ଗୋଲ୍ଡ ମେଡାଲ ଆଣିଲେ ୯୪ ବର୍ଷିୟା ମହିଳା, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ବୟସ ତ କେବଳ ସଂଖ୍ୟା ମାତ୍ର । ସଫଳତା ହାସଲ କରିବାକୁ ଇଚ୍ଛାଶକ୍ତି ଥିଲେ କେଉଁ ବୟସରେ ବି ଏହାକୁ ହାସଲ କରିହେବ । ଏହି କଥାକୁ ପ୍ରମାଣ କରିଛନ୍ତି ୯୪ ବର୍ଷିୟା ଜଣେ ମହିଳା । ଭଗବନୀ ଦେବୀ ନାମକ ଏହି ମହିଳା ସ୍ପିନଟର ଜିତିଛନ୍ତି ଗୋଲ୍ଡ ମେଡାଲ୍ । ଯେଉଁ ବୟସରେ ମହିଳାମାନେ ବସି ଉଠି ପାରନ୍ତିନି ସେହି ବୟସରେ ଏହି ମହିଳା ଜିତିଛନ୍ତି ଗୋଲ୍ଡ ମେଡାଲ୍ ।

ଫିନଲ୍ୟାଣ୍ଡରେ ଚାଲିଥିବା ଓ୍ବାଲ୍ଡ ମାଷ୍ଟରର୍ସ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୨ରେ ୧୦୦ ମିଟର ରେସକୁ ସେ ୨୪.୭୪ ସେକେଣ୍ଡରେ ପୁରା କରିଛନ୍ତି । କେବଳ ଏତିକି ନୁହେଁ ସେ ସଟଫୁଟରେ ମଧ୍ୟ ବ୍ରୋଞ୍ଚ ମେଡାଲ ବି ଜିତିଛନ୍ତି ।

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ଏହି ଫଟୋକୁ ତାଙ୍କ ଇଣ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ସୋସିଆଲ ମିଡିଆରେ ବି ଭାଇରାଲ୍ ହେବାରେ ଲାଗିଛି । ଟ୍ବିଟରେ ଫଟୋ ପୋଷ୍ଟ କରି ଜଣେ ୟୁଜର୍ ଲେଖିଛନ୍ତି ଆମ ଦାଦି କାହାଠୁ କମ୍ ନୁହଁ । ବିଭିନ୍ନ ମହଲରୁ ମହିଳାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏତେ ବୟସରେ ମହିଳା ଜଣଙ୍କ ଗୋଲ୍ଡ ମେଡାଲ ଆଣିଥିବାରୁ ଆଶ୍ଚର୍ଯ୍ୟ ବି ହୋଇଛନ୍ତି ।