ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା । ପଞ୍ଚମ ଥର ଜେରାର ସମ୍ମୁଖୀନ କଂଗ୍ରେସ ନେତା ରାହୁଲ ଗାନ୍ଧି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଆଜି ରାହୁଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ଇଡି ଅଧିକାରୀଙ୍କ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ରାହୁଲ । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ ଚତୁର୍ଥ ଥର ଲାଗି ହାଜର ହୋଇଥିଲେ ରାହୁଲ । ରାହୁଲଙ୍କ ଜେରା ଏବଂ ଦଳୀୟ କର୍ମୀ ଓ ନେତାଙ୍କ ଉପରେ ପୋଲିସର ବଳପ୍ରୟୋଗକୁ ବିରୋଧ କରିଆସୁଛି କଂଗ୍ରେସ । ଗତକାଲି ଏନେଇ ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କଠାରେ ଫେରାଦ ହୋଇଥିଲେ । ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ରାହୁଲଙ୍କ ବୟାନ ରେକର୍ଡ କରାଯାଇଥିଲା । ରାହୁଲ ପ୍ରସଙ୍ଗ ନେଇ ଆଜି ମଧ୍ୟ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି । ଆସନ୍ତା ୨୩ରେ ଇଡିରେ ହାଜର ହେବାକୁ ସୋନିଆ ଗାନ୍ଧିଙ୍କୁ ବି ସମନ ଜାରି କରିସାରିଛି ଇଡି ।
ହସ୍ପିଟାଲ ବେଡରୁ ଉଠି ତଳେ ପାଦ ରଖିଲା ରାହୁଲ, ଡାକ୍ତର କହିଲେ, ରାହୁଲ ଏବେ ବିପଦମୁକ୍ତ
ବିଳାସପୁର: ଚାଲିଲା ରାହୁଲ । ୫ଦିନର ଚିକିତ୍ସା ପରେ ମେଡିକାଲ ବେଡରୁ ତଳକୁ ଓହ୍ଲାଇଛି ରାହୁଲ । ଡାକ୍ତର ହାତ ଧରି ଠିଆ ହେବା ସହିତ ଚେୟାରରେ ବସିଛି । ଗତକାଲି ମୋବାଇଲ ଧରିବାକୁ ବେଡରୁ ଉଠିଥିଲା ରାହୁଲ । ଆଜି ତା’ର ଚାଲିବା ଭିଡିଓ ସାମ୍ନାକୁ ଆସିଛି । ବୋରଓ୍ବେଲରୁ ଉଦ୍ଧାର ପରେ ବିଳାସପୁର ଆପୋଲ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ଗାତରୁ ବାହାରିବା ପରେ ଧୀରେଧୀରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ହେଉଛି ରାହୁଲ । ଏବେ ତା’ର ସଂକ୍ରମଣ କମିଛି । ଆସନ୍ତାକାଲିଠୁ ତାକୁ ଇଞ୍ଜେକ୍ସନ ଦେବା ବନ୍ଦ କରାଯିବ । ତେବେ ଫିଜିଓଥେରାପି ଓ ଏକ୍ସରସାଇଜ୍ ଜାରି ରହିଛି । ଏବେ ରାହୁଲ ବିପଦମୁକ୍ତ ଥିବା କହିଛନ୍ତି ଡାକ୍ତର । ଆସନ୍ତା ୩- ୪ଦିନ ପର୍ଯ୍ୟନ୍ତ ହସପିଟାଲରେ ତା’ର ଚିକିତ୍ସା ଜାରି ରହିବ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଘରକୁ ପଠାଇଦିଆଯିବ ବୋଲି ଡାକ୍ତର କହିଛନ୍ତି ।
ପୁଣି ଭାଇରାଲ ହେଲା କାଚା ବାଦାମ, ମନମୁଗ୍ଧ କଲା ବଂଶୀ ଭର୍ସନ
ଭୁବନେଶ୍ବର: କିଛି ଦିନ ତଳେ ଖୁବ୍ ଭାଇରାଲ ହୋଇଥିଲା କାଚା ବାଦାମ ଗୀତ । ଏହି ଗୀତରେ ସୋସିଆଲ ମିଡିଆ ୟୁଜର୍ ଖୁବ୍ ରିଲ୍ସ କରି ମଜା ନେଇଥିଲେ । ପ୍ରତି ଫେନରେ ଥିଲା କାଚା ବାଦାମ ଗୀତର ରିଲ୍ସ । ପଶ୍ଚିମବଙ୍ଗର ଏକ ବାଦାମ ବିକାଳୀଙ୍କ ମୁହଁରୁ ବାହାରିଥିବା ଗୀତ ମାତ୍ର କିଛି ସମୟରେ ସାରା ଭାରତରେ ଭାଇରାଲ ହୋଇଯାଇଥିଲା ।
ଭୂବନ ବାଦ୍ୟକାରଙ୍କୁ ବିଲକୁଲ ଜଣା ବି ନଥିଲା ଯେ, ବାଦାମ ବିକ୍ରି ପାଇଁ ସେ ଗାଉଥିବା ଗୀତ ମାତ୍ର କେଇ ମିନିଟରେ ଭାଇରାଲ ହୋଇଯିବ । ଆମେ ଏବେ ତାଙ୍କ କଥା ଏଥିପାଇଁ କହୁଛୁ ଯେ, ଏବେ ପୁଣି କାଚା ବାଦାମ ଗୀତ ଭାଇରାଲ ହୋଇଛି । ଆଉ ଏହା ପଶ୍ଚିମବଙ୍ଗରେ ନ ହୋଇ ଆମ ରାଜ୍ୟରେ ହୋଇଥିବା ଜଣା ପଡ଼ିଛି ।
#kachabadam fever hits #Puri #Odisha
Flute artist playing Bengal’s recent popular tune in front of #JagannathTemple #Puri pic.twitter.com/4XIlLmxQ0t— Suryagni (@Suryavachan) June 20, 2022
ପୁରୀର ଜଣେ ବଂଶୀ ବାଦକ କାଚା ବାଦାମ ଗୀତରେ ବଂଶୀ ବଜାଉଛନ୍ତି । ଆଉ ଏହି ଗୀତ ଶୁଣିବାକୁ ବି ବହୁତ ଭଲ ଲାଗୁଛି । ଭାଇରାଲ ହେଉଥିବା ଏହି ଭିଡିଓରେ ପୁରୀର ଜଣେ ବ୍ୟକ୍ତି ନିଜ ବଂଶୀ ପ୍ରତି ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ କାଚା ବାଦାମ ଗୀତରେ ବଂଶୀ ବଜାଉଛନ୍ତି ।
ଏହି ଭିଡିଓକୁ ଜଣେ ଟ୍ବିଟର ୟୁଜର ତାଙ୍କ ପେଜରେ ପୋଷ୍ଟ କରିଛନ୍ତି । ଏହି ଧୁନ୍ ଶୁଣିବା ପରେ ଅନେକ ୟୁଜରଙ୍କର ମନମୁଗ୍ଧ ହୋଇଯାଇଛି । ଭିଡିଓ ଦେଖି ସାରିବା ପରେ ବଂଶୀ ବାଦକଙ୍କୁ ଖୁବ୍ ପ୍ରଶଂସା ମିଳିଛି ।



