ବିଶ୍ୱ ଜନସଂଖ୍ୟା ଦିବସ ୨୦୨୨: ଆଗାମୀ ବର୍ଷ ୮ବିଲିଅନରେ ପହଞ୍ଚିବ ବିଶ୍ୱର ଜନସଂଖ୍ୟା

1 min read

ଆଜି ସାରା ବିଶ୍ୱରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି । ଯେଉଁ ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି ତାହା ଫଳପ୍ରଦ ହେଉନାହିଁ  । ଜନସଂଖ୍ୟା ନିୟନ୍ତ୍ରଣ ଏବଂ ସୁରକ୍ଷାରେ ଦିଗରେ ବିଶ୍ୱ ସଫଳତା ପାଇ ପାରିନାହିଁ । ସାରା ବିଶ୍ୱ ପାଇଁ ଦବେଗଜନକ ହେଉଛି ଜନସଂଖ୍ୟା ବୃଦ୍ଧି । ୨୦୨୩ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮ ଆରବରେ ପହଞ୍ଚିବା ଆଶଙ୍କା । ବିଶ୍ୱରେ ପ୍ରତି ମିନିଟରେ ୨୭୦ ଶିଶୁ ଜନ୍ମ ନେଉଛନ୍ତି  । ୧୯ ଶତାବ୍ଦିରେ ବିଶ୍ୱ ଜନସଂଖ୍ୟା ୧ ଆରବ ଥିଲା  । କିନ୍ତୁ ଏହାର ୨୨୦ ବର୍ଷ ପରେ ବିଶ୍ୱର ଜନସଂଖ୍ୟା ୮ ଆରବ ହେବାକୁ ଯାଉଛି  । ୧ରୁ ୨ ଆରବରେ ଜନସଂଖ୍ୟା ପହଞ୍ଚିବା ପାଇଁ ୧୨୩ ବର୍ଷ ଲାଗିଥିଲା ସେହିପରି ୬ ରୁ ୭ ଆରବ ପହଞ୍ଚିବା ପାଇଁ କେବଳ ୧୨ ବର୍ଷ ସମୟ ଲାଗିଛି । ଏଥିରୁ ଅନୁମାନ କରାଯାଇପାରେ କେବେ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ପାଉଛି  । ତେବେ ଆଜିର ଦିନରେ ଜାଣିବା ବିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟାର କାରଣ ଓ ନିୟନ୍ତ୍ରଣ ସମ୍ପର୍କରେ ।

ସେହିପରି ଭାରତରେ ଲଗାତାର ବୃଦ୍ଧି ଜନସଂଖ୍ୟା ଚିନ୍ତାର ବିଷୟ ପାଲଟିଛି  । ୨୦୧୧ ଜନଗଣନା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବହୁଳ ଦେଶ । ଭାରତ ପାଖରେ ବିଶ୍ୱର କେବଳ ୨.୪ ପ୍ରତିଶତ ସ୍ଥଳ ଭାଗ ରହିଥିବା ବେଳେ ୧୮ ପ୍ରତିଶତ ଜନସଂଖ୍ୟା ରହିଛନ୍ତି  ।  ୦-୧୪ ବର୍ଷ ବୟସର ୨୫ ପ୍ରତିଶତ ଜନସଂଖ୍ୟା ରହୁଛନ୍ତି  ।  ସେହିପରି ୧୫-୬୪ ବର୍ଷ ମଧ୍ୟରେ ୬୮ ପ୍ରତିଶତ ଜନସଂଖ୍ୟା ଏବଂ ୬୫ରୁ ଉର୍ଦ୍ଧ୍ୱ ୭ ପ୍ରତିଶତ ଜନସଂଖ୍ୟା ରହିଛି  । ସୀମିତ ସମ୍ବଳ ଉପରେ ନିର୍ଭର ଅସିମୀତ ଜନସଂଖ୍ୟା ଦେଶରେ ଅନେକ ସଙ୍କଟ ସୃଷ୍ଟି କରିଛି  । ଖାଦ୍ୟ ସଂକଟ, ପରିବେଶ ପ୍ରଦୂଷଣ, ରୋଜଗାର ସଙ୍କଟ, ଶିକ୍ଷାର ଅଭାବ ଏବଂ ମହଙ୍ଗା ଭଳି ସମସ୍ୟା ସୃଷ୍ଟି କରୁଛି । ତେବେ ଏହା କେବଳ ଭାରତର ସମସ୍ୟା ନୁହେଁ ସମ୍ପୂର୍ଣ୍ଣ ବିଶ୍ୱରେ ଏହି ସମସ୍ୟା ପ୍ରମୁଖ କାରଣ ଭାବେ ଉଭା ହୋଇଛି  । ଏହି ସମସ୍ୟାର ମୁକାବିଲା ପାଇଁ ୧୯୮୯ ମସିହା ୧୧ ଜୁଲାଇରେ ବିଶ୍ୱ ଜନସଂଖ୍ୟା ଦିବସର ଆୟୋଜନ ଆରମ୍ଭ ହୋଇଥିଲା  । ହେଲେ ଫଳପ୍ରଦ ସାବ୍ୟସ୍ତ ହୋଇନାହିଁ  ।

ଜନସଂଖ୍ୟା ବୃଦ୍ଧିର ପ୍ରଥମ କାରଣ ….

ଜନସଂଖ୍ୟାରେ ବୃଦ୍ଧି ପଛରେ ପ୍ରଥମ କାରଣ ହେଉଛି ଜନ୍ମ ହାର ବୃଦ୍ଧି ପାଇବା । ୧୮ତମ ଶତାବ୍ଦି ଶେଷ ସୁଦ୍ଧା ଜନ୍ମ ହାର ବହୁତ ଅଧିକ ରହିଥିଲା  । ଏହି ସମୟରେ ପ୍ରତି ମହିଲା ହାରାହାରି ୭ ଶିଶୁଙ୍କୁ ଜନ୍ମ ଦେଉଥିଲେ  । ୧୯୫୦ ମସିହାରେ ସାମାନ୍ୟ ଜନ୍ମ ହାରରେ ହ୍ରାସ ପାଇ ପ୍ରତି ମହିଳା ହାରାହାରି ୫ ଶିଶୁଙ୍କୁ ଜନ୍ମ ଦେଉଥିଲେ । ୧୯୫୦ ପରେ ପରେ ଜନ୍ମସଂଖ୍ୟା ଲଗାତାର ହ୍ରାସ ପାଇଥିଲା  କିନ୍ତୁ ଏହାରି ମଧ୍ୟରେ ଜନସଂଖ୍ୟା ବିସ୍ଫୋରଣ ସ୍ଥିତିରେ ପହଞ୍ଚିଯାଇଥିଲା । ଖାସ କରି ଏସିଆ ମହାଦେଶର ଚୀନ୍ ଏବଂ ଭାରତରେ ଜନସଂଖ୍ୟା ଦ୍ରୁତ ଗତିରେ ବଢିଛି  । ଆଜିର ସମୟରେ ହାରାହାରି ଜଣେ ମହିଳା ୨.୫ ଶିଶୁଙ୍କୁ ଜନ୍ମ ଦେଉଛନ୍ତି ।

ଜନସଂଖ୍ୟା ବୃଦ୍ଧିର ଦ୍ୱିତୀୟ କାରଣ ହେଉଛି ବଞ୍ଚିବା ସମୟସୀମା ବୃଦ୍ଧି ପାଇବା……

ତେବେ ଏକ ରିପୋର୍ଟ ଅନୁଯାୟୀ ୨୫୦ ବର୍ଷ ପୂର୍ବେ ମନୁଷ୍ୟ ହାରାହାରି ୨୮ ବର୍ଷ ଜୀବନ ବଞ୍ଚୁଥିଲା । ହେଲେ ଆଜି ଏହି ହାରାହାରି ବୟସ ବୃଦ୍ଧି ପାଇ ୭୦ ବର୍ଷରୁ ଅଧିକ ହୋଇଯାଇଛି । ୧୭୭୦ ମସିହାରେ ଲୋକଙ୍କ ହାରାହାରି ବୟସ ୨୮ ବର୍ଷ ଥିଲା ଅର୍ଥାତ ଅଧିକାଂଶ ଲୋକଙ୍କ ମୃତ୍ୟୁ ୨୮ ବର୍ଷରେ ହୋଇଯାଉଥିଲା ।  ଏବେ ବିଶ୍ୱରେ ଲୋକଙ୍କ ହାରାହାରି ବୟସ ୭୨ ରହିଛି  । ୧୮ ଶତାବ୍ଦିଠାରୁ ହିଁ ସମ୍ପୂର୍ଣ୍ଣ ବିଶ୍ୱରେ ଲାଇଫ ଏକ୍ସପେକ୍ଟେନ୍ସି ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଆଜିକା ଦିନରେ ୩୦ ଦେଶ ଏପରି ଅଛନ୍ତି ଯେଉଁଠାରେ ଲୋକଙ୍କ ହାରାହାରି ବୟସ ୮୦ ରୁ ଅଧିକ ଏବଂ ୧୦୦ ଦେଶରେ ହାରାହାରି ବୟସ ୭୦ ଉପରେ ରହିଛି । ଭାରତରେ ଏହି ସଂଖ୍ୟା ୬୯.୭ ବର୍ଷ ରହିଛି  ।

 ତୃତୀୟ କାରଣ ମୃତ୍ୟୁହାର ତୁଳନାରେ ଜନ୍ମହାର ବୃଦ୍ଧି……

ବିଶ୍ୱରେ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ହେଉଛି ମୃତ୍ୟୁ ହାର ତୁଳନାରେ ଜନ୍ମହାର ସଂଖ୍ୟା ବୃଦ୍ଧି ପାଇବା । ୧୯୫୦ ମସିହାରୁ ଜନ୍ମ ଏବଂ ମୃତ୍ୟୁ ହାରରେ ଲଗାତାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ହେଲେ ମୃତ୍ୟୁ ତୁଳନାରେ ଜନ୍ମହାର ହ୍ରାସ ପାଇନି । ଯଦି ଏକ ଆକଳନ ଉପରେ ନଜର ପକାଇବା ତେବେ ୧୯୫୦ ମସିହାରେ ୧୦୦୦ ଲୋକଙ୍କ ମଧ୍ୟରୁ ୨୦ ଲୋକଙ୍କ ମୃତ୍ୟୁ ହୋଇଥିଲା, ସେହିପରି ଏବେ ୨୦୨୦ରେ ଏହା ହ୍ରାସ ପାଇ ୮ ରେ ପହଞ୍ଚିଛି ।

ଚତୁର୍ଥ କାରଣ ମହିଳାଙ୍କ ମଧ୍ୟରେ ଅସଚେତନତା…..

ପୂର୍ବରୁ ମହିଳାମାନଙ୍କ ମଧ୍ୟରେ ଗର୍ଭନିରୋଧକ ଏବଂ ପ୍ରେଗ୍ନେନ୍ସି ରୋକିବା ସମ୍ବନ୍ଧରେ ବହୁତ କମ୍ ସୂଚନା ଥିଲା । ଯେଉଁ କାରଣରୁ ନଚାହିଁଲେ ବି ଅଧିକ ପିଲା ଜନ୍ମ ହେଉଥିଲେ । ଏହା ଜନସଂଖ୍ୟା ବଢ଼ିବାର ଚତୁର୍ଥ ପ୍ରମୁଖ କାରଣ ଅଟେ । ଏସିଆ, ଲାଟିନ ଆମେରିକା ଏବଂ ଆଫ୍ରିକା ଭଳି ପ୍ରଗତିଶୀଳ ଦେଶ କଥା ଦେଖିବାକୁ ଗଲେ ୧୯୬୦ ମସିହାରେ ମାତ୍ର ୯ ପ୍ରତିଶୋଧ ବିବାହିତ ଦମ୍ପତ୍ତି ଗର୍ଭନିରୋଧକ ବ୍ୟବହାର କରୁଥିଲେ  । କିନ୍ତୁ ୧୯୯୦ ମସିହା ବେଳକୁ ପ୍ରତି ୨ ଜଣରେ ଜଣେ ବିବାହିତ ଦମ୍ପତ୍ତି ଅନୱାଣ୍ଟେଡ ପ୍ରଗ୍ନାନ୍ସି ରୋକିବା ପାଇଁ ଗର୍ଭନିରୋଧକର ବ୍ୟବହାର କରିବା ଆରମ୍ଭ କରିଥିଲେ । ଆଜିର ଦିନରେ ଗର୍ଭ ନିରୋଧକକୁ ନେଇ ମହିଳାମାନେ ବେସ୍ ସଚେତନ ଅଛନ୍ତି । ୨୦୧୫ର ଏକ ରିପୋର୍ଟ ଅନୁଯାୟୀ ଏବେ ୬୪ ପ୍ରତିଶତ ମହିଳା ଗର୍ଭନିରୋଧକର ବ୍ୟବହାର କରୁଛନ୍ତି  ।

ପଞ୍ଚମ କାରଣ ମୃତ୍ୟୁ ହାରରେ ସୁଧାର….

ବିଶ୍ୱରେ ୮ ଆରବ ଜନସଂଖ୍ୟା ହେବାର ପଞ୍ଚମ ମୁଖ୍ୟ କାରଣ ହେଉଛି ଶିଶୁ ମୃତ୍ୟୁ ହାରରେ ସୁଧାର ଘଟିବା । ୧୯୯୦ ମସିହାରେ ୧୦୦୦ ଶିଶୁଙ୍କ ମଧ୍ୟରୁ ୯୩ ଶିଶୁଙ୍କ ମୃତ୍ୟୁ ହେଉଥିଲା । କିନ୍ତୁ ଏବେ ଏହା ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଯାଇଛି  । ୧୦୦୦ ମଧ୍ୟରୁ କେବଳ ୩୭ ଜଣଙ୍କ ମୃତ୍ୟୁ ଏବେ ହେଉଛି   । ଆଫ୍ରିକାରେ ଆଜି ବି ୧୦୦୦ ମଧ୍ୟରୁ ୭୯ ଶିଶୁଙ୍କ ମୃତ୍ୟୁ ହେଉଛି  । ସେହିପରି ଉତ୍ତର ଆମେରିକା ଏବଂ ୟୁରୋପରେ ୧୦୦୦ ଶିଶୁଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହେଉଛି । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଏହି ସଂଖ୍ୟା ୪ ରହିଛି  ।

ସମ୍ପୂର୍ଣ୍ଣ ବିଶ୍ୱରେ ଗୋଟିଏ ମିନିଟରେ ୨୭୦ ଶିଶୁ ଜନ୍ମ ନେଉଛନ୍ତି । ଅର୍ଥାତ ଗୋଟେ ବର୍ଷରେ ୧୩ କୋଟି ଶିଶୁ ଜନ୍ମ ନେଉଛନ୍ତି  । ଏଭଳି ସ୍ଥିତିରେ ଆଗାମୀ ବର୍ଷରେ ବିଶ୍ୱ ଜନସଂଖ୍ୟା ୮ ଆରବରେ ପହଞ୍ଚିବ । ସେହିପରି ୨୧୦୦ ମସିହା ବେଳକୁ ଏହି ସଂଖ୍ୟା ୧୧ ଆରବରେ ପହଞ୍ଚିବାର ଆକଳନ କରାଯାଉଛି । କୁହାଯାଉଛି ଯେ, ୩-୪ ବର୍ଷ ଭିତରେ ଭାରତ ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ ହୋଇଯିବ । ସେହିପରି ବିଶ୍ୱ ଇକନୋମିକ ଫୋରମର ଏକ ରିପୋର୍ଟରେ ଦାବି କରାଯାଇଛି, ଚଳିତ ଶତାବ୍ଦି ଶେଷ ସୁଦ୍ଧା ଭାରତ ଏବଂ ଚୀନ୍ ଦେଶର ଜନସଂଖ୍ୟାରେ ବହୁତ ହ୍ରାସ ଘଟିବ । ୨୧୦୦ ମସିହାରେ ଭାରତର ଜନସଂଖ୍ୟା ୧.୦୯ ଆରବ ରହିବ  ।  ଚୀନ୍ ତୃତୀୟ ସ୍ଥାନକୁ ଖସିଯିବ । ସେହିପରି ନାଇଜେରିଆର ଜନସଂଖ୍ୟା ଆଧାରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିବ ।

ତେବେ ସମସ୍ତେ ସଚେତନ ହୋଇ ଜନସଂଖ୍ୟା ହ୍ରାସ ଦିଗରେ ସଚେତନ ହେବାର ଆବଶ୍ୟକ ରହିଛି ।  ଜନସଂଖ୍ୟା ହ୍ରାସ ଦିଗରେ ସରକାରୀ ଗାଇଡଲାଇନ ଅନୁଯାୟୀ ନିୟମ ମାନିଲେ ହିଁ କ୍ରମଶଃ ଜନସଂଖ୍ୟା ବୃଦ୍ଧିରେ ହ୍ରାସ ଆସିବ  । କାରଣ ଲୋକମାନେ ଯଦି ଏବେ ସଚେତନ ନହୁନ୍ତି ତେବେ ଆଗାମୀ ଦିନରେ ବିଶ୍ୱ ଏକ ଖାଦ୍ୟ ସଙ୍କଟ, ବେରୋଜଗାର, ଶିକ୍ଷାର ଅଭାବ ଏବଂ ପରିବେଶ ପ୍ରଦୂଷଣ ଭଳି ଭୟଙ୍କର ସମସ୍ୟାର ସମ୍ମୁଖୀନ ହେବ  ।