କାର୍-ବୋଲେରୋ ମୁହାଁ ମୁହିଁ ଧକ୍କା: ଦୁଇ ମୃତ, ୭ ଜଣ ଗୁରୁତର

ଖୋର୍ଦ୍ଧା: କାର ସହ ବୋଲେରୋ ମୁହାଁ ମୁହିଁ ଧକ୍କା । ଦୁଇ ମୃତ, ୭ ଜଣ ଗୁରୁତର । ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରେ ଘଟିଛି ଏହି ଭୟାବହ ସଡ଼କ ଦୁର୍ଘଟଣା । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ସଦର୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଆହତ ବ୍ୟକ୍ତି ମାନେ ହେଲେ ଦିଲ୍ଲୀପ ଦାସ, ଜିତେନ୍ଦ୍ର ବେହେରା, ରଞ୍ଜନ ଜାଲି, ଶିବ ଶଙ୍କର ଦାସ ପ୍ରମୁଖ । ତେବେ ଦୁର୍ଘଟଣା କେଉଁ କାରଣ ପାଇଁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି । ଉୟଉ ପଟୁ ଆସୁଥିବା କାର ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା  । ଯାହା ଅତ୍ୟନ୍ତ ଭୟଙ୍କର ରହିଥିଲା  । ବର୍ତ୍ତମାନ ଗୁରୁତର ଯାତ୍ରୀଙ୍କ ଚିକିତ୍ସା ଜାରି ରହିଥିହବାବେଳେ ମୃତକଙ୍କ ପରିଜନ ପହଁଚିଛନ୍ତି  ।