ଗୋଟିଏ ଅଟୋରୁ ବାହାରିଲେ ୨୭, ନମାଜ ପଢିବାକୁ…

1 min read

ଫତେପୁର: ଗୋଟିଏ ଅଟୋରୁ ବାହାରିଲେ ୨୭ଜଣ ଲୋକ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଫତେପୁର ଅଞ୍ଚଳର । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଭିଡ଼ିଓରେ ପୋଲିସ କର୍ମୀ ଏକ ଅଟୋକୁ ଅଟକାଉଛି । ଆଉ ଗୋଟିଏ ପରେ ଗୋଟିଏ କରି ୨୭ ଜଣ ଲୋକ ଅଟୋରୁ ବାହାରିଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଏହି ଲୋକମାନେ ବକରିଦ୍ ପାଇଁ ନମାଜ ପଢିବାକୁ ଯାଇଥିଲେ ।

ଏକ ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ୧୦ ତାରିଖରେ କିଛି ଲୋକ ଅଟୋରେ ଯାଉଥିଲେ । ଗାଡିଟି ଦ୍ରୁତ ଗତିରେ ଚାଲୁଥିବା ଯୋଗୁଁ ପୋଲିସ ଅଟକାଇଥିଲା। ତଥାପି ଡ୍ରାଇଭର ଅଟୋ ନ ଅଟକାଇ ଫେରାର୍ ହେବାକୁ ଚେଷ୍ଟା କରିଥିଲା ବେଳେ ମାଡ଼ି ବସିଥିଲେ ପୋଲିସ କର୍ମୀ।

https://twitter.com/socialgreek1/status/1546199336186290176?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1546199336186290176%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.firstpost.com%2Findia%2Fwatch-single-auto-rickshaw-in-uttar-pradesh-carrying-27-passengers-stuns-bystanders-10895551.html

ଧିରେଧିରେ ଅଟୋରୁ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ବାହାରିଥିଲେ । ଡ୍ରାଇଭର ସମେତ ଏହି ଅଟୋରେ ଥିଲେ ୨୭ ଜଣ । ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଅଟୋକୁ ସିଜ୍ କରିଥିଲା ।

ଅଟୋରେ ବସିଥିବା ସବୁ ଲୋକ ମହରହା ଗାଁର ବୋଲି ଜଣାପଡିଛି । ସମସ୍ତେ ବକରିଦ୍ ପାଇଁ ନମାଜ ପଢିବାକୁ ଗାଁକୁ ଯାଉଥିଲେ । ତେବେ ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍ ହେବା ପରେ ଏତେ ଲୋକ ଗୋଟିଏ ଅଟୋରେ କିଭଳି ବସିଲେ ସେନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।