spot_img
Home Blog Page 4120

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ

ସୁନ୍ଦରଗଡ଼: ଭାଇକୁ ହାଣିଲା ଭାଇ । ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଖୁଣ୍ଟଗାଁ ଗାଁରେ । ସେହି ଗାଁର ଦୁଇ ଭାଇ ବିଶୁ କୁମୁରା ଏବଂ ବାଡ଼ି କୁମୁରାଙ୍କ ମଧ୍ୟରେ କୌଣସି କାରଣରୁ ବଟସା ହୋଇଥିଲା, ବିଶୁ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ସାନ ଭାଇ ବାଡ଼ି କୁମୁରାଙ୍କୁ ହତ୍ୟା କରିଥିଲେ । ତେବେ ପାରିବାରିକ କଳହରୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି l

ରୋମରେ ପୋପଙ୍କୁ ସାକ୍ଷାତ କରିବେ ନବୀନ, ଖାଦ୍ୟ ସୁରକ୍ଷା ଦିଗରେ ବିଶ୍ୱକୁ ଦେବେ ନୂଆ ଦିଗଦର୍ଶନ

ରୋମ: ରୋମରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିବେ ନବୀନ । ରୋମ୍ ସହିତ ଓଡ଼ିଶାର ରହିଛି ସାଂସ୍କୃତିକ ଓ ଐତିହ୍ୟର ସାମଞ୍ଜସ୍ୟ । ଇଟାଲି, ଗ୍ରୀସ୍ ସମେତ ଇଉରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ବାନ୍ ଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ସଂସ୍କୃତି ଓ କଳାର ବିକାଶରେ ସେମାନଙ୍କ ଅବଦାନ ନେଇ ଆଲୋଚନା କରିବେ ।

ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାର ସଫଳତା ବାବଦରେ ଜାତିସଂଘ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ସାରା ବିଶ୍ବକୁ ନୂଆ ଦିଗଦର୍ଶନ ଦେବେ । ସମସ୍ତଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ଓଡ଼ିଶା ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ରହିଛି । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମାହିର ହୋଇଥିବା ବେଳେ ଏହାର ରୋଡ ମ୍ୟାପ ମଧ୍ୟ ସାରା ବିଶ୍ବକୁ ଜଣାଇବେ । ରାଜ୍ୟରେ ପୁଞ୍ଜି ନିବେଶର ବ୍ୟାପକ ସୁଯୋଗ ଥିବାରୁ ଦୁବାଇରେ ପୁଞ୍ଜିପତି ସମ୍ମିଳନୀରୁ ବିଦେଶୀ ପୁଞ୍ଜି ନିବେଶ ଆସିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ମୁଖ୍ୟମନ୍ତ୍ରୀ ସିଧାସଳଖ ମିଡିଲ ଇଷ୍ଟ ପୁଞ୍ଜିପତିଙ୍କ ସହ ଆଲୋଚନା କରି ଓଡ଼ିଶାରେ ଥିବା ପର୍ଯ୍ୟାପ୍ତ ସମ୍ଭାବନା ଓ ସରକାରୀ ସୁବିଧା ସୁଯୋଗ ବାବଦରେ ଆଲୋଚନା କରିବେ ।

ଭୁବନେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ସହ ୬ ଚକିଆ ଗାଡ଼ି ଜବତ

ଭୁବନେଶ୍ୱର: ପୁଣି ପୁଷ୍ପା ଷ୍ଟାଇଲରେ ଗଂଜେଇ ଚାଲାଣ । ଭୁବନେଶ୍ୱରରୁ ବିପୁଳ ପରିମାଣର ଗଂଜେଇ ଓ ୬ ଚକିଆ ଗାଡି ଜବତ । ଏହା ସହ ଜଣକୁ ଗିରଫ କଲା ଏସଟିଏଫ୍ । ଗାଡ଼ି ଭିତରେ ସ୍ପେଶାଲ ଚାମ୍ବର କରି ଗଂଜେଇ ଚାଲାଣ ହେଉଥିଲା । ଗାଡ଼ି ଉପରେ ଗ୍ରୋସରୀ ସାମଗ୍ରୀ ଓ ଭିତର ଗଂଜେଇ ଚାଲାଣ ହେଉଥିଲା । ରାଜ୍ୟ ବହାରକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ତେବେ STF ଗଞ୍ଜେଇ ରାକେଟ ନେଇ ଅଭିଯୁକ୍ତକୁ ଅଧିକ ପଚରା ଉଚାର କରୁଛି ।

FIH ମହିଳା ହକି ବିଶ୍ୱକପ୍ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: FIH ମହିଳା ହକି ବିଶ୍ବକପ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଷ୍ଟାର୍ ଗୋଲକିପର ସବିତା ପୁନିଆଙ୍କ ନେତୃତ୍ୱରେ ହକି ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ । ସବିତା ପୁନିଆଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ଓଡ଼ିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଭାବେ ସ୍ଥାନ ପାଇଛନ୍ତି । ତେବେ ଆଘାତ ସମସ୍ୟା ଯୋଗୁ ନିୟମିତ ଅଧିନାୟକ ରାନୀ ରାମପଲ ଦଳରୁ ଓହରି ଯାଇଛନ୍ତି । ସେହିପରି ଓଡ଼ିଶାର ଉଦୀୟମାନ ଖେଳାଳି ସଲିମା ଟେଟେଙ୍କୁ ମଧ୍ୟ ଭାରତୀୟ ଦଳରେ ସୁଯୋଗ ମିଳିଛି ।

ଜୁଲାଇ ୧ରୁ ନେଦରଲାଣ୍ଡ ଓ ସ୍ପେନରେ ଆୟୋଜିତ ହେବ ମହିଳା ହକି ବିଶ୍ୱକପ । ଜୁଲାଇ ୧ରୁ ଆରମ୍ଭ ହୋଇ ଜୁଲାଇ ୧୭ ପର୍ଯ୍ୟନ୍ତ ଚାଲିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଏହି ମେଗା ଇଭେଣ୍ଟରେ ଇଂଲଣ୍ଡ, ଚୀନ, ନ୍ୟୁଜିଲାଣ୍ଡ ସହ ପୁଲ ବି’ରେ ଭାରତ ସ୍ଥାନ ପାଇଛି । ଜୁଲାଇ ୩ରେ ଇଂଲଣ୍ଡ ବିପକ୍ଷରେ ଭାରତ ତା’ର ଅଭିଯାନ ଆରମ୍ଭ କରିବ ।

ମହାରାଷ୍ଟ୍ରରେ ’ମହା’ ସଙ୍କଟ, ସୁରଟରୁ ଗୌହାଟି ଗଲେ ବିଦ୍ରୋହୀ ବିଧାୟକ

ଗୌହାଟି: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ନେତୃତ୍ବାଧିନ ସରକାର ପ୍ରତି ବିପଦ । ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ସରକାର ଏବେ ସଙ୍କଟରେ । ସିନ୍ଧେ ଓ ପ୍ରାୟ ୩୦ ବିଧାୟକ ସୁରଟରେ ଏକ ହୋଟଲରେ ରହିବା ପରେ ସେମାନେ ଗୁଆହାଟି ଯାଇଥିବା ସୂଚନା ମିଳିଛି । ସେପଟେ ସରକାରକୁ ବଞ୍ଚାଇବା ପାଇଁ  ଆକ୍ସନ ମୋଡ଼କୁ ଆସିଛି ଶିବସେନା । ସିନ୍ଧେଙ୍କ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଥା ହୋଇଛନ୍ତି  । ଆଜି ଦିନ ୧ ଟାରେ ବସିବ କ୍ୟାବିନେଟ ବୈଠକ । ମହାବିକାଶ ଅଘାଡିରୁ ଶିବସେନା ଓହରିଯାଉ ବୋଲି ସିନ୍ଧେ ସର୍ତ୍ତ ବାଢିଥିବା କୁହାଯାଉଛି । ତେବେ ସିନ୍ଧେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧବ ଠାକରେ ତାଙ୍କୁ ଶିବସେନା ବିଧାୟକ ଦଳ ନେତା ଓ ମୁଖ୍ୟ ସଚେତକ ପଦରୁ ହଟାଇଥିଲେ ।

ସେପଟେ ମହାରାଷ୍ଟ୍ର ବିଜେପିର କିଛି ନେତା ସୁରଟ ଯାଇ ସିନ୍ଧେଙ୍କୁ ସାକ୍ଷାତ କରିଛନ୍ତି । ସିନ୍ଧେଙ୍କ ସହ ମିଶି ସରକାର ଗଠନ କରିବାକୁ ବିଜେପି ବିକଳ୍ପ ଖୋଲା ରଖିଛି ବୋଲି ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ଅନ୍ୟପକ୍ଷରେ ବିଦ୍ରୋହ ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ପୂର୍ବରୁ ଶରଦ ପାଓ୍ବାର କହିଥିଲେ । ଶିବସେନାରେ ସଂକଟ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହାତ ରହିଥିବା କୁହାଯାଇଛି । ଫଡନାଭିସ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ଏମଏଲସି ନିର୍ବାଚନରେ ଶିବସେନାର କିଛି ବିଧାୟକ କ୍ରସ ଭୋଟିଂ କରିଥିବାରୁ ବିଜେପିକୁ ଗୋଟିଏ ଆସନ ଅଧିକ ଜିଣିଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସିନ୍ଧେଙ୍କୁ ଚେତାବନୀ ଦେଇଥିବା ଜଣାପଡ଼ିଛି । କୁହାଯାଉଛି ଯେ, ଶିବସେନାରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ଏକନାଥ ସିନ୍ଧେ ଅସନ୍ତୋଷ ଥିବା ଜଣାପଡିଛି । ଏହାଛଡା ସଂଜୟ ରାଉତଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ମଧ୍ୟ ସିନ୍ଧେ ଖପ୍ପା ଥିବା ଜଣାପଡ଼ିଛି ।

ମୁର୍ମୁଙ୍କ ପ୍ରାର୍ଥୀ ଚୟନରେ ପରାମର୍ଶ କରିଥିବାରୁ ଧନ୍ୟବାଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଶୁଭେଚ୍ଛା ଜଣାଇଛନ୍ତି  । ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି  । ସେ ଟ୍ବିଟ କରି କହିଛନ୍ତି ମହିଳା ସଶକ୍ତିକରଣ ଦିଗରେ ମୁର୍ମୁଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସିଥିଲା  । ତାଙ୍କ କାର୍ଯ୍ୟ ଦକ୍ଷତା ବେସ୍ ପ୍ରଶଂସନୀୟ  । ଆଗକୁ ମଧ୍ୟ ଆଦିବାସୀ, ଗରିବ ବିକାଶ ଦିଗରେ କାର୍ଯ୍ୟ ଜାରି ରଖିବେ । ପ୍ରାର୍ଥୀ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମୁର୍ମୁଙ୍କ ନାଁ ବିଷୟରେ ମୋ ସହ ଚର୍ଚ୍ଚା କରିଥିଲେ  । ମୁଁ ମଧ୍ୟ ତାଙ୍କ ନାଁକୁ ଯୋଗ୍ୟ ବୋଲି କହିଥିଲି  । ପ୍ରାର୍ଥୀ ଚୟନରେ ମୋ ପରାମର୍ଶ ମାଗିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ   । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ବର୍ତ୍ତମାନ ଇଟାଲୀ ଗସ୍ତରେ ଅଛନ୍ତି  ।

ଆଦିବାସୀ ବହୁଳ ଅଞ୍ଚଳରୁ ଦିଲ୍ଲୀ ଯାତ୍ରା , ଜାଣନ୍ତୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଷୟରେ ସବୁ କିଛି

ନନ୍ଦିଘୋଷ ବ୍ୟୁରୋ: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ରୌପଦୀ ମୁର୍ମୁଙ୍କ ନାଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି  । ଦ୍ରୌପଦୀ ମୁର୍ମୁଙ୍କ ନାଁ ଶୁଣିବା ପରେ ସାଧାରଣ ଲୋକଙ୍କ ମନରେ ଗୋଟିଏ ଉତ୍ସାହ ସୃଷ୍ଟି ହୋଇଛି  । କିଏ ଏହି ମହିଳା ଏବଂ ବିଜେପି କାହିଁକି ତାଙ୍କୁ ଯୋଗ୍ଯ ପ୍ରାର୍ଥୀ ଭାବେ ଚୟନ କଲା  । ସାମାନ୍ୟ ୱାର୍ଡ ସଭ୍ୟାରୁ କେମିତି ଏକ ଚର୍ଚ୍ଚିତ ଚେହେରା ହେଲେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା  ।

ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ ମସିହାରେ ଓଡିଶଆର ମୟୂରଭଞ୍ଜର ଏକ ଆଦିବାସୀ ପରିବାରରେ ହୋଇଥିଲା  । ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ । ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା ।୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି ।

ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ସେ ଖ୍ୟାତି ଅର୍ଜନ କରିବା ସହ ୨୦୧୫ରୁ ୨୦୨୧ଯାଏ ହୋଇଥିଲେ ଝାଡଖଣ୍ଡ ରାଜ୍ୟପାଳ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଅର୍ଥାତ ୨୦୦୦ ଏବଂ ୨୦୦୪ ପର୍ଯ୍ୟନ୍ତ ହୋଇଥିଲେ ବିଧାୟକ । ସେ ବିଜେପି ଓ ବିଜେଡିର ମେଣ୍ଟ ସରକାରରେ ବାଣିଜ୍ୟ ଓ ଗମନାଗମନ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୬ ମାର୍ଚ୍ଚ ୨୦୦୦ରୁ ୬ ଅଗଷ୍ଟ ୬ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ମନ୍ତ୍ରୀ ଥିଲେ । ସେ ୨୦୦୨ରୁ ୨୦୦୪ ଯାଏ ଥିଲେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଥିଲେ ।

ଆଉ ଏବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେଇ ଓଡିଶା ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି  । ଯଦି ସେ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତେବେ ସେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ବା ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ଉତିହାସ ରଚିବେ  ।

ଫଟୋରେ ଜାଣନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ

                                            ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ ପରେ ଶୁଭେଚ୍ଛା

 

  • ଝାଡଖଣ୍ଡରେ ଏକ କାର୍ଯ୍ୟକ୍ରମକୁ ଯୋଗଦେବା ପାଇଁ ଯିବା ଅବସରରେ 

 

    ପଟିଆଲା ସ୍ଥିତ ପଞ୍ଜାବ ବିଶ୍ବବିଦ୍ୟାଳୟରେ ସମ୍ବିଧାନ ନିର୍ମାତା ବି.ଆର. ଆମ୍ବେଦକରଙ୍କ ଫଟୋ ଆଗରେ ପ୍ରଦୀପ ପ୍ରଜ୍ଜ୍ବଳନ କରୁଛନ୍ତି ଦ୍ରୌପଦୀ ମୁର୍ମୁ  ।

 

                              ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଦିବାସୀ ଜନଜାତୀଙ୍କ ନୃତ୍ୟ କଳାର ଫଟୋଚିତ୍ର ପ୍ରଦାନ କରୁଛନ୍ତି 

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଉଛନ୍ତି ଦ୍ରୌପଦୀ ମୁର୍ମୁ

 

ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ରୌପଦୀ ମୁର୍ମୁ 

 

 

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଝାଡଖଣ୍ଡର ବିକାଶ ସମ୍ପର୍କରେ ଆଲୋଚନା କରିବା ସମୟରେ 

 

              ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଏକ ବୈଠକ ସମୟରେ

 

 

 

          ଗୋଟିଏ ଫ୍ରେମରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ସହ ଦ୍ରୌପଦୀ ମୁର୍ମୁ ଓ ଅନ୍ୟ ପଦାଧିକାରୀ    

 

ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ନନ୍ଦିଘୋଷ ବ୍ୟୁରୋ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ଲାଗିଛି  । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା କରିଛନ୍ତି । ଏନଡିଏ ସଂସଦୀୟ ବୈଠକରେ ଦ୍ରୌପଦୀଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ମୋହର ଲାଗିଛି  । ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତି ଥିଲେ  । ସର୍ବସମ୍ମତିକ୍ରମେ ମୁର୍ମୁଙ୍କ ନାଁରେ ମୋହର ଲାଗିଛି  ।

ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ମୁର୍ମୁଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା  । ହେଲେ ଆଜି ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ  ।  ଓଡିଶାର ଆଦିବାସୀ ନେତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ  । ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ତାଙ୍କ ଘର  । ୧୯୯୭ ମସିହାରେ ରାଜନୀତିକୁ ସେ ଆସିଥିଲେ  । ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଦୁଇଥର ରାଇରଙ୍ଗପୁରର ବିଧାୟିକା ଥିଲେ ଦ୍ରୌପଦୀ । ଓଡିଶା ସରକାରରେ ମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି ମୁର୍ମୁ  । ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ  । ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ଓଡିଶାରୁ ପ୍ରଥମ ରାଷ୍ଟ୍ରପତି ହେବେ  । ପ୍ରତିଭା ଦେବୀସିଂ ପାଟିଲଙ୍କ ପରେ ସେ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବେ  ।

ଅପରାହ୍ନରେ ବିରୋଧୀଙ୍କ ପକ୍ଷରୁ ଜଶୱନ୍ତ ସିହ୍ନାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା  । ସିହ୍ନା ଓ ମୁର୍ମୁଙ୍କ ମଧ୍ୟରେ ରାଷ୍ଟ୍ରପତି ପଦ ପାଇଁ ଲଢେଇ ହେବ  । ସୂଚନାଯୋଗ୍ୟ ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ  ଏବଂ ୨୧ ତାରିଖରେ ଭୋଟ ଗଣତି ଓ ଫଳାଫଳ ବାହାରିବ  । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବିଜୁ ଜନତା ଦଳ ମଧ୍ୟ ଦ୍ରୌପଦୀଙ୍କ ନାଁକୁ ନେଇ ସମ୍ମତି ପ୍ରକାଶ କରିଥିଲା  ।

ଅଗ୍ନିପଥ ଯୋଜନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବାବଦରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜି ତିନିସେନାର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି  । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଆଡମିରାଲ ହରି କୁମାର ଓ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଭି.ଆର ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ବିରୋଧ ପରେ ଭାରତୀୟ ସେନା ପକ୍ଷରୁ ଯୋଜନା ସଂପର୍କରେ ସ୍ପଷ୍ଟୀକରଣ ଦିଆଯାଉଛି ।

ତେବେ ଅଗ୍ନିପଥ ଯୋଜନାକୁ ଫେରାଇ ନିଆଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏନଏସଏ ଅଜିତ ଡୋଭାଲ ସ୍ପଷ୍ଟ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେନାରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି, ଏହା ଅନୁଯାୟୀ ୬ଟି କ୍ୟାଟେଗୋରୀରେ ଭର୍ତ୍ତି କରାଯିବ । ଏଥିରେ ଅଗ୍ନିବୀର ଜେନେରାଲ ଡ୍ୟୁଟି, ଅଗ୍ନିବୀର ଟେକ୍ନିକାଲ, ଅଗ୍ନିବୀର କ୍ଲର୍କ, ଅଗ୍ନିବୀର ଟ୍ରେଡ୍ସମ୍ୟାନ ସାମିଲ ରହିଛି ।