spot_img
Home Blog Page 4290

ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ ଦେବ କି ବିଜେଡି ? ଜାଣନ୍ତୁ କ’ଣ କହିଲେ ନବୀନ…  

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ସମୟ ଅଛି । ତା’ପୂର୍ବରୁ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଯାହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସମସ୍ତଙ୍କ ନଜର ଏନଡିଏ ଓ ୟୁପିଏ ଉପରେ ରହିଛି । କିଏ କାହାକୁ ପ୍ରାର୍ଥୀ କରିବେ ? ସେନେଇ ଏବେ ଯାଏ କିଛି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ତୃତୀୟ ସାମ୍ମୁଖ୍ୟ ଓ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Will BJD Support Third Front, Know Naveen Patnaik What Said

ଜାତୀୟ ଗଣମାଧ୍ୟମକୁ ନବୀନ ଦେଇଥିବା ସାକ୍ଷାତକାର ଅନୁସାରେ, ବିଜେଡି ଉଭୟ ଏନଡିଏ ଓ ୟୁପିଏ ଠାରୁ ସମଦୂରତା ରକ୍ଷା କରିବ । ତେବେ ରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ କରିବ ? ଏ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ପ୍ରାର୍ଥୀ ଦେଖି ନିଷ୍ପତ୍ତି ନିଆଯିବ । ଅର୍ଥାତ୍ ଦଳ ପ୍ରାର୍ଥୀ ଦେଖି ନିଷ୍ପତ୍ତି ନେବ ଓ ଭୋଟ୍ ଦେବ । ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଜଣାଇଥିଲା ।

ସଂଖ୍ୟା ଗଣିତ ଅନୁସାରେ, ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜିତିବା ପାଇଁ ୧.୨ ପ୍ରତିଶତ ଭୋଟ୍ ଅଭାବ ରହିଛି । ସଂସଦର ଉଭୟ ଗୃହରେ ବିଜେଡିର ୨୧ ସାଂସଦ ଅଛନ୍ତି । ଯାହାର ଭୋଟ୍ ସେୟାର ୩.୨୨ ପ୍ରତିଶତ । ଯଦି ବିଜେଡି ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦିଏ ତ ବିଜେପି ପ୍ରାର୍ଥୀ ସହଜରେ ବିଜୟୀ ହେବେ । ତେବେ ନବୀନ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ ଆହୁରି ସମୟ ବାକି ଅଛି, ଦଳ ସବୁବେଳେ ଏନଡିଏ ପ୍ରାର୍ଥୀକୁ ସମର୍ଥନ କରିନାହିଁ । ସେହିଭଳି ତୃତୀୟ ସାମ୍ମୁଖ୍ୟକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଦଳ ସବୁବେଳେ ନିଜର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ବଜାୟ ରଖିଛି, ରଖିବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍‌: BSE ନିର୍ଦ୍ଦେଶକ ଆଶିଷ ଚୌହାନ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ସମୟରେ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଦୃଢ଼ ପ୍ରତିବଦ୍ଧତାର ସହିତ ମହାମାରୀ ସହିତ ଲଢ଼ିବା ପାଇଁ ଦେଶକୁ ଆହ୍ୱାନ ଦେବାରେ ଏବଂ ସମସ୍ତ ସମସ୍ୟା ସମାଧାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ତାହାକୁ ନଜରରେ ରଖି ତାଙ୍କୁ ଶାନ୍ତି ପୁରସ୍କାର ଦେବାକୁ ନେଇ ଗମ୍ଭୀରତାର ସହ ଆଲୋଚନା କରିବା ଉଚିତ୍‌  ବୋଲି ଶୁକ୍ରବାର ଏକ ସମିତିରେ କହିଛନ୍ତି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ମୁଖ୍ୟ ଆଶିଷ କୁମାର ଚୌହାନ ।

ସୂଚନା ଅନୁସାରେ, ଆଶିଷ ଚୈାହାନ ଆଇଆଇଏମ କୋଲକାତାର ୫୭ତମ ବାର୍ଷିକ ସମାରୋହରେ ଏହି କଥା କହିଛନ୍ତି । ଏହି ସମିତିରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି କହିଛନ୍ତିଯେ, କୋଭିଡ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୮୦ କୋଟିରୁ ଅଧିକ ଲୋକଙ୍କ ଆହାରର ବ୍ୟବସ୍ଥା କରିଥିଲେ । ଯାହା ଜାତିସଂଘର ଲାଭାର୍ଥୀଙ୍କ ତୁଳନାରେ  ଯଥେଷ୍ଟ ଅଧିକ ଥିଲା ।ଏଥିପାଇଁ ୨୦୨୦ରେ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥିଲା । ଆଶିଷ ଚୌହାନ କୋଭିଡ ମହାମାରୀ ସମୟରେ ସବୁଠାରୁ ମାଗଣା ଭୋଜନ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ଆମେ ସରକାରଙ୍କ ପ୍ରତି କୃତଜ୍ଞଯେ, କରୋନା ଭଳି ମହାମାରୀ ସମୟରେ ସେ ପ୍ରତ୍ୟେକଟି ସମସ୍ୟାକୁ ସୁରୁଖୁରୁରେ ସମାଧାନ କରି ନେଇଥିଲେ । ଏହା ସହିତ ୮୦ କୋଟି ଲୋକଙ୍କୁ ଆହାର ଯୋଗାଇଥିଲେ ଏବଂ ଏବେ ମଧ୍ୟ ଯୋଗାଉଛନ୍ତି ।  ‘ଫ୍ରି ରାସନ’ ଯୋଜନା ବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଗରିବ ଶ୍ରେଣୀର ଭାରତୀୟ ନାଗରିକଙ୍କୁ ରକ୍ଷା କରିଛି, ଯାହା  ଚୀନ୍‌ ଭଳି ରାଷ୍ଟ୍ରରେ ଅସମ୍ଭବ ହୋଇପଡ଼ିଛି ଏବଂ ଏହାର ଭିଡ଼ିଓ ମଧ୍ୟ ଆମକୁ ଦେଖିବାକୁ ମିଳିଛି । ଭାରତରେ ଦୁଇ ବର୍ଷରୁ ଅଧିକ ମାଗଣା ରାସନ ପାଉଥିବା ଲୋକଙ୍କ ସଂଖ୍ୟା ସମଗ୍ର ଇଉରୋପ, ଆମେରିକା, ମେସ୍କିକୋ, କାନାଡା ଏବଂ ସମସ୍ତ ଦକ୍ଷିଣ ଆମେରିକୀୟ ଦେଶର ଜନସଂଖ୍ୟାଠାରୁ ମଧ୍ୟ ଅଧିକ।

ଚୌହାନ କୋଲକାତାରେ କହିଛନ୍ତିଯେ, ୨୦୨୦ ଯୁକ୍ତରାଷ୍ଟ୍ର ବିଶ୍ୱବିଦ୍ୟାଳୟକୁ ୧୧ କୋଟି ଲୋକଙ୍କୁ ଭୋଜନ ଯୋଗାଇ ଥିବାରୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।  ଯାହା ଭାରତର ୮୦ କୋଟି ଲୋକଙ୍କ ତୁଳନାରେ ମାତ୍ର ୧୪ ପ୍ରତିଶତ । ଯେଉଁମାନଙ୍କୁ ମହାମାରୀ ସମୟରେ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଥିଲା । ତେଣୁ ଏହାକୁ ଆକଳନ କରି ନୋବେଲ ଶାନ୍ତି ପୁରସ୍କାର କମିଟି ମାନବୀୟ ସହାୟତା ପାଇଁ ଭାରତର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କୁ ଏହି ସମ୍ମାନ ପ୍ରଦାନ କରିବା ଉପରେ  ବିଚାର ବିମର୍ଷ କରିବା ଉଚିତ୍‌ ବୋଲି କହିଛନ୍ତି ଆଶିଷ୍‌ ଚୌହାନ୍‌ ।

ଭାରତରେ ଆୟକୁ ୩ ଦେଶକୁ ପଠାଉଥିଲା ସ୍ମାର୍ଟଫୋନ୍ ନିର୍ମାତା ସାଓମି କମ୍ପାନୀ, ରେଡ ମାରିଲା ଇଡି

ନୂଆଦିଲ୍ଲୀ: ଇଡିର ଟାର୍ଗେଟରେ ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ସାଓମି କମ୍ପାନୀ। ପ୍ରବର୍ତ୍ତନ ନିର୍ଦ୍ଦେଶାଳ ମାନେ ଇଡି ସାଓମିର ବାଙ୍ଗାଲୋର ସ୍ଥିତ କାର୍ଯ୍ୟାଳୟ ଉପରେ ରେଡ କରିଛି। ରେଡ କରିବା ସମୟରେ ୫ ହଜାର ୫୫୧ କୋଟି ଟଙ୍କା ଜବତ କରିଛି ଇଡି। ବେଆଇନ ଭାବେ ଏହାର ଆୟ ଭାରତ ବାହାରକୁ ପଠାଇଥିବା କମ୍ପାନୀ ବିରୁଦ୍ଧରେ ଅଭିଯୋଗ ହୋଇଛି। ଏଭଳି କାରନାମା କମ୍ପାନୀ ଚଳିବ ବର୍ଷ ଫେବୃଆରୀରେ ହୋଇଥିଲା । ଯାହା ପରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଇଡି କହିଛି ଯେ ଚାଇନାରେ ଅବସ୍ଥିତ ଏହାର ପ୍ୟାରେଣ୍ଟ୍ କମ୍ପାନୀର ଆଦେଶ ଅନୁଯାୟୀ ଟେକ୍ କମ୍ପାନୀ ରୟାଲଟି ନାମରେ ଏତେ ପରିମାଣର ଘୋଟାଲା କରୁଥିଲା। ଭାରତରୁ ଟଙ୍କା ଆମେରିକାରେ ଉପସ୍ଥିତ ଥିବା ସାଓମି ଗ୍ରୁପ୍ କମ୍ପାନୀକୁ ମଧ୍ୟ ପଠାଯାଇଛି।

ଇଡି ଅନୁଯାୟୀ, ତିନୋଟି କମ୍ପାନୀ ଯାହାଙ୍କୁ ସାଓମି ଟଙ୍କା ପଠାଇଛି। ଯେଉଁ କମ୍ପାନୀ ମାନଙ୍କୁ ଟଙ୍କା ପଠାଯାଇଛି ସେମାନଙ୍କ ସହ ସାଓମି ଇଣ୍ଡିଆ ସହିତ କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ। ଏହି ଠକେଇକୁ ଲୁଚାଇବା ପାଇଁ ସାଓମି ଗ୍ରୁପ୍‌ ବିଭିନ୍ନ ପ୍ରକାରର ଆଳ ଦେଖାଇଛି। ରୟାଲଟି ନାମରେ ଭାରତରେ ହେଉଥିବା ଆୟକୁ ଭାରତ ବାହାରକୁ ପଠାଇବା ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ର ଧାରା ୪ ର ଉଲ୍ଲଂଘନ। ଭାରତ ବାହାରକୁ ଟଙ୍କା ପଠାଇବା ନେଇ କମ୍ପାନୀ ବ୍ୟାଙ୍କକୁ ମଧ୍ୟ ମିଛ କହିଥିଲା। କିଛି ମାସ ପୂର୍ବେ, ସାଓମି ଗ୍ଲୋବାଲ ପ୍ରେସିଡେଣ୍ଟ ମନୁ ଜେନ ଫେମା ନିୟମ ଭାଙ୍ଗିବା ପାଇଁ ଇଡି ସମ୍ମୁଖରେ ହାଜର ହୋଇଥିଲେ।

 

ପ୍ରାଣୀ ପାଳନ କ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରାଣୀ ଚିକିତ୍ସକ ଦିବସ । ପ୍ରାଣୀ ଚିକିତ୍ସକ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରାଣୀ ପାଳନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହା କୃଷକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏକ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ ଏବଂ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀ ପାଳକମାନଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଛି ।

CM Naveen Patnaik Message In World World Livestock Day

ସାରା ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ମାଧ୍ୟମରେ ଚାଷୀଙ୍କ ନିକଟରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ରକ୍ତ, ମୂତ୍ର ଆଦି ନମୂନା ପରୀକ୍ଷଣ ମାଧ୍ୟମରେ ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲା ସ୍ତରରେ ରୋଗ ନିରୂପଣ ଲାବୋରେଟୋରୀ କାର୍ଯ୍ୟ କରୁଛି । କଥା କହି ପାରୁନଥିବା ପଶୁଙ୍କ ସେବା ଓ ରୋଗ ନିୟନ୍ତ୍ରଣରେ ପ୍ରାଣୀ ଚିକିତ୍ସକମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜାକଲିନ୍‌ଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ସୁକେଶ ଦେଇଥିଲେ ୫୨ ଲକ୍ଷ ଟଙ୍କାର ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ବିଲେଇ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ। ବଲିଉଡରେ ଚହଳ ପକାଇଥିବା ସୁନ୍ଦରୀ ଏବେ ED କବ୍ଜାରେ। ବଲିଉଡ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସଂପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଠକ ସୁକେଶ ଚନ୍ଦ୍ରଶେଖର ଏହି ସବୁ ସଂପତ୍ତି ଜ୍ୟାକଲିନଙ୍କ ନାଁରେ କରିଥିଲା। ଜବତ ସଂପତ୍ତି ମଧ୍ୟରେ ୭ କୋଟି ୧୨ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ମଧ୍ୟ ରହିଛି। ଜ୍ୟାକଲିନଙ୍କୁ ଠକେଇ ପଇସାରେ ୫ କୋଟି ୭୧ ଲକ୍ଷ ଟଙ୍କା ମୂଲ୍ୟର ଉପହାର ଦେଇଥିଲା ସୁକେଶ ଚନ୍ଦ୍ରଶେଖର। ଏହାଛଡା ଜ୍ୟାକଲିନଙ୍କ ନିକଟ ସଂପର୍କୀୟଙ୍କୁ ୧ ଲକ୍ଷ ୭୩ ହଜାର ଆମେରିକୀୟ ଡଲାର ଓ ୨୭ ହଜାର ଅଷ୍ଟ୍ରେଲୀୟ ଡଲାର ବି ପ୍ରଦାନ କରିଥିଲା ଚନ୍ଦ୍ରଶେଖର। ସେପଟେ ୫ ଡିସେମ୍ବର ୨୦୨୧ରେ ଜ୍ୟାକଲିନ୍ ଦେଶ ଛାଡ଼ି ଯିବାକୁ ଚେଷ୍ଟା କରୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ଯିବାକୁ ଦିଆଯାଇନଥିଲା ।

ସୂଚନା ଅନୁଯାୟି ଜାକଲିନ୍ ଏବଂ ସୁକେଶଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଜାକଲିନଙ୍କୁ ଖୁସି କରିବା ପାଇଁ ସୁକେଶ ଖର୍ଚ୍ଚ କରୁଥିଲେ ପୁଳା ପୁଳା ଟଙ୍କା। ଦେଉଥିଲେ ସୁନା ଓ ହୀରା ଅଳଙ୍କାର ପରି ଦାମି ଦାମି ଗିଫ୍ଟ। ଖାଲି ସେତିକି ନୁହେଁ, ଜାକଲିନଙ୍କୁ ଘୋଡ଼ା ଏବଂ ବିଲେଇ ବହୁତ ପସନ୍ଦ। ସେଥିପାଇଁ ଜାକଲିନଙ୍କୁ ଇମ୍ପ୍ରେସ୍ କରିବା ପାଇଁ ସୁକେଶ ୫୨ ଲକ୍ଷ ଟଙ୍କାର ଘୋଡ଼ା ଏବଂ ୯-୯ ଲକ୍ଷ ଟଙ୍କାର ୪ଟି ପର୍ସିଆନ୍ ବିଲେଇ ଗିଫ୍ଟ କରିଥିଲେ। ଯଦି ହିସାବ କରିବା ତେବେ ସୁକେଶ ୧୦ କୋଟିରୁ ଅଧିକ ଟଙ୍କା ଜାକଲିନଙ୍କ ପାଇଁ ଖର୍ଚ୍ଚ କରିଥିଲେ।

ତଦନ୍ତ ସମୟରେ ସୁକେଶ କେମିତି ଜାକଲିନଙ୍କୁ ଇମ୍ପ୍ରେସ୍ ପାଇଁ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରୁଥିଲେ ତାହା ସାମ୍ନାକୁ ଆସିଥିଲା। ଜ୍ୟାକଲିନଙ୍କ ଯିବା ଆସିବା ପାଇଁ ସୁକେସ ବୁକ୍ କରିଥିଲେ ଅନେକ ଚାର୍ଟାର୍ଡ ଫ୍ଲାଇଟ୍। ଦିଲ୍ଲୀରୁ ମୁମ୍ବାଇ ଏବଂ ସେହିଠାରୁ ଚେନ୍ନାଇକୁ ବୁକ୍ ହୋଇଥିଲା ଚାର୍ଟାର୍ଡ ଫ୍ଲାଇଟ୍। ଖାଲି ସେତିକି ନୁହେଁ ଜାକଲିନଙ୍କ ପାଇଁ ପାଞ୍ଚ ତାରକା ହୋଟେଲରେ ରହିବାର ଖର୍ଚ୍ଚ ମଧ୍ୟ ସୁକେଶ ବହନ କରୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସୁକେଶ ଏବଂ ଜାକନଲିନଙ୍କ ମଧ୍ୟରେ ମାତ୍ର ୩ଥର ଦେଖା ହେବାର ସୂଚନା ଇଡି ହାତରେ ଲାଗିଛି। ଯାହାପରେ ଜାକଲିନଙ୍କ ପଛରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ସୁକେଶଙ୍କ ସହ ଜାକଲିନ୍ ୩ ଥର ଦେଖା ହୋଇଥିବା ଠୋସ ପ୍ରମାଣ ଇଡି ହାତରେ ଲାଗିଛି। ଯଦି ୩ ଥର ଦେଖାରେ ସୁକେଶ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି ତେବେ ଆଗକୁ ଯଦି ଆହୁରି ଅଧିକ ଥର ଦେଖା ହୋଇଥିବା ପ୍ରମାଣ ମିଳେ ତେବେ ଟଙ୍କାର ଖର୍ଚ୍ଚ କେତେ ହେବ ତାହା ଆପଣ ଅନୁମାନ କରନ୍ତୁ।

ଦୁଇଜଣଙ୍କ ଭିତରେ ଲଭ ରିଲେସନ ଥିବା ସୁକେଶ କହୁଥିବା ବେଳେ ଜାକଲିନ୍ କିନ୍ତୁ ଏହାକୁ ମନା କରିଦେଇଛନ୍ତି। ଯଦି ଦେଖିବା ଜାକଲିନ୍ ଏବଂ ସୁକେଶଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କକକୁ ପ୍ରମାଣିତ କରୁଛି ଦୁହିଁଙ୍କ ମଧ୍ୟରେ ଥିବା କିଛି ଫଟୋ । ପାଞ୍ଚ ତାରକା ହୋଟେଲରେ ଥିବା ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତଦନ୍ତରୁ ଜଣାପଡ଼ିଛି ଯେ ସୁକେଶ ତିହାଡ ଜେଲରେ ଥିବା ସମୟରେ ଅନେକ ଥର ଫୋନ୍ରୁ ଜାକଲିନ୍‌ଙ୍କ ସହ କଥା ହୋଇଛନ୍ତି।

ନିଜକୁ ଜ୍ୟାକଲିନଙ୍କ ପ୍ରେମିକ ଭାବେ ପରିଚୟ ଦେଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଠକେଇ ଓ ଜୋର ଜବରଜଦସ୍ତ ଚାନ୍ଦା ଆଦାୟ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  ତାମିଲନାଡୁ ରାଜନେତା ଟିଟିଭି ଦିନକରନଙ୍କ ସଂପର୍କିତ ଏକ ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୧୭ ଏପ୍ରିଲ ୪ ତାରିଖରେ ଗିରଫ କରିଛି।

ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ିଲା

ଭୁବନେଶ୍ୱର: ବୃଦ୍ଧି ପାଇଲା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସମସ୍ତ ଶ୍ରମିକଙ୍କ ମଜୁରୀ ୧୧ ଟଙ୍କା ଲେଖାଏ ବୃଦ୍ଧି ପାଇଛି । ଏହା ପିଛିଲା ଭାବେ ଏପ୍ରିଲ୍ ୧ ତାରିଖ ୨୦୨୨ରୁ ଲାଗୁ ହେବ ।

Minimum Rate Of Wages Of Employees Increased Odisha

ଏହା ପୂର୍ବରୁ ୦୧ ଅକ୍ଟୋବର ୨୦୨୧ରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ପରିବର୍ତ୍ତନ କରାଯାଇଥିଲା । ପୂର୍ବରୁ ଅଣକୁଶଳୀ ଶ୍ରମିକଙ୍କୁ ୩୧୫ ଟଙ୍କା ମିଳୁଥିଲା । ଏବେ ୩୨୬ ଟଙ୍କା ମିଳିବ । ସେହିଭଳି ଅର୍ଦ୍ଧକୁଶଳୀ ଶ୍ରମିକ ୩୫୫ ଟଙ୍କା ପରିବର୍ତ୍ତେ ୩୬୬ ଟଙ୍କା ପାଇବେ । କୁଶଳୀ ଶ୍ରମିକ ପୂର୍ବରୁ ୪୦୫ ଟଙ୍କା ପାଉଥିଲେ । ଏଣିକି ସେମାନଙ୍କୁ ୪୧୬ ଟଙ୍କା ମିଳିବ । ସେହିଭଳି ଅତି କୁଶଳୀ ଶ୍ରମିକ ୪୬୫ ଟଙ୍କା ବଦଳରେ ୪୭୬ ଟଙ୍କା ପାଇବେ ।

ଫାଲକେ ପାଇନଥିଲେ ଗୋଟିଏ ବି ପୁରସ୍କାର, କିନ୍ତୁ ତାଙ୍କ ନାମରେ ଏବେ ମିଳୁଛି ସିନେମାର ସବୁଠୁ ଶ୍ରେଷ୍ଠ ପୁରସ୍କାର

ବ୍ୟୁରୋରିପୋର୍ଟ: ଦାଦା ସାହେବ ଫାଲକେ। ଭାରତୀୟ ସିନେମାର ଭୀଷ୍ମ ପିତାମହ। ଭାରତୀୟ ସିନେମା ତାଙ୍କ ନିକଟରେ ଋଣୀ। ତେଣୁ ତାଙ୍କୁ ଭାରତୀୟ ସିନେମାର ଜନକ ବୋଲି କୁହାଯାଏ। ଦାଦାସାହେବ ଫାଲକେ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ନାମରେ ଭାରତୀୟ ସିନେମାର ସବୁଠାରୁ ସମ୍ମାନଜନକ ପୁରସ୍କାର ଦିଆଯାଇଛି, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ତାଙ୍କ ଜୀବନରେ କୌଣସି ପୁରସ୍କାର ପାଇନାହାଁନ୍ତି। ଆଜି ହେଉଛି ତାଙ୍କର ୧୫୨ ତମ ଜନ୍ମଦିନ। ତେବେ ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ଜୀବନର କିଛି ରୋଚକ ଫର୍ଦ୍ଦ ଲେଉଟାଇବା।

୧୯୧୩ ମେ’ ମାସ ୩ ତାରିଖ। ଏହି ଦିନ ଭାରତର ପ୍ରଥମ ନିର୍ବାକ୍ ଚଳଚ୍ଚିତ୍ର ‘ରାଜା ହରିଶ୍ଚନ୍ଦ୍ର’ ପରଦାରେ ପ୍ରଦର୍ଶନ କରିଥିଲେ ଦାଦାସାହେବ ଫାଲକେ। ପ୍ରଥମ ଫିଲ୍ମ ବନାଇବା ପାଇଁ ସେ ସମ୍ପତ୍ତି ଏବଂ ପତ୍ନୀଙ୍କ ଅଳଙ୍କାର ବି ବନ୍ଧକ ରଖିଥିଲେ। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ସଂଘର୍ଷ ଏତେ ଥିଲା ଯେ ବେଶ୍ୟାମାନେ ମଧ୍ୟ ଫିଲ୍ମରେ ହିରୋଇନ୍ ହେବାକୁ ମନା କରିଦେଇଥିଲେ। ଶେଷରେ ଜଣେ ପୁରୁଷଙ୍କୁ ହିରୋଇନ୍ କରାଯାଇଥିଲା। ଆସନ୍ତୁ ଜାଣିବା କେମିତି ତିଆରି ହୋଇଥିଲା ଭାରତର ପ୍ରଥମ ନିର୍ବାକ୍ ଚଳଚ୍ଚିତ୍ର।
୩୦ ଏପ୍ରିଲ ୧୮୭୦ ରେ ମହାରାଷ୍ଟ୍ରର ନାଶିକ ନିକଟ ତ୍ରିମ୍ବାକ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଫାଲକେ । । ଫାଲକେ ବାଲ୍ୟକାଳରୁ ଚିତ୍ରାଙ୍କନ, ନାଟକରେ ଅଭିନୟ ଏବଂ ଯାଦୁବିଦ୍ୟା ପ୍ରଦର୍ଶନ ଉପରେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ। ୧୯୦୯ରେ ମନରେ ଜାଗ୍ରତ ହେଲା ଫିଲ୍ମ ତିଆରି କରିବାର ନିଶା। ସେତେବେଳେ ଭାରତରେ ଚାଲିଥିଲା କେବଳ ବ୍ରିଟିସ୍ ମୁକ ଫିଲ୍ମର ଜମାନା।

ଫିଲ୍ମ ପାଇଁ ମିଳିଲାନି ସାହାଯ୍ୟ:

ଯେତେବେଳେ ଦାଦାସାହେବ ଫିଲ୍ମ ନିର୍ମାଣ ପାଇଁ ଲୋକଙ୍କୁ ସାହାଯ୍ୟ ମାଗିଥିଲେ, ସମସ୍ତେ ମନା କରିଦେଇଥିଲେ। କାହିଁକିନା କେବଳ ବ୍ରିଟିଶମାନଙ୍କର ହିଁ ଫିଲ୍ମ ବିଷୟରେ ଧାରଣା ଥିଲା । ଭାରତୀୟମାନେ ଭାବିଥିଲେ ଯେ ଏହି ଯାନ୍ତ୍ରିକ କାର୍ଯ୍ୟ କେବଳ ଇଂରେଜ ମାନଙ୍କର । ତେଣୁ ଏହି କ୍ଷେତ୍ରରେ ଜଣେ ନୂତନ ବ୍ୟକ୍ତିଙ୍କ କଥାରେ କିପରି ଟଙ୍କା ଲଗାଇବେ। ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଯେ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ତିଆରି ହୋଇପାରିବ, ଦାଦାସାହେବ ଏକ ଗଛ ଛୋଟରୁ ବଡ଼ ହେବା ଉପରେ ଏକ ଚଳଚ୍ଚିତ୍ର ତିଆରି କରିଥିଲେ, ଯାହାର ନାମ ‘ଅଙ୍କୁରାଚି ବାଧ’ ରଖାଯାଇଥିଲା। ତାଙ୍କର ଏହି ପ୍ରୟାସ ଫଳପ୍ରଦ ହେଲା । ଓ ଶେଷରେ ଦୁଇ ଜଣଙ୍କଠାରୁ ସାହାଯ୍ୟ ମିଳିଲା, କିନ୍ତୁ ତାହା ଯଥେଷ୍ଟ ନଥିଲା। ତେଣୁ ଫାଲକେ ତାଙ୍କ ପତ୍ନୀ ସରସ୍ୱତିବାଇଙ୍କ ସମସ୍ତ ଅଳଙ୍କାର ଏବଂ ଘରର ସମ୍ପତ୍ତି ବନ୍ଧକ ରଖିଥିଲେ। 1୯୧୨ ମସିହାରେ, ଦାଦାସାହେବ ଚଳଚ୍ଚିତ୍ର ନିର୍ମାଣ ଶିଖିବା ପାଇଁ ଲଣ୍ଡନରେ ପହଞ୍ଚିଥିଲେ। ଦୁଇ ମାସ ପରେ ବମ୍ବେକୁ ଫେରିଲେ ଓ ସେଠାରେ ଆରମ୍ଭକଲେ ଫାଲକେ ଫିଲ୍ମ କମ୍ପାନୀ । ଆଉ ଏହାପରେ ତାଙ୍କ ବ୍ୟାନରରେ ପ୍ରଥମ ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ କରିଥିଲେ। ଯାହାର ନାଁ ଥିଲା ‘ରାଜା ହରିଚନ୍ଦ୍ର’।

ହିରୋଇନ ହେବାକୁ ବେଶ୍ୟାମାନେ ବି କରିଥିଲେ ମନା:

ଫିଲ୍ମରେ କାଷ୍ଟ ଏବଂ କ୍ରୁ ମେମ୍ବରଙ୍କ ପାଇଁ ଅନେକ ଖବରକାଗଜରେ ବିଜ୍ଞାପନ ପ୍ରକାଶିତ କରାଗଲା। କିନ୍ତୁ ଏହାର କିଛି ପ୍ରଭାବ ପଡ଼ିଲା ନହିଁ। ବିଜ୍ଞାପନଦେଖି କିଛି ପୁରୁଷ ସାକ୍ଷାତକାର ପାଇଁ ଆସିଥିଲେ, କିନ୍ତୁ ହିରୋଇନ୍ ଭୂମିକା ପାଇଁ ଖୌଣସି ଝିଅ ଆସିନଥିଲେ। ଫାଲକେ ଏହାର କାରଣ ଜାଣିବାକୁ ଚାହିଁଲେ ଏବଂ ଜାଣିବାକୁ ପାଇଲେ ଯେ ଭାରତୀୟ ସମାଜରେ ଚଳଚ୍ଚିତ୍ରରେ କାମ କରିବା ବେଶ୍ୟବୃତ୍ତି ପରି। କାରଣ ଭାରତରେ ପ୍ରଦର୍ଶିତ ହେଉଥିବା ବ୍ରିଟିଶ ଚଳଚ୍ଚିତ୍ରଗୁଡ଼ିକରେ ଅତ୍ୟଧିକ ଅଶ୍ଳୀଳତା ରହୁଥିଲା। ପରେ ଫାଲକେ ଭାବିଲେ ଯେ କୈଣସି ବେଶ୍ୟାଳୟକୁ ଗଲେ ବୋଧ ହୁଏ ସେଠାକାର କିଛି ଝିଅଫିଲ୍ମରେ କାମ କରିପାରନ୍ତି, କିନ୍ତୁ ସେଠୁ ବି ସେ ଖାଲି ହାତରେ ଫେରିଲେ।

ଢାବାର ରୋଷେୟାକୁ କଲେ ହିରୋଇନ୍:

ବେଶ୍ୟଳୟରୁ ନିରାସ ହୋଇ ପେରିବା ପରେ ଫାଲକେ ଏକ ଢାବାରେ ବସି ଚା ପିଉଥିଲେ । ସେଠାରେ ତାଙ୍କ ନଜର ଢାବାର ରୋଷେୟା ଉପରେ ପଡ଼ିଥିଲା । ଯାହାର ହାତ ବହୁତକୋମଳ ଥିଲା ଓ ଚାଲି ଚଳଣ ମଧ୍ଯ ପୂରା ମହିଳାଙ୍କ ପରି ଥିଲା । ବାସ୍ ଫାଲକେଙ୍କୁ ମିଳିଗଲେ ତାଙ୍କ ଫିଲ୍ମର ହିରୋଇନ୍ । ରୋଷେୟାଙ୍କୁ ଫିଲ୍ମ ପାଇଁ ରାଜି କରାଇଥିଲେ। ଯେଉଁଠି ଢାବାରେ ତାଙ୍କ ମାସକୁ ୧୦ ଟଙ୍କା ଦରମା ମିଳୁଥିଲା, ଫାଲକେ ତାଙ୍କୁ ଫିଲ୍ମରେ କାମ କରିବାକୁ ୧୫ ଟଙ୍କା ଫିସ୍ ଦେଇଥିଲେ। ସେଟରେ ଫାଲକେଙ୍କ ପତ୍ନୀ ସରସ୍ୱତୀଙ୍କ ବ୍ୟତୀତ ଆଉ କେହି ନଥିଲେ । ସେ ହିଁ ୫୦୦ ଲୋକଙ୍କ ଟିମ୍ ପାଇଁ ଖାଇବା ତିଆରି କରିବାଠୁ ଆରମ୍ଭ କରି ଲୁଗା ସଫା କରିବା, ସମସ୍ତ କାମ କରୁଥିଲେ ।

୭ ମାସରେ ତିଆରି ହେଲା ଫିଲ୍ମ:

ସମ୍ପୂର୍ଣ୍ଣ ଫିଲ୍ମଟିକୁ ତିଆରି କରିବାକୁ ସମୁଦାୟ ଖର୍ଚ୍ଚ ହୋଇଥିଲା ୧୫ ହଜାର ଟଙ୍କା। ଫିଲ୍ମ ତିଆରି କରିବାକୁ ଫାଲକେ ନିଜେ ଏକା ଏଥିରେ ସ୍କ୍ରିପ୍ଟ ଲେଖକ, ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍, ମେକ୍ ଅପ୍ ମ୍ୟାନ୍ ଓ ଏଡ଼ିଟର ଦାୟିତ୍ୱ ତୁଲାଇଥିଲେ। ୬ ମାସ ୨୭ ଦିନରେ ଏକ ୪୦ ମିନିଟର ଚଳଚ୍ଚିତ୍ର ସମାପ୍ତ ହେଲା। ଯାହାକୁ ୧୯୧୩ ଏପ୍ରିଲ୨୧ରେ ଅଲିମ୍ପିଆ ଥିଏଟରରେ ପ୍ରଦର୍ଶିତ କରାଯାଥିଲା ଏବଂ ଭାରତର ପ୍ରଥମ ଫୁଲ ଲେନ୍ଥ ଫିଚର ଫିଲ୍ମ ‘ରାଜା ହରିଚନ୍ଦ୍ର’ ମେ ୧୯୧୩ରେ ମୁକ୍ତିଲାଭ କରିଥିଲା।

ପ୍ରଥମ ଦିନରେ ରୋଜଗାର ମାତ୍ର ୩ ଟଙ୍କା:

ବ୍ରିଟିଶ ଚଳଚ୍ଚିତ୍ରର ଅଶ୍ଳିଳତା ଅଭିଜ୍ଞତା ହେତୁ ଏହି ଫିଲ୍ମ ଦେଖିବାକୁ ଖୁବ୍ କମ୍ ଲୋକ ଆସିଥିଲେ। ଚଳଚ୍ଚିତ୍ରଟି ପ୍ରଥମ ଦିନରେ ମାତ୍ର ୩ ଟଙ୍କା ରୋଜଗାର କରିଥିବାବେଳେ ଟିକେଟ୍ ମୂଲ୍ୟ ୪ ଅଣା ଥିଲା। କ୍ରମାଗତ ଭାବରେ ଦୀର୍ଘ ପ୍ରଚେଷ୍ଟା ପରେ ଫାଲକେ ଏହି ସିନେମାର ପ୍ରଚାର ପ୍ରଶାର କରାଇ ପାରିଥିଲେ। ମାତ୍ର ଅଳ୍ପ କିଛି ସମୟ ଭିତରେ ଏହା ସଫଳତାର ଶୀର୍ଷରେ ପହଞ୍ଚିଥିଲା। ଭାରତୀୟମାନେ ପରଦା ଉପରେ ଚିତ୍ରାଙ୍କିତ ନିଜସ୍ୱ ପ୍ରାଚୀନ ପରମ୍ପରା ଓ ବିଶ୍ୱାସ ଆଧାରିତ ଏହି ସିନେମାକୁ ବହୁତ ପସନ୍ଦ କରିଥିଲେ। ତେବେ ଏଥିଲା ପରାଧୀନ ଭାରତର ପ୍ରଥମ ଚଳଚିତ୍ରର ପରଦା ପଛର କାହାଣୀ ।

୧୬ ବର୍ଷର ସଞ୍ଚୟ ଦେଇ କିଣିଲେ ଗାଡ଼ି, ଟଙ୍କା ଗଣିବାକୁ ଲାଗିଲା ୪ ଘଣ୍ଟା

ବାରିପଦା: ସ୍ୱପ୍ନ ହେଲା ସତ । ୧୬ ବର୍ଷ ଧରି ସଞ୍ଚୟ କରିଥିବା ଟଙ୍କାରେ ଗାଡ଼ି କିଣିଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଗାଁର ଆକାଶ ମହାପାତ୍ର ୧୬ ବର୍ଷ ଧରି ସଞ୍ଚିତ କରିଥିବା ଟଙ୍କାରେ ସ୍କୁଟି କିଣିଛନ୍ତି । ଗାଡ଼ି କିଣିବା ପାଇଁ ସେ ତାଙ୍କ ସଞ୍ଚିତ ଅର୍ଥକୁ ତିନିଗୋଟି ବସ୍ତାରେ ପ୍ୟାକ୍ କରି ଅଟୋରେ ଆଣି ଶୋ’ରୁମରେ ପହଞ୍ଚିଥିଲେ । ପ୍ରଥମେ ଏତେ ପରିମାଣର କଏନ୍ ଦେଖି ତାଜୁବ୍ ହୋଇ ଯାଇଥିଲେ ଶୋ’ରୁମ୍ କର୍ମଚାରୀ ।

Youth Buying A Scooty With Coin Worth 65 Thousand In Baripada

ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଶୋ’ରୁମ୍ କର୍ମଚାରୀ ଟଙ୍କିକିଆ ଓ ଦି’ଟଙ୍କିଆ କଏନ୍ ଗଣିଥିଲେ । ଶେଷରେ ୬୫ ହଜାର ଟଙ୍କା କଏନ୍ ଦେଇ ଏକ ସ୍କୁଟି କିଣିଛନ୍ତି ମୟୂରଭଞ୍ଜର ଆକାଶ । ସଞ୍ଚିତ ଟଙ୍କାରେ ସ୍ୱପ୍ନ ସତ ହୋଇଛି । ହାତକୁ ୨ ଚକିଆ ଗାଡ଼ିର ଚାବି ଆସିବା ପରେ ଆକାଶଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା ।

କେନ୍ଦ୍ରମନ୍ତ୍ରୀଙ୍କ ରାସ୍ତାରେ ବିଜେପି ବିଧାୟକ; ସମସ୍ତଙ୍କ ଆଗରେ ବିଡିଓଙ୍କୁ ବିଧା, ଗୋଇଠା ଅଭିଯୋଗ

ଦେବଗଡ଼: ବଦଳୁନି ବିଜେପିର ଗୁଣ୍ଡାଗିରି ଆଭିମୁଖ୍ୟ । କେନ୍ଦ୍ରମନ୍ତ୍ରୀଙ୍କ ପରେ ବିଜେପି ବିଧାୟକ । ସରକାରୀ ଅଧିକାରୀଙ୍କୁ ମାରିଲେ ମାଡ଼ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜରେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଏବେ ଟୁଡୁଙ୍କ ପଦାଙ୍କ ଅନୁସରଣ କରି ବିଡିଓଙ୍କୁ ପିଟିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଅଭିଯୋଗ ଅନୁସାରେ ତିଳେଇବଣି ବିଡିଓ ଫିଲ୍ଡ ଭିଜିଟରେ ଯାଇଥିଲେ ।

Allegation Of Tileibani BDO Deogarh BJP MLA Attacked

ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୧୦ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣରେ ବିଡିଓ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Allegation Of Tileibani BDO Deogarh BJP MLA Attacked

ପ୍ରାଥମିକ ଚିକିତ୍ସା ପରେ ବିଡିଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ପାଇଁ ଜିଲ୍ଲା ଓଏଏସ ସଂଘ ଚେତାବନୀ ଦେଇଛି । ବିଜେପି ବିଧାୟକଙ୍କ ଏଭଳି ଗୁଣ୍ଡାଗିରିକୁ ସବୁଠି ନିନ୍ଦା କରାଯାଇଛି ।

ବର୍ଷା ପବନରେ ଭୁଶୁଡ଼ି ପଡ଼ିଲା ୧୭୧୦ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ

ଭାଗଲପୁର: ବର୍ଷା ପବନରେ ଉଡ଼ିଗଲା ୧୭୧୦ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ। ପବନରେ ଉଡ଼ିଗଲା ନିର୍ମାଣ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ଢ଼ାଞ୍ଚା । ଏମିତି ଏକ ଘଟଣା ଘଟିଛି ବିହାରର ଭାଗଲପୁରରେ। ବିହାରରେ ଭାଗଲପୁର ଏବଂ ଖଗଡ଼ିଆକୁ ଯୋଡ଼ିବା ପାଇଁ ଗଙ୍ଗାନଦୀ ଉପରେ ତିଆରି ହେଉଛି ବିରାଟ ପୋଲ। ଏହି ପୋଲଟି ଅଧା ତିଆରି ହୋଇଥିବା ବେଳେ ଏବେ ବି କାମ ଚାଲୁ ରହିଛି।

ତେବେ ଗତକାଲି ବିଳମ୍ବିତ ତାରିରେ ହୋଇଥିବା ଝଡ଼ ବର୍ଷାରେ ଭୁଶୁଡ଼ି ପଡ଼ିଛି ପୋଲର ଢ଼ାଞ୍ଚା। ସୁଲତାନଗଞ୍ଜ ପଟୁ ପୋଲ ନମ୍ବର ୪, ୫ ଏବଂ ୬ ମଧ୍ୟରେ ଡଳେଇ ପଡ଼ିବା ପାଇଁ ତିଆରି ହୋଇଥିବା ଢ଼ାଞ୍ଚା ଭୁଶୁଡି ପଡିଲା। ପୋଲ ନିର୍ମାଣ ସମୟରେ ପୋଲରେ କେବୁଲ ଲାଗିଥିବା ସତ୍ତ୍ୱେ ଏମିତି ହୋଇଥିଲା। ସବୁଠାରୁ ବଡ଼ କଥା ହେଉଛି ଏତେ ବଡ଼ ପୋଲ ନିର୍ମାଣରେ କେବୁଲ ଲାଗିଥିଲେ ମଧ୍ୟ କେମିତି ପୋଲ ଭୁଶୁଡ଼ିଲା। ଯାହା ଏବେ ଇଞ୍ଜିନିୟରଙ୍କ କାର୍ଯ୍ୟଶୈଳି ଉପରେ ପ୍ରଶ୍ନ ଉଠାଇଛି।

ଭୁଶୁଡ଼ି ପଡ଼ିଥିବା ଢ଼ାଞ୍ଚା ୧୦୦ ଫୁଟରୁ ଅଧିକ ଲମ୍ବା ହେବ। ସୌଭାଗ୍ୟବସତ ଏହା ଦ୍ୱାରା କେହି ଆଘାତ ପାଇନାହାଁନ୍ତି। ଏଠାରେ ଆପଣମାନେ ଜାଣିବା ଉଚିତ କି, ଏହି ପୋଲଟି ଗଙ୍ଗାନଦୀ ଉପରେ ୧୭୧୦.୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି। ଏସପି ସିଙ୍ଗଲା କନଷ୍ଟ୍ରକସନ ଲିମିଟେଡ୍ ଏହି ଚାରି ଲେନ ବିଶିଷ୍ଟ ପୋଲକୁ ନିର୍ମାଣ କରୁଛି ।

ପୋଲର ଲମ୍ଭ ୩ ହଜାର ୧୬୦ମିଟର ହୋଇଥିବା ବେଳେ ପୋଲଟି କେବୁଲ ଆଧାରରେ ତିଆରି ହେଉଛି। ଏହି ପୋଲର ଅନ୍ୟ ଖାସିୟତ ହେଉଛି ଇଣ୍ଟେଲିଜେଣ୍ଟ୍ ଟ୍ରାଫିକ୍ ପ୍ରଣାଳି ମାଧ୍ୟମରେ ନିର୍ମାଣ ହେଉଛି ପୋଲ।