ଅବୁ ସଲେମ ମାମଲାରେ କେନ୍ଦ୍ରକୁ ଏଭଳି କହିଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଅବୁ ସଲେମ ମାମଲାରେ କେନ୍ଦ୍ର ପର୍ତ୍ତୁଗାଲ୍ ସରକାରଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରା କରିବାକୁ ବାଧ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଫଳରେ ୧୯୯୩ରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ସରକାର ଅବୁ ସଲେମକୁ ୨୫ ବର୍ଷ ଜେଲ୍ ଦଣ୍ଡପରେ ମୁକ୍ତ କରିବେ ।

୨୦୦୨ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ ନେଇ ପର୍ତ୍ତୁଗାଲ୍ ସରକାରଙ୍କ ସହ ହୋଇଥିବା ବୁଝାମଣା ଅନୁସାରେ ଜେଲ୍ ଦଣ୍ଡାଦେଶ ଦେବାକୁ ସଲେମ ଏକ ଯାଚିକା ଦାୟର କରିଥିଲେ ।

ଜଷ୍ଟିସ୍ ଏସକେ କଲ୍ ଓ ଏମଏମ ସୁନ୍ଦରେଶ ପକ୍ଷରୁ କୁହାଯାଇଛି ଯେ, ପର୍ତ୍ତୁଗାଲ୍ ସହ ହୋଇଥିବା ବୁଝାମଣା ଅନୁସାରେ  ସଲେମଙ୍କୁ ଛାଡିବାକୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବାକୁ ବାଧ୍ୟ ।

୨୦୦୫ ମସିହାରେ ମୁମ୍ବାଇ ସିରିୟଲ୍ ବମ୍ ବିସ୍ଫୋରଣ ମାମଲାରେ ସଲେମଙ୍କୁ ଦୋଷୀ ସାବ୍ୟସ୍ତ ସହ ଦଣ୍ଡାଦେଶ ହୋଇଥିଲା । ଭାରତ ସରକାର ଦୀର୍ଘଦିନର ଚେଷ୍ଟା ପରେ ପର୍ତ୍ତୁଗାଲରୁ ସଲେମଙ୍କୁ ଫେରାଇ ଆଣିବାରେ ସଫଳ ହୋଇଥିଲେ । ଅପରପକ୍ଷେ ୨୦୧୫ରେ ସ୍ୱତନ୍ତ୍ର ଟାଡା କୋର୍ଟ ମୁମ୍ବାଇର ଜଣେ ବିଲ୍ଡର ପ୍ରଦୀପ ଜୈନଙ୍କ ହତ୍ୟା ମାମଲାରେ ସଲେମଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

ସେହିପରି ସଲେମଙ୍କ ଏକ ମାମଲାକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ୨୦୩୦ ପୂର୍ବରୁ ତାଙ୍କୁ ମୁକ୍ତ କରାଯାଇପାରିବ ନାହିଁ ।