗିନାରେ ପାଣି ପିଇବା ଦ୍ୱାରା ଥଣ୍ଡା ଓ କାଶ ଆଦି ରୋଗ ହୋଇନଥାଏ ।
  • ଚାନ୍ଦି ଗିନା ବା ଚାମଚରେ ମହୁ ଖାଇବା ଦ୍ୱାରା ଶରୀର ବିଷମୁକ୍ତ ହୋଇଥାଏ ।
  • ଚାନ୍ଦି ଲୋଟାରେ ପଞ୍ଚାମୃତ(କ୍ଷୀର, ଦହି, ଘିଅ, ମହୁ ଓ ଚିନି) ସୋମବାର ଦିନ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଶରୀର ରୋଗ ମୁକ୍ତ ରହିଥାଏ । ମନ ଶାନ୍ତ ରହିବା ସହ ଗ୍ରହର ଅଶୁଭ ପ୍ରଭାବ ପଡି ନଥାଏ ।
  • ଚାନ୍ଦି ଶୁଦ୍ଧ ହୋଇଥିବା ଆବଶ୍ୟକ ।
    ବିଶେଷ ଦଶା ଖଣ୍ଡନ ପାଇଁ ଚାନ୍ଦି ସହ ସୁନା ମିଶ୍ରଣ କରି ପିନ୍ଧନ୍ତୁ ।
    ସୁନା ବ୍ୟତୀତ ଚାନ୍ଦିରେ ଅନ୍ୟ କୌଣସି ଧାତୁ ମିଶାଇ ଧାରଣ କରନ୍ତୁ ନାହିଁ ।
    ଚାନ୍ଦି ବାସନକୁ ସର୍ବଦା ସଫା ରଖନ୍ତୁ ।
    ଭାବନାତ୍ମକ ଲୋକେ ଚାନ୍ଦି ପ୍ରୟୋଗ ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।
    କର୍କଟ, ବିଚ୍ଛା ଏବଂ ମୀନ ରାଶିର ଲୋକଙ୍କ ପାଇଁ ଚାନ୍ଦି ସର୍ବଦା ଉତ୍ତମ ଅଟେ ।
    ମେଷ, ସିଂହ ଓ ଧନୁ ରାଶିର ଲୋକଙ୍କ ପାଇଁ ଚାନ୍ଦି ବହୁତ ଅନୁକୂଳ ଅଟେ ।
    ଅନ୍ୟ ରାଶି ପାଇଁ ଚାନ୍ଦି ସାମାନ୍ୟ ଫଳ ଦେଇଥାଏ ।
    କିଛି ବିଶେଷ ଦଶା ପାଇଁ ଜ୍ୟୋତିର୍ବିଦଙ୍କ ପରାମର୍ଶରେ ଏକ ବିଶେଷ ସମୟରେ ପଞ୍ଚଧାତୁ ଓ ଅଷ୍ଟଧାତୁ ମୁଦି ଧାରଣ କରାଯାଏ ।

ଅଷ୍ଟ୍ରେଲିଆରେ ମିଳିଲା ୧୨ରୁ ଅଧିକ ମୁଣ୍ଡ ନଥିବା ପେଙ୍ଗୁଇନ୍‌, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆର ସମୁଦ୍ର କୁଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।  ଡଜନ ଡଜନ ପେଙ୍ଗୁଇନ ଭାସି ଆସିଥିବା ଦେଖିବାକୁ ମିଳିଛି, ତାହା ମଧ୍ୟ ମୁଣ୍ଡ ନଥିବା ପେଙ୍ଗୁଇନ୍‌ । ପେଙ୍ଗୁଇନଙ୍କ ଏହି ସ୍ଥିତି ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର କାରଣ ଖୋଜୁଛନ୍ତି ବୈଜ୍ଞାନିକ ।

କେବଳ ଏପ୍ରିଲ ମାସରେ ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲେରିୟୁ ଉପଦ୍ୱୀପରେ ସମୁଦ୍ର କୂଳରେ ପ୍ରାୟ ୨୦ଟି ପେଙ୍ଗୁଇନଙ୍କ ମୃତ ଶରୀର ମିଳିଛି । ୨୦୨୧ରେ ଏହି ଅଞ୍ଚଳରେ ମୃତ୍ୟୁ ହୋଇଥିବା ପେଙ୍ଗୁଇନଙ୍କ ସଂଖ୍ୟା ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଏହି ମୃତ ପେଙ୍ଗୁଇନ ଗୁଡ଼ିକର ମୃତ୍ୟୁର କାରଣ ଜାଣିବା ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆରେ ଷ୍ଟିଫେନ୍‌ ହେଜେସ ଏମାନଙ୍କୁ ଏକାଠି କରୁଛନ୍ତି । ତେବେ ପେଙ୍ଗୁଇନଙ୍କ ମୃତ ଶରୀର ସହ କଟା ମୁଣ୍ଡ ମଧ୍ୟ ମିଳିଛି । କିନ୍ତୁ ଏହି ମାମଲାରେ ମଣିଷର ହାତ ନଥିବା କୁହାଯାଉଛି । କାରଣ ଏହି ମୃତ୍ୟୁ ସମୂଦ୍ର ମଧ୍ୟରେ ହୋଇଛି । କିନ୍ତୁ ଷ୍ଟିଫନ ହିଜେସଙ୍କ କହିବା ହେଉଛି ଏହି ଅଞ୍ଚଳରେ ଅଧିକ ମାତ୍ରାରେ ଜାହାଜ ଯିବା ଆସିବା କରେ । ତେଣୁ ଏହା ମଧ୍ୟ ଏକ କାରଣ ହୋଇପାରେ ।

ଷ୍ଟିଫନ ଏହା ମଧ୍ୟ କହିଛନ୍ତିଯେ,  ଏନକାଉଣ୍ଟର ବେ ନିକଟରେ  ମାଛ ଧରିବା ପ୍ରତିଯୋଗିତା ହୋଇଥିଲା । ଯେଉଁଠାରେ ହଙ୍ଗା ନିକଟକୁ ପେଙ୍ଗୁଇନଙ୍କୁ ଆକର୍ଷିତ କରାଯାଇଥିବ । ଏହା ବାଦ୍‌ ପେଙ୍ଗୁଇନ ହତ୍ୟା ପଛରେ ପର୍ଯ୍ୟଟନ ମଧ୍ୟ ଏକ କାରଣ ହୋଇପାରେ ।

କରୋନା ମାଡ଼: ଅର୍ଥନୀତିକୁ ଟ୍ରାକକୁ ଆସିବାକୁ ଲାଗିବ ଆହୁରି ୧୫ ବର୍ଷ

0

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ବିଗିଡ଼ି ଯାଇଛି । ଭାରତର ଅର୍ଥନୀତି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ପ୍ରଥମ ଥର ଦୀର୍ଘ ସମୟ ଧରି ଲକଡାଉନ୍ଏ‌ ବଂ ପରେ ଛୋଟ ଛୋଟ ଆଂଶିକ ଲକଡାଉନ୍ ଭାରତର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି । ଏବେ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବା RBIର କହିବା ହେଉଛି ଏଭଳି ସ୍ଥିତିରେ ଭାରତର ଅର୍ଥନୀତି ମୁଣ୍ଡଟେକି ଛିଡ଼ା ହେବାକୁ ଆଉ ୧୫ ବର୍ଷ ସମୟ ଲାଗିବ ।

ନିକଟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ତା’ର ୨୦୨୧-୨୦୨୨ ର Report On Currency and finance (RCF)  ଜାରି କରିଛି । ବ୍ୟାଙ୍କର କହିବା ହେଉଛି କୋଭିଡ ମହାମାରୀ ହେତୁ ଅର୍ଥନୀତିକୁ ବଡ଼ ଧରଣର କ୍ଷତି ପହଞ୍ଚିଛି । ଯାହାର ଭରଣ ପାଇଁ ୧୫ ବର୍ଷ ସମୟ ଲାଗିଯିବ ।

ଅର୍ଥନୀତିରେ ସୁଧାର ଆଣିବା ପାଇଁ ୭ଟି କଥାକୁ ଗୁରୁତ୍ୱ ଦେଇଛି ଆରବିଆଇ । ଯେଉଁଥିରେ ଇନଷ୍ଟିଚ୍ୟୁଟ୍‌, ଇଣ୍ଟରମିଡିୟରି ଏବଂ ବଜାର ଉପରେ ଧ୍ୟାନ ଦେବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆର୍ଥିକ ସ୍ଥିତି ଭଲ ରଖିବାକୁ RBI ସରକାରଙ୍କ ଉପରେ ଥିବା ଧାର ଟଙ୍କା କମ୍‌ କରିବା କଥା ମଧ୍ୟ କହିଛି । କେନ୍ଦ୍ରୀୟ ବ୍ୟାଙ୍କର କହିବା ହେଉଛି ଯଦି ଭାରତକୁ ନିଜ ଆର୍ଥିକ ଅର୍ଥନୀତିରେ ସୁଧାର ଆଣିବାର ଅଛି ତେବେ ଆଗାମି ୫ ବର୍ଷରେ ସରକାରଙ୍କ ଉପରେ ଧାର ବୋଝକୁ ଜିଡିପିର ୬୬ ପ୍ରତିଶତ ତଳକୁ ଆଣିବାକୁ ପଡ଼ିବ ।

ବେଆଇନ ନୁହେଁ ପରିକ୍ରମା ମାର୍ଗ ବିକାଶ କାମ, ଏଏସଆଇର ଲୋଡା ନାହିଁ ଅନୁମତି

ପୁରୀ: ବେଆଇନ ନୁହେଁ ପରିକ୍ରମା ମାର୍ଗ ବିକାଶ କାମ। ନିଷିଦ୍ଧାଞ୍ଚଳରେ ହୋଇପାରିବ ନିର୍ମାଣ କାମ। ଏଏସଆଇର ଲୋଡା ନାହିଁ ଅନୁମତି। ଆମସାର ଆଇନ ଅନୁସାରେ ନିର୍ମାଣ କାମ ନୁହେଁ ବେଆଇନ। ଶ୍ରୀକ୍ଷେତ୍ରର ବିକାଶରେ ବିରୋଧୀ ଏଣିକି ଦିଅନ୍ତୁନି ବାଧା। ପୁରୀ ଶ୍ରୀମନ୍ଦିର ପାଇଁ ହେରିଟେଜ ବାଇ ଲ’ ଅନୁମୋଦିତ ହୋଇନଥିବା ବେଳେ ଅଧିନିୟମ ଅନୁସାରେ ଯେକୌଣସି ନିର୍ମାଣ କାର୍ଯ୍ୟ ନେଇ NMA ଠାରୁ କେବଳ ଅନୁମତିର ଆବଶ୍ୟକତା ରହିଅଛି। କରିଡର ନିର୍ମାଣ ନେଇ NMAଠାରୁ ଅନୁମତି ନିଆଯାଇଥିବାରୁ ଶ୍ରୀମନ୍ଦିର କରିଡର ନିର୍ମାଣ ପ୍ରକଳ୍ପ ଆଇନ ଅନୁସାରେ କରାଯାଉଅଛି ବୋଲି ଯୁକ୍ତି ବାଢିଛନ୍ତି ବରିଷ୍ଠ ଆଇନଜୀବୀ।

ଫେବ୍ରୁଆରୀ ୨୦୨୧ରେ ଶ୍ରୀମନ୍ଦିର ହେରିଟେଜ ବାଇ ଲ’ କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପ୍ରତ୍ୟାହାର କରିଥିଲା। ୨୦୧୦ ଆମସାର୍ ସଂଶୋଧିତ ଆଇନ ଅନୁଯାୟୀ ଐତିହ୍ୟ ସ୍ଥଳୀ ନିକଟରେ ନିର୍ମାଣ ନେଇ ବିଶେଷ ପରିସ୍ଥିତିରେ NMA ଠାରୁ ଅନୁମତିର ଆବଶ୍ୟକତା ରହିଛି। ଏପରିକି ୧୦୦ମିଟର ନିଷିଦ୍ଧାଞ୍ଚଳ ପରିଧିରେ ମଧ୍ୟ ଅଧିନିୟମର ଧାରା ୨ ଉପଧାରା DC ଅନୁଯାୟୀ କ୍ଲକ ରୁମ, ସେଲଟର ପାଭିଲିଆନ, ଇଲେକଟ୍ରିକାଲ ରୁମ, ଟଏଲେଟ ନିର୍ମାଣ କାର୍ଯ୍ୟ କରାଯିବାରେ କୌଣସି ବାଧା ନାହିଁ । ଏଣୁ ଶ୍ରୀମନ୍ଦିର କରିଡର ନିର୍ମାଣ ସମ୍ପୂର୍ଣ ଆଇନତଃ କରାଯାଉଥିବା ବରିଷ୍ଠ ଆଇନଜୀବୀ ମତ ପ୍ରକାଶ କରିଛନ୍ତି।

୧୯୭୯ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଏଏସଆଇ ମଧ୍ୟରେ କେବଳ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ନେଇ MOU ସ୍ଵାକ୍ଷରିତ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ କରିଡର ନିର୍ମାଣକୁ ନେଇ ଆବଶ୍ୟକୀୟ ପ୍ରାଧିକରଣ ଠାରୁ ଆଇନତଃ ଅନୁମତି ନିଆଯାଇଥିବା ବେଳେ ଏଥିରେ ଏଏସଆଇର ରାଜ୍ୟ ଅଧିକାରୀଙ୍କ ମଧ୍ୟ ସହମତି ରହିଛି। କାରଣ ଏହି ପ୍ରକଳ୍ପକୁ ଶ୍ରୀମନ୍ଦିର ପରିଚାଳନା କମିଟି ମଂଜୁରୀ ଦେଇଥିବା ବେଳେ ଏଥିରେ ଏଏସଆଇ ରାଜ୍ୟ ମୁଖ୍ୟ ସଦସ୍ୟ ଅଛନ୍ତି।

ଏବେ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ବେଆଇନ ଦର୍ଶାଇବା ଆଇନତଃ ଯୁକ୍ତିସଂଙ୍ଗତ ନୁହେଁ। ଏପରିକି AMSAR ଆଇନର ମଧ୍ୟ ଭୁଲ ତର୍ଜମାରୁ ବିରୋଧୀ ଦୂରେଇ ରହିବାକୁ ବୁଦ୍ଧିଜୀବୀ ମତ ରଖିଛନ୍ତି। ଏବେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତାକାଲି କାର୍ଯ୍ୟର ସମୀକ୍ଷା କରିବାକୁ ଏଏସଆଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମିଳିତ ଟିମ ପୁରୀ ଗସ୍ତରେ ଆସିବେ।

ସୋମବାର ଠାରୁ ଖୋଲିବ ସ୍କୁଲ୍, ସକାଳ ୬ରୁ ୯ଟା ଯାଏ ପାଠପଢ଼ା

ଭୁବନେଶ୍ୱର: ମେ’ ୨ରୁ ଖୋଲିବ ସ୍କୁଲ୍ । ବଦଳିଲା ପାଠପଢ଼ା ସମୟ । ଆସନ୍ତା ୨ ତାରିଖରୁ ସକାଳୁଆ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥିସହ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ, ବୋର୍ଡ ଓ ପରିଷଦ ପରୀକ୍ଷା ଜାରି ରହିବ ।

Odisha Rescheduled Morning Schools Timing 6 Am To 9 Am

ପ୍ରବଳ ଖରା ପାଇଁ ସରକାର ବିଦ୍ୟାଳୟକୁ ଏପ୍ରିଲ୍ ୩୦ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ । ମେ ପହିଲାରୁ କାଳବୈଶାଖୀ ପ୍ରଭାବରେ ତାତି କମିବ । ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ ବିଦ୍ୟାଳୟରେ ପୁଣି ପାଠପଢ଼ା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଜି ଚଳିତବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୫ ଡିଗ୍ରୀ ଟିଟିଲାଗଡ଼ରେ ରେକର୍ଡ କରାଯାଇଛି । ରାଜ୍ୟର ୯ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ୨୧ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କରୋନାରେ ଭୁଶୁଡ଼ିଥିବା ଭାରତ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଲାଗିବ ୧୫ ବର୍ଷ: RBI

ନୂଆଦିଲ୍ଲୀ: କରୋନା କାଳରେ ଭାଙ୍ଗିପଡ଼ିଛି ସମଗ୍ର ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡ। ଏଥିରୁ ବାଦ ପଡ଼ିନି ଭାରତର ଅର୍ଥନୀତି। ପ୍ରଥମେ ସଂପୂର୍ଣ୍ଣ ଲକଡାଉନ୍ ଏବଂ ପରେ ଅନେକ ଛୋଟ ଛୋଟ ଲକଡାଉନ୍ ଦେଶର ଅର୍ଥନୀତିକୁ ପୁରା ବିଗାଡ଼ି ଦେଇଛି। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଦେଶରେ ଅର୍ଥନୀତିରେ ସୁଦ୍ଧାର ଆସିବା ପାଇଁ ଆହୁରି ୧୫ ବର୍ଷ ଲାଗିବ। ଯାହା ଏବେ ଦେଶ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି।

ନିକଟରେ ଆରବିଆଇ ୨୦୨୧-୨୦୨୨ ପାଇଁ ମୁଦ୍ରା ଏବଂ ଫାଇନାନ୍ସ (RCF) ଉପରେ ରିପୋର୍ଟ ପ୍ରକାଶ କରିଥିଲା । ସେହିଭଳି ରିପୋର୍ଟରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ କରୋନା ମହାମାରୀ ଯୋଗୁଁ ଅର୍ଥନୀତିରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ୧୫ ବର୍ଷ ଲାଗିବ। ଆଉ ଏହି ରିପୋର୍ଟରେ ଭାରତୀୟ ଅର୍ଥନୀତିର ଏକ ସାଙ୍ଘାତି ଚିତ୍ର ଉପସ୍ଥାପିତ ହୋଇଛି।

ଅର୍ଥନୀତିର ଗତି ବଦଳାଇବା ପାଇଁ ଆରବିଆଇ ୭ ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଉପରେ ଧ୍ୟାନ ଦେବାକୁ କହିଛି। ଏହା ଅନୁଯାୟୀ ଯୋଗାଣ, ସାମଗ୍ରିକ ଚାହିଦା ବୃଦ୍ଧି ମଧ୍ୟ ଜଡିତ।

ଆସୁଛି ବାତ୍ୟା ! ୫ରେ ଦାନା ବାନ୍ଧିବ ଲଘୁଚାପ

ଭୁବନେଶ୍ୱର: ମେ’ ମାସରେ ବଦଳିବ ପାଣିପାଗର ମିଜାଜ୍ । ତାତିରୁ ମିଳିବ ତ୍ରାହି । କାଳବୈଶାଖୀ ଏବଂ ଲଘୁଚାପ ପ୍ରଭାବରେ ହେବ ଅଧିକ ବର୍ଷା । ଆସନ୍ତା ମେ ୬ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବା ସ୍ପଷ୍ଟ ହୋଇଛି । କାରଣ ମେ ମାସରେ ଲଘୁଚାପ ସୃଷ୍ଟି ହେଲେ ତାହା ଅଧିକ ଘନୀଭୁତ ହେବା ସହ ଅଧିକ ତୀବ୍ର ହୁଏ । ଲଘୁଚାପ ପରେ ବାତ୍ୟାର ସ୍ଥିତି ଏବଂ ଲ୍ୟାଣ୍ଡଫଲ ନେଇ ସ୍ପଷ୍ଟ ହେବ । ସେପଟେ ଆସନ୍ତାକାଲିଠାରୁ ତାତିରେ ସାମାନ୍ୟ ବ୍ରେକ୍ ଲାଗି । ଉପକୂଳ ଓଡ଼ିଶାରେ ୨ ଡିଗ୍ରୀ ତାପମାତ୍ରା କମିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ ତାତି ରହିବ ।

Odisha Cyclone Alert Bay Of Bengal

ଆସୁଛି ବାତ୍ୟା । ମେ ୫ରେ ଦାନା ବାନ୍ଧିବ ଲଘୁଚାପ । ୭ରେ ନେବ ବାତ୍ୟାର ରୂପ । ୧୦ରେ ଲ୍ୟାଣ୍ଡଫଲ୍ । ଫନି ଠାରୁ କମ୍, ୟାଶ୍ ଠାରୁ ଅଧିକ ରହିବ ପ୍ରଭାବ । ଆନ୍ଧ୍ର- ଓଡ଼ିଶା-ପଶ୍ଚିମବଙ୍ଗର ଯେ କୌଣସି ସ୍ଥାନରେ ଛୁଇଁପାରେ ସ୍ଥଳଭାଗ । ବାତ୍ୟା ଉପରେ ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ନଜର ରହିଛି । ମେ ୬ରେ ଦକ୍ଷିଣ ଆଣ୍ଡାମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ଆଶଙ୍କା ରହିଛି । ଏନେଇ ବିଭିନ୍ନ ମଡେଲ ଆକଳନ କରୁଥିବା ବେଳେ ମେ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ତୀବ୍ର ହେବ । ଲଘୁଚାପ ଏବଂ କାଳବୈଶାଖୀ ପ୍ରଭାବରେ ମେ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।

ବାତ୍ୟା ନିଶ୍ଚିତ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଆସନ୍ତା ୪ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ପରେ ଆହୁରି ଅଧିକ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ଏବଂ ୧୦ ଭିତରେ ବାତ୍ୟାର ରୂପ ନେବ । ଏହି ବାତ୍ୟା ଆନ୍ଧ୍ରର ମଛଲିପଟ୍ଟନମରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ହେବାର ଆଶଙ୍କା ରହିଛି । ବାତ୍ୟା ସମୟରେ ଘଣ୍ଟାପ୍ରତି ସର୍ବାଧିକ ଶହେ କିଲୋମିଟର ବେଗରେ ପବନ ସାଙ୍ଗକୁ ୬୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଜ୍ଞାନୀଙ୍କ କହିବା କଥା ବାତ୍ୟା ସୃଷ୍ଟି ନେଇ ଏବେ ପାଗ ଅନୁକୁଳ ରହିଛି । ସମୁଦ୍ରର ତାପମାନ ସହ ବାୟୁମଣ୍ଡଳରେ ଆଦ୍ରତା ରହିଛି । କିନ୍ତୁ ଲଘୁଚାପ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।

ଚୀନ୍‌ କମ୍ପାନୀ ‘ସାଓମି’ର ୫ ହଜାର କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଇଡି କବଳରେ ସ୍ମାର୍ଟଫୋନ୍‌ ନିର୍ମାଣ କରୁଥିବା ଚୀନ୍‌ କମ୍ପାନୀ ସାଓମି  । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ୫ ହଜାର ୫ ଶହ ୫୧ କୋଟି  ଜବତ କରିଛି । ସୂଚନା ଅନୁସାରେ, କମ୍ପାନୀ ଦ୍ୱାରା କରାଯାଇଥିବା  ବେଆଇନ କାରବାର ସମ୍ପର୍କରେ ED ଚଳିତ ବର୍ଷ ଫେବୃଆରୀ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା ।

ସୂଚନା ଅନୁସାରେ, ଜାରି ହୋଇଥିବା ଏକ ବୟାନରେ କୁହାଯାଉଛିଯେ,  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମ୍ପାନୀ ଦ୍ୱାରା ହୋଇଥିବା ବେଆଇନ କାରବାରରେ ମୁଦ୍ରା ପ୍ରବନ୍ଧନ  ଅଧିନିୟମ, ୧୯୯୯ ଦ୍ୱାରା ଏହି ତଦନ୍ତକୁ  ପରିଣାମ ଦିଆଯାଇଛି ।  ଜବତ ହୋଇଥିବା ଟଙ୍କା କମ୍ପାନୀର ଆକାଉଣ୍ଟରେ ଅଛି । ତେବେ କମ୍ପାନୀ ବିରୋଧରେ ଫେବୃଆରୀ ମାସରେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ସାଓମି ଗ୍ଲୋବାଲ ଭାଇସ୍‌ ପ୍ରେସିଡେଣ୍ଟ ମନୁ କୁମାର ଜୈନଙ୍କୁ ସମନ୍‌ ଜାରି କରିଥିଲା ।