ନଷ୍ଟ୍ରାଡାମସ କ’ଣ ଜାଣିଥିଲେ ଏଲିଜାବେଥଙ୍କ ମୃତ୍ୟୁର ଆଗୁଆ ସୂଚନା ?

1 min read

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନ୍ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁର ଆଗୁଆ ସୂଚନାର ସତ୍ୟ କ’ଣ? ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟା ନଷ୍ଟ୍ରାଡାମସ କ’ଣ ସତରେ ଜାଣିପାରିଥିଲେ ମୃତ୍ୟୁ ଖବର? ନା ଟ୍ବିଟର ଜରିଆରେ ଚାଲିଛି ପ୍ରୋପାଗଣ୍ଡା? ଗତ ୮ ତାରିଖରେ ସ୍କଟଲ୍ୟାଣ୍ଡ ବାଲମୋରା କ୍ୟାସଲରେ ଇହଲୀଳା ସମ୍ବରଣ କରିଥିଲେ ରାଣୀ । ଏଲିଜାବେଥଙ୍କ ମୃତ୍ୟୁର ପରଦିନ ନଷ୍ଟ୍ରାଡାମସ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଏବେ ହୋଇଛି ଭାଇରାଲ । କୁହାଯାଉଛି ୧୫୫୫ ମସିହାରେ ପ୍ରକାଶିତ Century 8 Quatrain 97ରେ ନଷ୍ଟ୍ରାଡାମସ ଲେଖିଥିଲେ ଏକ ସିଂହାସନର ପତନ ଘଟିବ ।

ଯୁଦ୍ଧ ଶେଷରେ ଅନେକ ପ୍ରମୁଖ ଶକ୍ତିଙ୍କ ପରିବର୍ତ୍ତନ ଘଟିବ । ତିନିଟ ସୁନ୍ଦର ସନ୍ତାନ ଜନ୍ମନେବେ । ସେମାନଙ୍କ ବୟସ ବଢିବା ସହ ସେମାନେ ଲୋକଙ୍କ ଲାଗି ଧ୍ବଂସର କାରଣ ହେବେ । ତେବେ ପ୍ରଚାରିତ ଟ୍ବିଟ ଅନୁସାରେ କୁହାଯାଉଛି ଏହି ୩ ସନ୍ତାନ ହେଲେ ପ୍ରିନସ ଓ୍ବିଲିୟମ, ହେନେରୀ ଓ ପ୍ରିନସେସ ବେଟ୍ରିସ । ୧୯୮୨ରେ ଆର୍ଜେଣ୍ଟିନା ଓ ବ୍ରିଟେନ ମଧ୍ୟରେ ଯୁଦ୍ଧ ସରିବାର ୭ ଦିନ ପରେ ଓ୍ବିଲିୟମଙ୍କୁ ଡାଏନା ଜନ୍ମଦେବା ସହ ଏହି ତଥ୍ୟକୁ ତୁଳନା କରାଯାଇଛି । ନଷ୍ଟ୍ରାଡାମସଙ୍କ ଏହି ତଥ୍ୟକୁ ଆଧାର କରି ପ୍ରଚାର ଚାଲିଛି- ନୂତନ ରାଜା ଚାର୍ଲସ ତୃତୀୟ ଦୀର୍ଘ କାଳ ଶାସନ କରିପାରିବେ ନାହିଁ ଏବଂ ପ୍ରିନସ ଓ୍ବିଲିୟମ ବ୍ରିଟେନକୁ ଦ୍ବିତୀୟ ଥର ଲାଗି ଏକ ପ୍ରଜାତନ୍ତ୍ରରେ ପରିଣତ କରିବେ ।

ଚାଲିଥିବା ଚର୍ଚ୍ଚା ଅନୁସାରେ ଆଡଲଫ ହିଟଲର, ହିରୋସୀମା ଓ ନାଗାସାକି, ଦ୍ବିତୀୟ ବିଶ୍ବଯୁଦ୍ଧ ଓ ୧୬୬୬ ମସିହାର ଲଣ୍ଡନ ଅଗ୍ନିକାଣ୍ଡ ନେଇ ନଷ୍ଟ୍ରାଡାମସ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ସତରେ ପରିଣତ ହୋଇଛି । ଏଲିଜାବେଥଙ୍କ ସମ୍ପର୍କରେ ଚାଲିଥିବା ଟୁଇଟଗୁଡିକୁ ହଜାର ହଜାର ଲାଇକ ମିଳିଥିବା ଦେଖାଯାଉଛି । ମହାରାଣୀଙ୍କ ମୃତ୍ୟୁ ନେଇ ବି ହୋଇଥିଲା ଟ୍ବିଟ୍ । ଗତ ୨୪ ଅଗଷ୍ଟ, ୨୦୨୧ରେ ଏ ସଂପର୍କରେ ସେ ଟ୍ବିଟ୍ କରିଥିଲେ । ତେବେ ଗତ ୯ ତାରିଖରେ ରାଣୀଙ୍କ ମୃତ୍ୟୁ ପରେ ପୁଣି ସମାନ ଆକାଉଣ୍ଟରୁ ହୋଇଛି ଥିଲା ଟ୍ବିଟ । କୁହାଯାଇଛି-ଆମେ କୌଣସି କାର୍ଯ୍ୟକୁ ପ୍ରଭାବିତ କରିପାରିବା ନାହିଁ । କେବଳ ଭବିଷ୍ୟବାଣୀ ହିଁ କରିଥାଉ, ବେଳେ ବେଳେ ଭୁଲ୍‌ ହୋଇଯାଇଥାଏ ।